Posted inଖେଳ

କମ୍‌ ମୂଲ୍ୟରେ କିଣିଥିଲା ଦିଲ୍ଲୀ କ୍ୟାପିଟାଲ୍ସ: ପ୍ରତିକ୍ରିୟା ରଖି ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ କହିଲେ ଏଭଳି

ନୂଆଦିଲ୍ଲୀ, ୨୪।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଖେଳାଳି ନିଲାମରେ ଅଷ୍ଟ୍ରେଲିୟାର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ। ରାଜସ୍ଥାନ ରୟାଲ୍ସ ଏହି ବ୍ୟାଟ୍ସମ୍ୟାନ୍‌ଙ୍କୁ ରିଲିଜ କରିବା ପରେ ଦିଲ୍ଲୀ ଟିମ୍‌ ୨ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି। ଏନେଇ ସ୍ମିଥ୍‌ ଏବେ ପ୍ରତିକ୍ରିୟା ଦେଇଛନ୍ତି।

ଚଳିତ ବର୍ଷ ଦିଲ୍ଲୀ ଟିମ୍‌ ସହ ଜଡ଼ିତ ହେବାକୁ ନେଇ ଉତ୍ସାହିତ ଅଛି। ଏହା ଭଲ ଖେଳାଳି ଏବଂ କୋଚ୍‌କୁ ନେଇ ଗଠିତ ଟିମ୍‌। ଏଣୁ ତାଙ୍କ ସହ ଖେଳିବା ପାଇଁ ମୁଁ ବ୍ୟଗ୍ର। ଏହା ଭଲ ଅନୁଭୂତି ହେବ ବୋଲି ଆଶା। ଗତ ଥରଠାରୁ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଥିବା ସ୍ମିଥ୍‌ କହିଛନ୍ତି।

ଆଇପିଏଲ୍‌ର ୧୩ତମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଥିଲେ। ଉକ୍ତ ସିଜନରେ ସେ ୧୪ ମ୍ୟାଚ୍‌ ଖେଳି ୩୧୧ରନ୍‌ କରିଥିଲେ। ହେଲେ ନୂଆ ସିଜନ ପାଇଁ ତାଙ୍କୁ ଦଳ ରିଲିଜ କରିଦେଇଥିଲା। ତାଙ୍କ ସ୍ଥାନରେ ରାଜସ୍ଥାନ ଦଳ ସଞ୍ଜୁ ସାମ୍‌ସନଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଅପରପକ୍ଷେ ନିଲାମରେ କମ୍‌ ମୂଲ୍ୟରେ କିଣାଯାଇଥିବାରୁ ସ୍ମିଥ୍‌ ଆହତ ସମସ୍ୟା ଦେଖାଇ ଲିଗ୍‌ରୁ ଓହରିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସ୍ମିଥ୍‌ଙ୍କ ଭିଡିଓ ଶେୟାର କରାଯିବା ପରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସ ସୁରକ୍ଷିତ: ଆୟୋଜକ, ଜନସାଧାରଣ ନାରାଜ

ଟୋକିଓ,୨୨।୫(ଏପି)-ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ମାତ୍ର ୨ ମାସ ବାକି ରହିଛି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଆୟୋଜକମାନଙ୍କ ସହ ମିଶି ଶୁକ୍ରବାର ଅଲିମ୍ପିକ୍ସ...

ଟି୨୦ ସିରିଜ ଜିତିଲା ଭାରତ

ପୁଣେ,୧୦।୧(ପି.ଟି.)- ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଘରୋଇ ଭାରତ ୨-୦ରେ ବିଜୟୀ ହୋଇଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା...

ଆଜି ଲକ୍ଷ୍ନୌ-ରାଜସ୍ଥାନ ଲଢ଼େଇ

ମୁମ୍ବାଇ,୧୫।୫: ଗୁଜରାଟ ଟାଇଟନ୍ସ ପ୍ରଥମ ଟିମ୍‌ ଭାବେ ପ୍ଲେ ଅଫ୍‌ରେ ସ୍ଥାନ ପାଇଥିବା ବେଳେ ଅନ୍ୟ ଟିମ୍‌ ମଧ୍ୟରେ ଲଢ଼େଇ ଜାରି ରହିଛି। ଏହି କ୍ରମରେ...

ବିଶ୍ୱକପ୍‌ରୁ ଶେହଜାଦ ଆଉଟ୍‌

ଲଣ୍ଡନ,୭।୬-ଆଫଗାନିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ଶେହଜାଦ୍‌ ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଛି। ତାଙ୍କ ବଦଳରେ ବାମହାତୀ...

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫୪ରେ ରୋକିଲା ରାଜସ୍ଥାନ

ଅବୁଧାବି,୨୫।୯: ଅବୁଧାବିରେ ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ ଅଧିନାୟ ସଞ୍ଜୁ ସାମସନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବୋଲରଙ୍କ ମାପଚୁପ...

ଧୋନୀଙ୍କ ଅବସରକୁ ନେଇ ମୁହଁ ଖୋଲିଲେ ସ୍ତ୍ରୀ ସାକ୍ଷୀ

ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ଏକ ଟୁଇଟ୍‌ କରିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ଧୋନୀଙ୍କ ଅବସରକୁ ନେଇ...

କୋଭିଡ୍‌-୧୯: ଆଫ୍ରିକାନ୍‌ କ୍ଲବ ଫାଇନାଲ୍ସ ସ୍ଥଗିତ

କାଏରୋ,୧୯।୪(ଏଏଫ୍‌ପି): ଆଫ୍ରିକାନ୍‌ ଚାମ୍ପିୟନ୍ସ ଲିଗ୍‌ ଓ ଆଫ୍ରିକାନ କନ୍‌ଫେଡେରେଶନ କପ୍‌ ଫାଇନାଲ୍ସକୁ ସ୍ଥଗିତ ରଖାଯାଇଛି। କୋଭିଡ୍‌-୧୯ ମହାମାରୀ ରୂପ ନେଇଥିବା ବେଳେ ଏହି ଦୁଇଟି ଟୁର୍ନାମେଣ୍ଟକୁ...

କୋହଲିଙ୍କ ଉପରେ ଆଇସିସି ଲଗାଇପାରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୧।୩: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜର ଶେଷ ମ୍ୟାଚ୍‌ରେ ଅତିଥି ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଜୋସ୍‌ ବଟଲରଙ୍କ ସହ ଯୁକ୍ତିତର୍କ...

Advertisement
Archives

Model This Week