ବିନା ଲିଜ୍‌ରେ ଚାଲିଛି ପଥର କ୍ରଶର: କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି ପ୍ରଶାସନ

ନୂଆପଡ଼ା,୨୫।୪(ମକାରୁ ବେମାଲ):ବଣପାହାଡଘେରା ନୂଆପଡ଼ା ଜିଲାରେ ଲଘୁ ଖଣିଜ ଦ୍ରବ୍ୟର ସମ୍ଭାର ଭରି ରହିଛି। ଏଥିରୁ ଜିଲା ପ୍ରଶାସନ ଭଲ ରାଜସ୍ବ ମଧ୍ୟ ଆଦାୟ କରେ। ଲଘୁ ଖଣିଜ ଦ୍ରବ୍ୟ ମଧ୍ୟରେ ନୂଆପଡ଼ା ଜିଲାରେ ଅନେକ ପଥର କ୍ରଶର ସ୍ଥାପନ କରାଯାଇଛି। ପଥର କ୍ୱାରି ଓ କ୍ରଶର ପୂର୍ବରୁ ରାଜସ୍ବ ବିଭାଗ ଅଧୀନରେ ରହିଥିଲା। କିନ୍ତୁ ପରେ ଖଣି ବିଭାଗ ଅଧୀନକୁ ଚାଲିଯାଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ନୂଆପଡ଼ା ଜିଲାରେ ଅନେକ ପଥର କ୍ରଶର ରହିଥିବାବେଳେ ସେଥିରୁ ଅନେକ ବିନା ଲିଜ୍‌ରେ ଚାଲିଛି। କ୍ରଶର ଯୋଗୁ ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଛି। ହେଲେ ଜିଲାରେ କେତୋଟି କ୍ରଶର ରହିଛି। କେତୋଟି କ୍ରଶର କାର୍ଯ୍ୟକାରୀ ହେଉଛି, କେଉଁ କ୍ରଶରର ଲିଜ୍‌ ଅବଧି କେବେ ସରିଯାଇଛି, ତାହା କାହାକୁ ମଧ୍ୟ ଜଣାନାହିଁ। ଜିଲା ଖଣି ବିଭାଗକୁ ଯାଇ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରାଯାଇଥିଲା। ନୂଆପଡ଼ା ଜିଲା ଖଣି ଅଧିକାରୀ ଦିଲୀପ କୁମାର ମାହାନଙ୍କୁ ପଚାରିବାରୁ ଜିଲାର ସବୁ କ୍ରଶରର ତଥ୍ୟ ବିଭାଗ ପାଖରେ ନାହିଁ ବୋଲି କହିଥିଲେ। ଏହାପରେ ନୂଆପଡ଼ା ସଦର ତହସିଲରେ ମଧ୍ୟ ପଚାରିବାରୁ କ୍ରଶରଗୁଡିକ ସେମାନଙ୍କ ହାତରୁ ବର୍ତ୍ତମାନ ଖଣି ବିଭାଗ ଅଧୀନକୁ ଚାଲିଗଲାଣି ବୋଲି କହିଥିଲେ। ସେହିପରି ନୂଆପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଜୁଡିସିଆଲ ବିଭାଗକୁ ପଚାରିବାରୁ ସେମାନଙ୍କ ପାଖରେ କୌଣସି ତଥ୍ୟ ନାହିଁ, ସେମାନେ କେବଳ ପ୍ରଦୂଷଣ ପ୍ରମାଣପତ୍ର (ପଲ୍ୟୁଶନ ସାର୍ଟିଫିକେଟ) ଦେଇଥାନ୍ତି ବୋଲି କହିଥିଲେ। ଏସମ୍ପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ପଚାରିଲେ ସବୁ ତଥ୍ୟ ମିଳିଯିବ ବୋଲି ଜଣେ ଅଧିକାରୀ କହିଥିଲେ। ସବୁଠାରୁ ବଡ଼ ଦୁଃଖର କଥା ହେଲା ନୂଆପଡ଼ା ଜିଲାରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର କୌଣସି କାର୍ଯ୍ୟାଳୟ ନାହିଁ। ଏହା ବଲାଙ୍ଗୀରସ୍ଥିତ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପରିଚାଳିତ ହୋଇଆସୁଛି। ଏହା ଜାଣିବାକୁ ହେବ ଯେ, ଜଣେ କ୍ରଶର ବସାଇଛି,ତା’ପାଖରେ କ୍ୱାରି ଲିଜ୍‌ ରହିବା ଆବଶ୍ୟକ ନୁହେଁ। ସେ ଯେଉଁଠାରୁ ମଧ୍ୟ ପଥର ଆଣି କ୍ରଶର ଚଳାଇପାରିବେ। କିନ୍ତୁ ସେଥିପାଇଁ ମଧ୍ୟ କିଛି ନିୟମକାନୁନ ରହିଛି। ପଥରର ରୟାଲଟି କାହାକୁ ଦେଉଛି,ତାହା ମଧ୍ୟ ଜାଣିବା ଆବଶ୍ୟକ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି ଜିଲାର ଦୁଇଟି କ୍ରଶରକୁ ବାଦ୍‌ ଦେଲେ ଅନ୍ୟ କ୍ରଶରଗୁଡିକର କ୍ୱାରି ଲିଜ୍‌ ଅବଧି ୨୦୨୬ ଜାନୁଆରୀଠାରୁ ଶେଷ ହୋଇଯାଇଛି। କିନ୍ତୁ ସେମାନେ ଏଯାଏ କ୍ୱାରି ଲିଜ୍‌ ନବୀକରଣ କରିନାହାନ୍ତି। ବିନା ନବୀକରଣରେ କ୍ୱାରିରୁ ପଥର ଆଣି ବେଧଡକ ଭାବରେ ମାଳିକମାନେ କ୍ରଶର ଚଳାଉଛନ୍ତି। ଏହା ଉପରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ନାହିଁ। ଏହା ଦ୍ୱାରା ପ୍ରଶାସନ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି। ଜିଲାରେ କ୍ରଶରଗୁଡିକ ଚାଲିଛି କେମିତି। କ୍ରଶରରୁ ରାଜସ୍ବ ଆଦାୟ ହେଉଛି କିପରି, ସେହି ରାଜସ୍ବ ଆଦାୟ ଟଙ୍କା କେଉଁଠିକୁ ଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲାପାଳ

ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି,…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଟେନସା,୩୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ୍ ଅନ୍ତର୍ଗତ କାଦୋଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ଦ୍ବିପହର ୨ଟା ସମୟରେ ପାଇଖାନା…

‘ବ୍ରାହ୍ମ ମୁହୂର୍ତ୍ତ’ରେ ‘ରାମାୟଣ’ର ଟ୍ରେଲର ରିଲିଜ: ଚର୍ଚ୍ଚା ସାଉଁଟିଲେ ରଣବୀର

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର ଟ୍ରେଲର ରିଲିଜ ହୋଇଛି। ନିର୍ମାତାମାନେ ଶୁଭ ‘ବ୍ରାହ୍ମ ମୁହୂର୍ତ୍ତ’ରେ ଟ୍ରେଲରକୁ ସାରା ବିଶ୍ୱରେ ଉନ୍ମୋଚନ କରିଛନ୍ତି। ଏହାକୁ…

ତେଲ-ଉତେଇ ନଦୀରେ ବନ୍ୟା:ଲୋକଙ୍କୁ ନଦୀକୁ ଯିବାକୁ ବାରଣ

କର୍ଲାମୁଣ୍ଡା,୩୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ମୋଦିଙ୍କ ଅଧ୍ୟକ୍ଷତାରେ ବସିଲା CCSର ବଡ଼ ବୈଠକ; ସାମିଲ ହେଲେ NSA ଡୋଭାଲ, କ’ଣ ରହିଛି ପ୍ଲାନ

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସଂସଦ ଭବନ ପରିସରରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ CCSର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ଜାତୀୟ…

‘CJPରେ ଯୋଗଦିଅ,୫୦ ହଜାର ମାସକୁ ପାଅ’! ସିନିୟର ମେମ୍ବର ହେବାକୁ…

ନୂଆଦିଲ୍ଲୀ,୩୦।୭: ‘କକ୍ରୋଚ୍ ଜନତା ପାର୍ଟି’ (CJP) ନାମରେ ସୋସିଆଲ ମିଡିଆରେ ଚାଲିଥିବା ଏକ କଥିତ ନକଲି ଅଭିଯାନ ସାମ୍ନାକୁ ଆସିଛି । ଯାହା ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ ବିରିୟାନି!

ଚେନ୍ନାଇ,୩୦।୭: ତାମିଲନାଡୁ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇପାରେ । ରାଜ୍ୟ ସ୍କୁଲ ଶିକ୍ଷା ମନ୍ତ୍ରୀ ରାଜମୋହନ କହିଛନ୍ତି ଯେ ସରକାର ସପ୍ତାହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri