ବନ୍ୟାରେ ଘରେ ରହିବୁ ପଛେ ଅସ୍ଥାୟୀ ଆଶ୍ରୟସ୍ଥଳକୁ ଯିବୁନି, ପାକିସ୍ତାନୀଙ୍କ ଜିଦ୍‌…

ଇସଲାମାବାଦ, ୧୫।୯ : ପ୍ରବଳ ବନ୍ୟା ଯୋଗୁଁ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଲୋକଙ୍କ ଘର ବନ୍ୟା ଜଳରେ ବୁଡ଼ି ରହିଛି। ପ୍ରଶାସନ ଏଭଳି ଲୋକଙ୍କୁ ବନ୍ୟା ପାଣି ଘେରରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି। ଏହା ସତ୍ତ୍ୱେ ଅନେକ ଲୋକ ଅଛନ୍ତି ଯେଉଁମାନେ ବନ୍ୟା ଜଳରେ ସେମାନଙ୍କର ଘର ବୁଡ଼ିଯିବା ପରେ ବି ନିଜ ଘର ଛାଡ଼ିବାକୁ ମନା କରିଦେଇଛନ୍ତି । ଏହି ଲୋକମାନେ ଯୁକ୍ତି କରିଛନ୍ତି ଯେ ଅସ୍ଥାୟୀ ଆଶ୍ରୟସ୍ଥଳକୁ ଯିବୁନି। ଅସ୍ଥାୟୀ ଆଶ୍ରୟସ୍ଥଳରେ ବାହାର ପୁରୁଷମାନେ ରହିଛନ୍ତି। ଏହା ଦ୍ୱାରା ଆମ ଘରର ମହିଳାମାନଙ୍କର ସମ୍ମାନ ହାନୀ ହେବ। ପାକିସ୍ତାନୀ ଅଧିକାରୀ କହିଛନ୍ତି ଯେ ଅଧିକାଂଶ ଅଞ୍ଚଳରୁ ବନ୍ୟା ଜଳ କମିଯିବା ପାଇଁ ତିନିରୁ ଛଅ ମାସ ସମୟ ଲାଗିପାରେ। ଏଭଳି ପରିସ୍ଥିତିରେ ଲୋକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

ପାକିସ୍ତାନର ଏକ ଛୋଟ ଗାଁ ଅହମ୍ମଦ ଦୀନର ୪୦୦ ବାସିନ୍ଦା ବନ୍ୟା ଯୋଗୁଁ ଅନାହାର ଏବଂ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସେମାନେ ଘରୁ ବାହାରକୁ ଯିବାକୁ ମନା କରି ଦେଇଛନ୍ତି। ସେମାନେ କହିଛନ୍ତି ଯେ ରିଲିଫ କ୍ୟାମ୍ପକୁ ଯିବା ଅର୍ଥ ହେଉଛି ଗାଁର ମହିଳାମାନଙ୍କର ସମ୍ମାନହାନୀ।

ଗାଁର ବାସିନ୍ଦା କହିଛନ୍ତି ଯେ ଆମେ ବାଲୁଚ। ବାଲୁଚ ସେମାନଙ୍କ ମହିଳାମାନଙ୍କୁ ବାହାରକୁ ଯିବାକୁ ଦିଅନ୍ତି ନାହିଁ । ବାଲୁଚ ସେମାନଙ୍କ ପରିବାରକୁ ବାହାରକୁ ଯିବା ଅପେକ୍ଷା ଭୋକରେ ରହିବାକୁ ପସନ୍ଦ କରିବେ। ପାକିସ୍ତାନର ଅଧିକାଂଶ ଅଞ୍ଚଳରେ ମହିଳାମାନଙ୍କୁ ପୁରୁଷଙ୍କ ପରି ସମାନ ଅଧିକାର କିମ୍ବା ସମ୍ମାନ ଦିଆଯାଏ ନାହିଁ। ଏପରିକି ମହିଳାମାନଙ୍କୁ ଅନ୍ୟ ପୁରୁଷଙ୍କ ସହ କଥାବାର୍ତ୍ତା କରିବାକୁ ବାରଣ କରାଯାଇଥାଏ। ପରିବାର ପରିବର୍ତ୍ତେ ନିଜ ପସନ୍ଦର କାହାକୁ ବିବାହ କଲେ ଝିଅମାନଙ୍କୁ ହତ୍ୟା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri