ବିନା ଲିଜ୍‌ରେ ଚାଲିଛି ପଥର କ୍ରଶର: କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି ପ୍ରଶାସନ

ନୂଆପଡ଼ା,୨୫।୪(ମକାରୁ ବେମାଲ):ବଣପାହାଡଘେରା ନୂଆପଡ଼ା ଜିଲାରେ ଲଘୁ ଖଣିଜ ଦ୍ରବ୍ୟର ସମ୍ଭାର ଭରି ରହିଛି। ଏଥିରୁ ଜିଲା ପ୍ରଶାସନ ଭଲ ରାଜସ୍ବ ମଧ୍ୟ ଆଦାୟ କରେ। ଲଘୁ ଖଣିଜ ଦ୍ରବ୍ୟ ମଧ୍ୟରେ ନୂଆପଡ଼ା ଜିଲାରେ ଅନେକ ପଥର କ୍ରଶର ସ୍ଥାପନ କରାଯାଇଛି। ପଥର କ୍ୱାରି ଓ କ୍ରଶର ପୂର୍ବରୁ ରାଜସ୍ବ ବିଭାଗ ଅଧୀନରେ ରହିଥିଲା। କିନ୍ତୁ ପରେ ଖଣି ବିଭାଗ ଅଧୀନକୁ ଚାଲିଯାଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ନୂଆପଡ଼ା ଜିଲାରେ ଅନେକ ପଥର କ୍ରଶର ରହିଥିବାବେଳେ ସେଥିରୁ ଅନେକ ବିନା ଲିଜ୍‌ରେ ଚାଲିଛି। କ୍ରଶର ଯୋଗୁ ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଛି। ହେଲେ ଜିଲାରେ କେତୋଟି କ୍ରଶର ରହିଛି। କେତୋଟି କ୍ରଶର କାର୍ଯ୍ୟକାରୀ ହେଉଛି, କେଉଁ କ୍ରଶରର ଲିଜ୍‌ ଅବଧି କେବେ ସରିଯାଇଛି, ତାହା କାହାକୁ ମଧ୍ୟ ଜଣାନାହିଁ। ଜିଲା ଖଣି ବିଭାଗକୁ ଯାଇ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରାଯାଇଥିଲା। ନୂଆପଡ଼ା ଜିଲା ଖଣି ଅଧିକାରୀ ଦିଲୀପ କୁମାର ମାହାନଙ୍କୁ ପଚାରିବାରୁ ଜିଲାର ସବୁ କ୍ରଶରର ତଥ୍ୟ ବିଭାଗ ପାଖରେ ନାହିଁ ବୋଲି କହିଥିଲେ। ଏହାପରେ ନୂଆପଡ଼ା ସଦର ତହସିଲରେ ମଧ୍ୟ ପଚାରିବାରୁ କ୍ରଶରଗୁଡିକ ସେମାନଙ୍କ ହାତରୁ ବର୍ତ୍ତମାନ ଖଣି ବିଭାଗ ଅଧୀନକୁ ଚାଲିଗଲାଣି ବୋଲି କହିଥିଲେ। ସେହିପରି ନୂଆପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଜୁଡିସିଆଲ ବିଭାଗକୁ ପଚାରିବାରୁ ସେମାନଙ୍କ ପାଖରେ କୌଣସି ତଥ୍ୟ ନାହିଁ, ସେମାନେ କେବଳ ପ୍ରଦୂଷଣ ପ୍ରମାଣପତ୍ର (ପଲ୍ୟୁଶନ ସାର୍ଟିଫିକେଟ) ଦେଇଥାନ୍ତି ବୋଲି କହିଥିଲେ। ଏସମ୍ପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ପଚାରିଲେ ସବୁ ତଥ୍ୟ ମିଳିଯିବ ବୋଲି ଜଣେ ଅଧିକାରୀ କହିଥିଲେ। ସବୁଠାରୁ ବଡ଼ ଦୁଃଖର କଥା ହେଲା ନୂଆପଡ଼ା ଜିଲାରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର କୌଣସି କାର୍ଯ୍ୟାଳୟ ନାହିଁ। ଏହା ବଲାଙ୍ଗୀରସ୍ଥିତ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପରିଚାଳିତ ହୋଇଆସୁଛି। ଏହା ଜାଣିବାକୁ ହେବ ଯେ, ଜଣେ କ୍ରଶର ବସାଇଛି,ତା’ପାଖରେ କ୍ୱାରି ଲିଜ୍‌ ରହିବା ଆବଶ୍ୟକ ନୁହେଁ। ସେ ଯେଉଁଠାରୁ ମଧ୍ୟ ପଥର ଆଣି କ୍ରଶର ଚଳାଇପାରିବେ। କିନ୍ତୁ ସେଥିପାଇଁ ମଧ୍ୟ କିଛି ନିୟମକାନୁନ ରହିଛି। ପଥରର ରୟାଲଟି କାହାକୁ ଦେଉଛି,ତାହା ମଧ୍ୟ ଜାଣିବା ଆବଶ୍ୟକ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି ଜିଲାର ଦୁଇଟି କ୍ରଶରକୁ ବାଦ୍‌ ଦେଲେ ଅନ୍ୟ କ୍ରଶରଗୁଡିକର କ୍ୱାରି ଲିଜ୍‌ ଅବଧି ୨୦୨୬ ଜାନୁଆରୀଠାରୁ ଶେଷ ହୋଇଯାଇଛି। କିନ୍ତୁ ସେମାନେ ଏଯାଏ କ୍ୱାରି ଲିଜ୍‌ ନବୀକରଣ କରିନାହାନ୍ତି। ବିନା ନବୀକରଣରେ କ୍ୱାରିରୁ ପଥର ଆଣି ବେଧଡକ ଭାବରେ ମାଳିକମାନେ କ୍ରଶର ଚଳାଉଛନ୍ତି। ଏହା ଉପରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ନାହିଁ। ଏହା ଦ୍ୱାରା ପ୍ରଶାସନ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି। ଜିଲାରେ କ୍ରଶରଗୁଡିକ ଚାଲିଛି କେମିତି। କ୍ରଶରରୁ ରାଜସ୍ବ ଆଦାୟ ହେଉଛି କିପରି, ସେହି ରାଜସ୍ବ ଆଦାୟ ଟଙ୍କା କେଉଁଠିକୁ ଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?