ନକଲି କରୋନା ଔଷଧ ଜବତ ଘଟଣା: ସୁଦୀପଙ୍କ ରିମାଣ୍ଡ ପାଇଁ ଏସ୍‌ଟିଏଫ୍‌ର ଆବେଦନ

ଭୁବନେଶ୍ୱର,୫ା୭(ବ୍ୟୁରୋ): ରାଜ୍ୟରେ ନକଲି କରୋନା ଔଷଧ ଜବତ ଘଟଣାରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ର଼୍ୟାକେଟ୍‌ର ମୁଖ୍ୟ କାର୍ପଟଦାର ମୁମ୍ବାଇର ସୁଦୀପ ବାର୍ନାଜୀଙ୍କୁ ୧୦ ଦିନିଆ ରିମାଣ୍ଡରେ ଆଣିବ। ଏନେଇ ମୁମ୍ବାଇ କୋର୍ଟର ଅନୁମତି ପାଇଁ ଏସ୍‌ଟିଏଫ୍‌ ପକ୍ଷରୁ କଟକ ଟ୍ରାଏଲ୍‌ କୋର୍ଟରେ ଆବେଦନ କରାଯାଇଛି। ତେବେ ଏହା ଏକ ଲମ୍ବା ପ୍ରକ୍ରିୟା ବୋଲି ଏସ୍‌ଟିଏଫ୍‌ର ଜଣେ ଅଧିକାରୀ କହିଛନ୍ତି। ତାଙ୍କ ସୂଚନାନୁସାରେ, ସୁଦୀପ ଗିରଫ ହୋଇ ଏବେ ମହାରାଷ୍ଟ୍ର ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଅଧୀନରେ ଅଛନ୍ତି। ଆମ ପକ୍ଷରୁ କଟକ ଟ୍ରାଏଲ୍‌ କୋର୍ଟଙ୍କୁ ରିମାଣ୍ଡ ନିମନ୍ତେ ଲେଖାଯାଇଛି। କଟକ ମାମଲାରେ ସୁଦୀପଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ଏଠାକୁ ଅଣାଯାଇ ପଚରାଉଚରା କରିବାକୁ କଟକ ଟ୍ରାଏଲ୍‌ କୋର୍ଟ ମହାରାଷ୍ଟ୍ର କୋର୍ଟଙ୍କୁ ଅବଗତ କରିବେ। ସେଠାରୁ ଅନୁମତି ମିଳିଲେ ଏସ୍‌ଟିଏଫ୍‌ ଟିମ୍‌ ମୁମ୍ବାଇ ଯାଇ ସୁଦୀପଙ୍କୁ ଆଣି କଟକ ଟ୍ରାଏଲ୍‌ କୋର୍ଟରେ ଦାଖଲ କରିବ। ଏହାପରେ କଟକ କନିକା ଅଞ୍ଚଳରୁ ଜବତ ହୋଇଥିବା ନକଲି ଔଷଧ ଘଟଣାର ମୁଖ୍ୟ ଅଭିଯୁକ୍ତ ଶିବ ଜେନାଙ୍କ ସହ ସୁଦୀପଙ୍କର ମୁହଁାମୁହିଁ ଜେରା କରାଯିବ। ମୁଖ୍ୟତଃ ଓଡ଼ିଶାର କେଉଁଠିକୁ ଏହି ନକଲି ଔଷଧ ସପ୍ଲାଏ କରାଯାଇଛି, ବଜାରରେ ଏହି ନକଲି ଔଷଧ ରହିଯାଇଛି କି ନାହିଁ ଓ ଏଥିସହିତ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ଆଦି ବିଭିନ୍ନ ଦିଗକୁ ନେଇ ଉଭୟଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି।
ଓଡ଼ିଶାରେ ନକଲି କରୋନା ଔଷଧ କାରବାରର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିବଙ୍କୁ ଜୁନ୍‌ ୨୪ରେ ଏସ୍‌ଟିଏଫ୍‌ ଗିରଫ କରିଥିଲା। କଟକ କନିକା ଛକସ୍ଥିତ ନିଜ ମେଡ଼ିଲଏଡ୍‌ ମେଡ଼ିସ୍‌ମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀ ମାଧ୍ୟମରେ ଶିବ କରୋନା ଚିକିତ୍ସା ପାଇଁ ବ୍ୟବହୃତ ନକଲି ଫାଭିମ୍ୟାକ୍ସ-୨୦୦ ଏବଂ ଫାଭିମ୍ୟାକ୍ସ-୪୦୦ ଔଷଧ ମୁମ୍ବାଇର ସୁଦୀପଙ୍କ ପାଖରୁ ଆଣିଥିଲେ। ଜୁନ୍‌ ୧୦ରେ ଘଟଣା ସମ୍ପର୍କରେ ମହାରାଷ୍ଟ୍ର ଡ୍ରଗ୍ସ କଣ୍ଟ୍ରୋଲର ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ସୂଚନା ଦେବା ପରେ ସେଠାରେ ଚଢାଉ କରାଯାଇ ବିପୁଳ ନକଲି ଔଷଧ ଜବତ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?