ଶିଶୁପାଳଗଡ଼, ଯାଜପୁର ଖଣ୍ଡୋଲାଇଟ୍‌ ଖଣି ଖନନ ବନ୍ଦ କର

ଭୁବନେଶ୍ବର,୧୮ା୩(ବ୍ୟୁରୋ): ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ସଂରକ୍ଷିତ ସ୍ଥାନ ଖୋର୍ଦ୍ଧା ଜିଲାର ଶିଶୁପାଳଗଡ଼ରେ ବ୍ୟାପକ ଖନନ ଓ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଉ। ଏହାକୁ ସୁରକ୍ଷିତ ରଖିବା ଦିଗରେ ପଦକ୍ଷେପ ନେବାକୁ ଏଏସ୍‌ଆଇ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ସେହିପରି ଯାଜପୁର ଜିଲା ଐତିହାସିକ ଲଳିତଗିରି ନିକଟ ଶୁଖୁଆପଡ଼ା ଗ୍ରାମର ପାରାଭାଡ଼ିରେ ଥିବା ଖଣ୍ଡୋଲାଇଟ୍‌ ଖଣି ଖନନକୁ ମଧ୍ୟ ତୁରନ୍ତ ବନ୍ଦ କରିବା ପାଇଁ ଧର୍ମେନ୍ଦ୍ର ଆଉ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି।
ଧର୍ମେନ୍ଦ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଶିଶୁପାଳଗଡ଼ରେ ବ୍ୟାପକ ଭାବେ ଖନନ କାର୍ଯ୍ୟ ଦ୍ୱାରା ଐତିହ୍ୟ ନଷ୍ଟହେବାକୁ ବସିଛି। ଏହି ଖନନ ଦ୍ୱାରା ଶିଶୁପାଳଗଡ଼ ଦୁର୍ଗର ପୁରାତନ କୀର୍ତ୍ତିରାଜି, ମୁଖ୍ୟଦ୍ୱାର, କୂଅ ଓ ପୋଖରୀ ନଷ୍ଟ ହେଉଛି। ଏହି ଅଞ୍ଚଳର ପ୍ରାକୃତିକ ପରିବେଶ, ଜୈବ ବିବିଧତା ମଧ୍ୟ ନଷ୍ଟ ହେଉଛି। ଏହି ଖନନ କାର୍ଯ୍ୟ ଆନ୍‌ସିଏଣ୍ଟ ମନୁମେଣ୍ଟ ଆଣ୍ଡ୍‌ ଆର୍କିଓଲୋଜିଓକାଲ ସାଇଟ ଆଣ୍ଡ୍‌ ରିମେନ୍ସ ଆକ୍ଟ ୧୯୫୮ର ଉଲ୍ଲଂଘନ କରୁଛି। ଏହା ସଂରକ୍ଷିତ କୀର୍ତ୍ତିରାଜିର ୧୦୦ ମିଟର ପରିଧିରେ କୌଣସି ନିର୍ମାଣ ଓ ଖନନ କାର୍ଯ୍ୟକୁ ନିଷେଧ କରୁଛି। ଏହି ଖନନ କାର୍ଯ୍ୟ ଓଡ଼ିଶାରେ ଥିବା ଶାସକ ଦଳର ନେତାଙ୍କ ଦ୍ୱାରା ସ୍ଥାନୀୟ ପ୍ରଶାସନ ଓ ପୋଲିସର ପୃଷ୍ଠପୋଷକତାରେ ଜାରି ରହିଛି। ପ୍ରତିବନ୍ଧକ ଥିବା ସତ୍ତ୍ୱେ ଐତିହାସିକ ସ୍ଥଳ ଓ ନିକଟବର୍ତ୍ତୀ ଅଞ୍ଚଳରେ ଜାରି ରହିଥିବା ଖନନ କାର୍ଯ୍ୟକୁ ଜିଲା ପ୍ରଶାସନ ଓ ପୋଲିସ ଅଣଦେଖା କରୁଛି। ଏହି ବେଆଇନ ଖନନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉ। ରାଜ୍ୟ ସରକାରଙ୍କୁ ଯଥାଶୀଘ୍ର ଶିଶୁପାଳଗଡ଼ରେ ଏହି ବେଆଇନ କାର୍ଯ୍ୟ ବନ୍ଦ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ସହ ଉକ୍ତ ଅଞ୍ଚଳକୁ ଖାଲି କରିବା ଲାଗି ମଧ୍ୟ ନିବେଦନ କରିବାକୁ ସେ କହିଛନ୍ତି। ଏଏସ୍‌ଆଇ ଯଥାଶୀଘ୍ର ଏହାର ପୁନରୁଦ୍ଧାର କରିବା ସହ ସଂରକ୍ଷଣ କରିବା ଦିଗରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେବାକୁ ସେ କହିଛନ୍ତି। ଅନୁରୂପ ଭାବେ ରାଜ୍ୟ ସରକାରଙ୍କ ଓଡ଼ିଶା ମାଇନିଂ କର୍ପୋରେଶନ(ଓଏମ୍‌ସି) ଦ୍ୱାରା ଯାଜପୁର ଜିଲାର ଶୁଖୁଆପଡ଼ା ଗ୍ରାମର ପାରାଭାଡ଼ିରେ ଥିବା ଖଣ୍ଡୋଲାଇଟ୍‌ ଖଣି ଖନନ ସମୟରେ ଏଏସ୍‌ଆଇ ଦ୍ୱାରା ୧୩୦୦ ବର୍ଷ ପୁରୁଣା ବୌଦ୍ଧସ୍ତୂପ ଆବିଷ୍କୃତ ହୋଇଛି। ଏଏସ୍‌ଆଇ ସଂସ୍ଥାର ପୁରୀ ସର୍କଲର ତଥ୍ୟାନୁସାରେ ଏହି ସ୍ଥାନରେ ଖନନ କାରଣରୁ ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀର ୪.୫ ମିଟର ଉଚ୍ଚତା ବିଶିଷ୍ଟ ଏକ ବୌଦ୍ଧସ୍ତୂପ ଉଦ୍ଧାର କାରାଯାଇଥିଲା। କିନ୍ତୁ ଖନନ କାର୍ଯ୍ୟ ଯୋଗୁ ଅନ୍ୟ ଏକ ଛୋଟ ସ୍ତୂପ ନଷ୍ଟ ହୋଇଯାଇଥିଲା। ଲଳିତଗିରି ନିକଟ ପାରାଭାଡିରେ କୀର୍ତ୍ତିରାଜି ମିଳିବା ପରେ ଏଏସ୍‌ଆଇ ରାଜ୍ୟ ସରକାରଙ୍କୁ ଓଏମ୍‌ସି ଦ୍ୱାରା ଜାରି ରହିଥିବା ଖଣି ଖନନକୁ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ। ଓଡ଼ିଶା ସରକାର ଏହି ସ୍ଥାନରେ ଥିବା ଐତିହ୍ୟର ମୂଲ୍ୟାଙ୍କନ ନ କରି ଖନନ ପାଇଁ ଅନୁମତି ଦେଇଥିଲେ। ଏହାଦ୍ୱାରା ଏଠାରେ ଥିବା ଐତିହ୍ୟ ନଷ୍ଟ ହେଉଛି। ଭାରତୀୟ ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ ପାଇଁ ଏହା ଉପରେ ଚିନ୍ତା କରିବା ତଥା ଉକ୍ତ ୨ଟି ସ୍ଥାନରେ ଖନନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଜି. କିଷାନ ରେଡ୍ଡୀଙ୍କ ହସ୍ତକ୍ଷେପ ଧର୍ମେନ୍ଦ୍ର ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri