Posted inଖେଳ

ସଂଘର୍ଷ ପରେ ଜିତିଲା ଅଷ୍ଟ୍ରେଲିଆ

ଆବୁଧାବି,୨୩।୧୦: ଚଳିତ ଟି୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୫ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଲୋ ସ୍କୋରିଂ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୧୧୮ ରନ୍‌ କରିଥିଲା ଦକ୍ଷିଣ ଆଫ୍ରିକା। ଲାଗୁଥିଲା ଅଷ୍ଟ୍ରେଲିଆ ସହଜରେ ମ୍ୟାଚ୍‌ ଜିତି ନେବ। କିନ୍ତୁ ତାହା କରେଇ ଦେଇ ନ ଥିଲେ ପ୍ରତିପକ୍ଷ ବୋଲର କାଗିସୋ ରବାଡା, ଅନରିଚ ନର୍ଟଜେ (୨ ଉଇକେଟ) ଓ କେଶବ ମହାରାଜ। ଏମାନେ କ୍ରମାଗତ ବ୍ୟବଧାନରେ ଉଇକେଟ ନେବାରୁ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ଶେଷ ଓଭର ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡ଼ିଥିଲା। ଶେଷରେ ୧୯.୪ ଓଭରରେ ୫ ଉଇକେଟ ହରାଇ ଅଷ୍ଟ୍ରେଲିଆ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦଳ ପାଇଁ ଷ୍ଟିଭ ସ୍ମିଥ ୩୫ ଓ ମାର୍କସ ଷ୍ଟୋଇନିସ ୨୪* ରନ୍‌ କରିଥିଲେ।

ପୂର୍ବରୁ ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା। ଏପରି କି ପାଓ୍ବର ପ୍ଲେ ମଧ୍ୟରେ ଦଳ ୩ ଉଇକେଟ ହରାଇ ସାରିଥିଲା। ଦଳର ୫ ଜଣ ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁଥିଲେ, ହେଲେ କେହି ବଡ଼ ସ୍କୋର କରି ପାରି ନ ଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ଉଇକେଟ ହରାଇ ୧୧୮ ରନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ଆରମ୍ଭରୁ ବିପର୍ଯ୍ୟୟ

ଅଲ ଆମେରାତ,୧୭।୧୦: ଟି୨୦ ବିଶ୍ୱକପ୍‌ ଆରମ୍ଭରୁ ବିପର୍ଯ୍ୟୟ ଘଟିଛି। ବାଂଲାଦେଶକୁ ୬ ରନ୍‌ରେ ହରାଇ ଦେଇଛି ଦୁର୍ବଳ ସ୍କଟଲାଣ୍ଡ। ୧୪୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ...

ଝିଅର ଅନ୍ତିମ ସଂସ୍କାର ସାରି ଆସିଥିଲେ, ମଇଦାନରେ ଶତକ ମାରି ହୃଦୟ ଜିତିଲେ କ୍ରିକେଟର

ନୂଆଦିଲ୍ଲୀ,୨୬।୨: କ୍ରିକେଟ ଏପରି ଏକ ଖେଳ ଯେଉଁଠାରେ କେହି ଭଲ ପ୍ରଦର୍ଶନ କଲେ ହିରୋ ହୁଅନ୍ତି। ଏଥର ରଣଜୀ ଟ୍ରଫିରେ ଏଭଳି ଏକ ଘଟଣା ଦେଖିବାକୁ...

ମୁଁ ଅନୁଷ୍କାଙ୍କୁ କହିଥିଲି, କୋହଲି ଅଧିନାୟକ ହୋଇ ଭୁଲ କରୁଛନ୍ତି: ଶୋଏବ ଅଖତର

ନୂଆଦିଲ୍ଲୀ,୨୫।୭: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। କୋହଲି ଦଳର ଦ୍ରୁତ ବୋଲରଙ୍କ ମଧ୍ୟରେ ଆକ୍ରୋଶ...

ଗାଭାସ୍କରଙ୍କ ଆଇପିଏଲ ଦଳର ଅଧିନାୟକ ଧୋନୀ

ନୂଆଦିଲ୍ଲୀ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ପୂର୍ବରୁ ନିଜ ସର୍ବକାଳୀନ ଆଇପିଏଲ ଏକାଦଶ ଘୋଷଣା କରିଛନ୍ତି କିମ୍ବଦନ୍ତୀ ଭାରତୀୟ ଟେଷ୍ଟ ଓପନର ସୁନୀଲ...

ଦିଲ୍ଲୀ ଫ୍ରାଞ୍ଚାଇଜ୍‌ରେ ଯୋଗଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୮।୧୧(ପି.ଟି.)-ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଶୁକ୍ରବାର ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଇଛନ୍ତି। ତାଙ୍କ ବଦଳରେ ବାମହାତୀ ଜଗଦୀଶ ସୁଚିଥଙ୍କୁ କିଙ୍ଗ୍ସ ଏକାଦଶ...

ପୁଣି ଶତକ ନିକଟରେ ରୋହିତ

ପୁଣି ଶତକ ନିକଟରେ ରୋହିତ ବିଶାଖାପାଟଣା,୫।୧୦: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୧୭୬ ରନ୍‌ର ଶତକୀୟ ଇନିଂସ ଖେଳିଥିବା...

ରାହୁଲ ଦ୍ରାବିଡ କୋଚ୍‌ ହେବା ନେଇ ମୁହଁ ଖୋଲିଲେ କୋହଲି: କହିଲେ,ଏସବୁ କ’ଣ ଚାଲିଛି…

ଦୁବାଇ,୧୭।୧୦: ‘ଦ ଓ୍ବାଲ୍‌’ ଭାବରେ ଜଣାଶୁଣା ରାହୁଲ ଦ୍ରାବିଡଙ୍କୁ ବିସିସିଆଇ ଟି -୨୦ ବିଶ୍ୱକପ ୨୦୨୧ ର ପରବର୍ତ୍ତୀ କୋଚ ହେବା ନେଇ ଚର୍ଚ୍ଚା ଚାଲିଛି।...

ଉପରକୁ ଉଠିଲେ ସୂର୍ଯ୍ୟକୁମାର

ଦୁବାଇ, ୨୮।୯:ଭାରତର ସୂର୍ଯ୍ୟକୁମାର ଯାଦବ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟର ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ...

Advertisement
Archives

Model This Week