ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ ୮,୬୧୦ ଟଙ୍କା ଏବଂ ବିଦ୍ୟୁତ କେବୁଲ ତାର ଜବତ କରାଯାଇଛି।
ଗତ ୧୦ ତାରିଖ ରାତିରେ ନାବାଳକ ଜଣକ ଭବାନୀପାଟଣା ସୀତାବୋର୍ଡ଼ିପଡ଼ାର ସୁନିଲ ବାଗଙ୍କ ଘରୁ ସୁନାଗହଣା ଓ ଟଙ୍କା ଚୋରି କରିଥିବା ବେଳେ ଯଶପାଲ ସିଂଙ୍କ ଗୋଦାମରୁ ବିଦ୍ୟୁତ କେବୁଲ ତାର ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଭବାନୀପାଟଣା ଟାଉନ ଥାନାରେ ଦୁଇଟି ପୃଥକ ମାମଲା (ନଂ- ୩୩୭/୨୦୨୬ ଏବଂ ୩୩୮/୨୦୨୬) ରୁଜୁ ହୋଇଥିଲା।
ବର୍ତ୍ତମାନ ଉଭୟ ମାମଲାରେ ସଂପୃକ୍ତ ନାବାଳକଙ୍କୁ ଭବାନୀପାଟଣା ଜୁଭେନାଇଲ ଜଷ୍ଟିସ ବୋର୍ଡ଼ (JGB) ନିକଟକୁ ପଠାଯାଇଥିବା ସ୍ଥାନୀୟ ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର ସୂଚନା ଦେଇଛନ୍ତି।

