୧୫ ଯାଏ ଝଡ଼ବର୍ଷା

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ଆସନ୍ତା ୧୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ଜାରି ରହିବ। ଆସନ୍ତା ୩ରୁ ୪ ଦିନ ଯାଏ ରାଜ୍ୟର ସର୍ବୋଚ୍ଚ ତାପମାତ୍ରାରେ ସେତେଟା ପରିବର୍ତ୍ତନ ହେବନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହୋଇପାରେ। ଏଥିସହ କେତେକ ସ୍ଥାନରେ ଝଡ଼ବର୍ଷାର ଆଶଙ୍କା ରହିଛି। ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲାରେ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କଳାହାଣ୍ଡି, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ସହିତ ପବନ ବହିବା ଆଶଙ୍କା ରହିଛି। ଏହି ସମୟରେ ପବନର ଘଣ୍ଟା ପ୍ରତି ବେଗ ୩୦ରୁ ୪୦ କି.ମି. ରହିବା ନେଇ ଅନୁମାନ କରାଯାଇଛି।

ରାଜ୍ୟରେ ମେଘୁଆ ପାଗ ରହୁଥିବାରୁ ତାତିର ପ୍ରକୋପ ହ୍ରାସପାଇଛି। ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ଟିଟିଲାଗଡ଼, ବୌଦ୍ଧ, ଭବାନୀପାଟଣା ଏବଂ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ୩୯.୫ ଏବଂ ସୋନପୁରରେ ୩୯.୨ ଡିଗ୍ରୀ ସେଲସିୟସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଏଚ୍‌ଏମ୍‌ରେ ଡିଗ୍ରୀ ପାଠ୍ୟକ୍ରମକୁ ଅନୁମତି

ଭୁବନେଶ୍ୱର, ୨୭ା୫(ବ୍ୟୁରୋ)- ବଲାଙ୍ଗୀରସ୍ଥିତ ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ (ଏସ୍‌ଆଇଏଚ୍‌ଏମ୍‌)ରେ ୨୦୧୯-୨୦ ଶିକ୍ଷାବର୍ଷରୁ ଡିଗ୍ରୀ ଶ୍ରେଣୀରେ ପାଠପଢ଼ା ହେବ। ହୋଟେଲ ମ୍ୟାନେଜମେଣ୍ଟରେ ଡିଗ୍ରୀ ପାଠପଢ଼ା...

ଘର ଘର ବୁଲି ସ୍ବାସ୍ଥ୍ୟଯାଞ୍ଚର ଶୁଭାରମ୍ଭ କଲେ ଜିଲାପାଳ

ଶେରଗଡ଼,୧୦ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଶେରଗଡ଼ ବ୍ଲକ ଅଲାରିଗଡ଼ରେ ପହଞ୍ଚତ୍ ଘର ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚର ଶୁଭାରମ୍ଭ କରିଛନ୍ତି। କୌଣସି...

ଅଖିଳ ଭାରତ ଡାକ ଭାରୋତ୍ତୋଳନ; ଯୁବକମାନେ ସକାରାତ୍ମକ ବିଶ୍ୱାସ ଜାଗ୍ରତ କରନ୍ତୁ : ରାଜ୍ୟପାଳ

ବ୍ରହ୍ମପୁର ଅଫିସ,୩୦ା୯-ସକାରାତ୍ମକ ଆତ୍ମବିଶ୍ୱାସ ଅସଫଳ କାର୍ଯ୍ୟକୁ ମଧ୍ୟ ସଫଳତାରେ ପରିଣତ କରିଥାଏ ା ନିଜ ଭିତରେ ଥିବା ସକାରାତ୍ମକ ବିଶ୍ୱାସ ଜାଗ୍ରତ କରିବା ଆବଶ୍ୟକ। ଯୁବକଙ୍କ...

ୱାର୍ଡମେମ୍ବରଙ୍କୁ ମାଓବାଦୀଙ୍କ ନଁ।ରେ ଧମକପୂର୍ଣ୍ଣ ଚିଠି

ଦାରିଙ୍ଗବାଡ଼ି,୨୯।୧୦(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗ୍ଳୁଡା ଗ୍ରାମର ୯ ନଂ. ୱାର୍ଡମେମ୍ବର ବୁଗିରା ପ୍ରଧାନଙ୍କୁ ମାଓବାଦୀଙ୍କ ନଁ।ରେ ଧମକ ପୂର୍ଣ୍ଣ ଚିଠି ମିଳିଛି। ଗତ ୧୭...

ପିପିଇ କିଟ୍‌ ଦୁର୍ନୀତି ମାମଲା ବନ୍ଦ କଲେ ଲୋକାୟୁକ୍ତ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ବହୁ ଚର୍ଚ୍ଚିତ ପିପିଇ କିଟ୍‌ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ଲୋକାୟୁକ୍ତଙ୍କ ୩ଜଣିଆ ଖଣ୍ଡପୀଠ ଶୁକ୍ରବାର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଭିଜିଲାନ୍ସ ପକ୍ଷରୁ...

ବଢ଼ୁଛି ପାରିବାରିକ ହତ୍ୟା

ସତ୍ୟଜିତ୍‌ ରାଉତ ଭୁବନେଶ୍ୱର, ୧୮।୫(ବ୍ୟୁରୋ): ପରିବାରରେ ପରସ୍ପର ମଧ୍ୟରେ ଭଲପାଇବା ଓ ସ୍ନେହଶ୍ରଦ୍ଧା ରହିଲେ ସମ୍ପର୍କ ଦୃଢ଼ ହୋଇଥାଏ। କେହି କୌଣସି ସମସ୍ୟାରେ ପଡ଼ିଲେ ପରିବାରର...

ସଙ୍କଟରେ ବି ପ୍ରତିଶ୍ରୁତି ଭୁଲିନୁ: ନବୀନ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ସଙ୍କଟର ମୁକାବିଲା କରି ଚାଲିଛନ୍ତି। ଏହାସତ୍ତ୍ୱେ ଲୋକଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ଆମେ ଭୁଲିନାହୁଁ। ବିଜେଡି...

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ଭୁବନେଶ୍ୱର- ପୁରୀ ରାସ୍ତା ୨ଘଣ୍ଟା ବନ୍ଦ

ପୁରୁଣା ଭୁବନେଶ୍ୱର,୨୮/୩,(ଡି.ଏନ. ଏ.)- ୩୧୬ନଂ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ଦୟା ବ୍ରିଜ ଉପରେ ରବିବାର ରାତି ୧୦ପାଖାପାଖି କାର ଦୁର୍ଘଟଣାରେ ମନୋଜ କୁମାର ବେହେରା(୪୦) ...

Advertisement
Archives

Model This Week