୨୪ଘଣ୍ଟା ପରେ ବି ମିଳୁନି ପତ୍ତା

ଭଦ୍ରକ/ଭଣ୍ଡାରୀପୋଖରୀ(ସନାତନ ରାଉତ/ରବିନାରାୟଣ ଖିଲାର),୨୯।୯:ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ(୩୦) ନିଜ ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁ ଉପରୁ ନଦୀକୁ ଡେଇଁବା ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାପ,ଝିଅଙ୍କ କୌଣସି ପତ୍ତା ମିଳିନାହିଁ। ଚନ୍ଦନ ବୁଧବାର ରାତି ପ୍ରାୟ ୯ଟାରେ ୧୬ ନଂ. ଜାତୀୟ ରାଜପଥର ଏହି ସେତୁ ଉପରୁ ଆଖୁଆପଦା ଆନିକଟର ଗଭୀର ଜଳରାଶିକୁ ଝିଅ ତୃପ୍ତିକୁ ସାଙ୍ଗରେ ଧରି ଡେଇଁ ପଡ଼ିଥିଲେ। ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ସେହି ରାତି ଓ ଗୁରୁବାର ଦିନତମାମ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ କୌଣସି ସୂଚନା ମିଳିପାରି ନାହିଁ। ପୋଲ ଉପରୁ ଚନ୍ଦନଙ୍କ ବାଇକ୍‌, ମୋବାଇଲ ଓ ବାପ,ଝିଅଙ୍କ ଜୋତାକୁ ପୋଲିସ ଜବତ କରିଛି। ଅନ୍ୟପକ୍ଷେ ବଡ଼ଭଉଣୀଙ୍କ ସହ ଚନ୍ଦନଙ୍କ ଶେଷଥର ପାଇଁ ଫୋନ ଯୋଗେ ହୋଇଥିବା ବାର୍ତ୍ତାଳପ ଅଡିଓ ଭାଇରାଲ ହେବାପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଉକ୍ତ ଫୋନକଲ୍‌ରୁ ସୂଚନା ମିଳିଛି ଯେ, ଆତ୍ମହତ୍ୟା ନେଇ ସେ ଭଉଣୀଙ୍କୁ ଜଣାଇଥିଲେ। ଆତ୍ମହତ୍ୟା ନ କରିବାକୁ ତାଙ୍କ ଭଉଣୀ ଯେତେ ରାଣ ନିୟମ ପକାଇଥିଲେ ମଧ୍ୟ ତାହାକୁ ଏଡ଼ାଇ ଦେଇଥିବା ଶୁଣିବାକୁ ମିଳୁଛି। ତେବେ ଚନ୍ଦନ ଏଭଳି ଚରମ ନିଷ୍ପତ୍ତି ନେବା ପଛରେ କ’ଣ କାରଣ ରହିଛି, ତାହା ସ୍ପଷ୍ଟ ହୋଇପାରି ନାହିଁ। ଅପରପକ୍ଷେ ରୋଜଗାରିଆ ପୁଅ ଓ ନାତୁଣୀଙ୍କୁ ହରାଇ ଚନ୍ଦନଙ୍କ ମା’ ବାପା ଓ ୩ ସାନଭାଇଙ୍କ କାନ୍ଦବୋବାଳିରେ ପରିବେଶ ଶୋକାକୁଳ ହୋଇଛି।
ମିଳିଥିବା ସୂଚନା ମୁତାବକ ୪ବର୍ଷ ପୂର୍ବେ ଚନ୍ଦନ ସେହି ଥାନା ଅଧୀନ ମଞ୍ଜୁରୀ ଗ୍ରାମର ଲକ୍ଷ୍ମୀପ୍ରିୟାଙ୍କୁ ପ୍ରେମବିବାହ କରିଥିଲେ। ଚନ୍ଦନ ସୁରଟର ଏକ ସୂତା ମିଲ୍‌ରେ କାର୍ଯ୍ୟ କରୁଥିବାରୁ ବିବାହ ପରେ ସ୍ତ୍ରୀସ୍ବାମୀ ସେଠାରେ ରହୁଥିଲେ। ପ୍ରାୟ ୧ ମାସ ତଳେ କୌଣସି କାରଣରୁ ଲକ୍ଷ୍ମୀପ୍ରିୟା ସେଠାରେ ଆତ୍ମହତ୍ୟା କରିବା ପରେ ଚନ୍ଦନ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଆସିଥିଲେ। ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ପରେ ଚନ୍ଦନଙ୍କ ଶ୍ୱଶୁରଘର ପକ୍ଷରୁ ଝିଅ ତୃପ୍ତି ନାମରେ ବ୍ୟାଙ୍କରେ ୩ଲକ୍ଷ ଟଙ୍କା ଜମା ରଖିବାକୁ ଚାପ ପ୍ରୟୋଗ କରାଯାଇଥିଲା। ମାନସିକ ଚାପରେ ଥିବାବେଳେ ଚନ୍ଦନ ମା’ ବାପାଙ୍କ ସହ ଝିଅକୁ ନେଇ ପୁଣିଥରେ ସୁରଟ ଯାଇଥିଲେ। ସେଠାରେ କିଛିଦିନ ରହିବା ପରେ ନିକଟରେ ଗାଁକୁ ଫେରି ଆସିଥିଲେ। ଘରକୁ ଫେରିବାପରେ ଅସ୍ବାଭାବିକ ଜଣାପଡୁଥିଲେ ବୋଲି ପରିବାର ଓ ପଡ଼ୋଶୀଙ୍କଠାରୁ ଜାଣିବାକୁ ମିଳିଛି। ମାନସିକ ଭାରସାମ୍ୟ ହରାଇ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଥିବାବେଳେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Gen Zଙ୍କ ସହ Gen Alphaଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦି, ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ Gen Z ଏବଂ Gen Alphaଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri