କବାଡ଼ି ଖାନାରେ ଛତ୍ରପତି ଶିବାଜୀ ମହାରାଜଙ୍କ ଚୋରି ହୋଇଥିବା ପ୍ରତିମୂର୍ତ୍ତ…

ଓ୍ବାଶିଂଟନ,୧୪।୨ : କାଲିଫର୍ଣ୍ଣିଆର ସୈନ ଜୋସର ଏକ ପାର୍କରୁ ଚୋରି ହୋଇଥିବା ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ପ୍ରତିମୂର୍ତ୍ତି କବାଡ଼ି ଖାନାରେ ଦେଖିବାକୁ ମିଳିଛି। ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ଯେଉଁ କବାଡ଼ି ଖାନାରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ମିଳିଛି ତାହା ବେଆଇନ କାର୍ଯ୍ୟକଳାପ ପାଇଁ ଜଣାଶୁଣା। ଏହା ଉତ୍ତର ଆମେରିକାରେ ମରାଠା ଶାସକଙ୍କ ଏକମାତ୍ର ପ୍ରତିମୂର୍ତ୍ତି ଥିଲା।

ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଏହି ପ୍ରତିମୂର୍ତ୍ତି ଫେବୃଆରୀ ୯ ରେ ଏକ କବାଡ଼ି ଖାନାରୁ ମିଳିଥିଲା। ବେଆଇନ କାର୍ଯ୍ୟକଳାପ ପାଇଁ ଏହି କବାଡ଼ି ଖାନା ଅନେକ ଥର ଖବରରେ ରହି ଆସିଛି। ଛତ୍ରପତି ଶିବାଜୀ ମହାରାଜଙ୍କ ଏହି ପ୍ରତିମୂର୍ତ୍ତି ପ୍ରାୟ ୨୦୦ କିଲୋଗ୍ରାମ ଓଜନର ଅଟେ। ଏହି ପ୍ରତିମୂର୍ତ୍ତିକୁ ୧୯୯୯ ମସିହାରେ ଭାରତୀୟ ପୁଣେ ସହରରୁ ଉପହାର ସ୍ବରୂପ ସେନ ଜୋସଙ୍କୁ ଦିଆଯାଇଥିଲା।

ଜାନୁଆରୀ ୩୧ ରେ ଗୁଆଡାଲୁପି ନଦୀ ପାର୍କରୁ ଏହା ଚୋରି ହୋଇଥିବା ଜଣାପଡିଛି। ଚୋରମାନେ ମୂର୍ତ୍ତିର ଘୋଡ଼ାର ଖୁରାକୁ ହ୍ୟାକ କରିଥିଲେ। ଖବର ଅନୁଯାୟୀ ପୋଲିସ ଏକ କବାଡ଼ି ଖାନାରୁ ଏହି ପ୍ରତିମୂର୍ତ୍ତି ଉଦ୍ଧାର କରିଛି। ପୋଲିସ ଏହି ଘଟଣାରେ ଜଙ୍କିଆର କର୍ମଚାରୀଙ୍କୁ ପଚରାଉଚରା କରିଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।

ଚୋରି ପରେ ପ୍ରଶାସନ ପକ୍ଷରbୁ ଏକ ଟୁଇଟରେ କୁହାଯାଇଛି ଯେ ଏହି ଚୋରିକୁ ନେଇ ଆମେ ବେଶ୍‌ ଦୁଃଖିତ। ସମାଧାନ ଖୋଜିବା ପାଇଁ ଆମେ ସ୍ଥାନୀୟ ନେତାଙ୍କ ସହ କାର୍ଯ୍ୟ କରୁଛୁ ଏବଂ ଶୀଘ୍ର ଏକ ପରବର୍ତ୍ତୀ ସୂଚନା ପ୍ରଦାନ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଧୂମପାନ କରୁ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ହେଉଛି ଫୁସଫୁସ କର୍କଟ, ବ୍ରିଟେନ୍‌ରେ ପ୍ରତିବର୍ଷ ୬ ହଜାରରୁ ଅଧିକଙ୍କ ଯାଉଛି ଜୀବନ…

ଲଣ୍ଡନ,୧୮।୯ : ଯେଉଁମାନେ କେବେ ବି ଧୂମପାନ କରିନାହାଁନ୍ତି, ସେମାନେ ମଧ୍ୟ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଲଣ୍ଡନର ଫ୍ରାନ୍ସିସ କ୍ରିକ ପ୍ରତିଷ୍ଠାନର ଗବେଷକମାନେ...

ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅଙ୍କୁ ୫ ବର୍ଷ ଜେଲ

ତେହେରାନ,୧୧ା୧: ଇରାନର ପୂର୍ବତନ ରାଷ୍ଟ୍ରପତି ଆକବର ହାସେମି ରଫ୍‌ସାନ୍‌ଜାନିଙ୍କ ଝିଅ ଫାଏଜେ ହାସେମିଙ୍କୁ ୫ ବର୍ଷ ଜେଲଦଣ୍ଡ ହୋଇଛି। ତେବେ କେଉଁ ଅପରାଧରେ ତାଙ୍କୁ ଦଣ୍ଡିତ...

ଚାଇନାର କ୍ଷତି କରିପାରିବ ନାହିଁ ଭାରତ

ବେଜିଂ,୨୮/୮:ଭାରତୀୟ ଅର୍ଥନୀତି ବହୁଳ ଭାବେ ଚାଇନା ଉପରେ ନିର୍ଭରଶୀଳ। ତେଣୁ ସୀମାରେ ଯେତେ ଉତ୍ତେଜନା ସୃଷ୍ଟି ହେଲେ ମଧ୍ୟ ଭାରତୀୟ ସେନା ପିପୁଲ୍ସ ଲିବରେଶନ ଆର୍ମି...

ଭାରତବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ବାଇଡେନ

ଓ୍ବାଶିଂଟନ,୧୫ା୮: ଭାରତକୁ ୭୬ ତମ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏଥିସହିତ ବାପୁଙ୍କ ସତ୍ୟ, ଅହିଂସା, ସଂଗ୍ରାମ କଥା ମନେ...

ରାଷ୍ଟ୍ରପତିଙ୍କୁ ଅଣ୍ଡା ମାଡ଼

ପ୍ୟାରିସ,୨୭।୯: ଫ୍ରାନ୍ସ ରାଷ୍ଟ୍ରପତି ଏମ୍ମାନୁଏଲ ମାକ୍ରନଙ୍କୁ ସୋମବାର ଲିଓନ ରାଜ୍ୟର ଦକ୍ଷିଣାଞ୍ଚଳ ସହରରେ ଆୟୋଜିତ ଅନ୍ତର୍ଜାତୀୟ କ୍ୟାଟରିଂ, ହୋଟେଲ ଏବଂ ଖାଦ୍ୟ ବାଣିଜ୍ୟ ମେଳା ବେଳେ...

ଲାହୋର ବିମାନବନ୍ଦରରେ ଗୁଳିଚାଳନା: ଦୁଇ ମୃତ

ଲାହୋର, ୩।୭: ପାକିସ୍ତାନର ଲାହୋର ବିମାନବନ୍ଦରରେ ଅଚାନକ ଗୁଳିଚାଳନା କରାଯାଇଛି। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଗୁଳିଚାଳନା କରିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି।...

ଚର୍ଚ୍ଚିଲ ପ୍ରଧାନମନ୍ତ୍ରୀ ଥିଲେ ବୋଲି ୩୨% ଅଜ୍ଞ

ଲଣ୍ଡନ, ୨୭।୨: ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାକୁ ସାରା ବିଶ୍ୱ ଅତି ନିକଟରୁ ଦେଖିଛି। ଏହା ଯୋଗୁ ବୈଶ୍ୱିକ ସଙ୍କଟ ମୁଣ୍ଡ ଟେକିଥିଲା। ଯୁଦ୍ଧ ପରେ ରାଷ୍ଟ୍ରଗୁଡ଼ିକ...

ଆମେରିକାରେ ମୃତ୍ୟୁସଂଖ୍ୟା ୧୧

ସିଟଲ,୬ା୩: ଆମେରିକାରେ କରୋନା ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲାଣି।କେବଳ ଓ୍ବାଶିଂଟନରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସିଟଲ ଅଞ୍ଚଳର ଏକ ନର୍ସିଂ ହୋମ୍‌ରେ ପ୍ରଥମ କରୋନା...

Advertisement
Archives

Model This Week