ଟ୍ରମ୍ପ୍‌ଙ୍କ ଜୀବନରେ ଷ୍ଟର୍ମି ଝଡ଼

ଓ୍ବାଶିଂଟନ,୨୩ା୩: ୨୦୨୪ରେ ହ୍ବାଇଟ୍‌ ହାଉସ୍‌କୁ ପୁଣି ପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜୀବନରେ ଉଠିଛି ଷ୍ଟର୍ମି ଝଡ଼। ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କ ସହ ରିପବ୍ଲିକାନ୍‌ ନେତା ଟ୍ରମ୍ପ୍‌ଙ୍କ ଯୌନ ସମ୍ପର୍କ ରହିଥିଲା। ଏନେଇ ମୁହଁ ନ ଖୋଲିବା ପାଇଁ ୨୦୧୬ ପ୍ରେସିଡେନ୍ସିଆଲ କ୍ୟାମ୍ପେନ୍‌ ବେଳେ ଟ୍ରମ୍ପ୍‌ ନିଜ ଓକିଲଙ୍କ ଜରିଆରେ ତାଙ୍କୁ ବିପୁଅ ଅର୍ଥ ପ୍ରଦାନ କରିଥିବା ଷ୍ଟର୍ମି ଅଭିଯୋଗ ଆଣିଥିଲେ। ଏହି ମାମଲାରେ ଟ୍ରମ୍ପ୍‌ ଗିରଫ ହୋଇପାରନ୍ତି, ଯାହାକୁ ନେଇ ସେ ନିକଟରେ ଆଶଙ୍କା ବ୍ୟକ୍ତ କରିଥିଲେ। ଏପରି ହେଲେ ଆମେରିକା ଇତିହାସରେ ଟ୍ରମ୍ପ୍‌ ହେବେ ପ୍ରଥମ ପୂର୍ବତନ ରାଷ୍ଟ୍ରପତି, ଯାହାଙ୍କ ବିରୋଧରେ ଆପରାଧିକ ମାମଲା ଚାଲିବ। ତେବେ ଟ୍ରମ୍ପ୍‌ଙ୍କୁ ଗିରଫ କରାଗଲେ ତାଙ୍କ ସମର୍ଥକମାନେ ଦେଶବ୍ୟାପୀ ବଡ଼ ଧରଣର ହିଂସାମତ୍କ ବିକ୍ଷୋଭ କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଆଇନ ପ୍ରବର୍ତ୍ତନକାରୀ ଅଧିକାରୀମାନେ ସତର୍କ ରହିଛନ୍ତି। ନ୍ୟୁୟର୍କସ୍ଥିତ ଟ୍ରମ୍ପ୍‌ ଟାଓ୍ବାର ଆଖପାଖରେ ବ୍ୟାପକ ପୋଲିସ ମୁତୟନ ସହ ବ୍ୟାରିକେଡିଂ କରାଯାଇଛି। ୭୬ ବର୍ଷୀୟ ରିପବ୍ଲିକାନ୍‌ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିବାରୁ ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସମର୍ଥନ କରିବା ନେଇ ବିରୋଧୀ ଦଳ ଦୁଇଭାଗ ହୋଇଯାଇଛି। ଟ୍ରମ୍ପ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କୌଣସି ଭୁଲ୍‌ କାର୍ଯ୍ୟ କରି ନ ଥିବା କହିଛନ୍ତି। ଟ୍ରମ୍ପ୍‌ଙ୍କ ମତରେ ମାନ୍‌ହାଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ନି ଅଫିସ୍‌ର ତଦନ୍ତକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିହିତ କରିଛନ୍ତି।

ମାମଲା କ’ଣ

ଅନେକ ବର୍ଷ ପୂର୍ବେ ଆମେରିକାର ବିଶିଷ୍ଟ ବ୍ୟବସାୟୀ ଡୋନାଲ୍ଡ ଟ୍ରମ୍ପ୍‌ ପର୍ନ ଆକ୍ଟେସ୍‌ ଷ୍ଟର୍ମି ଡାନିଏଲ୍ସ (ମୂଳ ନାମ ଷ୍ଟେଫାନି କ୍ଲିଫ୍‌ଫୋର୍ଡ ୍‌)ଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିଥିଲେ। ନିର୍ବାଚନ ବେଳେ ଏହା ପ୍ରଘଟ ହେଲେ ସମ୍ଭାବ୍ୟ ଅଡ଼ୁଆ ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରି ୨୦୧୬ରେ ରିପବ୍ଲିକାନ୍‌ ନେତା ଟ୍ରମ୍ପ୍‌ଙ୍କ ଓକିଲ ମାଇକେଲ୍‌ କୋହେନ୍‌ ଷ୍ଟର୍ମିଙ୍କୁ ମୁହଁ ବନ୍ଦ କରିବା ଲାଗି ୧୩୦,୦୦୦ ଡଲାର ଦେଇଥିଲେ। ଏକ ଜାଲ୍‌ କମ୍ପାନୀ ଜରିଆରେ ଏହି ଅର୍ଥ ପ୍ରଦାନ କରାଯାଇଥିଲା। ଏଥିରେ ଟ୍ରମ୍ପ୍‌ଙ୍କ ଭୂମିକାକୁ ନେଇ ଗ୍ରାଣ୍ଡ୍‌ ଜୁରି ତଦନ୍ତ ଚଳାଇଛନ୍ତି। ୨୦୧୬ରେ ପୂର୍ବତନ ପ୍ଲେବୟ ମଡେଲ କରେନ୍‌ ମାକ୍‌ଡୋଉଗଲଙ୍କୁ ସୁପରମାର୍କେଟ ଟାବ୍‌ଲଏଡ୍‌ ‘ଦି ନ୍ୟାଶନାଲ ଏନ୍‌କ୍ୱାରିୟର’ ପ୍ରକାଶକ ୧୫,୦୦୦ ଡଲାର ଦେଇଥିଲେ। ଏହି ବ୍ୟବସ୍ଥା ମଧ୍ୟ ଓକିଲ କୋହେନ୍‌ କରାଇଥିଲେ। କୋହେନ୍‌ଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିଥିବା ଫେଡେରାଲ ପ୍ରସିକ୍ୟୁଟରମାନଙ୍କ ମତରେ ଟ୍ରମ୍ପ୍‌ଙ୍କ କମ୍ପାନୀ ‘ଟ୍ରମ୍ପ୍‌ ଅର୍ଗାନାଇଜେଶନ୍‌’ ପରବର୍ତ୍ତୀ ସମୟରେ ଏହି ଅର୍ଥ ପଇଠ କରିଥିଲା। ଏହି ବାବଦକୁ କୋହେନ୍‌ ମୋଟ ୪୨,୦୦୦ ଡଲାର ପାଇଥିଲେ। ଟ୍ରମ୍ପ୍‌ ନ୍ୟୁୟର୍କରେ ଦେୟ ଅର୍ଥ ଯୋଗାଡ଼ କରାଇଥିଲେ କି ନାହିଁ ତାକୁ ନେଇ ମଧ୍ୟ ତନାଘନା ଚାଲିଛି। ଆମେରିକାର ଆଇନ ଅନୁସାରେ ଜଣେ କାର୍ଯ୍ୟରତ ରାଷ୍ଟ୍ରପତିଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ ନାହିଁ। ଟ୍ରମ୍ପ୍‌ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ କ୍ଷମତା ବାହାରେ ଥିବାରୁ ତାଙ୍କୁ ଏହି ଆଇନଗତ ସୁରକ୍ଷା ମିଳିବ ନାହିଁ। ନ୍ୟୁୟର୍କ ଗ୍ରାଣ୍ଡ୍‌ ଜୁରିରେ ୨୩ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣ ପ୍ରମାଣ ଶୁଣାଣି ବେଳେ ଉପସ୍ଥିତ ରହିବା ଜରୁରୀ। ୧୨ ଜଣ ଏନେଇ ସହମତି ପ୍ରକାଶ କରିସାରିଛନ୍ତି। ଅନ୍ୟପକ୍ଷେ ଟ୍ରମ୍ପ୍‌ କହିଛନ୍ତି, ଆସିଥିବା ଅଭିଯୋଗ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ତାଙ୍କୁ ସହାୟକ ହେବ।

ଟ୍ରମ୍ପ୍‌ ଜେଲ ଗଲେ ରାସ୍ତାରେ ନାଚିବି: ଷ୍ଟର୍ମି

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମ୍ଭାବ୍ୟ ଗିରଫଦାରି ପୂର୍ବରୁ ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସ ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି। ଏକାଧିକ ଟୁଇଟ୍‌ରେ ଷ୍ଟର୍ମି ଲେଖିଛନ୍ତି, ଓ୍ବାଓ, ଏହା ଗୋଟିଏ ସୁନ୍ଦର ସକାଳ। କିଛି ଗୋଟିଏ ଉତ୍ସାହଜନକ ଘଟଣା ଘଟିବାକୁ ଯାଉଛି କି? ଟ୍ରମ୍ପ୍‌ଙ୍କୁ ଜେଲ ପଠାଗଲେ ମୁଁ ରାସ୍ତାରେ ନାଚିବି। ଏହା ପୂର୍ବରୁ ଟ୍ରମ୍ପ୍‌ ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଟ୍ରୁଥ୍‌ ସୋସିଆଲ’ରେ ଲେଖିଥିଲେ, ୨୦୧୬ ମାମଲାରେ ତାଙ୍କୁ ଗିରଫ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?