ଏବେବି ରାଜଧାନୀ ରାସ୍ତାରେ ଗୋରୁ

ଭୁବନେଶ୍ୱର, ୨୪।୧ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରର ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତାରେ ଗୋରୁମାନେ ଅବାଧରେ ବିଚରଣ କରୁଛନ୍ତି। ରାସ୍ତାରେ ମଳତ୍ୟାଗ କରିବା ସହ ଅଳିଆ ଆବର୍ଜନାରୁ ଖାଦ୍ୟ ସଂଗ୍ରହବେଳେ ଏଣେତେଣେ ଫିଙ୍ଗାଫୋପଡ଼ା କରୁଥିବାରୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣାରେ ଧନଜୀବନ ହାନି ହେଉଛି। ହକି ବିଶ୍ୱକପ୍‌ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଗୋରୁ ହଟାଇବାକୁ ତତ୍ପରତା ପ୍ରକାଶ କରିଥିଲା। ହକି ପାଇଁ ଆସିଥିବା ଖେଳାଳି, ଅତିଥି ଓ ବିଦେଶୀ ପ୍ରଶଂସକ ଯେପରି ତିକ୍ତ ଅନୁଭୂତି ନେଇ ନ ଫେରନ୍ତି ସେଥିପାଇଁ ଜୋର୍‌ଦାର ପ୍ରୟାସ କରାଯାଇଥିଲା। ଏପରିକି ଡିସେମ୍ବର ୩୦ ସୁଦ୍ଧା ରାଜଧାନୀ ରାସ୍ତାକୁ ଗୋରୁମୁକ୍ତ କରିବାକୁ ବିଏମ୍‌ସି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏବେ ଧୁଆଁବାଣରେ ପରିଣତ ହୋଇଛି। ସହରରେ କେତେ ଗୋରୁ ଅଛନ୍ତି ତାହାର ହିସାବ ବିଏମ୍‌ସି ପାଖରେ ନ ଥିବାରୁ ସବୁ ଯୋଜନା ଫେଲ୍‌ ମାରିଛି। ବୁଲା ଗାଈଗୋରୁଙ୍କ ଦୌରାତ୍ମ୍ୟ କାରଣରୁ ନାକେଦମ୍‌ ହେବାକୁ ପଡୁଛି। ହକି ସରିବାକୁ ଆଉ ଦିନ କେଇଟା ଥିଲେ ବି ସହରର ଚିତ୍ର ବଦଳିପାରି ନାହିଁ। ବିଏମ୍‌ସି କେବଳ କଥା କହି ବାହାସ୍ପଟ ମାରୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ରହୁଛି। ଏବେ ବି ଅନେକ ରାସ୍ତାରେ ଷଣ୍ଢ/ଗାଈ ଚରାବୁଲା କରିବା ସହ ଦଳଦଳ ହୋଇ ଶୋଇ ରହୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି।
ରାସ୍ତାରୁ ବୁଲା ଗୋରୁ ଉଠାଇବା ପାଇଁ ୩ଟି ସଂସ୍ଥାକୁ ନିୟୋଜିତ କରାଯାଇଥିବାବେଳେ ଏବେ ୨ଟି ସଂସ୍ଥାର କାମ ୧୨ ତାରିଖରୁ ବନ୍ଦ ରହିଛି। ଏପଟେ ଜାମୁକୋଳି ଗୋଶାଳା ଭର୍ତ୍ତି ହେବା ପରେ ଜଟଣୀସ୍ଥିତ ଗୋଶାଳାକୁ ଗୋରୁ ପଠା ଯାଉଥିଲା। ଦୁଇଟି ଯାକ ଗୋଶାଳା ଭର୍ତ୍ତି ହେବା ପରେ ପୁରୀସ୍ଥିତ ଏକ ଗୋଶାଳାକୁ ଗୋରୁ ପଠାଇବା ପାଇଁ ବିଏମ୍‌ସି ଅଣ୍ଟା ଭିଡିଥିଲା। ମାତ୍ର ପୁରୀରେ ଥିବା ଗୋଶାଳାକୁ ଭଲ ରାସ୍ତା ନ ଥିବାରୁ ସେଠାକୁ ଗୋରୁମାନଙ୍କୁ ପଠାଯାଇ ପାରୁନାହିଁ। କେଉଁଠାରେ ଗାଡ଼ି ବାଲିରେ ଦବି ଯାଉଛି ତ ଆଉ କେଉଁ ଗଳିରେ ଏତେ ବଡ଼ ଗାଡ଼ି ପଶି ପାରୁନାହିଁ। ତେଣୁ ଯେ ପର୍ଯ୍ୟନ୍ତ ଭଲ ରାସ୍ତା ତିଆରି ନ ହୋଇଛି ସେ ପର୍ଯ୍ୟନ୍ତ ଗୋରୁ ଉଠା ବନ୍ଦ ରହିବ ବୋଲି ସୂଚନା ମିଳିଛି।
ବିଏମ୍‌ସି ଅଧିକାରୀଙ୍କ କହିବାନୁଯାୟୀ, ଜାମୁକୋଳି ଓ ଜଟଣୀ ଗୋଶାଳାରେ ଏବେ ପ୍ରାୟ ୧୬ଶହ ଗୋରୁ ରହିଛନ୍ତି। ସେହିପରି ପୁରୀ ଗୋଶାଳାକୁ ୫୫ଟି ଗୋରୁ ପଠାଯାଇଛି। ଖୁବ୍‌ଶୀଘ୍ର ସେଠାକୁ ୩ଶହ ଗୋରୁ ପଠାଇବା ପାଇଁ ଲକ୍ଷ୍ୟ ରହିଛି। ରାସ୍ତାରୁ ଗୋରୁ ଉଠା କାର୍ଯ୍ୟ ନିୟମିତ ଏବଂ ଠିକ୍‌ ଭାବେ ଚାଲିଥିବା ଅଧିକାରୀ କହିଛନ୍ତି। ସେହିପରି ସହରରେ ପ୍ରାୟ ୫ହଜାର ଗାଈ ରହିଥିବା ଗଣନା କରାଯାଇଛି। ମାଲିକମାନେ ଯେପରି ରାସ୍ତାକୁ ଗାଈ ନ ଛାଡିବେ ସେ ନେଇ ଲୋକଙ୍କୁ ସଚେତନ କରାଯାଇ ନୋଟିସ୍‌ ଜାରି ଆରମ୍ଭ ହୋଇଛି। ଯେଉଁମାନେ ରାସ୍ତାକୁ ଗାଈ ଛାଡିବେ ଉଦ୍ଧାର ପରେ ଆଉ ସେମାନଙ୍କୁ ଫେରାଯିବ ନାହିଁ ବୋଲି ମଧ୍ୟ ନୋଟିସରେ ଉଲ୍ଲେଖ ରହିଛି। ଏଯାବତ୍‌ ୫୦ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି। ଅପରପକ୍ଷେ ରାସ୍ତାରୁ ଗୋରୁଉଠା କାର୍ଯ୍ୟ ହକି ପରେ ମଧ୍ୟ ଜାରି ରହିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?