୨୪ଘଣ୍ଟା ପରେ ବି ମିଳୁନି ପତ୍ତା

ଭଦ୍ରକ/ଭଣ୍ଡାରୀପୋଖରୀ(ସନାତନ ରାଉତ/ରବିନାରାୟଣ ଖିଲାର),୨୯।୯:ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ(୩୦) ନିଜ ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁ ଉପରୁ ନଦୀକୁ ଡେଇଁବା ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାପ,ଝିଅଙ୍କ କୌଣସି ପତ୍ତା ମିଳିନାହିଁ। ଚନ୍ଦନ ବୁଧବାର ରାତି ପ୍ରାୟ ୯ଟାରେ ୧୬ ନଂ. ଜାତୀୟ ରାଜପଥର ଏହି ସେତୁ ଉପରୁ ଆଖୁଆପଦା ଆନିକଟର ଗଭୀର ଜଳରାଶିକୁ ଝିଅ ତୃପ୍ତିକୁ ସାଙ୍ଗରେ ଧରି ଡେଇଁ ପଡ଼ିଥିଲେ। ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ସେହି ରାତି ଓ ଗୁରୁବାର ଦିନତମାମ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ କୌଣସି ସୂଚନା ମିଳିପାରି ନାହିଁ। ପୋଲ ଉପରୁ ଚନ୍ଦନଙ୍କ ବାଇକ୍‌, ମୋବାଇଲ ଓ ବାପ,ଝିଅଙ୍କ ଜୋତାକୁ ପୋଲିସ ଜବତ କରିଛି। ଅନ୍ୟପକ୍ଷେ ବଡ଼ଭଉଣୀଙ୍କ ସହ ଚନ୍ଦନଙ୍କ ଶେଷଥର ପାଇଁ ଫୋନ ଯୋଗେ ହୋଇଥିବା ବାର୍ତ୍ତାଳପ ଅଡିଓ ଭାଇରାଲ ହେବାପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଉକ୍ତ ଫୋନକଲ୍‌ରୁ ସୂଚନା ମିଳିଛି ଯେ, ଆତ୍ମହତ୍ୟା ନେଇ ସେ ଭଉଣୀଙ୍କୁ ଜଣାଇଥିଲେ। ଆତ୍ମହତ୍ୟା ନ କରିବାକୁ ତାଙ୍କ ଭଉଣୀ ଯେତେ ରାଣ ନିୟମ ପକାଇଥିଲେ ମଧ୍ୟ ତାହାକୁ ଏଡ଼ାଇ ଦେଇଥିବା ଶୁଣିବାକୁ ମିଳୁଛି। ତେବେ ଚନ୍ଦନ ଏଭଳି ଚରମ ନିଷ୍ପତ୍ତି ନେବା ପଛରେ କ’ଣ କାରଣ ରହିଛି, ତାହା ସ୍ପଷ୍ଟ ହୋଇପାରି ନାହିଁ। ଅପରପକ୍ଷେ ରୋଜଗାରିଆ ପୁଅ ଓ ନାତୁଣୀଙ୍କୁ ହରାଇ ଚନ୍ଦନଙ୍କ ମା’ ବାପା ଓ ୩ ସାନଭାଇଙ୍କ କାନ୍ଦବୋବାଳିରେ ପରିବେଶ ଶୋକାକୁଳ ହୋଇଛି।
ମିଳିଥିବା ସୂଚନା ମୁତାବକ ୪ବର୍ଷ ପୂର୍ବେ ଚନ୍ଦନ ସେହି ଥାନା ଅଧୀନ ମଞ୍ଜୁରୀ ଗ୍ରାମର ଲକ୍ଷ୍ମୀପ୍ରିୟାଙ୍କୁ ପ୍ରେମବିବାହ କରିଥିଲେ। ଚନ୍ଦନ ସୁରଟର ଏକ ସୂତା ମିଲ୍‌ରେ କାର୍ଯ୍ୟ କରୁଥିବାରୁ ବିବାହ ପରେ ସ୍ତ୍ରୀସ୍ବାମୀ ସେଠାରେ ରହୁଥିଲେ। ପ୍ରାୟ ୧ ମାସ ତଳେ କୌଣସି କାରଣରୁ ଲକ୍ଷ୍ମୀପ୍ରିୟା ସେଠାରେ ଆତ୍ମହତ୍ୟା କରିବା ପରେ ଚନ୍ଦନ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଆସିଥିଲେ। ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ପରେ ଚନ୍ଦନଙ୍କ ଶ୍ୱଶୁରଘର ପକ୍ଷରୁ ଝିଅ ତୃପ୍ତି ନାମରେ ବ୍ୟାଙ୍କରେ ୩ଲକ୍ଷ ଟଙ୍କା ଜମା ରଖିବାକୁ ଚାପ ପ୍ରୟୋଗ କରାଯାଇଥିଲା। ମାନସିକ ଚାପରେ ଥିବାବେଳେ ଚନ୍ଦନ ମା’ ବାପାଙ୍କ ସହ ଝିଅକୁ ନେଇ ପୁଣିଥରେ ସୁରଟ ଯାଇଥିଲେ। ସେଠାରେ କିଛିଦିନ ରହିବା ପରେ ନିକଟରେ ଗାଁକୁ ଫେରି ଆସିଥିଲେ। ଘରକୁ ଫେରିବାପରେ ଅସ୍ବାଭାବିକ ଜଣାପଡୁଥିଲେ ବୋଲି ପରିବାର ଓ ପଡ଼ୋଶୀଙ୍କଠାରୁ ଜାଣିବାକୁ ମିଳିଛି। ମାନସିକ ଭାରସାମ୍ୟ ହରାଇ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଥିବାବେଳେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ଇଞ୍ଜିନ ନୁହେଁ, ଯୋଡି ଶଙ୍ଖ ଦରକାର: ପାଣ୍ଡିଆନ

ନୂଆପଡ଼ା,୨୮ା୪ (ମକାରୁ ବେମାଲ)୫-ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ନୂଆପଡ଼ା ଜିଲା ଗସ୍ତରେ ଆସି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

‘ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି’

ଭବାନୀପାଟଣା/କୋକସରା/ଗୋଲାମୁଣ୍ଡା/ କର୍ଲାମୁଣ୍ଡା,୨୮।୪(ଉତ୍ତମ କୁମାର ଦାଶ/ ଦୁଷ୍ମନ୍ତ ପଟ୍ଟଯୋଶୀ/ବଟକୃଷ୍ଣ ପଣ୍ଡା/ପ୍ରଦୀପ ସାହୁ): ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର କଳାହାଣ୍ଡି ଜିଲାର...

ପୁରୀ ସାହିଯାତରେ ପ୍ରଚାରକଲେ ନେତା

ପୁରୀ,୨୮ା୪(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରରେ ସାହିଯାତକୁ ନେଇ ପୁରୀ ସହର ଏବେ ଉତ୍ସବମୁଖର। ସାହି ଯାତରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସମରକଳା ନୃତ୍ୟ ଦେଖିବାକୁ ମଳୁଛି। ଶୁକ୍ରବାର ବାଲିସାହି ପକ୍ଷରୁ...

ସମସ୍ୟା ଘେରରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଟାଙ୍ଗୀ,୨୮ା୪(ରଘୁନାଥ ସାହୁ)ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୨୬ ପଞ୍ଚାୟତ, ଚିଲିକା ବ୍ଲକ ଅନ୍ତର୍ଗତ ୫ ପଞ୍ଚାୟତ ଓ ରଣପୁର ବ୍ଲକ ଅନ୍ତର୍ଗତ...

କାଦବରାଙ୍ଗରେ ରାଜନୈତିକ ହିଂସା

ଆଗରପଡ଼ା,୨୮ା୪(ସୁଶାନ୍ତ ଦାଶ)ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ରାତିରେ ଆଗରପଡ଼ା ଥାନା ଅଧୀନ କାଦବରାଙ୍ଗ ବଜାରରେ ରାଜନୈତିକ ହିଂସା ଘଟିଛି। ଏହି ବିବାଦରୁ ଦୋକାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri