Advertisement
Posted inଫୁରସତ

ପାହାଡ଼ ଉପରେ ବସିଛି ଅଜବ ଜୀବ, ଯିଏ ଦେଖୁଛି ଉଡ଼ିଯାଉଛି ହୋସ୍‌

ଆଜିକାଲି ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି, ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡୁଛନ୍ତି। ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ପାହାଡ଼ ଉପରେ କଳା ରଙ୍ଗର ଏକ ଅଜବ ଜୀବ ଶାନ୍ତ ତଥା ଧୀରସ୍ଥିର ଭାବରେ ବସିଥିବା ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋକୁ ଦୂରରୁ ଦେଖିଲେ ଲାଗୁଛି ଏହା ଏକ ବ୍ଲାକ୍‌ ପାନ୍ଥର। ମାତ୍ର ଏହା ପାନ୍ଥର ନୁହେଁ, ଏହି ଅଜବ ଜୀବକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଭିଡିଓଟିରେ କ୍ୟାମେରାମ୍ୟାନ୍‌ ଯେତେବେଳେ ଜୁମ୍‌ କରି ଦେଖାଉଛନ୍ତି ସେତେବେଳେ ଏହା ଅନ୍ୟ ଜୀବଜନ୍ତୁଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ଦେଖାଯାଉଛି।
ଭିଡିଓଟି ଯେଉଁ ଟୁଇଟର୍‌ରେ ଭାଇରାଲ ହୋଇଛି ସେଥିରେ ଲେଖାହୋଇଛି ଏହା ନୀଳଗିରି ମାର୍ଟନ ପ୍ରଜାତିର। ଏହା ଦକ୍ଷିଣ ଭାରତରେ ଦେଖିବାକୁ ମିଳିଥାଏ। ଏହା ମାଂସାହାରୀ। ଏହା ଏକ ଦୁଲର୍ଭ ପ୍ରାଣୀ। ଏହା ନୀଳଗିରିର ପାହାଡ଼ିଆ ଏବଂ ପଶ୍ଚିମାଞ୍ଚଳରେ ଦେଖିବାକୁ ମିଳିଥାଏ।


କ୍ୟାମେରାରେ ଏହି ନୀଳଗିରି ମାର୍ଟନଟି କଏଦ ହୋଇଥିଲା। ଯେଉଁମାନେ ଏହାକୁ ଶେୟାର କରିଥିଲେ ସେମାନଙ୍କ ମଧ୍ୟରେ ଭାରତୀୟ ବନ ସେବା ଅଧିକାରୀ ସୁଧାରମଣ ମଧ୍ୟ ଥିଲେ। ଭିଡିଓ ଶେୟାର କରି ସେ କ୍ୟାପ୍‌ଶନ ଲେଖିଛନ୍ତି, ‘ଏହା ଆପଣଙ୍କୁ ଉତ୍ସାହିତ କରୁଥିବା ବ୍ଲାକ୍‌ ପାନ୍ଥର ନୁହେଁ। ଏହା ନୀଳଗିରି ମାର୍ଟନ। ଦକ୍ଷିଣ ଭାରତରେ ଏହା ଏକମାତ୍ର ମାର୍ଟନ ପ୍ରଜାତିର ଅଟେ। ସେ କହିଛନ୍ତି ଯେ, ଏହା ବହୁତ ଛୋଟ ପଶୁପକ୍ଷୀଙ୍କୁ ଶିକାର କରି ଖାଇଥାଏ।
ଏହି ଭିଡିଓଟିକୁ ୧୧ ଅଗଷ୍ଟରେ ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୭୦,୦୦୦ରୁ ଅଧିକ ଲୋକ ଦେଖିଥିବା ବେଳେ ୪୦୦୦ରୁ ଅଧିକ ପସନ୍ଦ କରିସାରିଲେଣି। ୭୦୦ରୁ ଅଧିକ ୟୁଜର ରି-ଟୁଇଟ୍‌ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ରୋଗୀଙ୍କୁ ଭେଣ୍ଟିଲେଟର ଦେଇ ଆଖି ବୁଜିଲେ ୯୦ ବର୍ଷୀୟା କରୋନା ସଂକ୍ରମିତ

ବ୍ରସେଲ୍ସ,୨।୪: କରୋନା ଭାଇରସ। ଏବେ ବିଶ୍ୱରେ ବେଶ୍‌ ପରିଚିତ। ଏହାର ସଂକ୍ରମଣ ଏବେ ଧନୀଠାରୁ ଗରିବ ସମସ୍ତଙ୍କୁ ଭୟଭିତ କରି ରଖିଛି। ଆମେରିକା ଭଳି ଶକ୍ତିଶାଳୀ...

ଅଜଗର ପାଳିଥିଲେ ମହିଳା, ଶେଷରେ ଏମିତି ଘଟିଲା, ଭିଡିଓ ଦେଖିଲେ…

ସାଧାରଣତଃ ଲୋକମାନେ ଗୃହପାଳିତ ପଶୁ ରଖିବାକୁ ଭଲପାଆନ୍ତି। କେହି କେହି ଘରେ କୁକୁର,ବିଲେଇ, ଗାଈ ଏବଂ ଛେଳି ପାଳି ସେମାନଙ୍କର ଯତ୍ନ ନିଅନ୍ତି। ଅନେକ ଦେଶରେ...

ମହାକାଶରେ ତିଆରି ହେଲା ପ୍ରଥମ ବିସ୍କୁଟ୍‌

ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ରେ ଇଟାଲିର ମହାକାଶଚାରୀ ପ୍ରଥମ ଥର ପାଇଁ ବେକିଂ କରିଛନ୍ତି। ବେକିଂ କରି ସେ ମହାକାଶରେ ପ୍ରଥମ କୁକିଜ୍‌ ବା ବିସ୍କୁଟ ପ୍ରସ୍ତୁତ...

୪୩ ବର୍ଷରେ ୫୩ ଜଣଙ୍କୁ ବିବାହ

ରିୟାଧ: ବୈବାହିକ ଜୀବନରେ ଶାନ୍ତି ଓ ସ୍ଥିରତା ଆଣିବା ପାଇଁ ସାଉଦିର ଜଣେ ୬୩ ବର୍ଷୀୟ ବୃଦ୍ଧ ୪୩ ବର୍ଷ ଭିତରେ ୫୩ ମହିଳାଙ୍କୁ ବିବାହ...

ପେପରମ୍ୟାନ ଶଶାଙ୍କଶେଖର ଦାଶ

ସମାଜର ପ୍ରତିଛବି ଭାବେ ଗଣମାଧ୍ୟମର ଏକ ବଳିଷ୍ଠ କ୍ଷେତ୍ର ଖବରକାଗଜ। ଏହାକୁ ସମାଜର ଦର୍ପଣ କୁହାଯାଏ । ତେବେ ଅନେକ ବ୍ୟକ୍ତି ଅଛନ୍ତି; ଯେଉଁମାନେ କି...

ମଡର୍ନ ଆପ୍ଲିକ

ଚାନ୍ଦୁଆ ହସ୍ତଶିଳ୍ପ ପାଇଁ ପିପିଲିର ନାଁ ବେଶ୍‌ ଜଣାଶୁଣା। ସେହିପରି କପଡ଼ାରେ ତିଆରି ବିଭିନ୍ନ କଳାକୃତିକୁ କଟାଯାଇ ଭିନ୍ନ ଭିନ୍ନ ପୋଷାକପତ୍ରରେ ତାହାକୁ ସିଲେଇ କରାଯାଉଥିବା...

ମଦ ବୋତଲରେ ଭବ୍ୟ ମନ୍ଦିର

ପୃଥିବୀରେ ଥିବା ବିଭିନ୍ନ ଧର୍ମ ମଧ୍ୟରେ ବୌଦ୍ଧଧର୍ମ ଅନ୍ୟତମ। ଏହି ଧର୍ମ ପ୍ରତି ସାରା ପୃଥିବୀରେ ଗୁରୁତ୍ୱ ଓ ସମ୍ମାନ ରହିଛି। ବୌଦ୍ଧ ମନ୍ଦିରରେ ପୂଜା...

ନିଜ ହାତରେ ନିଜ ପାଇଁ କବର ଖୋଳନ୍ତି କଏଦୀ

ପୋଙ୍ଗୟାଙ୍ଗ୍‌,୧୬।୨: ଉତ୍ତର କୋରିଆରେ ଏକ ଜେଲରେ କଏଦୀମାନେ ନିଜ ହାତରେ ନିଜର କବର ଖୋଳିଥାନ୍ତି। ଏହି ଜେଲରେ ନାନା ପ୍ରକାର କଏଦୀଙ୍କୁ ନିର୍ଯାତନା ଦିଆଯାଇଥାଏ। ବିଦେଶୀ...

Advertisement
Archives

Model This Week