ଏବେବି ରାଜଧାନୀ ରାସ୍ତାରେ ଗୋରୁ

ଭୁବନେଶ୍ୱର, ୨୪।୧ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରର ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତାରେ ଗୋରୁମାନେ ଅବାଧରେ ବିଚରଣ କରୁଛନ୍ତି। ରାସ୍ତାରେ ମଳତ୍ୟାଗ କରିବା ସହ ଅଳିଆ ଆବର୍ଜନାରୁ ଖାଦ୍ୟ ସଂଗ୍ରହବେଳେ ଏଣେତେଣେ ଫିଙ୍ଗାଫୋପଡ଼ା କରୁଥିବାରୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣାରେ ଧନଜୀବନ ହାନି ହେଉଛି। ହକି ବିଶ୍ୱକପ୍‌ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଗୋରୁ ହଟାଇବାକୁ ତତ୍ପରତା ପ୍ରକାଶ କରିଥିଲା। ହକି ପାଇଁ ଆସିଥିବା ଖେଳାଳି, ଅତିଥି ଓ ବିଦେଶୀ ପ୍ରଶଂସକ ଯେପରି ତିକ୍ତ ଅନୁଭୂତି ନେଇ ନ ଫେରନ୍ତି ସେଥିପାଇଁ ଜୋର୍‌ଦାର ପ୍ରୟାସ କରାଯାଇଥିଲା। ଏପରିକି ଡିସେମ୍ବର ୩୦ ସୁଦ୍ଧା ରାଜଧାନୀ ରାସ୍ତାକୁ ଗୋରୁମୁକ୍ତ କରିବାକୁ ବିଏମ୍‌ସି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏବେ ଧୁଆଁବାଣରେ ପରିଣତ ହୋଇଛି। ସହରରେ କେତେ ଗୋରୁ ଅଛନ୍ତି ତାହାର ହିସାବ ବିଏମ୍‌ସି ପାଖରେ ନ ଥିବାରୁ ସବୁ ଯୋଜନା ଫେଲ୍‌ ମାରିଛି। ବୁଲା ଗାଈଗୋରୁଙ୍କ ଦୌରାତ୍ମ୍ୟ କାରଣରୁ ନାକେଦମ୍‌ ହେବାକୁ ପଡୁଛି। ହକି ସରିବାକୁ ଆଉ ଦିନ କେଇଟା ଥିଲେ ବି ସହରର ଚିତ୍ର ବଦଳିପାରି ନାହିଁ। ବିଏମ୍‌ସି କେବଳ କଥା କହି ବାହାସ୍ପଟ ମାରୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ରହୁଛି। ଏବେ ବି ଅନେକ ରାସ୍ତାରେ ଷଣ୍ଢ/ଗାଈ ଚରାବୁଲା କରିବା ସହ ଦଳଦଳ ହୋଇ ଶୋଇ ରହୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି।
ରାସ୍ତାରୁ ବୁଲା ଗୋରୁ ଉଠାଇବା ପାଇଁ ୩ଟି ସଂସ୍ଥାକୁ ନିୟୋଜିତ କରାଯାଇଥିବାବେଳେ ଏବେ ୨ଟି ସଂସ୍ଥାର କାମ ୧୨ ତାରିଖରୁ ବନ୍ଦ ରହିଛି। ଏପଟେ ଜାମୁକୋଳି ଗୋଶାଳା ଭର୍ତ୍ତି ହେବା ପରେ ଜଟଣୀସ୍ଥିତ ଗୋଶାଳାକୁ ଗୋରୁ ପଠା ଯାଉଥିଲା। ଦୁଇଟି ଯାକ ଗୋଶାଳା ଭର୍ତ୍ତି ହେବା ପରେ ପୁରୀସ୍ଥିତ ଏକ ଗୋଶାଳାକୁ ଗୋରୁ ପଠାଇବା ପାଇଁ ବିଏମ୍‌ସି ଅଣ୍ଟା ଭିଡିଥିଲା। ମାତ୍ର ପୁରୀରେ ଥିବା ଗୋଶାଳାକୁ ଭଲ ରାସ୍ତା ନ ଥିବାରୁ ସେଠାକୁ ଗୋରୁମାନଙ୍କୁ ପଠାଯାଇ ପାରୁନାହିଁ। କେଉଁଠାରେ ଗାଡ଼ି ବାଲିରେ ଦବି ଯାଉଛି ତ ଆଉ କେଉଁ ଗଳିରେ ଏତେ ବଡ଼ ଗାଡ଼ି ପଶି ପାରୁନାହିଁ। ତେଣୁ ଯେ ପର୍ଯ୍ୟନ୍ତ ଭଲ ରାସ୍ତା ତିଆରି ନ ହୋଇଛି ସେ ପର୍ଯ୍ୟନ୍ତ ଗୋରୁ ଉଠା ବନ୍ଦ ରହିବ ବୋଲି ସୂଚନା ମିଳିଛି।
ବିଏମ୍‌ସି ଅଧିକାରୀଙ୍କ କହିବାନୁଯାୟୀ, ଜାମୁକୋଳି ଓ ଜଟଣୀ ଗୋଶାଳାରେ ଏବେ ପ୍ରାୟ ୧୬ଶହ ଗୋରୁ ରହିଛନ୍ତି। ସେହିପରି ପୁରୀ ଗୋଶାଳାକୁ ୫୫ଟି ଗୋରୁ ପଠାଯାଇଛି। ଖୁବ୍‌ଶୀଘ୍ର ସେଠାକୁ ୩ଶହ ଗୋରୁ ପଠାଇବା ପାଇଁ ଲକ୍ଷ୍ୟ ରହିଛି। ରାସ୍ତାରୁ ଗୋରୁ ଉଠା କାର୍ଯ୍ୟ ନିୟମିତ ଏବଂ ଠିକ୍‌ ଭାବେ ଚାଲିଥିବା ଅଧିକାରୀ କହିଛନ୍ତି। ସେହିପରି ସହରରେ ପ୍ରାୟ ୫ହଜାର ଗାଈ ରହିଥିବା ଗଣନା କରାଯାଇଛି। ମାଲିକମାନେ ଯେପରି ରାସ୍ତାକୁ ଗାଈ ନ ଛାଡିବେ ସେ ନେଇ ଲୋକଙ୍କୁ ସଚେତନ କରାଯାଇ ନୋଟିସ୍‌ ଜାରି ଆରମ୍ଭ ହୋଇଛି। ଯେଉଁମାନେ ରାସ୍ତାକୁ ଗାଈ ଛାଡିବେ ଉଦ୍ଧାର ପରେ ଆଉ ସେମାନଙ୍କୁ ଫେରାଯିବ ନାହିଁ ବୋଲି ମଧ୍ୟ ନୋଟିସରେ ଉଲ୍ଲେଖ ରହିଛି। ଏଯାବତ୍‌ ୫୦ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି। ଅପରପକ୍ଷେ ରାସ୍ତାରୁ ଗୋରୁଉଠା କାର୍ଯ୍ୟ ହକି ପରେ ମଧ୍ୟ ଜାରି ରହିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri