ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଏସ୍‌ଟିଏଫ୍‌ର ଚଢ଼ାଉ

ଖୋର୍ଦ୍ଧା ଅଫିସ,୧୭।୭: ଖୋର୍ଦ୍ଧା ଟାଉନ ଥାନା ଅଧୀନ ଶିଳ୍ପାଞ୍ଚଳରେ ଶନିବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ (ସ୍ପେଶାଲ ଟାସ୍କ ଫୋର୍ସ) ଟିମ୍‌ ଚଢ଼ାଉ କରି ୭୩୦.୩୩ ଏମ୍‌ଟି କ୍ରୋମାଇଟ, ୨୭୮.୫୨ ଏମଟି ହାର୍ଡକୋକ୍‌, ଜେସିବି ମେଶିନ ଓ ୪୪ ହଜାର ୫ଶହ ଟଙ୍କା ଜବତ କରିଛି। ଏଥିରେ ସମ୍ପୃକ୍ତି ନେଇ ଖୋର୍ଦ୍ଧା ବିଡିଏ କଲୋନୀର ସନ୍ଦୀପ ପାଢୀ ଏବଂ ଢେଙ୍କାନାଳ ଜିଲା ତରଭା ଅଞ୍ଚଳର ରାଜେନ୍ଦ୍ର ପ୍ରସାଦ ବେହେରାଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଟାଉନ ଥାନାରେ ଦଫା ୩୭୯/୪୧୧/ ୪୧୩/୧୨୦(ବି) /ଆଇପିସି ଆର/ଡବ୍ଲ୍ୟୁ.୨୧ ଏମଏମଡିଆର ଆକ୍ଟରେ ଏକ ମାମଲା(ନଂ.୩୫୦/୨୨) ରୁଜୁ ହୋଇଛି। ସୂଚନା ମୁତାବକ, ଗୋଇନ୍ଦା ରିପୋର୍ଟକୁ ଆଧାର କରି ଏସଟିଏଫ୍‌ ସ୍ଥାନୀୟ ପୋଲିସ ସହାୟତାରେ ଶିଳ୍ପାଞ୍ଚଳରେ ଚଢ଼ାଉ କରିଥିଲା। ତେବେ ଚଢ଼ାଉ ବେଳେ ବିପୁଳ ପରିମାଣର କ୍ରୋମାଇଟ ଏବଂ ହାର୍ଡକୋକ୍‌ ଜବତ କରିଥିଲା। ତେବେ ଏତେ ପରିମାଣର କ୍ରୋମାଇଟ ଏଠାକୁ କିପରି ଆସିଲା, ଏହି କାରବାର ପଛରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହାର ଖୋଳତାଡ଼ କରୁଛି ଏସ୍‌ଟିଏଫ୍‌। ଅନ୍ୟପଟେ ଖୋର୍ଦ୍ଧାରେ ବ୍ରାଉନସୁଗାର ପରେ ବିପୁଳ ପରିମାଣର କ୍ରୋମାଇଟ ଜବତକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଦର୍ଶନ କଲେ ଡିଜି ସତ୍ୟଜିତ

ପୁରୀ ଅଫିସ, ୩୦।୧୧: ଓଡ଼ିଶା ପୋଲିସ ଡିଜି ସତ୍ୟଜିତ ମହାନ୍ତି ଶନିବାର ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବରୁ ଅନେକ ଥର ଶ୍ରୀମନ୍ଦିରକୁ ଆସି...

ଧୋଇଗଲା କଲଭର୍ଟ ପାର୍ଶ୍ୱ ରାସ୍ତା

ଫୁଲବାଣୀ ଅଫିସ,୩୦ା୮- ତୁମୁଡ଼ିବନ୍ଧ ବ୍ଲକର ଉପାନ୍ତ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ଲଙ୍କାଗଡ଼ ପଞ୍ଚାୟତ କାରୁକୁଡି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତ...

ଯାନବାହନ ବିକ୍ରି ୨୨ % ବଢ଼ିଲା

ଭୁବନେଶ୍ୱର,୩।୧୦ (ବ୍ୟୁରୋ): ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ଯାନବାହନ ବିକ୍ରି ଅତି ମାତ୍ରାରେ ପ୍ରଭାବିତ ହୋଇଥିଲା। ତେବେ ସେପ୍ଟେମ୍ବରରେ ୨୨ ପ୍ରତିଶତ ଅଧିକ ଯାନ ବିକ୍ରି...

୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଜୋର୍‌ ଧରିଲା: ନିର୍ଭୁଲ ମାର୍କିଂ ପାଇଁ ଡିଜିପିଏସ୍‌ ସର୍ଭେ;ଖୋଲିଲା କଣ୍ଟ୍ରୋଲ ରୁମ୍‌, ସିଧା ସଳଖ କଥା ହେବେ କ୍ଷତିଗ୍ରସ୍ତ

ପୁରୀ ଅଫିସ, ୧୭ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ଥିବା ମଠ, ହୋଟେଲ, ଲଜିଂ, ଧର୍ମଶାଳା, ଦୋକାନ...

ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ରବିବାର ସକାଳ ସୁଦ୍ଧା ଏହା ଅବପାତ(ଡିପ୍ରେସନ)ରେ ପରିଣତ ହେବ। ୨୪ ତାରିଖରେ ଲଘୁଚାପ ସାମୁଦ୍ରିକ ଝଡ଼ରେ...

କରୋନା ମୁକାବିଲା ଚିନ୍ତା: ଏମ୍‌କେସିଜିରେ ଖୋଲାଯାଇଛି ସ୍ବତନ୍ତ୍ର ଓ୍ବାର୍ଡ, ହୋଲି ନ ଖେଳିବାକୁ ଜିଲାପାଳଙ୍କ ପରାମର୍ଶ

ଛତ୍ରପୁର,୮ା୩(ଡି.ଏନ୍‌.ଏ.)- କରୋନା ଭାଇରସ୍‌ ନେଇ ସତର୍କତା ଅବଲମ୍ବନ ପରିପ୍ରେକ୍ଷୀରେ ବାହାରେ ହୋଲି ନ ଖେଳିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜନସାଧାରଣଙ୍କୁ ରବିବାର ପରାମର୍ଶ...

ଶିଶୁ ଓ ମହିଳାଙ୍କ ସୁରକ୍ଷାକୁ ନେଇ ଜାତୀୟ କର୍ମଶାଳା: ‘ପରୀ ପାଇଁ କଥାଟିଏ’ ସମାଜରେ ନୂଆ ଜାଗରଣ ସୃଷ୍ଟି କରିଛି

ଭୁବନେଶ୍ୱର, ୪ା୮(ବ୍ୟୁରୋ): ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମ ସମାଜରେ ନୂଆ ଜାଗରଣ ସୃଷ୍ଟି କରିଛି। ନାବାଳିକାଙ୍କୁ ଉଦ୍ଧାର କରାଯାଇ ଠିକଣା ସ୍ଥାନରେ ପହଁଞ୍ଚାଇ ପାରିଛି ପୋଲିସ।...

ବୃତ୍ତିକୁ ନେଇ ବିବାଦ

ବନ୍ତଳା,୮ା୧(ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ସାତକୋଶିଆ ମହାନଦୀ ଗଣ୍ଡରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ୨୦୪ ମତ୍ସ୍ୟଜୀବୀ ପରିବାରର କୌଳିକ ବୃତ୍ତିକୁ ନେଇ ବିବାଦ...

Advertisement
Archives

Model This Week