Posted inଫୁରସତ

ଝିଅ ନା ରବର

ମଣିଷ ଶରୀରର ଅଙ୍ଗଗୁଡିକ ଏପରିଭାବେ ସଂଯୋଗ ହୋଇଛି, ଯେମିତିକି ତାହା ଭଲରେ ସଂଞ୍ଚାଳନ ହୋଇପାରିବ। ଆଗପଛ, ବାମ ଡାହାଣ ହୋଇପାରିବ। ହେଲେ କିଛିଟା ସୀମା ପର୍ଯ୍ୟନ୍ତ ଏସବୁ ହୋଇପାରେ। ତେବେ ଜର୍ମାନୀର ଜୁଲିଆ ଗୁନ୍ଥେଲ ଯେକି ଜେଲ୍ଟା ନାମରେ ବେଶ୍‌ ପରିଚିତ ତାଙ୍କ ଶରୀର ସବୁଠୁ ଭିନ୍ନ। ଅବିଶ୍ୱସନୀଭାବେ ତାଙ୍କ ଶରୀରର ଅଙ୍ଗଗୁଡିକ ମୋଡି ପାରେ। ତାଙ୍କ ଶରୀର ଏତେ ଫ୍ଲେକ୍ସିବଲ୍‌ ବା ନମନୀୟ ଯେ, ନିଜକୁ ମୋଡି ସେ ଏକ ସୁଟ୍‌ବକ୍ସ ଭିତରେ ରହିପାରନ୍ତି। ଏହି ଶରୀର ଲାଗି ସେ ଅନେକ ରେକର୍ଡ ବି କରିଛନ୍ତି। ଯେମିତିକି ଏକ ନିର୍ଦ୍ଦିଷ୍ଟ ଦୂରତାରେ ଥିବା ପ୍ରାୟ ୧ ଫୁଟ୍‌ ଉଚ୍ଚତାର ଦୁଇଟି ବାଡି ଉପରେ ସନ୍ତୁଳନ ରକ୍ଷା କରି ଠିଆ ହୋଇ ଶରୀରକୁ ସମ୍ପୂର୍ଣ୍ଣଭାବେ ପଛକୁ ମୋଡି ଭୂମି ଉପରେ ଥିବା ପ୍ଲେଟ୍‌ରୁ ସର୍ବାଧିକ ୧୦ଟି ଗୋଲାପ ଫୁଲ ପାଟିରେ ଉଠାଇ ଆଣି ଶରୀରକୁ ସିଧା କରି ଆଉଥରେ ଶରୀରକୁ ସାମ୍‌ନା ପଟକୁ ନୁଆଇଁ ଫୁଲକୁ ତଳେ ରଖି ଏକ ରେକର୍ଡ କରିଛନ୍ତି। ସେହିଭଳି ଶରୀରକୁ ପୂରାପୁରି ପଛକୁ ମୋଡି, ପିଠି ଓ ନିତମ୍ବ ମଝିରେ ବେଲୁନ୍‌ ରଖି ତାକୁ ଫୁଟାଇ ଆଉ ଏକ ରେକର୍ଡ କରିଛନ୍ତି। ସେହିଭଳି ଏଲ୍‌ବୋ ଷ୍ଟାଣ୍ଡ ପୋଜିସନ୍‌ରେ ରହି ଦୁଇ ଗୋଡକୁ ପିଠି ପଟକୁ ମୋଡି ମୁଣ୍ଡ ପାଖରେ ଭୂମି ଉପରେ ଥିବା ବିୟର ବୋତଲର ଠିପିକୁ ଗୋଡରେ ଫିଟାଇ ଜେଲ୍ଟା ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି। ସେ ଏହି ସବୁ କାରନାମା କଲାବେଳେ ଯେ କେହି ତାଙ୍କ ଶରୀରର ନମନୀୟତାକୁ ଦେଖି ଚକିତ ହୋଇଯାଆନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?