ଅଭିନେତା ସିଦ୍ଧାର୍ଥ ଶୁକ୍ଳା, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମଧ୍ୟରେ ରହିଛି ଅଜବ ସଂଯୋଗ

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଅନ୍ତିମ ସଂସ୍କାର ସରିଛି । ମୁମ୍ବାଇର ଓସିୱାରା ଇଲେକ୍ଟ୍ରିକ ଶବଦାହ ଗୃହରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ପରିବାର ସଦସ୍ୟଙ୍କ ବ୍ୟତୀତ ଟେଳିଭିଜନ ଦୁନିଆର ବହୁ କଳାକାର ଲୁହଭିଜା ଆଖିରେ ସିଦ୍ଧାର୍ଥଙ୍କ୍‌ୁ ବିଦାୟ ଦେଇଛନ୍ତି । ସିଦ୍ଧାର୍ଥଙ୍କ ମା’ କୋହକୁ ଛାତିରେ ଚାପି ଧରି ଥର ଥର ହାତରେ ପୁଅକୁ ଶେଷ ବିଦାୟ ଦେଇ ଏକବାର ଭାଙ୍ଗି ପଡିଛନ୍ତି । ଶ୍ମଶାନ ଘାଟରେ ପରିବାର ସଦସ୍ୟଙ୍କ ସହ ଶେହନାଜ ଗିଲଙ୍କୁ ବି ଦେଖିବାକୁ ମିଳିଥିଲା । ସିଦ୍ଧାଥଁଙ୍‌କ ଅନ୍ତି ସଂସ୍କାର ସମୟରେ ଆକାଶ ବି ଯେମିତି କାନ୍ଦୁଥିଲା ବୋଲି କୁହାଯାଉଛି । କାରଣ ବର୍ଷାରେ ଭିଜି ଭିଜି ତାଙ୍କର ପ୍ରିୟଜନମାନେ ତାଙ୍କୁ ବିଦାୟ ଦେଇଛନ୍ତି । ସୂଚନାଯୋଗ୍ୟ, ଗୁରୁବାର ସକାଳେ ସିଦ୍ଧାର୍ଥଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର କହିିଥିଲେ । ବୁଧବାର ରାତିରେ ସେ କିଛି ଔଷଧ ଖାଇ ଶୋଇଥିବା ବେଳେ ସକାଳୁ ଆଉ ନ ଉଠିବାରୁ ତାଙ୍କୁ ବେହୋସ ଅବସ୍ଥାରେ ତାଙ୍କ ଭଉଣି ଭିଣୋଇ ହସ୍ପିଟାଲ ନେଇ ଯାଇଥିଲେ । ହେଲେ ସେତେବେଳକୁ ସିଦ୍ଧାର୍ଥଙ୍କର ମୃତ୍ୟୁ ହୋଇ ସାରିଥିଲା । ଏବେ ସିଦ୍ଧାର୍ଥଙ୍କ ମୃତ୍ୟୁ ସହ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଖୁବ୍ ସଂଯୋଗ ରହିଛି ବୋଲି କୁହାଯାଉଛି । ସୁଶାନ୍ତ ସିଂ ରାଜପୁତଙ୍କର ଏହି କରୋନା ସମୟରେ ମୃତ୍ୟୁ ହୋଇଥିଲା । ସେ ରାତିରେ ଶୋଇଥିବା ବେଳେ ସକାଳୁ ସକାଳୁ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଠିକ ସେମିତି ହୋଇଛି ସିଦ୍ଧାର୍ଥଙ୍କ କ୍ଷେତ୍ରରେ । ଏପଟେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ସମୟରେ ମୁମ୍ବାଇ ଆକାଶରେ ବର୍ଷା ହେଉଥିବା ବେଳେ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ବେଳେ ବି ସେମିତି ବର୍ଷା ଲାଗି ରହିଥିବା କୁହାଯାଉଛି । ଯାହାର ଫଟୋ ଏବେ ଭାଇରାଲ ହେଉଛି । ଯାହା ବି ହେଉନା କାହିଁକି ଉଭୟ କଳାକାରଙ୍କ ଅସମୟ ମୃତ୍ୟୁ ତାଙ୍କ ପ୍ରିୟ ପରିଜନ ଓ ପ୍ରଶଂସକଙ୍କୁ ବହୁତ ଦୁଃଖ ଦେଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ଲଘୁଚାପ: ରଥଯାତ୍ରାରେ ଅତି ପ୍ରବଳ ବର୍ଷା, ଆହୁରି ୪ ଦିନ ହାଇଆଲର୍ଟ!

ଭୁବନେଶ୍ୱର,୧୫।୭: ପାଣିପାଗକୁ ନେଇ ବଡ଼ ଖବର । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ରଥଯାତ୍ରା ପୂର୍ବରୁ ପାଣିପାଗରେ ବଡ଼ ପରିବର୍ତ୍ତନ । ରାଜ୍ୟର ବିଭିନ୍ନ ସ୍ଥାନରେ…

ଛେଳି ଚରାଳିଙ୍କୁ ମାରି ଖାଇଥିଲା ଭାଲୁ, ଶେଷରେ ନିଜେ ମଲା

ଝରିଗାଁ,୧୫ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମୀ ଶ୍ମଶାନରୁ ବନ ବିଭାଗ ଦ୍ୱାରା କାବୁ ହୋଇଥିବା ରକ୍ତମୁଖା ନରହନ୍ତା ଭାଲୁର ବିଳମ୍ବିତ ରାତିରେ ମୃତ୍ୟୁ…

ସମୁଦ୍ରରେ ଟ୍ରଲର ଦୁର୍ଘଟଣା, ମିଳିଲା ଆଉ ଏକ ମତ୍ସ୍ୟଜୀବୀଙ୍କ ମୃତଦେହ

ଭୋଗରାଇ,୧୫।୭( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ମା କାଳୀ ନାମକ ଟ୍ରଲର ଦୁର୍ଘଟଣାରେ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧ ୩ ତାରିଖରେ ଦକ୍ଷିଣ…

ବଲାଙ୍ଗୀରରେ ଚାଞ୍ଚଲ୍ୟ, ମହିଳାଙ୍କୁ ଛୁରି ଭୁସିବା ପରେ ନିସ୍ତୁକ ମାଡ଼ରେ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

ବେଲପଡ଼ା/ବଲାଙ୍ଗୀର,୧୫।୭(ମନୋଜ କୁମାର ମିଶ୍ର/ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଅଞ୍ଚଳରେ ବୁଧବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ଯୁବକ ପ୍ରଥମେ ଜଣେ…

TMCରେ ବଡ଼ ବିଦ୍ରୋହ! ପତ୍ନୀଙ୍କୁ ED ସମନର ଦିନକ ପରେ ମମତାଙ୍କ ହାତ ଛାଡ଼ିଲେ ମଦନ ମିତ୍ର

କୋଲକାତା,୧୫।୭: ପଶ୍ଚିମବଙ୍ଗର ରାଜନୀତିରେ ହଲଚଲ୍ ଦେଖାଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶ୍ୱସ୍ତ ସହଯୋଗୀ ମଦନ ମିତ୍ର, ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଗୋଷ୍ଠୀରେ…

ବିଜୁଳି ଘଡ଼ଘଡ଼ିରେ ଭାଙ୍ଗିଲା ମନ୍ଦିର ଦଧିନଉତି, ଲୋକେ କହିଲେ…

ଖଣ୍ଡପଡ଼ା,୧୫।୭(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା, ପବନରେ ଏକ ଅଘଟଣ ସାମ୍ନାକୁ ଆସିଛି। ଘଡ଼ଘଡ଼ି, ବର୍ଷା, ପବନରେ…

ଏହି ଦିନ ଆକାଶରେ ଦେଖାଦେବ ଅଦ୍ଭୁତ ଦୃଶ୍ୟ, ଘୋଟିଆସିବ ଅନ୍ଧାର, ଆଉ ତା’ ପରେ…

ଅଗଷ୍ଟ ହେଉଛି ଜ୍ୟୋତିର୍ବିଜ୍ଞାନ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ଏକ ବିଶେଷ ମାସ। ଏହି ମାସରେ ଅନେକ ମହାକାଶୀୟ ଘଟଣା ଦେଖାଯିବ। ଅଗଷ୍ଟ ୧୨ରେ ସୂର୍ଯ୍ୟ…

ଏହି ଆପରେ ମିଳିବ ଗ୍ୟାସ୍ ସିଲିଣ୍ଡର, ଅର୍ଡର କଲେ ମାତ୍ର ୧୦ ମିନିଟରେ ପହଞ୍ଚିବ ଘରେ

ବେଙ୍ଗାଲୁରୁ,୧୫।୭: ଏଣିକି ଗ୍ରାହକଙ୍କ କିଛି ମାତ୍ରାରେ ଗ୍ୟାସ ସିଲିଣ୍ଡର ଚିନ୍ତା କମିବ । ଅନଲାଇନରେ ଅର୍ଡର କଲେ କିଛି ମିନିଟରେ ଘରେ ପହଞ୍ଚିବ LPG ସିଲିଣ୍ଡର ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri