କଟ୍‌ନି ଛଟନି ବନ୍ଦ କର

ବଲାଙ୍ଗୀର ଅଫିସ, ୩ା୧୨: ବଲାଙ୍ଗୀର ଜିଲା କୃଷକ ମହାସଂଘ ପକ୍ଷରୁ ଧାନକିଣା ଅବ୍ୟବସ୍ଥା ନେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଧାରଣା ଦିଆଯାଇଥିଲା ା ଚାଷୀନେତା ତଥା ମହାସଂଘ ସଭାପତି ଡା. ସୁଧୀର କୁମାର ପରିଚ୍ଛାଙ୍କ ନେତୃତ୍ୱରେ ଚାଷୀମାନେ ବିଭିନ୍ନ ଦାବି ନେଇ ଧାରଣା ଦେବା ସହ ନାରାବାଜି କରିଥିଲେ ା ଜିଲାରେ ଧାନକିଣା ଅବ୍ୟବସ୍ଥା ଲାଗି ରହିଛି। ଚାଷୀମାନଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିନାହିଁ ା ଟୋକନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ସୁଧାର ଅଣାଯିବା, ଏକର ପିଛା ୧୩ କୁଇଣ୍ଟାଲ ବଦଳରେ ୨୦ କୁଇଣ୍ଟାଲ ଧାନବିକ୍ରି ବ୍ୟବସ୍ଥା ଲାଗୁ, କଟ୍‌ନିଛଟ୍‌ନି ବନ୍ଦ କରିବା ଏବଂ ପ୍ୟାକ୍ସ ଗୁଡିକରୁ ଧାନ ପରିବହନ ପାଇଁ କ୍ରୟ କରୁଥିବା ମିଲର୍ସମାନଙ୍କୁ ପରିବହନ ଦାୟିତ୍ୱ ଦିଆଯିବା ଦାବି ନେଇ ଧାରଣା ଦିଆଯାଇଥିଲା। ସରକାର ଏଫ୍‌ଏକ୍ୟୁ ମାନର ଧାନ କଥା କହି ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରୁଥିଲେ ମଧ୍ୟ ମଣ୍ଡି ଗୁଡିକରେ ଚାଷୀଙ୍କ ଧାନକୁ ଏଫ୍‌ଏକ୍ୟୁ କରାଯିବାର କୌଣସି ବ୍ୟବସ୍ଥା ନାହିଁ ା ସରକାର ଜାଣି ଶୁଣି ଏଭଳି ଅବ୍ୟବସ୍ଥା କରି ଚାଷୀଙ୍କ ଧାନକୁ କଟନି ଛଟନି କରି ମାଲେମାଲ ହେଉଛନ୍ତି ଓ ଚାଷୀକୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ୧୦ ଏକରରୁ ଉର୍ଦ୍ଧ୍ୱ ଥିବା ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ଦିଆଯାଇନାହିଁ ା ଚାଷୀମାନେ ଧାନ ଅମଳ କରି ରଖିଥିଲେ ମଧ୍ୟ ଟୋକନ୍‌ ନଥିବାରୁ ମଣ୍ଡିରେ ବିକ୍ରୟ କରିପାରୁନାହାନ୍ତି। ଏହି ଧାରଣାରେ ମହାସଂଘ ସମ୍ପାଦକ ଯତୀ ପଧାନ, କୃଷ୍ଣ ବନ୍‌ଛୋର, ଯଦୁପତି ନାଥ, ମହେଶ୍ୱର ପଟେଲ, ବିନୋଦ ରାଉତ, ଆଶିଷ ଧରୁଆ, ପ୍ରବଣ ନାଥ ଓ ଅନ୍ୟମାନେ ଧାରଣାରେ ବସିଥିଲେ ା ୪ ଦଫା ଦାବିକୁ ଜିଲାପାଳ କାର୍ଯ୍ୟାଳୟ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଡା ପରିଚ୍ଛା ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ, ବସ୍ତ୍ର, ଆବଶ୍ୟକୀୟ ସାମଗ୍ରୀ ସହ ଦେଲେ…

ବଲାଙ୍ଗୀର, ୧୬।୫ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକର ବୁଢ଼ୀସିଣ୍ଡୋଲ ଗାଁର ଡାଙ୍ଗଗୋଠ ଠାରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତିନିଜଣ ବ୍ୟକ୍ତିଙ୍କ ଘର…

ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି…

ଆବାସ ଯୋଜନାରୁ ବଞ୍ଚିତ ଦୈମତିଙ୍କ ଦୁର୍ଦ୍ଦଶା ବଢ଼ାଇଲା କାଳବୈଶାଖୀ

ଲୋଇସିଂହା,୧୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦର ପଞ୍ଚାୟତ ନେଗିପାଲି ଗ୍ରାମର ଦୈମତି ମେସୁଆ (୬୬)। ସରକାରଙ୍କ ବିଭିନ୍ନ ଆବାସ ଯୋଜନା ଥିବା ସତ୍ତ୍ୱେ ସେ…

ସପ୍ତମ ଶ୍ରେଣୀ ପାଠ୍ୟପୁସ୍ତକରେ ଶହିଦ ମାଧୋ ସିଂଙ୍କ ଭୁଲ ଇତିହାସ ସ୍ଥାନିତ: ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ…

ବଲାଙ୍ଗୀର,୧୪।୫ (ସୁନିଲ କୁମାର ମହାନ୍ତି): କୋସଲାଞ୍ଚଳର ମହାନ ସ୍ବାଧୀନତା ସଂଗ୍ରାମୀ ଶହିଦ ମାଧୋ ସିଂଙ୍କ ଜୀବନୀ ବିଷୟରେ ସ୍କୁଲ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟ ଦିଆଯାଇଥିବା ପ୍ରତିବାଦରେ…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଗଲେ ଓଡ଼ିଆ ଶ୍ରମିକ, ଗାଁକୁ ଫେରୁଛି ମୃତଦେହ

ବଲାଙ୍ଗୀର,୧୪ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରୁ ଶ୍ରମିକମାନେ ନିଜ ପରିବାର ପୋଷଣ କରିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ହେଲେ ଅନେକ ଶ୍ରମିକଙ୍କ…

ପବନରେ ଉଡିଗଲା ରେଳ ଷ୍ଟେଶନ ଆଜବେଷ୍ଟସ୍‌: କାମକୁ ନେଇ ଲୋକଙ୍କ ମନରେ ଉଠୁଛି ପ୍ରଶ୍ନ

ଲାଠୋର,୧୪/୫(ଭୁବନେଶ୍ୱର ବାରିକ): କାଳବୈଶାଖୀ ବଲାଙ୍ଗିର ଜିଲା ହରିଶଙ୍କର ରୋଡ ରେଳ ଷ୍ଟେଶନ ପ୍ଲାଟଫର୍ମରେ ଥିବା ସେଡର ଆଜବେଷ୍ଟସ ଉଡ଼ିବା ସହ ଲୁହା ପାଚେରି ଲେଉଟି ପଡ଼ିଥିବା ଗୁରୁବାର…

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ: ନିଲମ କଲେଜ ଟପ୍ପର

ଲୋଇସିଂହା,୧୪।୫(ସୁଶାନ୍ତ ବାରୁକ): ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ତଥା ବଲାଙ୍ଗୀର ଜେଆଇଟିମ କଲେଜ କଳା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri