ନିଆରା ହୋଟେଲ

ବୁଲିବାକୁ ଗଲେ ବିଳାସପୂର୍ଣ୍ଣ ହୋଟେଲରେ
ରହିବାକୁ ଅନେକେ ପସନ୍ଦ କରନ୍ତି । ତେଣୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲଗୁଡ଼ିକୁ ଭିନ୍ନ ଭିନ୍ନ ଡିଜାଇନ୍‌ରେ ସୁସଜ୍ଜିତ କରାଯାଇଥାଏ। ତେବେ ଏମିତି କିଛି ନିଆରା ହୋଟେଲ ରହିଛି, ଯାହା ହୁଏତ ଆପଣଙ୍କୁ ଅଜଣା ଥିବ। ଜାଣିବା ସେମିତି
କିଛି ହୋଟେଲ ସମ୍ପର୍କରେ…
ଟ୍ରି ହୋଟେଲ, ସ୍ବିଡେନ୍‌- ନଁା ଶୁଣିକି ହୁଏତ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏହା ସତ। ସ୍ବିଡେନ୍‌ର ଲୁଲେ ନଦୀ ଉପତ୍ୟକାରେ ଏହି ହୋଟେଲ୍‌ ଉପସ୍ଥିତ। ଗଛ ଉପରେ ତିଆରି ହୋଇଥିବା ଏହି ହୋଟେଲଟି କ୍ୟୁବ୍‌ ଆକାରର, ଯାହାର ଚାରିପଟ ମିରର୍‌ ଦ୍ୱାରା ଆଚ୍ଛାଦିତ। ଗଛଗୁଡ଼ିକର ପ୍ରତିଫଳନ ଏହା ଉପରେ ପଡ଼ୁଥିବାରୁ ହୋଟେଲଟି ସୁନ୍ଦର ଦେଖାଯାଏ। ‘ଦ ଟ୍ରି ଲଭର୍‌’ ଫିଲ୍ମରୁ ଅନୁପ୍ରାଣିତ ହୋଇ ଜୋନାସ୍‌ ସେଲ୍‌ବର୍ଗ ଅଗଷ୍ଟସେନ୍‌ ଏହି ହୋଟେଲଟି ତିଆରି କରିଥିଲେ।
ସନ୍‌ କ୍ରୁଇଜ୍‌ ରିସର୍ଟ, ସାଉଥ୍‌ କୋରିଆ- ସୂର୍ଯ୍ୟକିରଣ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହି ସ୍ଥାନଟି ବେଶ୍‌ ପ୍ରସିଦ୍ଧ। ହୋଟେଲଟି ଜାହାଜ ଆକୃତିରେ ତିଆରି ହୋଇଛି, ଯାହା ସେଠାରେ ଥିବା ପାହାଡ଼ ଉପରେ ଅବସ୍ଥିତ। ସୂର୍ଯ୍ୟଙ୍କ ପ୍ରଥମ କିରଣ ଏଠାରେ ପଡ଼ୁଥିବାରୁ ଏହାର ସୌନ୍ଦର୍ଯ୍ୟ ଖୁବ୍‌ ନିଆରା। ହୋଟେଲଟିରେ ୨୧୧ଟି ରୁମ୍‌, କ୍ଲବ୍‌, ଓ୍ବାଟର ପୁଲ୍‌ ଆଦି ରହିଛି।
ଆଇସ୍‌ ହୋଟେଲ, ସ୍ବିଡେନ୍‌- ୧୯୮୯ରେ ତିଆରି ହୋଇଥିବା ଏଇ ହୋଟେଲଟି ହେଉଛି ପୃଥିବୀର ପ୍ରଥମ ହୋଟେଲ, ଯାହା ବରଫରେ ତିଆରି ହୋଇଛି। ପ୍ରତି ବର୍ଷ ଶୀତଦିନେ ଏହାର ଆକାରକୁ ବଦଳାଯାଏ। ଉଭୟ ଗରମ ଏବଂ ଥଣ୍ଡା ଥିବା ରୁମ୍‌ ଏଠାରେ ୧୫୦ଟି ରହିଛି। ଏଠାର ବେଡ଼୍‌ଗୁଡ଼ିକ ମଧ୍ୟ ବରଫରେ ତିଆରି ହୋଇଛି। ଏହାଛଡ଼ା ଏଠାରେ ଆଇସ୍‌ ଚର୍ଚ୍ଚ, ଆଇସ୍‌ ବାର୍‌, ଆଇସ୍‌ ଷ୍ଟୁଡିଓ ଏବଂ ଗରମ ଥିବା ୨ଟି ରେଷ୍ଟୁରାଣ୍ଟ ଓ ୪ଟି ମିଟିଂ ରୁମ୍‌ ରହିଛି।
କୋଷ୍ଟା ଭର୍‌ଡ଼େ, କୋଷ୍ଟାରିକା- ପ୍ରଶାନ୍ତ ମହାସାଗର ନିକଟବର୍ତ୍ତୀ କୋଷ୍ଟାଲ୍‌ ରେନ୍‌ ଫରେଷ୍ଟରେ ଏହି ହୋଟେଲ୍‌ ଅବସ୍ଥିତ। ଏହା ଦେଖିବାକୁ ଉଡ଼ାଜାହାଜ ପରି। ୧୯୬୫ ମସିହାରେ ତିଆରି ହୋଇଥିବା ‘ବୋଇଙ୍ଗ୍‌-୭୨୭’ ଉଡ଼ାଜାହାଜ ଆକୃତି ଅନୁଯାୟୀ ଏହା ତିଆରି ହୋଇଛି। ଏହା ମଧ୍ୟରେ ଥାଇ ଜଣେ ‘କାନୋପି’ ଜଙ୍ଗଲର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବ।
ଫିନ୍‌ ଲଫ୍‌ ରିସର୍ଟ, ନର୍ଦନ ଆୟର୍ଲାଣ୍ଡ- ଏହା ଦେଖିବାକୁ ବବଲ୍ସ ବା ଫୋଟକା ପରି ଓ ଟ୍ରାନ୍ସପରେଣ୍ଟ। ଏହା ମଧ୍ୟରେ ରହିଲେ ଆପଣ ବାହାର ଦୃଶ୍ୟକୁ ଭଲ ଭାବେ ଅର୍ଥାତ୍‌ ୧୮୦ଂ ରେ ଦେଖିପାରିବେ। ମୁଖ୍ୟତଃ ରାତି ସମୟରେ ବାହାର ସୌନ୍ଦର୍ଯ୍ୟକୁ ଭଲ ଭାବେ ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ମିଳିଲା ପାଠ୍ୟ ଉପକରଣ

କେନ୍ଦୁଝର:୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ କୋଡିପଶା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଜୁଆଙ୍ଗ ଗ୍ରାମ ଘୁଙ୍ଗି ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ସ୍ଥାନୀୟ ସଚ୍ଛୋସେବୀ…

ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ଟିବି ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଯକ୍ଷ୍ମା ରୋଗ ଉପରେ ଏକ…

ବିଧାୟକ ହେବା ପରେ ପ୍ରତି ମାସରେ କେତେ ଦରମା ପାଇବେ ପ୍ରଶାନ୍ତ କିଶୋର, ଜାଣନ୍ତୁ କେଉଁ ସବୁ ସରକାରୀ ସୁବିଧା ମିଳିବ…

ପାଟନା,୪।୮: ବଡ଼ ବଡ଼ ରାଜନୈତିକ ଦଳକୁ ନିର୍ବାଚନ ଜିତିବାର ରଣନୀତି ଦେଉଥିବା ରାଜନୈତିକ ବିଶ୍ଳେଷକରୁ ସିଧାସଳଖ ରାଜନୀତିକୁ ପ୍ରବେଶ କରିଥିବା ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ…

ସ୍ବାମୀ ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ଯୁକ୍ତିତର୍କ କଲେ ସ୍ତ୍ରୀ, କହିଲେ- ସେ ବାଥରୁମ୍‌ରେ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ପୋଲିସ ତାଙ୍କୁ ତାଙ୍କ ବାସଭବନରୁ ନେଇଥିଲା। ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ତାଙ୍କ…

ପାଟ୍ରୋଲିଂ ବେଳେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା, ଡାଲା ଅଟୋରେ ମିଳିଲା….

ଜଗନ୍ନାଥ ପ୍ରସାଦ,୪।୮(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର…

RJD, BJP ନା କଂଗ୍ରେସ; କାହା ସହ ମେଣ୍ଟ କରିବେ ପ୍ରଶାନ୍ତ କିଶୋର? ନିଜେ କଲେ ବଡ଼ ଖୁଲାସା

ପାଟନା,୪।୮: ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବାର ସମ୍ଭାବନାକୁ ଖଣ୍ଡନ କରି କହିଛନ୍ତି ଯେ, ବାଙ୍କିପୁର ବିଧାନସଭା…

ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ BCCIର ବଡ଼ ଘୋଷଣା, ଟିମ ଇଣ୍ଡିଆକୁ ଆସିଲେ ଆଉ ୨ ଖେଳାଳି

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ…

‘ବନ୍ଦ କରିଦେବି ଜନସୁରାଜ ପାର୍ଟି…,’ କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର? ଜାଣନ୍ତୁ ଏହା ପଛର କାରଣ

ପାଟନା,୪।୮: ବାଙ୍କିପୁର ଉପନିର୍ବାଚନରେ ଏକ ବଡ଼ ବିଜୟ ପରେ, ଜନ ସୁରାଜ ପ୍ରତିଷ୍ଠାତା ଏବଂ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଏକ ସ୍ବତନ୍ତ୍ର ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri