କଟ୍‌ନି ଛଟନି ବନ୍ଦ କର

ବଲାଙ୍ଗୀର ଅଫିସ, ୩ା୧୨: ବଲାଙ୍ଗୀର ଜିଲା କୃଷକ ମହାସଂଘ ପକ୍ଷରୁ ଧାନକିଣା ଅବ୍ୟବସ୍ଥା ନେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଧାରଣା ଦିଆଯାଇଥିଲା ା ଚାଷୀନେତା ତଥା ମହାସଂଘ ସଭାପତି ଡା. ସୁଧୀର କୁମାର ପରିଚ୍ଛାଙ୍କ ନେତୃତ୍ୱରେ ଚାଷୀମାନେ ବିଭିନ୍ନ ଦାବି ନେଇ ଧାରଣା ଦେବା ସହ ନାରାବାଜି କରିଥିଲେ ା ଜିଲାରେ ଧାନକିଣା ଅବ୍ୟବସ୍ଥା ଲାଗି ରହିଛି। ଚାଷୀମାନଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିନାହିଁ ା ଟୋକନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ସୁଧାର ଅଣାଯିବା, ଏକର ପିଛା ୧୩ କୁଇଣ୍ଟାଲ ବଦଳରେ ୨୦ କୁଇଣ୍ଟାଲ ଧାନବିକ୍ରି ବ୍ୟବସ୍ଥା ଲାଗୁ, କଟ୍‌ନିଛଟ୍‌ନି ବନ୍ଦ କରିବା ଏବଂ ପ୍ୟାକ୍ସ ଗୁଡିକରୁ ଧାନ ପରିବହନ ପାଇଁ କ୍ରୟ କରୁଥିବା ମିଲର୍ସମାନଙ୍କୁ ପରିବହନ ଦାୟିତ୍ୱ ଦିଆଯିବା ଦାବି ନେଇ ଧାରଣା ଦିଆଯାଇଥିଲା। ସରକାର ଏଫ୍‌ଏକ୍ୟୁ ମାନର ଧାନ କଥା କହି ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରୁଥିଲେ ମଧ୍ୟ ମଣ୍ଡି ଗୁଡିକରେ ଚାଷୀଙ୍କ ଧାନକୁ ଏଫ୍‌ଏକ୍ୟୁ କରାଯିବାର କୌଣସି ବ୍ୟବସ୍ଥା ନାହିଁ ା ସରକାର ଜାଣି ଶୁଣି ଏଭଳି ଅବ୍ୟବସ୍ଥା କରି ଚାଷୀଙ୍କ ଧାନକୁ କଟନି ଛଟନି କରି ମାଲେମାଲ ହେଉଛନ୍ତି ଓ ଚାଷୀକୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ୧୦ ଏକରରୁ ଉର୍ଦ୍ଧ୍ୱ ଥିବା ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ଦିଆଯାଇନାହିଁ ା ଚାଷୀମାନେ ଧାନ ଅମଳ କରି ରଖିଥିଲେ ମଧ୍ୟ ଟୋକନ୍‌ ନଥିବାରୁ ମଣ୍ଡିରେ ବିକ୍ରୟ କରିପାରୁନାହାନ୍ତି। ଏହି ଧାରଣାରେ ମହାସଂଘ ସମ୍ପାଦକ ଯତୀ ପଧାନ, କୃଷ୍ଣ ବନ୍‌ଛୋର, ଯଦୁପତି ନାଥ, ମହେଶ୍ୱର ପଟେଲ, ବିନୋଦ ରାଉତ, ଆଶିଷ ଧରୁଆ, ପ୍ରବଣ ନାଥ ଓ ଅନ୍ୟମାନେ ଧାରଣାରେ ବସିଥିଲେ ା ୪ ଦଫା ଦାବିକୁ ଜିଲାପାଳ କାର୍ଯ୍ୟାଳୟ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଡା ପରିଚ୍ଛା ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡଜାମିନ ରଖି ପୁତୁରାକୁ ମାରିଲେ କକା

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର)ଟଙ୍କା ପାଇଁ ମଣିଷ କେତେ କ୍ରୂର ହୋଇଯାଏ ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବେଲପଡ଼ା ଗ୍ରାମରେ। ୧୪...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri