Posted inଫୁରସତ

ଅଜବ ଗ୍ଲୋଭ୍ସ

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଦେହରେ ଯେମିତି ଶୀତବସ୍ତ୍ର ପିନ୍ଧାଯାଏ, ଠିକ୍‌ ସେମିତି ହାତରେ ବି ଗ୍ଲୋଭ୍ସ ପିନ୍ଧାଯାଇଥାଏ। କିନ୍ତୁ ଏଠାରେ ଯେଉଁ ଗୋଭ୍ସଗୁଡ଼ିକ କଥା କୁହାଯାଉଛି, ଏହା ଶୀତଦିନେ ହାତକୁ ଉଷ୍ମତା ପ୍ରଦାନ କରିବା ସଙ୍ଗେସଙ୍ଗେ ଟିକେ ଡିଫରେଣ୍ଟ ଲୁକ୍‌ ଦେବ। କାରଣ ଏହି ଗ୍ଲୋଭ୍ସଗୁଡ଼ିକୁ ଟିକେ ଅଜବ ଢଙ୍ଗରେ ତିଆରି କରାଯାଇଛି, ଯାହା ଭିନ୍ନ ଦେଖାଯିବା ସହ ପିନ୍ଧିବାର ଭିନ୍ନ ଅନୁଭୂତି ବି ଦେବ…
ଚିୟର୍‌ଲିଡର ଗ୍ଲୋଭ୍ସ: ଅନେକ ସମୟରେ ଆମେ ଦେଖିଛେ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଚିୟର ଗର୍ଲମାନେ ହାତରେ ଝାଲେରି ପରି ଆର୍ଟିଫିସିଆଲ୍‌ ଫୁଲ ଧରି ଖୁବ୍‌ ସୁନ୍ଦର ନୃତ୍ୟ ପରିବେଷଣ କରିଥାନ୍ତି, ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଚିୟର ଗର୍ଲ ଧରୁଥିବା ଆର୍ଟିଫିସିଆଲ୍‌ ଫୁଲ ଡିଜାଇନ୍‌ର ଏବେ ଗ୍ଲୋଭ୍ସ ବି ଆସିଲାଣି, ଯାହା ହାତକୁ ଉଷ୍ମତା ଦେବା ସଙ୍ଗେସଙ୍ଗେ ଟିକେ ଭିନ୍ନ ଲୁକ୍‌ ଦେବ।
କଟ୍‌ଆଉଟ ଗ୍ଲୋଭ୍ସ: ଏ ଧରଣର ଗ୍ଲୋଭ୍ସରେ ବିଭିନ୍ନ ସେପ୍‌ର କଟା କଟା ଡିଜାଇନ୍‌ ହୋଇଥାଏ। ଫଳରେ ଏହା ଦେଖିବାକୁ ସୁନ୍ଦର ଲାଗୁଥିଲେ ବି କଟା କଟା ଡିଜାଇନ୍‌ ଯୋଗୁ ଶୀତଦିନେ ହାତକୁ ସେତେ ଉଷୁମ ଦେଇ ନ ଥାଏ। କିନ୍ତୁ ଏହି ଗ୍ଲୋଭ୍ସ ସବୁ ଧରଣର ଆଉଟଫିଟ୍‌ ସହ ବେଶ୍‌ ଭଲ ମାନିଥାଏ।
କୁଲିଙ୍ଗ ଗ୍ଲୋଭ୍ସ: ଏହି ଗ୍ଲୋଭ୍ସଟିରେ ଏମିତି ଏକ ସ୍ବତନ୍ତ୍ର ମାଟେରିଆଲ ବ୍ୟବହୃତ ହୋଇଛି, ଯାହାଦ୍ୱାରା ଗ୍ଲୋଭ୍ସଟି ନିଆଁ ସଂସ୍ପର୍ଶରେ ଆସିଲେ ବି ସେଥିରେ ସହଜରେ ନିଆଁ ଲାଗିବ ନାହିଁ। ତା’ସହିତ ଏହାକୁ ଛୁଇଁଲେ ବାହାରୁ ଥଣ୍ଡା ଲାଗୁଥିବ କିନ୍ତୁ ପିନ୍ଧିଲେ ହାତକୁ ଉଷୁମ ଲାଗିବ। ସାଧାରଣତଃ କ୍ୟାମ୍ପିଙ୍ଗ୍‌ରେ ଗଲାବେଳେ ଏହି ଗ୍ଲୋଭ୍ସକୁ ବ୍ୟବହାର କରିବା ସୁବିଧାଜନକ ହୋଇଥାଏ।
କ୍ରାବ ଗ୍ଲୋଭ୍ସ: କଙ୍କଡ଼ାର ଗୋଡ଼ ଭଳି ସାଧାରଣତଃ ଏହି ଗ୍ଲୋଭ୍ସର ଡିଜାଇନ ହୋଇଥାଏ। ଫଳରେ ଏହା ଦେଖିବାକୁ ଅଜବ ଲାଗେ। ତେବେ ଏହି ଗ୍ଲୋଭ୍ସକୁ ପିନ୍ଧି କାମ କରିବା ସେତେ ସହଜ ନ ହେଲେ ବି ଫନି ଲୁକ ପାଇଁ ଆପଣ ଚାହିଁଲେ ଏ ଧରଣର ଗ୍ଲୋଭ୍ସକୁ ବ୍ୟବହାର କରିପାରିବେ।
ଗାର୍ଡେନ ଡିଗିଂ ଗ୍ଲୋଭ୍ସ: ବଗିଚାର ଅନାବନା ଘାସକୁ ଟାଣିକି ଉପାଡିବା ପାଇଁ ଏକପ୍ରକାର ଲୁହା ଆଙ୍କୁଡ଼ିର ବ୍ୟବହାର ହୋଇଥାଏ, ଅବିକଳ ସେହି ଡିଜାଇନ୍‌ର ସେପ୍‌ ଦେବାପାଇଁ ଏହି ଗ୍ଲୋଭ୍ସରେ ପ୍ଲାଷ୍ଟିକର ସ୍ବତନ୍ତ୍ର କଣ୍ଟା ଲାଗିଥାଏ। ଫଳରେ ଏହି ଗ୍ଲୋଭ୍ସକୁ ପିନ୍ଧିଲେ ହାତକୁ ଉଷୁମ ଲାଗିବା ସହ ଆପଣ ଚାହିଁଲେ ଏହା ସାହାଯ୍ୟରେ ଆରାମରେ ଘାସ ବି ଉପାଡି ପାରିବେ, ଯାହାଦ୍ୱାରା ନା ଆପଣଙ୍କ ହାତ ମଇଳା ହେବ ନା ଆପଣଙ୍କ ନଖର କୌଣସି କ୍ଷତି ହେବ।
ସ୍ନୋବଲ୍‌ ଗ୍ଲୋଭ୍ସ: ଶୀତଦିନେ ଅନେକ ସ୍ଥାନରେ ସ୍ନୋ ଫଲ୍‌ ହୋଇଥାଏ, ଯାହାର ମଜା ନେବାକୁ ଏବଂ ସ୍ନୋବଲ୍‌ ସାଙ୍ଗରେ ଖେଳିବାକୁ ବି ଅନେକଙ୍କୁ ଖୁସି ଲାଗିଥାଏ। କିନ୍ତୁ ଏଥିପାଇଁ ପ୍ରଚୁର ଥଣ୍ଡା ସହିବାକୁ ହୋଇଥାଏ। ତେଣୁ ଏହାକୁ ଲକ୍ଷ୍ୟ କରି ସ୍ବତନ୍ତ୍ର ଭାବେ ଏହି ଗ୍ଲୋଭ୍ସକୁ ତିଆରି କରାଯାଇଛି, ଯାହାର ପାପୁଲିରେ ଗିନା ସେପ୍‌ର ଏକ ଡିଜାଇନ ରହିଛି, ଯଦ୍ୱାରା ସ୍ନୋବଲ୍‌କୁ ହାତରେ ଧରି ଖେଳିବାରେ ଆଉ ବିଶେଷ ଅସୁବିଧା ହେବନାହିଁ କି ହାତକୁ ବେଶି ଥଣ୍ଡା ଲାଗିବ ନାହିଁ।
କ୍ୟାଟ୍‌ ପ ଗ୍ଲୋଭ୍ସ: ବିଲେଇର ପାଦତଳ ଯେମିତି ଦେଖାଯାଏ, ଅବିକଳ ସେହି ଡିଜାଇନ୍‌ରେ ଏହି ଗ୍ଲୋଭ୍ସଟି ତିଆରି। ଏହାକୁ ପିନ୍ଧିଲେ ହାତକୁ କୋମଳ ଲାଗିବା ସହ ଉଷୁମ ବି ଲାଗିଥାଏ।
ଏଲ୍‌ଇଡି ଗ୍ଲୋଭ୍ସ: ଏହି ଗ୍ଲୋଭ୍ସଟି ଦେଖିବାକୁ ସାଧାରଣ ଲାଗିଥାଏ, କିନ୍ତୁ ଏହାକୁ ହାତରେ ପିନ୍ଧିବା ମାତ୍ରେ ଏଥିରୁ ସବୁଜ ଆଉ ଗୋଲାପୀ ରଙ୍ଗର ଲାଇଟ୍‌ ଆସେ। କାରଣ ଏଥିରେ ଲାଗିଥାଏ ଏକ ସ୍ବତନ୍ତ୍ର ଧରଣର ଏଲ୍‌ଇଡି ଲାଇଟ୍‌, ଯାହା ଗ୍ଲୋଭ୍ସର ଭିତର ପାଶର୍‌ବରେ ରହିଥାଏ। ଆଉ ହାତର ସ୍ପର୍ଶ ପାଇବା ମାତ୍ରେ ଏହା ଜଲିଉଠେ।
ସ୍ମାର୍ଟଫୋନ ଉଇଣ୍ଡୋ ଗ୍ଲୋଭ୍ସ: ସାଧାରଣତଃ ଗ୍ଲୋଭ୍ସ ପିନ୍ଧି ସ୍ମାର୍ଟଫୋନକୁ ଅପରେଟ୍‌ କରାଇବାରେ ଅନେକ ସମୟରେ ଅସୁବିଧା ଉପୁଜିଥାଏ। କିନ୍ତୁ ଏବେ ଏହି ସମସ୍ୟାର ସମାଧାନ ପାଇଁ ଏକ ସ୍ବତନ୍ତ୍ର ଧରଣର ଗ୍ଲୋଭ୍ସ ବାହାରିଲାଣି, ଯେଉଁଥିରେ ଗୋଟିଏ ଟ୍ରାନ୍ସପରେଣ୍ଟ ଜରି ଲାଗିଥାଏ। ଫଳରେ ଗ୍ଲୋଭ୍ସ ଭିତରେ ଦୁଇହାତ ଆଉ ଫୋନ୍‌କୁ ରଖି ଆରାମରେ ଫୋନ୍‌କୁ ଅପରେଟ୍‌ କରିବା ସହ ଟ୍ରାନ୍ସପରେଣ୍ଟ ଜରି ବାଟେ ଫୋନ୍‌ରେ କ’ଣ ଦେଉଛି ତାହାକୁ ମଧ୍ୟ ଦେଖିହେବ।
କ୍ୟାଟ୍‌ ଟେଲ୍‌ ଗ୍ଲୋଭ୍ସ: ବିଲେଇର ଲାଞ୍ଜ ପରି ଅବିକଳ ଏହି ଗ୍ଲୋଭ୍ସର ଡିଜାଇନ୍‌ ହୋଇଥାଏ, ଯାହାକୁ ହାତରେ ପିନ୍ଧିଲେ ଲୁକ୍‌ ଟିକେ ଭିନ୍ନ ଦେଖାଗଲେ ବି ଶୀତରୁ ଏହା ରକ୍ଷା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri