ଅଭିନେତା ସିଦ୍ଧାର୍ଥ ଶୁକ୍ଳା, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମଧ୍ୟରେ ରହିଛି ଅଜବ ସଂଯୋଗ

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଅନ୍ତିମ ସଂସ୍କାର ସରିଛି । ମୁମ୍ବାଇର ଓସିୱାରା ଇଲେକ୍ଟ୍ରିକ ଶବଦାହ ଗୃହରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ପରିବାର ସଦସ୍ୟଙ୍କ ବ୍ୟତୀତ ଟେଳିଭିଜନ ଦୁନିଆର ବହୁ କଳାକାର ଲୁହଭିଜା ଆଖିରେ ସିଦ୍ଧାର୍ଥଙ୍କ୍‌ୁ ବିଦାୟ ଦେଇଛନ୍ତି । ସିଦ୍ଧାର୍ଥଙ୍କ ମା’ କୋହକୁ ଛାତିରେ ଚାପି ଧରି ଥର ଥର ହାତରେ ପୁଅକୁ ଶେଷ ବିଦାୟ ଦେଇ ଏକବାର ଭାଙ୍ଗି ପଡିଛନ୍ତି । ଶ୍ମଶାନ ଘାଟରେ ପରିବାର ସଦସ୍ୟଙ୍କ ସହ ଶେହନାଜ ଗିଲଙ୍କୁ ବି ଦେଖିବାକୁ ମିଳିଥିଲା । ସିଦ୍ଧାଥଁଙ୍‌କ ଅନ୍ତି ସଂସ୍କାର ସମୟରେ ଆକାଶ ବି ଯେମିତି କାନ୍ଦୁଥିଲା ବୋଲି କୁହାଯାଉଛି । କାରଣ ବର୍ଷାରେ ଭିଜି ଭିଜି ତାଙ୍କର ପ୍ରିୟଜନମାନେ ତାଙ୍କୁ ବିଦାୟ ଦେଇଛନ୍ତି । ସୂଚନାଯୋଗ୍ୟ, ଗୁରୁବାର ସକାଳେ ସିଦ୍ଧାର୍ଥଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର କହିିଥିଲେ । ବୁଧବାର ରାତିରେ ସେ କିଛି ଔଷଧ ଖାଇ ଶୋଇଥିବା ବେଳେ ସକାଳୁ ଆଉ ନ ଉଠିବାରୁ ତାଙ୍କୁ ବେହୋସ ଅବସ୍ଥାରେ ତାଙ୍କ ଭଉଣି ଭିଣୋଇ ହସ୍ପିଟାଲ ନେଇ ଯାଇଥିଲେ । ହେଲେ ସେତେବେଳକୁ ସିଦ୍ଧାର୍ଥଙ୍କର ମୃତ୍ୟୁ ହୋଇ ସାରିଥିଲା । ଏବେ ସିଦ୍ଧାର୍ଥଙ୍କ ମୃତ୍ୟୁ ସହ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଖୁବ୍ ସଂଯୋଗ ରହିଛି ବୋଲି କୁହାଯାଉଛି । ସୁଶାନ୍ତ ସିଂ ରାଜପୁତଙ୍କର ଏହି କରୋନା ସମୟରେ ମୃତ୍ୟୁ ହୋଇଥିଲା । ସେ ରାତିରେ ଶୋଇଥିବା ବେଳେ ସକାଳୁ ସକାଳୁ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଠିକ ସେମିତି ହୋଇଛି ସିଦ୍ଧାର୍ଥଙ୍କ କ୍ଷେତ୍ରରେ । ଏପଟେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ସମୟରେ ମୁମ୍ବାଇ ଆକାଶରେ ବର୍ଷା ହେଉଥିବା ବେଳେ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ବେଳେ ବି ସେମିତି ବର୍ଷା ଲାଗି ରହିଥିବା କୁହାଯାଉଛି । ଯାହାର ଫଟୋ ଏବେ ଭାଇରାଲ ହେଉଛି । ଯାହା ବି ହେଉନା କାହିଁକି ଉଭୟ କଳାକାରଙ୍କ ଅସମୟ ମୃତ୍ୟୁ ତାଙ୍କ ପ୍ରିୟ ପରିଜନ ଓ ପ୍ରଶଂସକଙ୍କୁ ବହୁତ ଦୁଃଖ ଦେଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ଲୋକପ୍ରିୟ ତେଲୁଗୁ ହାସ୍ୟ କଳାକାର ବେଣୁ ମାଧବ, ଶୋକରେ ବୁଡ଼ିଲା ଟଲିଉଡ୍‌

ମୁମ୍ବାଇ: ପରଲୋକରେ ତେଲୁଗୁ ସିନେମାଜଗତର ଲୋକପ୍ରିୟ ହାସ୍ୟ କଳାକାର ବେଣୁ ମାଧବ। ଦୀର୍ଘଦିନରୁ ଯକୃତ ଏବଂ ବୃକକ୍‌ ସମ୍ପନ୍ଧୀୟ ରୋଗରେ ପୀଡ଼ିତ ଥିବା ବେଣୁଙ୍କର ସ୍ବାସ୍ଥ୍ୟବସ୍ଥା...

ସଞ୍ଜୟଙ୍କ ସ୍ବାସ୍ଥ୍ୟକୁ ନେଇ ଇମୋଶନାଲ ପୋଷ୍ଟ କଲେ ଇର୍ଫାନଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଏବେ କ୍ୟାନସରରେ ପୀଡ଼ିତ ଥିବା ବେଳେ ଚିକିତ୍ସା ପାଇଁ ନିକଟରେ ସେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।...

ଲକ୍‌ଡାଉନ୍‌ରେ ଏତେ ବଦଳିଗଲେ ହନି ସିଂହ

ବମ୍ବେ: ମହାମାରୀ କରୋନାକୁ ନେଇ ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିଲା। ଏବେ ସ୍ଥିତି ଧିରେ ଧିରେ ସ୍ବାଭାବିକ ହେଲାଣି। ଅଭିନେତ୍ରୀ/ଅଭିନେତାମାନେ ପୁଣି ଥରେ ଶୁଟିଂ...

ହୋଷ୍ଟ କଲେ ୩ ମହିଳା

ଲସ୍‌ ଏଞ୍ଜେଲ୍ସ: ଚଳିତ ବର୍ଷ ଓସ୍କାର ସମାରୋହକୁ ପ୍ରଥମ ଥର ପାଇଁ ୩ ମହିଳା ହୋଷ୍ଟ କରିଛନ୍ତି। ରେଜିନା ହଲ, ଏମି ଶ୍ଚୁମର ଏବଂ ଓ୍ବାଣ୍ଡା...

ପ୍ରେମ ବିବାହ ପରେ ବି ସଚିନ୍‌ଙ୍କୁ ଭଲ ପାଉ ନ ଥିଲେ ଜୁହି ପରମାର

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତା ସଚିନ୍‌ ଶ୍ରଫ୍‌ଙ୍କ ୪୦ ତମ ଜନ୍ମଦିନ ମଙ୍ଗଳବାର ପାଳିତ ହେଉଛି। ୧୯୭୯ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଲଭ୍‌...

‘ଅବତାର: ଦ ୱେ ଅଫ ୱାଟର’ର ନୂଆ ଟ୍ରେଲର ରିଲିଜ୍‌, ଡିସେମ୍ବରରେ ରିଲିଜ୍ ହେବ ଫିଲ୍ମ

ମୁମ୍ବାଇ: ଜେମ୍ସ କ୍ୟାମରୁନଙ୍କ ନିର୍ଦ୍ଦେଶିତ ହଲିଉଡ ଫିଲ୍ମ ‘ଅବତାର’ ସାରା ବିଶ୍ୱରେ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ଭାବେ ଜଣାଶୁଣା ।...

ପ୍ରତିଭା ବିକେ, ବିବେକ ନୁହେଁ

ମୁମ୍ବାଇ: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଛି। ଏହି ବିକ୍ଷୋଭରେ ସାମିଲ ହେବା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମହଙ୍ଗା ପଡ଼ିଛି।...

ମୁମ୍ବାଇ ଡବାବାଲାଙ୍କ ପାଇଁ ଭଗବାନ ସାଜିଲେ ସଞ୍ଜୟ-ସୁନୀଲ

ମୁମ୍ବାଇ: କରୋନା ମହାମାରୀ ସମୟରେ ଅନେକ ଲୋକ ସେମାନଙ୍କ ରୋଜଗାର ହରାଇଛନ୍ତି। ଗୋଟିଏ ପଟେ ଅଦୃଶ୍ୟ ମହାମାରୀ କରୋନା ସହ ଲଢିବାକୁ ପଡୁଥିବା ବେଳେ ଅନ୍ୟପଟେ...

Advertisement
Archives

Model This Week