Posted inଫୁରସତ

ବିମାନବନ୍ଦର କନ୍‌ଭେୟର ବେଲ୍ଟରେ ଅଜବ ଜିନିଷ ଦେଖି ଯାତ୍ରୀ ଆଶ୍ଚର୍ଯ୍ୟ, ସତ ଜଣାପଡ଼ିବା ପରେ…

ଯଦି କେବେ ବିମାନବନ୍ଦର ଯାଇଥିବେ, ତେବେ ନିଶ୍ଚିତ ଭାବରେ କନ୍‌ଭେୟର ବେଲ୍ଟ ଦେଖିଥିବେ। ବିମାନ ବନ୍ଦର ଭିତରେ, ଏହି ବେଲ୍ଟ ସାହାଯ୍ୟରେ ଯାତ୍ରୀମାନେ ସେମାନଙ୍କର ଲଗେଜ ନେଇଥାନ୍ତି। ବିମାନ ଅବତରଣ କରିବା ପରେ ଲଗେଜଗୁଡ଼ିକ ବେଲ୍ଟରେ ରଖାଯାଏ ଏବଂ ଏହା ଧୀରେ ଧୀରେ ବୁଲିଥାଏ। ଯାହାର ଜିନିଷ ସେ ଏହାକୁ ଉଠାଇ ନିଏ। କିନ୍ତୁ ବିମାନବନ୍ଦରର କନ୍‌ଭେୟର ବେଲ୍ଟରେ ଏପରି କିଛି ଜିନିଷ ଦେଖିବାକୁ ମିଳିଛି, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସମ୍ପ୍ରତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ଅତ୍ୟନ୍ତ ଭୟଙ୍କର ହେଲେ ମଧ୍ୟ ପରେ ସତ ଜାଣିବା ପରେ ହସିହସି ଗଡ଼ିବେ।

ବିମାନବନ୍ଦର ଭିତରେ ଥିବା କନଭେୟର ବେଲ୍ଟରେ ଏକ ଡେଡ୍‌ ବଡି (ମୃତଦେହ) ଆସୁଥିବା ଦେଖାଯାଇଛି। ଲୋକମାନେ ମଧ୍ୟ ଏହାକୁ ନିରେଖି ଚାହିଁ ରହିଛନ୍ତି। ସମଗ୍ର କନଭେୟର ବେଲ୍ଟରେ ଥିବା ଲଗେଜ ବ୍ୟତୀତ ଏପରି ଜିନିଷ ଦେଖିବା ଆଶ୍ଚର୍ଯ୍ୟଜନକ, କିନ୍ତୁ ଲାଗୁଛି ଯେପରି ଅନେକ ଲୋକ ସେହି ‘ଡେଡ୍‌ ବଡି’ ବିଷୟରେ ଜାଣିଛନ୍ତି। ପ୍ରକୃତରେ ଏହା ଏକ ମୃତଦେହ ନୁହେଁ।ଏହା ଏକ କଣ୍ଢେଇ। ଯାହା ପୋଷାକ ଦୋକାନରେ ରଖାଯାଏ।

ଲୋକମାନେ ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୮୮ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ଲୋକ କମେଣ୍ଟ ବି ଦେଇଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି, ମୃତଦେହ ଭାବି ଲୋକେ କାହିଁକି ଶେଷ ଜିନିଷକୁ ଛୁଇଁଲେ ନାହିଁ। ଆଉ ଜଣେ ୟୁଜର କହିଛନ୍ତି, ମୃତଦେହ ହେଲେ ବି ଲୋକେ ଆଶ୍ଚର୍ଯ୍ୟ ହେବେନି। କାରଣ ଏପରି ଘଟଣା ପ୍ରତିଦିନ ଘଟୁଛି। ଆଉ ଜଣେ ୟୁଜର କହିଛନ୍ତି, ଏହା ଦେଖି ଲୋକେ ହସିଛନ୍ତି କାରଣ ସେମାନେ ଜାଣିଛନ୍ତି ଏହା ପ୍ରକୃତରେ କ’ଣ। କନ୍‌ଭେୟର ବେଲ୍ଟରେ ଯାହା ଆସେ ତାହା ଯାଞ୍ଚ ହୋଇ ଆସେ। ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri