ବନ୍ୟାରେ ଘରେ ରହିବୁ ପଛେ ଅସ୍ଥାୟୀ ଆଶ୍ରୟସ୍ଥଳକୁ ଯିବୁନି, ପାକିସ୍ତାନୀଙ୍କ ଜିଦ୍‌…

ଇସଲାମାବାଦ, ୧୫।୯ : ପ୍ରବଳ ବନ୍ୟା ଯୋଗୁଁ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଲୋକଙ୍କ ଘର ବନ୍ୟା ଜଳରେ ବୁଡ଼ି ରହିଛି। ପ୍ରଶାସନ ଏଭଳି ଲୋକଙ୍କୁ ବନ୍ୟା ପାଣି ଘେରରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି। ଏହା ସତ୍ତ୍ୱେ ଅନେକ ଲୋକ ଅଛନ୍ତି ଯେଉଁମାନେ ବନ୍ୟା ଜଳରେ ସେମାନଙ୍କର ଘର ବୁଡ଼ିଯିବା ପରେ ବି ନିଜ ଘର ଛାଡ଼ିବାକୁ ମନା କରିଦେଇଛନ୍ତି । ଏହି ଲୋକମାନେ ଯୁକ୍ତି କରିଛନ୍ତି ଯେ ଅସ୍ଥାୟୀ ଆଶ୍ରୟସ୍ଥଳକୁ ଯିବୁନି। ଅସ୍ଥାୟୀ ଆଶ୍ରୟସ୍ଥଳରେ ବାହାର ପୁରୁଷମାନେ ରହିଛନ୍ତି। ଏହା ଦ୍ୱାରା ଆମ ଘରର ମହିଳାମାନଙ୍କର ସମ୍ମାନ ହାନୀ ହେବ। ପାକିସ୍ତାନୀ ଅଧିକାରୀ କହିଛନ୍ତି ଯେ ଅଧିକାଂଶ ଅଞ୍ଚଳରୁ ବନ୍ୟା ଜଳ କମିଯିବା ପାଇଁ ତିନିରୁ ଛଅ ମାସ ସମୟ ଲାଗିପାରେ। ଏଭଳି ପରିସ୍ଥିତିରେ ଲୋକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

ପାକିସ୍ତାନର ଏକ ଛୋଟ ଗାଁ ଅହମ୍ମଦ ଦୀନର ୪୦୦ ବାସିନ୍ଦା ବନ୍ୟା ଯୋଗୁଁ ଅନାହାର ଏବଂ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସେମାନେ ଘରୁ ବାହାରକୁ ଯିବାକୁ ମନା କରି ଦେଇଛନ୍ତି। ସେମାନେ କହିଛନ୍ତି ଯେ ରିଲିଫ କ୍ୟାମ୍ପକୁ ଯିବା ଅର୍ଥ ହେଉଛି ଗାଁର ମହିଳାମାନଙ୍କର ସମ୍ମାନହାନୀ।

ଗାଁର ବାସିନ୍ଦା କହିଛନ୍ତି ଯେ ଆମେ ବାଲୁଚ। ବାଲୁଚ ସେମାନଙ୍କ ମହିଳାମାନଙ୍କୁ ବାହାରକୁ ଯିବାକୁ ଦିଅନ୍ତି ନାହିଁ । ବାଲୁଚ ସେମାନଙ୍କ ପରିବାରକୁ ବାହାରକୁ ଯିବା ଅପେକ୍ଷା ଭୋକରେ ରହିବାକୁ ପସନ୍ଦ କରିବେ। ପାକିସ୍ତାନର ଅଧିକାଂଶ ଅଞ୍ଚଳରେ ମହିଳାମାନଙ୍କୁ ପୁରୁଷଙ୍କ ପରି ସମାନ ଅଧିକାର କିମ୍ବା ସମ୍ମାନ ଦିଆଯାଏ ନାହିଁ। ଏପରିକି ମହିଳାମାନଙ୍କୁ ଅନ୍ୟ ପୁରୁଷଙ୍କ ସହ କଥାବାର୍ତ୍ତା କରିବାକୁ ବାରଣ କରାଯାଇଥାଏ। ପରିବାର ପରିବର୍ତ୍ତେ ନିଜ ପସନ୍ଦର କାହାକୁ ବିବାହ କଲେ ଝିଅମାନଙ୍କୁ ହତ୍ୟା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସାବଧାନ: ମେଷ ସମେତ ୩ ରାଶିଙ୍କ ଉପରେ ମାଡିଆସୁଛି ବଡ଼ ବିପଦ! ପାଖରୁ ପଳାଇବ ଧନ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହଙ୍କୁ ପ୍ରେମ, ସୁଖ-ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ଆର୍ଥିକ ସ୍ଥିତିର କାରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଶୁକ୍ର ନିଜ ରାଶି ତୁଳାରେ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?