Posted inଫୁରସତ

ଐତିହାସିକ ସହର ଜାମନଗର

ଗୁଜରାଟର ଏକ ଐତିହାସିକ ସହର ଭାବେ ଜାମନଗର ପରିଚିତ। ପର୍ଯ୍ୟଟନ ହେଉ ଅବା ଅର୍ଥନୀତି କିମ୍ବା ଶିକ୍ଷା ସବୁ କ୍ଷେତ୍ରରେ ଏହାର ନିଜସ୍ବ ଏକ ପରିଚୟ ରହିଛି। ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ ଯେ ୧୫୪୦ ମସିହାରେ ଜାମନଗର ରାଜା ଜାମସାହିବଙ୍କ ଦ୍ୱାରା ନଓ୍ବାନଗର ଭାବେ ପ୍ରଥମେ ଗଢିଉଠିଥିଲା। କିନ୍ତୁ ପର୍ଯ୍ୟାୟକ୍ରମେ ଏହା ଉପରେ ଆହୁରି ଅନେକ ରାଜା ଶାସନ କଲେ ଏବଂ କ୍ରମେ ଏହାର ନାମ ପରବର୍ତ୍ତନ ହୋଇ ଜାମନଗର ହେଲା। ଆଉ ଏବେ ଏହା ଗୁଜରାଟର ଏକ ମହତ୍ତ୍ୱପୂର୍ଣ୍ଣ ଔଦ୍ୟୋଗିକ କେନ୍ଦ୍ର ତଥା ପ୍ରଶାସନିକ ମୁଖ୍ୟାଳୟ ଭାବେ ପରିଚିତ ହେଉଛି; ଯାହା ସତରେ ଏକ ଗୌରବଶାଳୀ ବିଷୟ।

କ’ଣ ଦେଖିବେ
ଯେହେତୁ ଜାମନଗର ଉପରେ ଅନେକ ରାଜା ଶାସନ କରୁଥିଲେ, ତେଣୁ ଏଠାରେ ଏକାଧିକ ପ୍ୟାଲେସ ଏବଂ ଦୁର୍ଗ ଥିବାର ଦେଖିବାକୁ ମିଳିଥାଏ। ଯେମିତିକି ଦରବାରଗଡ଼ ପ୍ୟାଲେସ, ପ୍ରତାପ ବିଳାସ ପ୍ୟାଲେସ ଏବଂ ଲାଖୋଟ୍‌ ଦୁର୍ଗ ଇତ୍ୟାଦି ପ୍ରମୁଖ। ସେହିପରି ଜାମନଗରରେ ଅନେକ ଆଧ୍ୟାତ୍ମିକ ପୀଠ ବି ରହିଛି; ଯଥା ତ୍ରିମନ୍ଦିର, ବର୍ଦ୍ଧମାନ ଶାହ ମନ୍ଦିର, ଶାନ୍ତିନାଥ ମନ୍ଦିର, ମୋଟା ଆଶାପୁରା ମନ୍ଦିର, ବାଲ୍‌ ହନୁମାନ ମନ୍ଦିର, ଭୋଳେଶ୍ୱର ମହାଦେବ ମନ୍ଦିର, ବାପସ୍‌ ଶ୍ରୀସ୍ବାମୀନାରାୟଣ ମନ୍ଦିର, ଧନଭନ୍ତ୍ରୀ ମନ୍ଦିର ଇତ୍ୟାଦି ଅନ୍ୟତମ। ଏସବୁ ବ୍ୟତୀତ ଏଠାରେ ଥିବା ଜାମ୍‌ ରଞ୍ଜିତ୍‌ ସିଂହଜୀ ପାର୍କ, ସର୍ଦ୍ଦାର ପଟେଲ୍‌ ଆମ୍ୟୁଜ୍‌ମେଣ୍ଟ ପାର୍କ, କ୍ରିମେଶନ୍‌ ପାର୍କ, ଜୋଗର୍ସ ପାର୍କ ଇତ୍ୟାଦିର ଆକର୍ଷଣୀୟ ସୌନ୍ଦର୍ଯ୍ୟ ବି ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ ନିଜ ଆଡ଼କୁ। ଏହାଛଡ଼ା ଜାମନଗରରେ ଥିବା ରୋଜି ଆଣ୍ଡ ବେଦୀ ପୋର୍ଟ, ମେରାଇନ୍‌ ନ୍ୟାଶନାଲ୍‌ ପାର୍କ, ପିରୋଟାନ୍‌ ଆଇଲାଣ୍ଡ, ବାଲ୍‌ଚଡି ବିଚ୍‌, ଖିଜଦୀୟା ପକ୍ଷୀ ଅଭୟାରଣ୍ୟ, ବୋହ୍‌ରା ହଜିରା, ଭୁଚାର୍‌ ମୋରି ଶହୀଦ୍‌ ଭ୍ୟାନ୍‌, ଭୁଜିଓ କୋଠୋ, ସୋଲାରିୟମ୍‌, କୋଠା ବାସ୍‌ଟନ୍‌, ଓ୍ବିଲିଙ୍ଗ୍‌ଡନ୍‌ କ୍ରିସେଣ୍ଟ ଇତ୍ୟାଦି ପର୍ଯ୍ୟଟନସ୍ଥଳୀ ବି ବେଶ୍‌ ଆକର୍ଷଣୀୟ ହୋଇଥାଏ ଦେଖିବାକୁ। କହିବାକୁ ଗଲେ ପର୍ଯ୍ୟଟକ ଜାମନଗର ବୁଲିଆସିଲେ ଏଠାରେ ବହୁ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ ଦେଖିବା ସହ ଅନେକ ନିଆରା ଅନୁଭୂତି ସାଉଁଟି ପାରିବେ, ଏଥିରେ ସନ୍ଦେହ ନାହିଁ।

ଔଦ୍ୟୋଗ ଓ ବ୍ୟାପାର
ବକ୍ସାଇଟ୍‌ ଏବଂ ବ୍ରାସ୍‌ ଉତ୍ପାଦନ କ୍ଷେତ୍ରରେ ଜାମନଗରର ବେଶ୍‌ ନାଁ ରହିଛି। ତା’ଛଡ଼ା ବାନ୍ଧେନୀ ବସ୍ତ୍ର ତିଆରି, ଆକର୍ଷଣୀୟ ମାଟିପାତ୍ର ତଥା ଜରିକାମ ଏବଂ ବିଭିନ୍ନ ପ୍ରକାରର ଧାତୁରେ ତିଆରି ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ କରିବାରେ ଜାମନଗରବାସୀ ବେଶ୍‌ ସିଦ୍ଧହସ୍ତ। କେବଳ ସେତିକି ନୁହେଁ, ଜାମନଗର ରିଫାଇନେରି ହେଉଛି ଭାରତ ତଥା ବିଶ୍ୱର ଅନ୍ୟତମ ପ୍ରମୁଖ ତୈଳ ରିଫାଇନେରି। ତେଣୁ ଏ କ୍ଷେତ୍ରରେ ବି ଦେଶବିଦେଶରେ ଜାମନଗରର ବେଶ୍‌ ଖ୍ୟାତି ରହିଛି। ସେଥିପାଇଁ ମଧ୍ୟ ପର୍ଯ୍ୟଟକ ଏଠାକୁ କିଛିଟା ନିଆରା କଥା ଜାଣିବା ସକାଶେ ଧାଇଁ ଆସିଥାନ୍ତି।

କେବେ ଓ କେମିତି ଯିବେ
ପର୍ଯ୍ୟଟନ ଦୃଷ୍ଟିକୋଣରୁ ଦେଖିଲେ, ଜାମନଗରକୁ ବର୍ଷର ଯେ କୌଣସି ସମୟରେ ବୁଲି ଯାଇହେବ। କିନ୍ତୁ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ବର୍ଷାଦିନକୁ ଛାଡି ବାକି ଅନ୍ୟ ଯେ କୌଣସି ସମୟରେ ଏଠାକୁ ବୁଲିଗଲେ ଭରପୂର ମଜା ନେଇହେବ। ସେହିପରି ଜାମନଗର ଯିବାପାଇଁ ଗମନାଗମନର ମଧ୍ୟ ବେଶ୍‌ ଭଲ ସୁବିଧା ରହିଛି। ଜାମନଗର ସହରଠାରୁ ମାତ୍ର ୯ କି.ମି. ଦୂରରେ ରହିଛି ଜାମନଗର ଏୟାରପୋର୍ଟ; ଯେଉଁଠାକୁ ମୁମ୍ବାଇ, ଅହମଦାବାଦ୍‌, ଭଦୋଦରା ତଥା ଦେଶର ଅନ୍ୟ ପ୍ରମୁଖ ସହରରୁ ନିୟମିତ ବ୍ୟବଧାନରେ ବିମାନ ଚଳାଚଳ କରିଥାଏ। ସେହିପରି ସହରଠାରୁ ମାତ୍ର ୪ କି.ମି. ଦୂରରେ ରହିଛି ଜାମନଗର ରେଳଷ୍ଟେଶନ; ଯେଉଁଠାକୁ ଦେଶର ବିଭିନ୍ନ ସ୍ଥାନରୁ ନିୟମିତ ଟ୍ରେନ୍‌ ଯା’ଆସ କରିଥାଏ। ଏହାଛଡ଼ା ଜାମନଗର ଯିବାପାଇଁ ବସ୍‌ର ମଧ୍ୟ ସୁବିଧା ଉପଲବ୍ଧ ଅଛି। ତେଣୁ ପର୍ଯ୍ୟଟକ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଜାମନଗରରେ ପହଞ୍ଚତ୍ ବୁଲାବୁଲି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି…

ନିଜ ପରିବାର ସହ ଅମ୍ବାନୀଙ୍କ ଗଣପତି ଉତ୍ସବରେ ପହଞ୍ଚିଲେ ସଚିନ ତେନ୍ଦୁଲକର; ଶାଢ଼ୀ ପିନ୍ଧି ସଭିଙ୍କ ଦୃଷ୍ଟି ଆକର୍ଷଣ କଲେ ସାରା

ମୁମ୍ବାଇ: ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅବସରରେ ଅମ୍ବାନୀ ପରିବାର ବେଶ ଧୁମଧାମରେ ଗଣପତି ବାପ୍ପାଙ୍କୁ ସ୍ବାଗତ କରିଥିଲେ। ସେପ୍ଟେମ୍ବର ୧୪ ରେ ‘ଆଣ୍ଟିଲିଆ’ (Antilia) ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?