କେମେଷ୍ଟ୍ରୀ ପ୍ରାକ୍ଟିକାଲରେ ବିଫଳ ହେବା ଯୋଗୁ ଡାକ୍ତର ହେବା ନିଶା ଛାଡ଼ି ଦେଇଥିଲେ ଏହି ବଲିଉଡ୍‌ ଅଭିନେତ୍ରୀ: ବିବାହ ଭୟରେ ଛାଡ଼ିଥିଲେ ଘର

ବମ୍ବେ: ବିବାଦର ଅନ୍ୟନାମ କଙ୍ଗନା। ବଲିଉଡ୍‌ର ଏହି ଅଭିନେତ୍ରୀ କାହା ସହ ବି ପଙ୍ଗା ନେଇପାରନ୍ତି। ଏବେ ସେ ନିଜର ଟୁଇଟ୍‌କୁ ନେଇ ଚର୍ଚ୍ଚାରେ। ଦିନକୁ ଦିନ ତାଙ୍କୁ ନେଇ ନୂଆ ବିବାଦ ଦେଖାଦେଉଛି। ମାତ୍ର ଅଭିନେତ୍ରୀ ହିସାବରେ ସେ ବେଶ୍‌ ଲୋକପ୍ରିୟ। ନାରୀକୈନ୍ଦ୍ରିକ ଫିଲ୍ମରେ ତାଙ୍କର ଦବଦବା ଦେଖିବାକୁ ମିଳେ। ଆଜିର ଏହି ସଫଳ ନାୟିକା କେତେ ପାଠୋଇ କ’ଣ ଆପଣ ତାହା ଜାଣନ୍ତି। ହୁଏତ ନା।

ତେବେ ୧୯୮୬ ମସିହାରେ ହିମାଚଳ ପ୍ରଦେଶର ଭାମ୍ଭଲାର ଏକ ରାଜପୁତ ପରିବାରରେ କଙ୍ଗନାଙ୍କ ଜନ୍ମ। ତାଙ୍କ ବାପାଙ୍କ ନାମ ଅମରଦୀପ ରାଣାଓ୍ବତ ଏବଂ ମା’ଙ୍କ ନାମ ଆଶା। କଙ୍ଗନା ନିଜର ସ୍କୁଲ ପାଠପଢ଼ା ଚଣ୍ଡିଗଡ଼ରୁ କରିଛନ୍ତି। ଦ୍ୱାଦଶ ଶ୍ରେଣୀରେ ସେ ବିଜ୍ଞାନକୁ ପ୍ରମୁଖ ବିଷୟ ନେଇଥିଲେ। ପେସାରେ ସେ ଜଣେ ଡାକ୍ତର ହେବାକୁ ଚାହୁଁଥିଲେ। ହେଲେ ରସାୟନ ବିଜ୍ଞାନର ଏକ ପ୍ରାକ୍ଟିକାଲରେ ବିଫଳ ହେବା ଯୋଗୁ ସେ ଏଆଇପିଏମ୍‌ଟି ପରୀକ୍ଷା ଦେଇ ନ ଥିଲେ। ୧୬ ବର୍ଷ ବେଳେ ତାଙ୍କ ମା’ କଙ୍ଗନାଙ୍କ ବିବାହ କରିଦେବାକୁ ଚାହୁଁଥିଲେ। ହେଲେ ସେ ଦ୍ୱିଲ୍ଲୀ ଚାଲିଆସିଥିଲେ।

ରାଜଧାନୀରେ ସେ ମଡେଲିଂ ଏଜେନ୍ସିଂରେ ସାମିଲ ହୋଇ ମଡେଲ ଭାବେ କାମ ଆରମ୍ଭ କରିଥିଲେ। ପରେ ଥିଏଟର ନିର୍ଦ୍ଦେଶକ ଅରବିନ୍ଦ ଗୌଡ଼ଙ୍କଠାରୁ ଟ୍ରେନିଂ ନେଇଥିଲେ। ନାନାଦି ନାଟକରେ ଭାଗ ନେଇଥିଲେ ସେ। ଦର୍ଶକମାନଙ୍କଠାରୁ ପ୍ରେରଣା ପାଇବା ପରେ ସେ ବମ୍ବେ ଯିବାକୁ ନିଷ୍ପତ୍ତି ନେଇଥିଲେ। ଆଶା ଚନ୍ଦ୍ରାଙ୍କ ଡ୍ରାମା ସ୍କୁଲରେ ଚାରି ମାସ ପାଇଁ ଅଭିନୟ କୋର୍ସ କରିଥିଲେ ସେ।

ଇତିମଧ୍ୟରେ କଙ୍ଗନା ପାଞ୍ଚଥର ଫୋବ୍ସ ଇଣ୍ଡିଆର ଟପ୍‌-୧୦୦ ସେଲିବ୍ରିଟି ତାଲିକାରେ ନିଜ ସ୍ଥାନ ନିରୂପଣ କରିଛନ୍ତି। ଫିଲ୍ମ ଗ୍ୟାଙ୍ଗଷ୍ଟରରୁ ନିଜର କ୍ୟାରିୟର ଆରମ୍ଭ କରିଥିବା କଙ୍ଗନା ଏବେ ଆଗଧାଡ଼ିର ନାୟିକା ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri