Posted inUncategorized

ଗଣେଶଚନ୍ଦ୍ରଙ୍କ ଶିଖର ଛୁଇଁବାର ନିଶା: ୨୧ ପର୍ବତାରୋହଣ କରିପାରି…

ପର୍ବତ ଶିଖରକୁ ଚଢ଼ିବାର ଦୁର୍ବାର ନିଶା ସବୁବେଳେ ଜଣେ ପର୍ବତାରୋହୀ ମନରେ ରହିଥାଏ। ଆଗକୁ ଅଗ୍ରସର ହେବାର ଉତ୍ସୁକତାରେ ବହୁ ବାଧାବିଘ୍ନକୁ ଆଡ଼େଇ ପର୍ବତାରୋହୀ ଆଗେଇ ଚାଲନ୍ତି ନିଜ ଗନ୍ତବ୍ୟ ପଥରେ। ଯେଉଁ ଦୁଃସାହସିକ ଅଭିଯାନର ପାଦେପାଦେ ରହିଥାଏ ବିପଦ। କିନ୍ତୁ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସେମାନେ କରିଥାନ୍ତି ନାହିଁ ନ ଥିବା ସାଧନା। ଏସବୁ ପଛରେ ଯାହା ସବୁଠୁ ବେଶି ରହିଥାଏ ତାହା ହେଲା ଦେଶପାଇଁ ଗୌରବ ଅର୍ଜନ କରିବାର ଝୁଙ୍କ୍‌।
ସାଧାରଣତଃ ପର୍ବତାରୋହୀମାନେ ପାହାଡ଼ର ଯେତେ ଯେତେ ଶିଖରକୁ ଚଢ଼ନ୍ତି ସେତେ ସେତେ ନିଃଶ୍ୱାସ ଛାଡ଼ିବା ଓ ପ୍ରଶ୍ୱାସନେବା କଷ୍ଟସାଧ୍ୟ ହୋଇପଡ଼େ। ଏଥିପାଇଁ ପୂର୍ବରୁ ତାଲିମ ନେବାକୁ ହୁଏ। କେତେକ ସରଞ୍ଜାମକୁ ବ୍ୟବହାରକରି ଏମାନେ ମାଡ଼ିଚାଲନ୍ତି ଆଗକୁ ଆଗକୁ। କିନ୍ତୁ ଦୃଢ଼ମନୋବଳ ଓ ଅଦମ୍ୟ ସାହସ ହିଁ ତାଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାରେ ସହାୟକ ହୋଇଥାଏ। ସେମିତି ଜଣେ ପର୍ବତାରୋହୀ ହେଲେ ଗଣେଶଚନ୍ଦ୍ର ଜେନା। ସାଧାରଣ ମଣିଷ ସେ, ମାତ୍ର ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ। ଦୃଢ଼ମନୋବଳ, ସାହସ ଓ ନିଷ୍ଠାର ସହିତ ସାଧନାକୁ ଜାରି ରଖିଥିବାରୁ ସେ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗରେ ପାଦ ଥାପିପାରିଛନ୍ତି। ପ୍ରଥମ ଓଡ଼ିଆ ଟ୍ରାଭର୍ସ କ୍ଲାଇମ୍ବି କ୍ଷେତ୍ରରେ ମସ୍କୋର ମାଉଣ୍ଟ ଏଲ୍‌ବ୍ରସ ଅତିକ୍ରମ କରିଥିବା ପର୍ବତାରୋହୀ ଗଣେଶଚନ୍ଦ୍ର ଜେନାଙ୍କ ଘର ଗଜପତି ଜିଲାର ପାରଳାଖେମୁଣ୍ଡି ଅନ୍ତର୍ଗତ ବ୍ରାହ୍ମଣ ସୀତାପୁର ଗାଁରେ। ସେ କୁହନ୍ତି, ମୋର ଜନ୍ମ ୫ା୫ା୧୯୭୨ରେ। ପିତା କଣ୍ଟାରୁ ଜେନା, ମାତା ସୀତା ଦେଈ । ଗଣେଶ କୁହନ୍ତି,‘ପିଲାବେଳେ ଆମ ଗାଁ ନିକଟରେ ଥିବା ପାହାଡ଼ରେ ସାଙ୍ଗମାନଙ୍କ ସହିତ ଯେତେବେଳେ ଚଢୁଥିଲି ମୁଁ ଭାବୁଥିଲି ହିମାଳୟ ପର୍ବତରେ ଥରେ ଚଢିପାରନ୍ତି କି। ସମୟକ୍ରମେ କଲେଜପଢ଼ା ବୟସରେ ଉଚ୍ଚପର୍ବତ ଆରୋହଣ କରିବା ନିମନ୍ତେ ଦୁଃସାହସିକ କ୍ରୀଡ଼ା ପ୍ରତି ମନବଳାଇଥିଲି। ଗୁରୁ ରାକେଶ କୁମାର ପନଓ୍ବାରଙ୍କ ପ୍ରଶିକ୍ଷଣରେ ଯୋଗ ଦେଲି। ପ୍ରଥମେ ପ୍ରଥମେ ଛୋଟଛୋଟ ପର୍ବତ ଆରୋହଣ କରିବା ଅଭ୍ୟାସ କଲି। ୨୦୧୧ରେ ବିମାନ ଯୋଗେ କାଠମାଣ୍ଡୁ ଯାଇଥିଲି। ସେଠାରେ ସର୍ବ ପ୍ରଥମେ ହନୁମାନଙ୍କୁ ଆରାଧନା କରି ଏହି ଅଭ୍ୟାସ ଜାରି ରଖିଥାଏ। ଧୀରେଧୀରେ ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ପର୍ବତାରୋହଣ କରି ସଫଳତା ମିଳିବାରୁ ମନରେ ଉତ୍ସାହ ଜନ୍ମିଥିଲା। ପ୍ରାୟ ୨୧ଟି ପର୍ବତର ଶୃଙ୍ଗଦେଶକୁ ଛୁଇଁସାରିଲିଣି। ସେଥିମଧ୍ୟରେ ଦେଶରେ ରହିଥିବା ପ୍ରାୟ ୧୫ଟି ଉଚ୍ଚଶୃଙ୍ଗ ହୋଇଥିବା ବେଳେ ୬ଟି ପ୍ରାୟ ବିଦେଶରେ। ଅନ୍ୟପକ୍ଷେ ଶତାଧିକ ଦୁଃସାହସିକ କ୍ରୀଡ଼ା ଶିବିରରେ ଅଂଶଗ୍ରହଣ କରିସାରିଛି। ଏଭେରେଷ୍ଟ, ସେଟିଧାର, ମାମୋଷ୍ଟଙ୍ଗ କାଙ୍ଗ୍ରି ଶୃଙ୍ଗ, ମାଉଣ୍ଟ ଏଲବ୍ରଶ ଆଦି ଅନେକ ଗିରିଶୃଙ୍ଗରେ ପହଞ୍ଚି ସାରିଲିଣି। ଦୀର୍ଘ ୨୯ବର୍ଷର ପାହାଡ଼ଛଢ଼ା ଅଭିଜ୍ଞତାରେ ଅନେକ କିଛି ଅନୁଭୂତି ରହିଛି। ୧୯୯୯ କାର୍‌ଗିଲ୍‌ ଯୁଦ୍ଧ ସମୟରେ ବି ଏହି ଅଭିଯାନ ପାଇଁ ପ୍ରଶିକ୍ଷକ ରାକେଶ ପାନଓ୍ବାରଙ୍କ ସହିତ ଉଚ୍ଚପାହାଡ଼ିଆ ରାସ୍ତାରେ ଯିବା ବେଳେ ଆହତ ହୋଇପଡ଼ିଥିଲି। ହିମାଚଳ ପ୍ରଦେଶର ଓ ଜମ୍ମୁ-କଶ୍ମୀର ସୀମାନ୍ତ ଅଞ୍ଚଳରେ ବାରଳାଖଳା ଏକ ଗିରିଶୃଙ୍ଗ। ଯେଉଁଠାରେ ତାପମାତ୍ରା ପ୍ରାୟ -୩୦ଂରୁ -୩୫ଂ ହେବ । ସେଠାରେ ନିଃସହାୟ ହୋଇପଡ଼ିଥିଲି। ବିଶ୍ରାମ ନେବାପାଇଁ କୌଣସି ଆଶ୍ରୟ ସ୍ଥଳ ପାଇଲୁନାହିଁ। ପାଖରେ ଥିବା ଏକ ଆଜବେଷ୍ଟସ ଘର ଭିତରକୁ ବହୁକଷ୍ଟରେ ଯାଇ ଗୋଟେ ରାତି ବିନା ଖାଦ୍ୟ ପାନୀୟରେ କେବଳ ଚକୋଲେଟ ଟିଏ ପାଟିରେ ଜାକି ଗୁରୁଙ୍କ ସହିତ ରହିଥିଲି । ତେବେ ତାପମାତ୍ରା ଏତେ କମ୍‌ ଥିଲା ଯେ ହାତଗୋଡ଼ ସବୁ ଅଚଳ ହୋଇପଡ଼ିଥିଲା। ଏହି ସମୟରେ ଏକ ଯୁଦ୍ଧ ଯାନ ସେହି ରାସ୍ତା ଦେଇ ଅତିକ୍ରମ କରୁଥିଲା, ସେମାନେ ଆମ ପାଖରେ ଅଟକିଗଲେ । ଆମକୁ ପିଇବାକୁ ପାଣି ଦେଲେ ତା’ପରେ ଆମକୁ ତାଙ୍କ ଗାଡ଼ିରେ କ୍ୟାମ୍ପକୁ ନେଇ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ। ସେଠାରେ ସେତେବେଳେ ଓଡ଼ିଆ ସୈନିକ ଶ୍ରୀନିବାସ ରାଓ ଥିଲେ। ସେମାନଙ୍କ ପାଇଁ ଆମେ ସେଠାରୁ ଉଦ୍ଧାର ହୋଇ ବଞ୍ଚି ଯାଇଥିଲୁ। ମାତ୍ର ସେହି ସମୟର ଯୁଦ୍ଧରେ ଶ୍ରୀନିବାସ ରାଓ ଶହୀଦ ହେବାର ଖବର ଶୁଣି ଭାଙ୍ଗିପଡ଼ିଥିଲି। ଏକଥା କେବେ ଭୁଲିପାରିବି ନାହିଁ । ଏହି ଦୁଃସାହସିକ ପର୍ବତାରୋହଣ ପାଇଁ ଅନେକ ସଂସ୍ଥାରୁ ସମ୍ମାନିତ ଓ ପୁରସ୍କୃତ ହୋଇଛି। ଏବେ ମୋର ସାନ ଝିଅ ଆରଧ୍ୟା ଜେନା ମଧ୍ୟ ପାହାଡ଼ଚଢା ଅଭ୍ୟାସ ଜାରିରଖିଛି।
ଏହି ଦୁଃସାହସିକ ପର୍ବତାରୋହଣ କ୍ରୀଡ଼ା ପ୍ରତି ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ରହିଛି। ଅନେକ ପ୍ରତିଭା ଏହି କ୍ଷେତ୍ରରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ଏଥିରେ ସୁଯୋଗ ରହିଛି।
-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଭେଟଘାଟକୁ ନେଇ ଗାଁ ଗାଁରେ ଉତ୍ସାହ: ଜୁହାର ଭେଟ ସାଙ୍ଗକୁ ଜମିବ ନାଚଗୀତର ଆସର

ଅମରପାଲି,୧୪ା୯(ପୀତାମ୍ବର ସାହୁ):ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ନୂଆଁଖାଇ ଆସିବା ପୂର୍ବରୁ ହିଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡର ଗାଁଠୁ ସହର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?