ତଥାପି ଚେତୁନାହାନ୍ତି

ଭୁବନେଶ୍ୱର, ୮ା୪(ବ୍ୟୁରୋ): ସଂକ୍ରମଣ ପୂରା ରାଜଧାନୀକୁ ବ୍ୟାପିଯାଇଛି। ଚଢ଼ାଉ, ସିଲ୍‌, ଜରିମାନା ସତ୍ତ୍ୱେ ଚେତୁନାହାନ୍ତି ରାଜଧାନୀବାସୀ। ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ହୋଟେଲ ସମେତ ସରକାରୀ କାର୍ଯ୍ୟାଳୟରେ ବି ଖୁଲମ୍‌ଖୁଲା କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଛି। ଫଳରେ ପୁଣି ସହରରେ ପୂର୍ବର ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ପ୍ରତିଦିନ ଶହେ ଉପରେ ଆକ୍ରାନ୍ତ ହେଲେଣି। ତେଣୁ ସ୍ଥିତି ନିୟନ୍ତ୍ରଣ ପାଇଁ ଏବେ ପୋଲିସ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ବୁଧବାର ମଧ୍ୟ ବିଭିନ୍ନ ସ୍ଥାନରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ପଦକ୍ଷେପ ନେଇଛି। ଗୁରୁବାରଠାରୁ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।
ପୁଣି ୧୦୫: ବିମାନବନ୍ଦର, ରେଳଷ୍ଟେଶନରୁ ୮ ପଜିଟିଭ
ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟର ଓ ୭୯ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ଟଙ୍କପାଣି ରୋଡ୍‌ ଅଞ୍ଚଳରୁ ସର୍ବାଧିକ ୧୧ଜଣ ଚିହ୍ନଟ ହୋଇଥିବାବେଳେ ଖଣ୍ଡଗିରିରୁ ୮ଜଣ ରହିଛନ୍ତି। ଫଳରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୯୩୫ରେ ପହଞ୍ଚତ୍ଛି। ୬୧୧ଜଣ ସକ୍ରିୟ ରୋଗୀ ରହିଛନ୍ତି। ବିମାନବନ୍ଦରରେ ୨୦୪ ଜଣଙ୍କ ନମୁନା ଟେଷ୍ଟ ହୋଇଥିବାବେଳେ ୪ଜଣଙ୍କର ପଜିଟିଭ୍‌ ବାହାରିଥିଲା। ସେହିପରି ରେଳ ଷ୍ଟେଶନରେ ୧୦୦ଜଣଙ୍କ ଟେଷ୍ଟ ହୋଇଥିବାବେଳେ ୪ଜଣଙ୍କ ପଜିଟିଭ୍‌ ବାହାରିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଦୁଇ କନ୍‌ଭେନଶନ ହଲ୍‌ ସିଲ୍‌

ବାରଣ ସତ୍ତ୍ୱେ ବୁଧବାର ଜନପଥସ୍ଥିତ ରାମ ମନ୍ଦିର ପରିସରରେ ଥିବା ଫଙ୍କଶନ୍‌ ହଲ୍‌ରେ ଜନ୍ମଦିନ ପାର୍ଟି ଚାଲିଥିଲା। ଖବରପାଇ ଜୋନାଲ ଡେପୁଟି କମିଶନର (ସାଉଥ୍‌ ଇଷ୍ଟ) ଅଂଶୁମାନ ରଥଙ୍କ ନେତୃତ୍ୱରେ ବିଏମ୍‌ସିର ଏକ ଟିମ୍‌ ଚଢ଼ାଉ କରିଥିଲା। କୋଭିଡ୍‌ କଟକଣା ଉଲ୍ଲଙ୍ଘନ ହେଉଥିବା ଦେଖି ତାହାକୁ ସିଲ୍‌ କରାଯିବା ସହ ପାର୍ଟି ଆୟୋଜକଙ୍କଠାରୁ ବିଏମ୍‌ସି ୫ହଜାର ଟଙ୍କାର ଜରିମାନା ଆଦାୟ କରିଛି। ସେହିପରି ପ୍ରେସିଡେନି୍ସ ହୋଟେଲ କନ୍‌ଭେନ୍‌ଶନ ହଲ୍‌କୁ ସିଲ୍‌ କରିଛି ବିଏମ୍‌ସି। ବିନା ଅନୁମତିରେ ଏଠାରେ ଏକ ବୈଠକ ଚାଲୁଥିବାରୁ ଓ ସେଠାରେ କୋଭିଡ୍‌ ନିୟମ ଉଲ୍ଲଂଘନ ହୋଇଥିବାରୁ ବିଏମ୍‌ସି ଏପରି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ଦିଆଯାଇଛି।

ପରୀକ୍ଷା ନ ଥିଲେ ହଷ୍ଟେଲ ଛାଡ଼: ବିଏମ୍‌ସି

ପରୀକ୍ଷା ନ ଥିଲେ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ବିଏମ୍‌ସି। ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ବୁଧବାର ଗାଇଡ଼ଲାଇନ୍‌ ଜାରି କରିଛି ବିଏମ୍‌ସି। ପରୀକ୍ଷା ସରିଥିବା ଓ ପରୀକ୍ଷା ନ ଥିବା ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଏ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଯେଉଁ ପିଲାଙ୍କ ପରୀକ୍ଷା ସରିନି, ସେମାନେ ମଧ୍ୟ ହଷ୍ଟେଲ ଛାଡ଼ିବ ପାଇଁ କୁହାଯାଇଛି। ଯଦି ରହିବା ପାଇଁ ଚାହିଁବେ, ସେମାନେ କରୋନା ଗାଇଡ୍‌ଲାଇନ୍‌କୁ ଠିକ୍‌ ଭାବେ ମାନିବା ଜରୁରୀ। ସୂଚନାଯୋଗ୍ୟ, ଭୁବନେଶ୍ୱରସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ଏକ୍ସଆଇଏମ୍‌ବିରେ ୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଜେବି, କେନ୍ଦ୍ରୀୟ ବିଦ୍ୟାଳୟ, ନିଟ୍‌, ରେଭେନ୍‌ଶା ସମେତ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ମଧ୍ୟ ଅନେକ ଆକ୍ରାନ୍ତ ହେଉଥିବାରୁ ବିଏମ୍‌ସି ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରିଛି।

ସର୍ବସାଧାରଣଙ୍କୁ ବିଏମ୍‌ସି, ବିଡିଏ କାର୍ଯ୍ୟାଳୟ ମନା

ସଂକ୍ରମଣ ଏଡ଼ାଇବା ପାଇଁ ବିଏମ୍‌ସି ଓ ବିଡିଏ କାର୍ଯ୍ୟାଳୟକୁ ସାଧାରଣ ଲୋକେ ଆସିବାକୁ ମନା କରାଯାଇଛି। ଆସନ୍ତା ୧୨ରୁ ୩୦ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଉଭୟ କାର୍ଯ୍ୟାଳୟ ବନ୍ଦ ରହିବ। ଲୋକଙ୍କ ଅଭିଯୋଗ ପାଇଁ ଉଭୟ କାର୍ଯ୍ୟାଳୟର ହେଲ୍ପ ଲାଇନ୍‌ ନମ୍ବର (ବିଏମ୍‌ସି ପାଇଁ ୦୬୭୪-୨୪୩୧୨୫୩ ଓ ବିଡିଏ ପାଇଁ ୦୬୭୪-୨୩୯୨୨୮୦) ଜାରି କରାଯାଇଛି। ସେହିପରି ବିଏମ୍‌ସିର info@bmc.gov.in ଓ ବିଡିଏର bdabbsr1983@gmail.com ଓ୍ବେବ୍‌ସାଇଟ୍‌ରେ କେବଳ କାର୍ଯ୍ୟ ଦିବସରେ ଅଭିଯୋଗ କରିପାରିବେ।

ଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜ ସିଲ୍‌

ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବ୍ୟାପୁଛି। ପଳାଶପଲ୍ଲୀସ୍ଥିତ ଅକ୍ସଫୋର୍ଡ କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ମ୍ୟାନେଜମେଣ୍ଟରେ କୋଭିଡ୍‌ କଟକଣା ଉଲ୍ଲଂଘନ ହୋଇଥିବାରୁ ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ବିଏମ୍‌ସିର ଦକ୍ଷିଣପଶ୍ଚିମ ଜୋନ୍‌ର ଜୋନାଲ ଏନ୍‌ଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ଏହି ଚଢ଼ାଉ କରାଯାଇ ପଦକ୍ଷେପ ନିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?