ଭାଇଙ୍କ ସହ ଯୋଡାଯାଇଥିଲା ଅଭିନେତ୍ରୀଙ୍କ ନାମ, ଶୋଇବେ କ’ଣ ରାତି ରାତି କାନ୍ଦୁଥିଲେ ଏହି ଅଭିନେତ୍ରୀ

ବମ୍ବେ: ସେଲିବ୍ରଟିମାନଙ୍କ ଜୀବନ ଦୂରରୁ ଯେତିକି ଚାକଚକ୍ୟପୂର୍ଣ୍ଣ ଲାଗିଥାଏ, ବାସ୍ତବତା ଠିକ ଓଲଟା ହୋଇଥାଏ। କାରଣ ତାଙ୍କର ବ୍ୟକ୍ତିଗତ ଜୀବନ କ୍ୟାମେରା ଲେନ୍ସରେ ଥାଏ। ଅନେକ ସମୟରେ ଗୁଜବଗୁଡ଼ିକ ଚିନ୍ତାର କାରଣ ସାଜେ। ସେଭଳି କିଛି ଘଟିଥିଲା ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନଙ୍କ କ୍ଷେତ୍ରରେ। ଏବେ ସେ ବିବାହିତା। ଦୁଇ ସନ୍ତାନର ଜନନୀ। ହେଲେ ଦିନ ଥିଲା ତାଙ୍କ ନାମ ଅନେକ ଅଭିନେତାଙ୍କ ସହ ଯୋଡ଼ା ଯାଇଥିଲା। କଥା ସେତିକିରେ ରହି ନ ଥିଲା। ରବିନାଙ୍କ ନିଜ ଭାଇଙ୍କ ସହ ମଧ୍ୟ ଯୋଡ଼ାଯାଇ ତାଙ୍କ ନାମରେ ଖବର ପ୍ରସାରଣ କରାଯାଇଥିଲା। ଏହା ଅଭିନେତ୍ରୀଙ୍କୁ ଭାଙ୍ଗି ଦେଇଥିବା ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି।

ନିଜ ସମୟରେ ରବିନା ସହ କଳାକାରଙ୍କୁ ବନ୍ଧୁ ବୋଲି ଭାବୁଥିଲେ। ହେଲେ ଅନେକ ଖବରକାଗଜର ସମ୍ପାଦକ ଏହାକୁ ଗ୍ରହଣ କରିପାରୁ ନ ଥିଲେ। ତାଙ୍କ ନାମରେ ଗୁଜବଗୁଡ଼ିକ ଛାପୁଥିଲେ। ଫଳରେ ଅନେକ ରାତି ଅନିଦ୍ରାରେ କାଟୁଥିଲେ ସେ।
ପ୍ରାୟତଃ ରବିନାଙ୍କୁ ତାଙ୍କ ଭାଇ ଶୁଟିଂ ସେଟ୍‌କୁ ଛାଡ଼ିବାକୁ ଆସିଥିବା ବେଳେ ଏହାକୁ ଭିନ୍ନ ଢ଼ଙ୍ଗରେ ଛାପିଥିଲା ଷ୍ଟାରଡଷ୍ଟ। ଜଣେ ହ୍ୟାଣ୍ଡସମ୍‌, ଗୋରା ଯୁବକ ରବିନାଙ୍କୁ ଛାଡ଼ିବାକୁ ଆସିଥିବା, ରବିନାଙ୍କ ପ୍ରେମିକ କିଏ ଜଣାପଡ଼ିଯାଇଥିବା ଖବର ବାହାରିଥିଲା। ରବିନା ଏହାର ସ୍ପଷ୍ଟୀକରଣ ଦେଲେ ହେଁ କେହି ତାହାକୁ ସତ ମାନୁ ନ ଥିଲେ।

ଅଭିନେତ୍ରୀଙ୍କ କ୍ୟାରିୟର ବିଷୟରେ କଥା ହେଲେ ସେ ୧୯୯୧ରେ ଚଳଚ୍ଚିତ୍ର ‘ପଥ୍ଥର କେ ଫୁଲ’ ଜରିଆରେ ନିଜର ଡେବ୍ୟୁ କରିଥିଲେ। ଏହାପରେ ସେ ମୋହରା,ଦିଲଓ୍ବାଲେ, ଲାଡଲା, ଅନ୍ଦାଜ ଆପ୍‌ନା ଆପ୍‌ନା, ଆଣ୍ଟି ନଂ ୧ ଭଳି ଫିଲ୍ମରେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri