୭ ଜିଲାରେ ଝଡ଼ବର୍ଷା: ୧୬ରୁ ବଢ଼ିପାରେ ତାତି

ଭୁବନେଶ୍ୱର,୧ ୨।୩(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମର ପ୍ରଭାବ ନାହିଁ। ଅଧିକାଂଶ ସ୍ଥାନରେ ପାରଦ ୩୫ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ଏପରି କି କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହେଉଛି। ଆସନ୍ତା ୧୬ ତାରିଖ ଯାଏ ପାଗରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କାଳବୈଶାଖୀ ଯୋଗୁ ତାତି ନିୟନ୍ତ୍ରଣରେ ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ସାମାନ୍ୟ ଉତ୍ତପ୍ତ ରହିଥିବା ବେଳେ ସାମୁଦ୍ରିକ ବାୟୁ ପ୍ରବାହ ଯୋଗୁ ଉପକୂଳରେ ଆଶ୍ୱସ୍ତିକର ପରିବେଶ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୭ ଜିଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ। ଏହିସବୁ ଜିଲା ପାଇଁ ପାଣିପାଗ ବିଭାଗ ୟେଲୋଓ୍ବାର୍ନିଂ ଜାରିି କରିଛି। ଏହାଛଡ଼ା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, ନବରଙ୍ଗପୁର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧରେ ସର୍ବାଧିକ ୩୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ ୩୮.୪, ସୁନ୍ଦରଗଡ଼ ୩୮.୧, ଅନୁଗୋଳ ୩୮, ଭବାନୀପାଟଣା ୩୮ ଏବଂ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଣପାରମ୍ପରିକ ହେବ ଆଗାମୀ ଅତିରିକ୍ତ ବଜେଟ

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ଆଣିବାକୁ ଯାଉଛନ୍ତି। ହେଲେ ଏହାକୁ ପୂର୍ବପରି ପାରମ୍ପରିକ ବଦଳରେ ସମ୍ପୂର୍ଣ୍ଣଭାବେ ସମଯୋଜନ(ଆଡ୍‌ଜଷ୍ଟମେଣ୍ଟ)...

ଗଁ। ଗଁ। ବୁଲି ଖୋଜୁଛନ୍ତି କ୍ରୀଡ଼ା ପ୍ରତିଭା

ଛେଣ୍ଡିପଦା, ୨୪ା୧ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ସହ ନୂଆ ନୂଆ ପ୍ରତିଭା ସୃଷ୍ଟି କରିବାର ଆଗ୍ରହ ୭୩ ବର୍ଷ ବୟସରେ ବି ତାଙ୍କୁ ଯୁବକ କରି...

୮ଘଣ୍ଟା ପରେ ଉଦ୍ଧାର ହେଲା ଭାଲୁ

ଝରିଗାଁ, ୧୧।୬: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଞ୍ଚାୟତ ଅଧୀନ ରାଣୀଚଚରା ଗ୍ରାମକୁ ପଶି ଆସିଥିଲା ଶୁକ୍ରବାର ଏକ ଭାଲୁ। ଗ୍ରାମବାସୀ ଭାଲୁକୁ ଦେଖି...

ଆଜି ରାଜ୍ୟରୁ ୮୧୬ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ଖସୁନି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୮୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୪,୮୭୫ରେ ପହଞ୍ଚିଥିବା ରାଜ୍ୟ ସୂଚନା...

୨ ହଜାର ନୂଆ ଡାକ୍ତର ପଦବୀକୁ ମଞ୍ଜୁରୀ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ରାଜ୍ୟ ସରକାର ଆଉ ୨ ହଜାର ନୂଆ ଡାକ୍ତରୀ ପଦବୀ ସୃଷ୍ଟିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିସହ ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତରୀ...

ଡାବୁଗାଁରେ ବିଜେଡିର ମନୋହର ରନ୍ଧାରୀ ବିଜୟୀ

ନବରଙ୍ଗପୁର, ୨୩।୫(ବି.ପ୍ର.)-ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଜୟୀ ହୋଇଛି। ବିଜେଡିର ମନୋହର ରନ୍ଧାରୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଭୁଜବଳ ମାଝିଙ୍କଠାରୁ ୭,୩୯୨ ଭୋଟରେ ଜିତିଛନ୍ତି।ମନୋହର...

ଜନ୍ମମୃତ୍ୟୁ ପଞ୍ଜୀକରଣ ତାଲିମ ଆରମ୍ଭ

ଭୁବନେଶ୍ୱର,୨୭ା୫: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବାସ୍ଥ୍ୟ ସୂଚନା ଓ ସ୍ବାସ୍ଥ୍ୟ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଓ ୟୁନିସେଫ୍‌ ଆନୁକୂଲ୍ୟରେ ଏକ ଦୁଇଦିନିଆ ତାଲିମ...

ଫେରିଯିବ ମୌସୁମୀ

ଭୁବନେଶ୍ବର,୯।୧୦(ବ୍ୟୁରୋ): ମୌସୁମୀ ଓଡ଼ିଶାରୁ ଫେରିଯିବ। ଏହି ପ୍ରକ୍ରିୟା ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ। ବର୍ତ୍ତମାନ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି।...

Advertisement
Archives

Model This Week