୨୭ ଅଗଷ୍ଟ ବନ୍ଦ ରହିବ ଷ୍ଟକ୍‌ ମାର୍କେଟ, ଟ୍ରେଡିଂ ପୂର୍ବରୁ ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୨୪।୮: ଆଗାମୀ ସପ୍ତାହରେ ନିବେଶକମାନଙ୍କ ପାଇଁ ଶେୟାର ବଜାରରେ ମାତ୍ର ୪ ଦିନ ଟ୍ରେଡିଂ ହେବ। ଗଣେଶ ଚତୁର୍ଥୀ ଅବସରରେ ବୁଧବାର, ୨୭ ଅଗଷ୍ଟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (BSE) ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (NSE) ବନ୍ଦ ରହିବ। ଏହା ବ୍ୟତୀତ ୩୧ ଅଗଷ୍ଟ (ଶନିବାର) ଓ ୧ ସେପ୍ଟେମ୍ବର (ରବିବାର) ସପ୍ତାହନ୍ତ ହେତୁ ମଧ୍ୟ ବଜାର ବନ୍ଦ ରହିବ। ଅର୍ଥାତ ଆଗାମୀ ସପ୍ତାହରେ ନିବେଶକମାନେ କେବଳ ସୋମବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଦିନ ଟ୍ରେଡିଂ କରିପାରିବେ।

କେବେ କେବେ ବନ୍ଦ ରହିବ ବଜାର?
ମୁମ୍ବାଇ ସ୍ଥିତ ଉଭୟ BSE ଓ NSE ପ୍ରତିବର୍ଷ ଗଣେଶ ଚତୁର୍ଥୀ ଦିନ ବନ୍ଦ ରହିଥାଏ, କାରଣ ମହାରାଷ୍ଟ୍ର ସରକାର ଏହାକୁ ବାଧ୍ୟତାମୂଳକ ଛୁଟି ଘୋଷଣା କରିଛନ୍ତି। ଅଗଷ୍ଟ ଶେଷ ହେବା ପରେ ସେପ୍ଟେମ୍ବର ମାସରେ କେବଳ ଶନିବାର ଓ ରବିବାର ଛୁଟି ରହିବ। କିନ୍ତୁ ଅକ୍ଟୋବରରେ ଗାନ୍ଧୀ ଜୟନ୍ତୀ ଓ ଦୀପାବଳୀ ଅବସରରେ ବଜାର ବନ୍ଦ ରହିବ। ବିଶେଷ କଥା ହେଉଛି, ୨୧ ଅକ୍ଟୋବରରେ ମୁହୂର୍ତ ଟ୍ରେଡିଂ ହେବ, ଯାହାକୁ ଶୁଭ ବୋଲି ବିବେଚନା କରାଯାଏ ଏବଂ ଏହି ସମୟରେ ନିବେଶକମାନେ ବହୁଳ ଭାବେ କ୍ରୟ କରନ୍ତି।

ଆଗାମୀ ସପ୍ତାହରେ ବଜାରର ସ୍ଥିତି
ବିଶେଷଜ୍ଞମାନଙ୍କ ମତରେ, ଆମେରିକୀୟ ଫେଡ ରିଜର୍ଭର ସୁଧ ହାର ହ୍ରାସ ସମ୍ଭାବନା ଏବଂ ବିଶ୍ୱ ବଜାରରେ ତେଜିର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ପଡ଼ିବ। ଏହା ସହ ଡଲାର ଇଣ୍ଡେକ୍ସରେ ଦୁର୍ବଳତା ମଧ୍ୟ ଘରୋଇ ବଜାରକୁ ସମର୍ଥନ ଯୋଗାଇବ। ତେବେ ଆମେରିକା ପକ୍ଷରୁ ଅତିରିକ୍ତ ଟାରିଫ ଲାଗୁ କରିବାର ସମୟସୀମା ନିକଟତର ହେଉଛି, ଯାହା ଉପରେ ନିବେଶକମାନଙ୍କ ନଜର ରହିବ।

(Disclaimer:ଏହି ଲେଖାଟି କେବଳ ସୂଚନାମୂଳକ ଉଦ୍ଦେଶ୍ୟରେ ଉପସ୍ଥାପନ କରାଯାଇଛି ଏବଂ ଏହାକୁ କୌଣସି ପ୍ରକାରର ନିବେଶ ପରାମର୍ଶ ଭାବରେ ଦେଖାଯିବା ଉଚିତ୍ ନୁହେଁ। ପାଠକ/ଦର୍ଶକ କୌଣସି ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ସେମାନଙ୍କର ଆର୍ଥିକ ପରାମର୍ଶଦାତାଙ୍କ ସହିତ ପରାମର୍ଶ କରିବାକୁ ପରାମର୍ଶ )


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri