Posted inଜାତୀୟ

ଦେଶର ସବୁଠାରୁ ପ୍ରଦୂଷିତ ସହର ମୁମ୍ବାଇ: ବିଶ୍ୱର ଶୀର୍ଷ ୧୦ ସହର ତାଲିକାରୁ ଦିଲ୍ଲୀ ହଟିିଲା…

ମୁମ୍ବାଇ,୧୪।୨ : ରାଜଧାନୀ ଦିଲ୍ଲୀକୁ ପଛରେ ପକାଇ ମୁମ୍ବାଇ ଦେଶର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। ବାୟୁ ଗୁଣବତ୍ତା ମନିଟର (ଏକ୍ୟୁଆଇ) ସ୍ବିଜରଲାଣ୍ଡର ଏୟାର ଟ୍ରାକିଂ ଇଣ୍ଡେକ୍ସ ଆଇକ୍ୟୁଏୟାର ଅନୁଯାୟୀ, ଜାନୁଆରୀ ୨୯ ରୁ ଫେବୃଆରୀ ୮ ମଧ୍ୟରେ ମୁମ୍ବାଇ ଭାରତର ସବୁଠାରୁ ପ୍ରଦୂଷିତ ସହର ଏବଂ ବିଶ୍ୱସ୍ତରରେ ଦ୍ୱିତୀୟ ସ୍ଥାନରେ ରହିଥିଲା।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୯ ରେ ମୁମ୍ବାଇ ଖରାପ ସହର ମାନ୍ୟତାରେ ଦଶମ ସ୍ଥାନ ଅଧିକାର କରିଥିଲା। ଅନ୍ୟପକ୍ଷରେ, ଫେବୃଆରୀ ୨ ରେ ମୁମ୍ବାଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ତେବେ ଫେବୃଆରୀ ୧୩ ରେ, ମୁମ୍ବାଇ ଭାରତର ସବୁଠାରୁ ପ୍ରଦୂଷିତ ସହର ଭାବରେ ଦିଲ୍ଲୀକୁ ଅତିକ୍ରମ କରି ବାୟୁ ଗୁଣବତ୍ତା ଦୃଷ୍ଟିରୁ ବିଶ୍ୱରେ ଦ୍ୱିତୀୟ ପ୍ରଦୂଷିତ ସହର ପାଲଟି ଯାଇଛି।

ସିପିସିବି ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ମୁମ୍ବାଇରେ ପୂର୍ବ ତିନୋଟି ଶୀତ ତୁଳନାରେ ‘ଖରାପ’ ଏବଂ ‘ଅତ୍ୟଧିକ ଖରାପ’ ଦିନ ଦୁଇଗୁଣ ଅଧିକ ଥିଲା। ଜାତୀୟ ପରିବେଶ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଏବଂ ଆଇଆଇଟି-ବମ୍ବେର ୨୦୨୦ ଅନୁସନ୍ଧାନ ଅନୁଯାୟୀ ମୁମ୍ବାଇର ବାୟୁରେ ଥିବା କଣିକା ପଦାର୍ଥ ଭାରରେ ୭୧ ପ୍ରତିଶତରୁ ଅଧିକ ରାସ୍ତା କିମ୍ବା ନିର୍ମାଣ ଧୂଳି ରହିଛି। କାରଖାନା, ପାୱାର ପ୍ଲାଣ୍ଟ, ବିମାନବନ୍ଦର ଏବଂ ଅଳିଆ ଆବର୍ଜନା ମୁମ୍ବାଇର ବାୟୁକୁ ଖରାପରେ ପରିଣତ କରିବାରେ ସହାୟକ ହୋଇଛି।

ନୂତନ ତାଲିକା ଅନୁଯାୟୀ, ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଭାବେ ପାକିସ୍ତାନର ଲାହୋରକୁ ଘୋଷଣା କରାଯାଇଛି। ମୁମ୍ବାଇ ଦ୍ୱିତୀୟ ସ୍ଥାନରେ, କାବୁଲ ତୃତୀୟ ସ୍ଥାନରେ ରହିଛି। ଏହି ତାଲିକାର ଶ୍ରେଷ୍ଠ ଦଶଟି ପ୍ରଦୂଷିତ ସହରରୁ ଭାରତର ରାଜଧାନୀ ହଟିଯାଇଛି। ଯଦିଓ ଦିଲ୍ଲୀରେ ପ୍ରଦୂଷଣର ସ୍ତର ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଗ୍ରୀଷ୍ମ ପ୍ରବାହ ଯୋଗୁ ବଢୁଛି ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ, ୧୧ା୭ : ଜଳବାୟୁ ପରିବର୍ତ୍ତନଜନିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱବ୍ୟାପୀ ଶ୍ରମଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହେବାରେ ଲାଗିଛି। ଏହାଫଳରେ ବିଶେଷକରି ପରିବାର ଚଳାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri