ନିଆରା ହୋଟେଲ

ବୁଲିବାକୁ ଗଲେ ବିଳାସପୂର୍ଣ୍ଣ ହୋଟେଲରେ
ରହିବାକୁ ଅନେକେ ପସନ୍ଦ କରନ୍ତି । ତେଣୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲଗୁଡ଼ିକୁ ଭିନ୍ନ ଭିନ୍ନ ଡିଜାଇନ୍‌ରେ ସୁସଜ୍ଜିତ କରାଯାଇଥାଏ। ତେବେ ଏମିତି କିଛି ନିଆରା ହୋଟେଲ ରହିଛି, ଯାହା ହୁଏତ ଆପଣଙ୍କୁ ଅଜଣା ଥିବ। ଜାଣିବା ସେମିତି
କିଛି ହୋଟେଲ ସମ୍ପର୍କରେ…
ଟ୍ରି ହୋଟେଲ, ସ୍ବିଡେନ୍‌- ନଁା ଶୁଣିକି ହୁଏତ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏହା ସତ। ସ୍ବିଡେନ୍‌ର ଲୁଲେ ନଦୀ ଉପତ୍ୟକାରେ ଏହି ହୋଟେଲ୍‌ ଉପସ୍ଥିତ। ଗଛ ଉପରେ ତିଆରି ହୋଇଥିବା ଏହି ହୋଟେଲଟି କ୍ୟୁବ୍‌ ଆକାରର, ଯାହାର ଚାରିପଟ ମିରର୍‌ ଦ୍ୱାରା ଆଚ୍ଛାଦିତ। ଗଛଗୁଡ଼ିକର ପ୍ରତିଫଳନ ଏହା ଉପରେ ପଡ଼ୁଥିବାରୁ ହୋଟେଲଟି ସୁନ୍ଦର ଦେଖାଯାଏ। ‘ଦ ଟ୍ରି ଲଭର୍‌’ ଫିଲ୍ମରୁ ଅନୁପ୍ରାଣିତ ହୋଇ ଜୋନାସ୍‌ ସେଲ୍‌ବର୍ଗ ଅଗଷ୍ଟସେନ୍‌ ଏହି ହୋଟେଲଟି ତିଆରି କରିଥିଲେ।
ସନ୍‌ କ୍ରୁଇଜ୍‌ ରିସର୍ଟ, ସାଉଥ୍‌ କୋରିଆ- ସୂର୍ଯ୍ୟକିରଣ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହି ସ୍ଥାନଟି ବେଶ୍‌ ପ୍ରସିଦ୍ଧ। ହୋଟେଲଟି ଜାହାଜ ଆକୃତିରେ ତିଆରି ହୋଇଛି, ଯାହା ସେଠାରେ ଥିବା ପାହାଡ଼ ଉପରେ ଅବସ୍ଥିତ। ସୂର୍ଯ୍ୟଙ୍କ ପ୍ରଥମ କିରଣ ଏଠାରେ ପଡ଼ୁଥିବାରୁ ଏହାର ସୌନ୍ଦର୍ଯ୍ୟ ଖୁବ୍‌ ନିଆରା। ହୋଟେଲଟିରେ ୨୧୧ଟି ରୁମ୍‌, କ୍ଲବ୍‌, ଓ୍ବାଟର ପୁଲ୍‌ ଆଦି ରହିଛି।
ଆଇସ୍‌ ହୋଟେଲ, ସ୍ବିଡେନ୍‌- ୧୯୮୯ରେ ତିଆରି ହୋଇଥିବା ଏଇ ହୋଟେଲଟି ହେଉଛି ପୃଥିବୀର ପ୍ରଥମ ହୋଟେଲ, ଯାହା ବରଫରେ ତିଆରି ହୋଇଛି। ପ୍ରତି ବର୍ଷ ଶୀତଦିନେ ଏହାର ଆକାରକୁ ବଦଳାଯାଏ। ଉଭୟ ଗରମ ଏବଂ ଥଣ୍ଡା ଥିବା ରୁମ୍‌ ଏଠାରେ ୧୫୦ଟି ରହିଛି। ଏଠାର ବେଡ଼୍‌ଗୁଡ଼ିକ ମଧ୍ୟ ବରଫରେ ତିଆରି ହୋଇଛି। ଏହାଛଡ଼ା ଏଠାରେ ଆଇସ୍‌ ଚର୍ଚ୍ଚ, ଆଇସ୍‌ ବାର୍‌, ଆଇସ୍‌ ଷ୍ଟୁଡିଓ ଏବଂ ଗରମ ଥିବା ୨ଟି ରେଷ୍ଟୁରାଣ୍ଟ ଓ ୪ଟି ମିଟିଂ ରୁମ୍‌ ରହିଛି।
କୋଷ୍ଟା ଭର୍‌ଡ଼େ, କୋଷ୍ଟାରିକା- ପ୍ରଶାନ୍ତ ମହାସାଗର ନିକଟବର୍ତ୍ତୀ କୋଷ୍ଟାଲ୍‌ ରେନ୍‌ ଫରେଷ୍ଟରେ ଏହି ହୋଟେଲ୍‌ ଅବସ୍ଥିତ। ଏହା ଦେଖିବାକୁ ଉଡ଼ାଜାହାଜ ପରି। ୧୯୬୫ ମସିହାରେ ତିଆରି ହୋଇଥିବା ‘ବୋଇଙ୍ଗ୍‌-୭୨୭’ ଉଡ଼ାଜାହାଜ ଆକୃତି ଅନୁଯାୟୀ ଏହା ତିଆରି ହୋଇଛି। ଏହା ମଧ୍ୟରେ ଥାଇ ଜଣେ ‘କାନୋପି’ ଜଙ୍ଗଲର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବ।
ଫିନ୍‌ ଲଫ୍‌ ରିସର୍ଟ, ନର୍ଦନ ଆୟର୍ଲାଣ୍ଡ- ଏହା ଦେଖିବାକୁ ବବଲ୍ସ ବା ଫୋଟକା ପରି ଓ ଟ୍ରାନ୍ସପରେଣ୍ଟ। ଏହା ମଧ୍ୟରେ ରହିଲେ ଆପଣ ବାହାର ଦୃଶ୍ୟକୁ ଭଲ ଭାବେ ଅର୍ଥାତ୍‌ ୧୮୦ଂ ରେ ଦେଖିପାରିବେ। ମୁଖ୍ୟତଃ ରାତି ସମୟରେ ବାହାର ସୌନ୍ଦର୍ଯ୍ୟକୁ ଭଲ ଭାବେ ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସାତ ଘଣ୍ଟାରୁ କମ୍‌ ଶୋଉଛନ୍ତି କି.. ଦେଖାଦେଇପାରେ ଏସବୁ ସମସ୍ୟା

ସୁନିଦ୍ରା ସୁସ୍ଥ ଜୀବନର ଚାବିକାଠି। କାରଣ ସୁସ୍ଥ ଏବଂ ନିରୋଗ ରହିବା ସକାଶେ ପ୍ରତ୍ୟେହ ଆବଶ୍ୟକ ମୁତାବକ ନିଦ୍ରାର ଆବଶ୍ୟକତା ରହିଛି। ମାତ୍ର ଆଜିକାଲିର ବ୍ୟସ୍ତବହୁଳ...

ଚକୋଲେଟ୍‌ କପ୍‌ କେକ୍‌

ଆବଶ୍ୟକ ସାମଗ୍ରୀ: ୧/୩ କପ୍‌ ବଟର, ୧/୨ କପ୍‌ କଣ୍ଡେନ୍ସଡ଼ ମିଲ୍କ, ଏକ ଟେବୁଲ୍‌ ସ୍ପୁନ୍‌ ଚିନି, ୧/୨ ଟି ସ୍ପୁନ୍‌ ଭାନିଲା ଏସେନ୍ସ, ୧...

ସମସ୍ତଙ୍କ ପାଇଁ ଶୁଭ ନୁହେଁ ତୁଳସୀ? ଘରେ ଥିଲେ ଏସବୁ ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ..

ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ତୁଳସୀ ରହିଥାଏ। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି।...

ଡାଇବେଟିସ୍‌, ରକ୍ତଚାପରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏସବୁ

ଆଜିକାଲି ଡାଇବେଟିସ୍‌, ରକ୍ତଚାପରେ ଅଧିକାଂଶ ପୀଡ଼ିତ। ସ୍ବାସ୍ଥ୍ୟ ହିଁ ସମ୍ପଦ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଏମିତି କିଛି ଖାଦ୍ୟ ଉପରେ ଧ୍ୟାନ ଦେଲେ...

ମେଦବହୁଳତାକୁ ନେଇ ଚିନ୍ତିତ କି….ଖାଆନ୍ତୁ ଏହା

ଥଣ୍ଡାପାଗରେ ଚିନାବାଦାମ ଖାଇବାକୁ ଅନେକେ ପସନ୍ଦ କରିଥାନ୍ତି। ଏଥିରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ମିଳିଥାଏ, ଯାହାକି ବିଭିନ୍ନ ସମସ୍ୟା ଦୂର କରିଥାଏ। ବିଶେଷ ଭାବେ ଚିନାବାଦାମ...

ସନ୍ତୁଳିତ ଆହାର ବଢ଼ାଏ ରୋଗ ପ୍ରତିରୋଧକ ଶକ୍ତି

ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୂତାଣୁ(କୋଭିଡ-୧୯)ମହାମାରୀ ରୂପ ଧାରଣ କରି ପ୍ରତିଦିନ ଶହଶହ ଲୋକଙ୍କ ଜୀବନ ନେଉଛି । ଏପରିସ୍ଥଳେ ଉକ୍ତ ମହାମାରୀ ଭୂତାଣୁକୁ ପ୍ରତିରୋଧ...

ଗୋଲାପି ଓଠ ପାଇଁ…

ଗୋଲାପି ଓଠ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ହେଲେ କେବେ କେବେ ବିଭିନ୍ନ କାରଣରୁ ଓଠ କଳା ପଡ଼ିଯିବା ଅନେକଙ୍କ ପାଇଁ ଚିନ୍ତାର କାରଣ ସାଜିଥାଏ।...

ଏସିଡିଟି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ ପିଅନ୍ତୁ ଅଧାଗ୍ଲାସ…

ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୁଏ। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରିବା ସହିତ ହାଇଡ୍ରୋକ୍ଲୋରିକ୍‌...

Advertisement
Archives

Model This Week