Posted inଫୁରସତ

ଅଜବ ଗ୍ଲୋଭ୍ସ

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଦେହରେ ଯେମିତି ଶୀତବସ୍ତ୍ର ପିନ୍ଧାଯାଏ, ଠିକ୍‌ ସେମିତି ହାତରେ ବି ଗ୍ଲୋଭ୍ସ ପିନ୍ଧାଯାଇଥାଏ। କିନ୍ତୁ ଏଠାରେ ଯେଉଁ ଗୋଭ୍ସଗୁଡ଼ିକ କଥା କୁହାଯାଉଛି, ଏହା ଶୀତଦିନେ ହାତକୁ ଉଷ୍ମତା ପ୍ରଦାନ କରିବା ସଙ୍ଗେସଙ୍ଗେ ଟିକେ ଡିଫରେଣ୍ଟ ଲୁକ୍‌ ଦେବ। କାରଣ ଏହି ଗ୍ଲୋଭ୍ସଗୁଡ଼ିକୁ ଟିକେ ଅଜବ ଢଙ୍ଗରେ ତିଆରି କରାଯାଇଛି, ଯାହା ଭିନ୍ନ ଦେଖାଯିବା ସହ ପିନ୍ଧିବାର ଭିନ୍ନ ଅନୁଭୂତି ବି ଦେବ…
ଚିୟର୍‌ଲିଡର ଗ୍ଲୋଭ୍ସ: ଅନେକ ସମୟରେ ଆମେ ଦେଖିଛେ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଚିୟର ଗର୍ଲମାନେ ହାତରେ ଝାଲେରି ପରି ଆର୍ଟିଫିସିଆଲ୍‌ ଫୁଲ ଧରି ଖୁବ୍‌ ସୁନ୍ଦର ନୃତ୍ୟ ପରିବେଷଣ କରିଥାନ୍ତି, ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଚିୟର ଗର୍ଲ ଧରୁଥିବା ଆର୍ଟିଫିସିଆଲ୍‌ ଫୁଲ ଡିଜାଇନ୍‌ର ଏବେ ଗ୍ଲୋଭ୍ସ ବି ଆସିଲାଣି, ଯାହା ହାତକୁ ଉଷ୍ମତା ଦେବା ସଙ୍ଗେସଙ୍ଗେ ଟିକେ ଭିନ୍ନ ଲୁକ୍‌ ଦେବ।
କଟ୍‌ଆଉଟ ଗ୍ଲୋଭ୍ସ: ଏ ଧରଣର ଗ୍ଲୋଭ୍ସରେ ବିଭିନ୍ନ ସେପ୍‌ର କଟା କଟା ଡିଜାଇନ୍‌ ହୋଇଥାଏ। ଫଳରେ ଏହା ଦେଖିବାକୁ ସୁନ୍ଦର ଲାଗୁଥିଲେ ବି କଟା କଟା ଡିଜାଇନ୍‌ ଯୋଗୁ ଶୀତଦିନେ ହାତକୁ ସେତେ ଉଷୁମ ଦେଇ ନ ଥାଏ। କିନ୍ତୁ ଏହି ଗ୍ଲୋଭ୍ସ ସବୁ ଧରଣର ଆଉଟଫିଟ୍‌ ସହ ବେଶ୍‌ ଭଲ ମାନିଥାଏ।
କୁଲିଙ୍ଗ ଗ୍ଲୋଭ୍ସ: ଏହି ଗ୍ଲୋଭ୍ସଟିରେ ଏମିତି ଏକ ସ୍ବତନ୍ତ୍ର ମାଟେରିଆଲ ବ୍ୟବହୃତ ହୋଇଛି, ଯାହାଦ୍ୱାରା ଗ୍ଲୋଭ୍ସଟି ନିଆଁ ସଂସ୍ପର୍ଶରେ ଆସିଲେ ବି ସେଥିରେ ସହଜରେ ନିଆଁ ଲାଗିବ ନାହିଁ। ତା’ସହିତ ଏହାକୁ ଛୁଇଁଲେ ବାହାରୁ ଥଣ୍ଡା ଲାଗୁଥିବ କିନ୍ତୁ ପିନ୍ଧିଲେ ହାତକୁ ଉଷୁମ ଲାଗିବ। ସାଧାରଣତଃ କ୍ୟାମ୍ପିଙ୍ଗ୍‌ରେ ଗଲାବେଳେ ଏହି ଗ୍ଲୋଭ୍ସକୁ ବ୍ୟବହାର କରିବା ସୁବିଧାଜନକ ହୋଇଥାଏ।
କ୍ରାବ ଗ୍ଲୋଭ୍ସ: କଙ୍କଡ଼ାର ଗୋଡ଼ ଭଳି ସାଧାରଣତଃ ଏହି ଗ୍ଲୋଭ୍ସର ଡିଜାଇନ ହୋଇଥାଏ। ଫଳରେ ଏହା ଦେଖିବାକୁ ଅଜବ ଲାଗେ। ତେବେ ଏହି ଗ୍ଲୋଭ୍ସକୁ ପିନ୍ଧି କାମ କରିବା ସେତେ ସହଜ ନ ହେଲେ ବି ଫନି ଲୁକ ପାଇଁ ଆପଣ ଚାହିଁଲେ ଏ ଧରଣର ଗ୍ଲୋଭ୍ସକୁ ବ୍ୟବହାର କରିପାରିବେ।
ଗାର୍ଡେନ ଡିଗିଂ ଗ୍ଲୋଭ୍ସ: ବଗିଚାର ଅନାବନା ଘାସକୁ ଟାଣିକି ଉପାଡିବା ପାଇଁ ଏକପ୍ରକାର ଲୁହା ଆଙ୍କୁଡ଼ିର ବ୍ୟବହାର ହୋଇଥାଏ, ଅବିକଳ ସେହି ଡିଜାଇନ୍‌ର ସେପ୍‌ ଦେବାପାଇଁ ଏହି ଗ୍ଲୋଭ୍ସରେ ପ୍ଲାଷ୍ଟିକର ସ୍ବତନ୍ତ୍ର କଣ୍ଟା ଲାଗିଥାଏ। ଫଳରେ ଏହି ଗ୍ଲୋଭ୍ସକୁ ପିନ୍ଧିଲେ ହାତକୁ ଉଷୁମ ଲାଗିବା ସହ ଆପଣ ଚାହିଁଲେ ଏହା ସାହାଯ୍ୟରେ ଆରାମରେ ଘାସ ବି ଉପାଡି ପାରିବେ, ଯାହାଦ୍ୱାରା ନା ଆପଣଙ୍କ ହାତ ମଇଳା ହେବ ନା ଆପଣଙ୍କ ନଖର କୌଣସି କ୍ଷତି ହେବ।
ସ୍ନୋବଲ୍‌ ଗ୍ଲୋଭ୍ସ: ଶୀତଦିନେ ଅନେକ ସ୍ଥାନରେ ସ୍ନୋ ଫଲ୍‌ ହୋଇଥାଏ, ଯାହାର ମଜା ନେବାକୁ ଏବଂ ସ୍ନୋବଲ୍‌ ସାଙ୍ଗରେ ଖେଳିବାକୁ ବି ଅନେକଙ୍କୁ ଖୁସି ଲାଗିଥାଏ। କିନ୍ତୁ ଏଥିପାଇଁ ପ୍ରଚୁର ଥଣ୍ଡା ସହିବାକୁ ହୋଇଥାଏ। ତେଣୁ ଏହାକୁ ଲକ୍ଷ୍ୟ କରି ସ୍ବତନ୍ତ୍ର ଭାବେ ଏହି ଗ୍ଲୋଭ୍ସକୁ ତିଆରି କରାଯାଇଛି, ଯାହାର ପାପୁଲିରେ ଗିନା ସେପ୍‌ର ଏକ ଡିଜାଇନ ରହିଛି, ଯଦ୍ୱାରା ସ୍ନୋବଲ୍‌କୁ ହାତରେ ଧରି ଖେଳିବାରେ ଆଉ ବିଶେଷ ଅସୁବିଧା ହେବନାହିଁ କି ହାତକୁ ବେଶି ଥଣ୍ଡା ଲାଗିବ ନାହିଁ।
କ୍ୟାଟ୍‌ ପ ଗ୍ଲୋଭ୍ସ: ବିଲେଇର ପାଦତଳ ଯେମିତି ଦେଖାଯାଏ, ଅବିକଳ ସେହି ଡିଜାଇନ୍‌ରେ ଏହି ଗ୍ଲୋଭ୍ସଟି ତିଆରି। ଏହାକୁ ପିନ୍ଧିଲେ ହାତକୁ କୋମଳ ଲାଗିବା ସହ ଉଷୁମ ବି ଲାଗିଥାଏ।
ଏଲ୍‌ଇଡି ଗ୍ଲୋଭ୍ସ: ଏହି ଗ୍ଲୋଭ୍ସଟି ଦେଖିବାକୁ ସାଧାରଣ ଲାଗିଥାଏ, କିନ୍ତୁ ଏହାକୁ ହାତରେ ପିନ୍ଧିବା ମାତ୍ରେ ଏଥିରୁ ସବୁଜ ଆଉ ଗୋଲାପୀ ରଙ୍ଗର ଲାଇଟ୍‌ ଆସେ। କାରଣ ଏଥିରେ ଲାଗିଥାଏ ଏକ ସ୍ବତନ୍ତ୍ର ଧରଣର ଏଲ୍‌ଇଡି ଲାଇଟ୍‌, ଯାହା ଗ୍ଲୋଭ୍ସର ଭିତର ପାଶର୍‌ବରେ ରହିଥାଏ। ଆଉ ହାତର ସ୍ପର୍ଶ ପାଇବା ମାତ୍ରେ ଏହା ଜଲିଉଠେ।
ସ୍ମାର୍ଟଫୋନ ଉଇଣ୍ଡୋ ଗ୍ଲୋଭ୍ସ: ସାଧାରଣତଃ ଗ୍ଲୋଭ୍ସ ପିନ୍ଧି ସ୍ମାର୍ଟଫୋନକୁ ଅପରେଟ୍‌ କରାଇବାରେ ଅନେକ ସମୟରେ ଅସୁବିଧା ଉପୁଜିଥାଏ। କିନ୍ତୁ ଏବେ ଏହି ସମସ୍ୟାର ସମାଧାନ ପାଇଁ ଏକ ସ୍ବତନ୍ତ୍ର ଧରଣର ଗ୍ଲୋଭ୍ସ ବାହାରିଲାଣି, ଯେଉଁଥିରେ ଗୋଟିଏ ଟ୍ରାନ୍ସପରେଣ୍ଟ ଜରି ଲାଗିଥାଏ। ଫଳରେ ଗ୍ଲୋଭ୍ସ ଭିତରେ ଦୁଇହାତ ଆଉ ଫୋନ୍‌କୁ ରଖି ଆରାମରେ ଫୋନ୍‌କୁ ଅପରେଟ୍‌ କରିବା ସହ ଟ୍ରାନ୍ସପରେଣ୍ଟ ଜରି ବାଟେ ଫୋନ୍‌ରେ କ’ଣ ଦେଉଛି ତାହାକୁ ମଧ୍ୟ ଦେଖିହେବ।
କ୍ୟାଟ୍‌ ଟେଲ୍‌ ଗ୍ଲୋଭ୍ସ: ବିଲେଇର ଲାଞ୍ଜ ପରି ଅବିକଳ ଏହି ଗ୍ଲୋଭ୍ସର ଡିଜାଇନ୍‌ ହୋଇଥାଏ, ଯାହାକୁ ହାତରେ ପିନ୍ଧିଲେ ଲୁକ୍‌ ଟିକେ ଭିନ୍ନ ଦେଖାଗଲେ ବି ଶୀତରୁ ଏହା ରକ୍ଷା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri