Posted inଫୁରସତ

ବିମାନବନ୍ଦର କନ୍‌ଭେୟର ବେଲ୍ଟରେ ଅଜବ ଜିନିଷ ଦେଖି ଯାତ୍ରୀ ଆଶ୍ଚର୍ଯ୍ୟ, ସତ ଜଣାପଡ଼ିବା ପରେ…

ଯଦି କେବେ ବିମାନବନ୍ଦର ଯାଇଥିବେ, ତେବେ ନିଶ୍ଚିତ ଭାବରେ କନ୍‌ଭେୟର ବେଲ୍ଟ ଦେଖିଥିବେ। ବିମାନ ବନ୍ଦର ଭିତରେ, ଏହି ବେଲ୍ଟ ସାହାଯ୍ୟରେ ଯାତ୍ରୀମାନେ ସେମାନଙ୍କର ଲଗେଜ ନେଇଥାନ୍ତି। ବିମାନ ଅବତରଣ କରିବା ପରେ ଲଗେଜଗୁଡ଼ିକ ବେଲ୍ଟରେ ରଖାଯାଏ ଏବଂ ଏହା ଧୀରେ ଧୀରେ ବୁଲିଥାଏ। ଯାହାର ଜିନିଷ ସେ ଏହାକୁ ଉଠାଇ ନିଏ। କିନ୍ତୁ ବିମାନବନ୍ଦରର କନ୍‌ଭେୟର ବେଲ୍ଟରେ ଏପରି କିଛି ଜିନିଷ ଦେଖିବାକୁ ମିଳିଛି, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସମ୍ପ୍ରତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ଅତ୍ୟନ୍ତ ଭୟଙ୍କର ହେଲେ ମଧ୍ୟ ପରେ ସତ ଜାଣିବା ପରେ ହସିହସି ଗଡ଼ିବେ।

ବିମାନବନ୍ଦର ଭିତରେ ଥିବା କନଭେୟର ବେଲ୍ଟରେ ଏକ ଡେଡ୍‌ ବଡି (ମୃତଦେହ) ଆସୁଥିବା ଦେଖାଯାଇଛି। ଲୋକମାନେ ମଧ୍ୟ ଏହାକୁ ନିରେଖି ଚାହିଁ ରହିଛନ୍ତି। ସମଗ୍ର କନଭେୟର ବେଲ୍ଟରେ ଥିବା ଲଗେଜ ବ୍ୟତୀତ ଏପରି ଜିନିଷ ଦେଖିବା ଆଶ୍ଚର୍ଯ୍ୟଜନକ, କିନ୍ତୁ ଲାଗୁଛି ଯେପରି ଅନେକ ଲୋକ ସେହି ‘ଡେଡ୍‌ ବଡି’ ବିଷୟରେ ଜାଣିଛନ୍ତି। ପ୍ରକୃତରେ ଏହା ଏକ ମୃତଦେହ ନୁହେଁ।ଏହା ଏକ କଣ୍ଢେଇ। ଯାହା ପୋଷାକ ଦୋକାନରେ ରଖାଯାଏ।

ଲୋକମାନେ ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୮୮ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ଲୋକ କମେଣ୍ଟ ବି ଦେଇଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି, ମୃତଦେହ ଭାବି ଲୋକେ କାହିଁକି ଶେଷ ଜିନିଷକୁ ଛୁଇଁଲେ ନାହିଁ। ଆଉ ଜଣେ ୟୁଜର କହିଛନ୍ତି, ମୃତଦେହ ହେଲେ ବି ଲୋକେ ଆଶ୍ଚର୍ଯ୍ୟ ହେବେନି। କାରଣ ଏପରି ଘଟଣା ପ୍ରତିଦିନ ଘଟୁଛି। ଆଉ ଜଣେ ୟୁଜର କହିଛନ୍ତି, ଏହା ଦେଖି ଲୋକେ ହସିଛନ୍ତି କାରଣ ସେମାନେ ଜାଣିଛନ୍ତି ଏହା ପ୍ରକୃତରେ କ’ଣ। କନ୍‌ଭେୟର ବେଲ୍ଟରେ ଯାହା ଆସେ ତାହା ଯାଞ୍ଚ ହୋଇ ଆସେ। ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଦେବେ ଆଡ୍‌ମିଶନ ଫି’, ଛାତ୍ରୀଛାତ୍ର ଭରିବେ ପରୀକ୍ଷା ଫି’

ଭୁବନେଶ୍ୱର,୧୨ା୮(ସୁଚିସ୍ମିତା ସାହୁ): କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନାରେ ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଓ ପୁନଃନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଧାରିତ ଫି’…

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri