Posted inଖେଳ

ଇଂଲଣ୍ଡ ଦଳକୁ ଷ୍ଟୋକ୍ସ, ରବିନସନ୍‌ଙ୍କ ପ୍ରତ୍ୟାବର୍ତ୍ତନ

ଲଣ୍ଡନ, ୨୨।୭(ପି.ଟି.)- ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ ପାଇଁ ବୁଧବାର ୧୭ ଜଣିଆ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି। ତାରକା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ବର୍ଣ୍ଣବୈଷମ୍ୟ ସମ୍ପର୍କିତ ଟୁଇଟ୍‌ ପାଇଁ ୭ ବର୍ଷ ବାସନ୍ଦ ହୋଇଥିବା ଦ୍ରୁତ ବୋଲର ଓଲି ରବିନସନଙ୍କୁ ସାମିଲ କରାଯାଇଛି। ସେହିପରି ୫ ବର୍ଷ ପରେ ଓପନର ହସିବ ହମିଦ ଟେଷ୍ଟ ଦଳକୁ ଫେରିଛନ୍ତି। ଶେଷଥର ପାଇଁ ସେ ୨୦୧୬ରେ ଭାରତ ବିପକ୍ଷରେ ଖେଳିଥିଲେ। ପ୍ରଥମ ଟେଷ୍ଟ ନଟିଂହାମରେ ଅଗଷ୍ଟ ୪ରୁ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ଲଡର୍‌ସରେ ଅଗଷ୍ଟ ୧୨ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆହତ ସମସ୍ୟାରେ ଥିବା ଜୋଫ୍ରା ଆର୍ଚର ଏବଂ କ୍ରିସ୍‌ ଓ୍ବକ୍ସ ମ୍ୟାଚ୍‌-ଫିଟ୍‌ ହୋଇ ନ ଥିବାରୁ ଦଳରେ ସ୍ଥାନ ପାଇନାହାନ୍ତି। ଦୁଇ ଭେଟେରାନ ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ସମେତ ଦ୍ରୁତ ବୋଲର ମାର୍କ ଉଡ୍‌ ଓ ସାମ୍‌ କୁରାନ ଅନ୍ୟତମ ଫାଷ୍ଟ ବୋଲରଭାବେ ଲାଇନ୍‌-ଅପ୍‌ରେ ରହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିଶ୍ରାମ ନେଇଥିବା ଉଇକେଟ କିପର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଓ ଜେସ୍‌ ବଟଲର ଅଧିନାୟକ ଜୋ ରୁଟ୍‌ଙ୍କ ଦଳକୁ ଫେରିଛନ୍ତି। ରୋରି ବନର୍‌ସ, ଓଲି ପୋପ୍‌, ଜ୍ୟାକ କ୍ରଲି, ଡମ୍‌ ସିବଲେ ଓ ଡାନ୍‌ ଲରେନ୍ସ ଇଂଲଣ୍ଡ ବ୍ୟାଟିଂ ୟୁନିଟର ଅନ୍ୟତମ ସଦସ୍ୟ। ୨୪ ବର୍ଷୀୟ ଲରେନ୍ସ ଏବଂ ଲଙ୍କାଶାୟାର ଓପନର ହମିଦ ବର୍ତ୍ତମାନ ଡରହାମରେ ଭାରତ ବିପକ୍ଷରେ ଓ୍ବାର୍ମଅପ୍‌ ମ୍ୟାଚ ଖେଳୁଛନ୍ତି।
ଇଂଲଣ୍ଡ ଦଳ: ଜୋ ରୁଟ୍‌ (ଅଧିନାୟକ), ଜେମ୍ସ ଆଣ୍ଡରସନ, ବେନ୍‌ ଷ୍ଟୋକ୍ସ, ଜନି ବେୟାରଷ୍ଟୋ, ଡମ୍‌ ବେସ୍‌, ଷ୍ଟୁଆର୍ଟ ବ୍ରଡ୍‌, ରୋରି ବନର୍‌ସ, ଜୋସ ବଟଲର, ଜ୍ୟାକ କ୍ରଲି, ସାମ୍‌ କୁରାନ, ହସିବ ହମିଦ, ଡାନ୍‌ ଲରେନ୍ସ, ଜ୍ୟାକ ଲିଚ୍‌, ଓଲି ପୋପ୍‌, ଓଲି ରବିନସନ, ଡମ୍‌ ସିବ୍‌ଲେ, ମାର୍କ ଉଡ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୯ ବର୍ଷରୁ କମ୍‌ ଫୁଟବଲ: ଓମାନଠାରୁ ହାରିଲା ଭାରତ

ନୂଆଦିଲ୍ଲୀ,୨୦।୭ (ପି.ଟି.)- ଆଗକୁ ଆୟୋଜନ ହେବାକୁଥିବା ଏଏଫ୍‌ସି ୧୯ ବର୍ଷରୁ କମ୍‌ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଚଳାଇଥିବା ଭାରତୀୟ ଦଳ ଶୁକ୍ରବାର ଓମାନଠାରୁ ପରାସ୍ତ ହୋଇଛି।...

ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୩୦।୭(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ତାରକା ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ କ୍ୟାରିୟରରେ ଆଉ ଏକ ସଫଳତାଲାଭ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ୧୨ତମ ସର୍ଦ୍ଦାର ସାଜନ ସିଂ...

ଥାଇଲାଣ୍ଡକୁ ହରାଇଲା ଭାରତ

ସାଲେ(ଓମାନ), ୨୮ା୮(ପି.ଟି.): ମହିଳା ୫ଏ-ସାଇଡ୍‌ ଏସିଆନ ହକି ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ଭାରତର ଅପରାଜେୟ ଧାରା ବଜାୟ ରହିଛି। ଦଳ ରବିବାର ଟୁର୍ନାମେଣ୍ଟରେ ଏହାର ତୃତୀୟ ମ୍ୟାଚରେ...

ଖେଳରତ୍ନ ପାଇଁ ହକି ଅଧିନାୟିକା ରାନୀଙ୍କ ନାମ ସୁପାରିସ: ଅର୍ଜୁନ ଲାଗି ବନ୍ଦନା, ମୋନିକା, ହରମନପ୍ରୀତ

ନୂଆଦିଲ୍ଲୀ,୨।୬(ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଭାରତୀୟ ହକି ଅଧିନାୟିକା ରାନୀ ରାମପଲଙ୍କ ନାମ ସୁପାରିସ୍‌ କରାଯାଇଛି। ସେହିପରି...

ଭାରତ ଗସ୍ତରୁ ଓହରିଲେ ତାମିମ

ଢାକା,୨୬।୧୦(ପି.ଟି.): ବାଂଲାଦେଶ ଭାରତ ଗସ୍ତରେ ଆସୁଥିବା ବେଳେ ସିନିୟର ଓପନର ତାମିମ ଇକ୍‌ବାଲ ଏଥିରୁ ଓହରିଯାଇଛନ୍ତି। ତାଙ୍କ ସ୍ତ୍ରୀ ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି।...

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ରାଞ୍ଚତ୍ଠାରୁ ହାରିଲା ସମ୍ବଲପୁର

ଭୁବନେଶ୍ୱର, ୨୩।୨ (ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟର ଶନିବାର ୨ୟ ଦିବସରେ ବିଭିନ୍ନ ଇଭେଣ୍ଟରେ ଖେଳ ଅନୁଷ୍ଠିତ ହୋଇଯାଇଛି। କିଟ୍‌ କ୍ୟାମ୍ପସ୍‌-୧୩ସ୍ଥିତ ହକି ଷ୍ଟାଡିୟମରେ...

ସୌରାଷ୍ଟ୍ର ରଣଜୀ ଚାମ୍ପିଅନ୍‌

କୋଲକାତା,୧୯।୨: ରଣଜୀ ଟ୍ରଫି ୨୦୨୩ର ଫାଇନାଲରେ ସୌରାଷ୍ଟ୍ର ବେଙ୍ଗଲକୁ ୯ ଉଇକେଟରେ ପରାସ୍ତ କରିଛି। ଏହା ସହିତ ଗତ ତିନି ସିଜିନରେ ଦ୍ୱିତୀୟ ଥର ପାଇଁ...

ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୨୧।୭: ଭାରତ-ଶ୍ରୀଲଙ୍କା ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ସହିତ ବାଂଲାଦେଶ-ଜିମ୍ବାଓ୍ବେ ଓ ଦକ୍ଷିଣ ଆଫ୍ରିକା-ଆୟର୍ଲାଣ୍ଡ ଦିନିକିଆ ସିରିଜ୍‌ ଶେଷ ହେବା ପରେ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଅଦଳବଦଳ ଦେଖିବାକୁ...

Advertisement
Archives

Model This Week