Posted inଜାତୀୟ

ହାଇବ୍ରିଡ୍‌ ଆତଙ୍କବାଦ ବିରୋଧରେ ନୂଆ ରଣନୀତି…

ଶ୍ରୀନଗର, ୫।୬ : ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀଙ୍କ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ପ୍ରତିହିଂସା ପରାୟଣ ହୋଇ ଆତଙ୍କବାଦୀମାନେ ବର୍ତ୍ତମାନ ଟାର୍ଗେଟ କିଲିଂ କରିବା ଜୋର ଦାର କରିଛନ୍ତି। ତାଙ୍କ ନିର୍ଦ୍ଦେଶରେ ଏବଂ ଯୋଗାଇ ଦିଆଯାଉଥିବା ଅସ୍ତ୍ରଶସ୍ତ୍ର ମାଧ୍ୟମରେ ଓଭର ଗ୍ରାଉଣ୍ଡ ଆତଙ୍କବାଦୀ ଅର୍ଥାତ୍‌ ହାଇବ୍ରିଡ ଆତଙ୍କବାଦୀମାନେ ବାହାରୁ ଆସିଥିବା ହିନ୍ଦୁ ଏବଂ ଅଣ-ମୁସଲମାନମାନଙ୍କୁ ଟାର୍ଗେଟ କରୁଛନ୍ତି। ଏଭଳି ପରିସ୍ଥିତିରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କିଛି ଦିନ ତଳେ ଏକ ବୈଠକ କରିଥିଲେ। ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଜମ୍ମୁ-କଶ୍ମୀରରେ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି।

ଏସବୁର ଉଦ୍ଦେଶ୍ୟ ହେଉଛି ଟାର୍ଗେଟ ହତ୍ୟାକୁ ବନ୍ଦ କରି ଶାନ୍ତି, ନିରାପତ୍ତା ଏବଂ ବିଶ୍ୱାସର ପରିବେଶ ସୃଷ୍ଟି କରିବା। ଏହା ସହିତ ହାଇବ୍ରିଡ୍‌ ଆତଙ୍କବାଦୀଙ୍କ ବିରୋଧରେ ନୂଆ ରଣନୀତି ଗ୍ରହଣ କରାଯିବା ଲାଗି ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆତଙ୍କବାଦୀ ବିରୋଧୀ ଅପରେଶନରେ ବିଏସ୍‌ଏଫ ଏବଂ ଏସ୍‌ଏସ୍‌ବିର ଭୂମିକା ବୃଦ୍ଧି କରାଯାଉଛି ବୋଲି କୁହାଯାଉଛି।

ଏହା ସହିତ, ଜୁନ ୩୦ ରୁ ଅମରନାଥ ଯାତ୍ରାର ସୁରକ୍ଷା କଭରକୁ ମଜବୁତ କରିବା ପାଇଁ ଅତିରିକ୍ତ ସୁରକ୍ଷା ବାହିନୀ ନିୟୋଜନ ପ୍ରକ୍ରିୟା ଜୁନ ୧୫ ସୁଦ୍ଧା ଶେଷ ହେବ। ଏହା ସହିତ କଶ୍ମୀରର ଆଭ୍ୟନ୍ତରୀଣ ଅଞ୍ଚଳରୁ ଜିଲା ମୁଖ୍ୟାଳୟ ଏବଂ ତହସିଲ ମୁଖ୍ୟାଳୟ ପର୍ଯ୍ୟନ୍ତ ୪୫୦୦ କଶ୍ମୀର ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ କର୍ମଚାରୀଙ୍କୁ ଟ୍ରାନ୍ସଫର କରାଯାଇ ନିୟୋଜିତ କରାଯାଇଛି। ଇତି ମଧ୍ୟରେ ସୁରକ୍ଷିତ ସ୍ଥାନରେ ପ୍ରାୟ ୬୦୦ କଶ୍ମୀରୀ ହିନ୍ଦୁଙ୍କୁୁ ପୋଷ୍ଟିଂ କରାଯାଇଛି। ସେମାନଙ୍କ ମଧ୍ୟରେ ୧୩୦ ଜଣ ଦମ୍ପତି ରହିଛନ୍ତି। ଏହାପୂର୍ବରୁ ହିନ୍ଦୁ ଶିକ୍ଷକଙ୍କୁ ବିଭିନ୍ନ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ଏକ ନିଷ୍ପତ୍ତି ଅନୁଯାୟୀ, କଶ୍ମୀର ହିନ୍ଦୁ ଏବଂ ଜମ୍ମୁ ଡିଭିଜନର ହିନ୍ଦୁ କର୍ମଚାରୀମାନଙ୍କୁ ଜିଲା ମୁଖ୍ୟାଳୟ, ମ୍ୟୁନିସିପାଲିଟି ଟାଉନ କିମ୍ବା ମ୍ୟୁନିସିପାଲିଟି ଟାଉନର ତିନି କିଲୋମିଟର ଦୂରତା ମଧ୍ୟରେ ପୋଷ୍ଟିଂ କରାଯାଉଛି। ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଛି। କଶ୍ମୀରରେ କାମ କରିବାକୁ ଯାଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ବସ୍ତିରେ ସୁରକ୍ଷା ବାହିନୀର ପାଟ୍ରୋଲିଂ ମଧ୍ୟ ବୃଦ୍ଧି କରାଯାଉଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବୈଠକରେ ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କ ବିରୋଧରେ ଯୋଜନାବଦ୍ଧ ଢଙ୍ଗରେ ଅପରେଶନକୁ ଜୋରଦାର କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହା ଅନ୍ତର୍ଗତ ସମଗ୍ର ରାଜ୍ୟରେ ଗୁପ୍ତଚର ନେଟୱାର୍କକୁ ମଜବୁତ କରାଯାଉଛି। ଏଥିରେ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ବୈଦ୍ୟୁତିକ ନୀରିକ୍ଷଣର ସମ୍ପୂର୍ଣ୍ଣ ବ୍ୟବହାର କରାଯାଉଛି। ଅଭିଜ୍ଞ ତଥା ତାଲିମପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀ ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିର ଗୁପ୍ତଚରଙ୍କୁ ନେଟୱାର୍କରେ ନିୟୋଜିତ କରାଯାଇଛି। ସମସ୍ତ ଜଟିଳ ସୂଚନାକୁ ଶୀଘ୍ର ପ୍ରେରଣ କରାଯାଇ ଏବଂ ଆତଙ୍କବାଦୀ ବିରୋଧୀ କାର୍ଯ୍ୟକଳାପର ରଣନୀତି ମିଳିତ ଭାବେ ପ୍ରସ୍ତୁତ କରାଯିବ। ଜୁନ ୩୦ ରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରାର ସୁରକ୍ଷା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିଛି।

ଏହା ଅନ୍ତର୍ଗତ ଜୁନ ୧୫ ସୁଦ୍ଧା ରାଜ୍ୟରେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର ଆଗମନ ଏବଂ ନିୟୋଜନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ୩୫୦ କମ୍ପାନୀ ପଠାଇବା ପ୍ରସ୍ତାବକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁମୋଦନ କରିଛି। ଇତିମଧ୍ୟରେ ୧୮୦ କମ୍ପାନୀ ନିୟୋଜିତ ହୋଇ ସାରିଛନ୍ତି। ଅନ୍ୟମାନଙ୍କର ଶୀଘ୍ର ପୋଷ୍ଟିଂ କରାଯିବ। ଏହି କମ୍ପାନୀଗୁଡିକ ମଧ୍ୟରୁ ୨୦ କମ୍ପାନୀ ଦକ୍ଷିଣ କଶ୍ମୀର ଏବଂ ଶ୍ରୀନଗରର ଆଖପାଖ ଅଞ୍ଚଳରେ ଆତଙ୍କବାଦୀ ବିରୋଧୀ କାର୍ଯ୍ୟରେ ନିୟୋଜିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?