ନକଲି କରୋନା ଔଷଧ ଜବତ ଘଟଣା: ସୁଦୀପଙ୍କ ରିମାଣ୍ଡ ପାଇଁ ଏସ୍‌ଟିଏଫ୍‌ର ଆବେଦନ

ଭୁବନେଶ୍ୱର,୫ା୭(ବ୍ୟୁରୋ): ରାଜ୍ୟରେ ନକଲି କରୋନା ଔଷଧ ଜବତ ଘଟଣାରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ର଼୍ୟାକେଟ୍‌ର ମୁଖ୍ୟ କାର୍ପଟଦାର ମୁମ୍ବାଇର ସୁଦୀପ ବାର୍ନାଜୀଙ୍କୁ ୧୦ ଦିନିଆ ରିମାଣ୍ଡରେ ଆଣିବ। ଏନେଇ ମୁମ୍ବାଇ କୋର୍ଟର ଅନୁମତି ପାଇଁ ଏସ୍‌ଟିଏଫ୍‌ ପକ୍ଷରୁ କଟକ ଟ୍ରାଏଲ୍‌ କୋର୍ଟରେ ଆବେଦନ କରାଯାଇଛି। ତେବେ ଏହା ଏକ ଲମ୍ବା ପ୍ରକ୍ରିୟା ବୋଲି ଏସ୍‌ଟିଏଫ୍‌ର ଜଣେ ଅଧିକାରୀ କହିଛନ୍ତି। ତାଙ୍କ ସୂଚନାନୁସାରେ, ସୁଦୀପ ଗିରଫ ହୋଇ ଏବେ ମହାରାଷ୍ଟ୍ର ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଅଧୀନରେ ଅଛନ୍ତି। ଆମ ପକ୍ଷରୁ କଟକ ଟ୍ରାଏଲ୍‌ କୋର୍ଟଙ୍କୁ ରିମାଣ୍ଡ ନିମନ୍ତେ ଲେଖାଯାଇଛି। କଟକ ମାମଲାରେ ସୁଦୀପଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ଏଠାକୁ ଅଣାଯାଇ ପଚରାଉଚରା କରିବାକୁ କଟକ ଟ୍ରାଏଲ୍‌ କୋର୍ଟ ମହାରାଷ୍ଟ୍ର କୋର୍ଟଙ୍କୁ ଅବଗତ କରିବେ। ସେଠାରୁ ଅନୁମତି ମିଳିଲେ ଏସ୍‌ଟିଏଫ୍‌ ଟିମ୍‌ ମୁମ୍ବାଇ ଯାଇ ସୁଦୀପଙ୍କୁ ଆଣି କଟକ ଟ୍ରାଏଲ୍‌ କୋର୍ଟରେ ଦାଖଲ କରିବ। ଏହାପରେ କଟକ କନିକା ଅଞ୍ଚଳରୁ ଜବତ ହୋଇଥିବା ନକଲି ଔଷଧ ଘଟଣାର ମୁଖ୍ୟ ଅଭିଯୁକ୍ତ ଶିବ ଜେନାଙ୍କ ସହ ସୁଦୀପଙ୍କର ମୁହଁାମୁହିଁ ଜେରା କରାଯିବ। ମୁଖ୍ୟତଃ ଓଡ଼ିଶାର କେଉଁଠିକୁ ଏହି ନକଲି ଔଷଧ ସପ୍ଲାଏ କରାଯାଇଛି, ବଜାରରେ ଏହି ନକଲି ଔଷଧ ରହିଯାଇଛି କି ନାହିଁ ଓ ଏଥିସହିତ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ଆଦି ବିଭିନ୍ନ ଦିଗକୁ ନେଇ ଉଭୟଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି।
ଓଡ଼ିଶାରେ ନକଲି କରୋନା ଔଷଧ କାରବାରର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିବଙ୍କୁ ଜୁନ୍‌ ୨୪ରେ ଏସ୍‌ଟିଏଫ୍‌ ଗିରଫ କରିଥିଲା। କଟକ କନିକା ଛକସ୍ଥିତ ନିଜ ମେଡ଼ିଲଏଡ୍‌ ମେଡ଼ିସ୍‌ମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀ ମାଧ୍ୟମରେ ଶିବ କରୋନା ଚିକିତ୍ସା ପାଇଁ ବ୍ୟବହୃତ ନକଲି ଫାଭିମ୍ୟାକ୍ସ-୨୦୦ ଏବଂ ଫାଭିମ୍ୟାକ୍ସ-୪୦୦ ଔଷଧ ମୁମ୍ବାଇର ସୁଦୀପଙ୍କ ପାଖରୁ ଆଣିଥିଲେ। ଜୁନ୍‌ ୧୦ରେ ଘଟଣା ସମ୍ପର୍କରେ ମହାରାଷ୍ଟ୍ର ଡ୍ରଗ୍ସ କଣ୍ଟ୍ରୋଲର ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ସୂଚନା ଦେବା ପରେ ସେଠାରେ ଚଢାଉ କରାଯାଇ ବିପୁଳ ନକଲି ଔଷଧ ଜବତ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଜମି ଫାଟି ଆଁ ମରୁଡ଼ି ଆଶଙ୍କା: ଚାଷୀକୂଳ ହତାଶ

ତେଲକୋଇ, ୨୪।୭(ଡି.ଏନ.ଏ.): ସ୍ବଳ୍ପ ବୃଷ୍ଟି ପାତ ଯୋଗୁଁ ତେଲକୋଇ ବ୍ଲକରେ ଚାଷ ଜମି ଫାଟି ଆଁ କଲାଣି। ଧାନ ରୁଆ, ବିହୁଡା ଠପ ହୋଇଥିବା ବେଳେ...

ୟୁଟ୍ୟୁବ୍‌ ଦେଖି ସୋଲାର ଅଟୋ ତିଆରି କଲେ ଶ୍ରୀକାନ୍ତ

ଭୁବନେଶ୍ୱର,୧୮।୭(ଅଭିଜିତ୍‌ ଦାସ):ପ୍ରଦୂଷଣ ହ୍ରାସ ଲାଗି ଏବେ ବ୍ୟାଟେରୀ ଚାଳିତ ବା ଇ-ଯାନବାହନର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହେଲେ ଏବେ ରାଜଧାନୀ ରାସ୍ତାରେ...

ରାସ୍ତା କାମ କଲେ ବିଧାୟକ

ପାପଡାହାଣ୍ଡି,୨୧।୭(ଡି.ଏନ୍‌.ଏ): ରାସ୍ତାରେ ପଡି ରହିଥିଲା ମୋରମ ଗଦା। ୟାତାୟାତରେ ସମସ୍ୟା ହେଉଥିଲା। ଲୋକଙ୍କ ଅସନ୍ତୋଷ ପରେ ବି ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିଲା ।...

୯ଟି କଲେଜରେ ଫଳ ଶୂନ: ପାସ୍‌ ହାର ବାଲେଶ୍ୱରରେ ସର୍ବାଧିକ, ଗଜପତିରେ ସର୍ବନିମ୍ନ

ଭୁବନେଶ୍ୱର, ୩।୬(ବ୍ୟୁରୋ): ସୋମବାର ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଏଥର ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଛି। ତେବେ...

ତପ୍ତପାଣି ଘାଟିରେ ବସ୍‌ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ, ୨ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବୁଧବାର ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ମାର୍ଚ୍ଚ ୨୫ରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ

ଭୁବନେଶ୍ୱର,୨୪।୨ (ବ୍ୟୁରୋ): ୨୦୨୩-୨୪ ବର୍ଷ ପାଇଁ ଆସନ୍ତା ମାର୍ଚ୍ଚ ୨୫ରେ ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ହେବ। ରାଜ୍ୟ ଆଇନଜୀବୀ ପରିଷଦର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଓକିଲ...

ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ‘ପ୍ରତୀକ୍ଷା’

ଭୁବନେଶ୍ୱର,୨୪।୮(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଏଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଫିଚର ଫିଲ୍ମ ବର୍ଗରେ ଏହା ମନୋନୀତ ହୋଇଥିବାବେଳେ ନନ୍‌...

ରାଜ୍ୟରେ ୪ ଜୀବନ ନେଲା କରୋନା

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୪୮୮କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ କଟକ,...

Advertisement
Archives

Model This Week