Posted inଜାତୀୟ

ଯେଉଁଠି ଅଛ ସୁରକ୍ଷିତ ରୁହ,ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ/କ୍ୱିଭ୍‌,୨୪।୨ : ୟୁକ୍ରେନର ରାଜଧାନୀ କ୍ୱିଭ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି ଯେ ୟୁକ୍ରେନରେ ଅନେକ ଅନିଶ୍ଚିତତା ରହିଛି। ତୁମେ ନିଜ ଘର, ହଷ୍ଟେଲ ଏବଂ ରାସ୍ତାରେ ଯେଉଁଠାରେ ବି ଥାଅ , ଶାନ୍ତ ରୁହ ଏବଂ ସେଠାରେ ସୁରକ୍ଷିତ ରୁହ। ଏହି ଆଡଭାଇଜରୀରେ କୁହାଯାଇଛି ଯେ ରାଜଧାନୀ କ୍ୱିଭ୍‌ ଅଭିମୁଖେ ଯାତ୍ରା କରୁଥିବା ଭାରତୀୟମାନେ ଅସ୍ଥାୟୀ ଭାବରେ ନିଜ ସହରକୁ ନିରାପଦ ସ୍ଥାନକୁ ଫେରିବା ଉଚିତ। ବିଶେଷ କରି ୟୁକ୍ରେନର ପଶ୍ଚିମ ସୀମାରେ ଥିବା ସୁରକ୍ଷିତ ସ୍ଥାନକୁ।

ଏଥି ସହିତ ଭାରତ ସରକାରଙ୍କ ସୂତ୍ର ଅନୁଯାୟୀ ଦ୍ରୁତ ପରିବର୍ତ୍ତନଶୀଳ ପରିସ୍ଥିତି ଉପରେ ଭାରତ ତୀକ୍ଷ୍‌ଣ ନଜର ରଖିଛି। ଭାରତୀୟଙ୍କ, ବିଶେଷକରି ଛାତ୍ରୀଛାତ୍ରମାନଙ୍କ ସୁରକ୍ଷା ଉପରେ ସରକାରଙ୍କ ଧ୍ୟାନ କେନ୍ଦ୍ରିତ ହୋଇଛି। ବହିର୍ବ୍ୟାପାର ମନ୍ତ୍ରଣାଳୟର କଣ୍ଟ୍ରୋଲ ରୁମକୁ ସମ୍ପ୍ରସାରଣ କରାଯାଉଛି ଏବଂ ଏହାକୁ ସପ୍ତାହରେ ୨୪ ଘଣ୍ଟିଆ ଆଧାରରେ କାର୍ଯ୍ୟକ୍ଷମ କରାଯାଇଛି। ଏହାପୂର୍ବରୁ, ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଭାରତୀୟ ଛାତ୍ରମାନଙ୍କୁ ଅସ୍ଥାୟୀ ଭାବରେ ସେହି ଦେଶ ଛାଡିବାକୁ କହିଥିଲେ।

ଭାରତୀୟ ଦୂତାବାସର ପରାମର୍ଶ ଏପରି ଏକ ସମୟରେ ଆସିଥିଲା ଯେତେବେଳେ ରୁଷିଆ ପୂର୍ବ ୟୁକ୍ରେନର ଦୁଇଟି ସହରର କେତେକ ଅଞ୍ଚଳକୁ ସ୍ବତନ୍ତ୍ର ଘୋଷଣା କରିଥିଲା। ୟୁକ୍ରେନର ଭାରତୀୟ ନାଗରିକ ଏବଂ ସେମାନଙ୍କ ପରିବାର କେତେକ ଫୋନ୍‌ ନମ୍ବର ଏବଂ ଇମେଲ ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତିରେ ସାହାଯ୍ୟ ଏବଂ ସୂଚନା ମାଗିପାରିବେ।

ୟୁକ୍ରେନ ସମ୍ବନ୍ଧୀୟ ସୂଚନା ପାଇଁ ଭାରତୀୟ ନାଗରିକମାନେ ଟୋଲ ଫ୍ରି ନମ୍ବର ୧୮୦୦୧୧୮୭୯୭ (1800118797) କୁ କଲ କରିପାରିବେ। ସେହିପରି ଆବଶ୍ୟକ ସ୍ଥଳେ +୯୧୧୧୨୩୦୧୨୧୧୩ ( +91 11 23012113)/ + ୯୧୧୧୨୩୦୧୪୧୦୪ (+91 11 23014104 )/ + ୯୧୧୧୨୩୦୧୭୯୦୫ (+91 11 23017905) ଫୋନ ନମ୍ବରଗୁଡିକ ସହିତ ଯୋଗାଯୋଗ କରାଯାଇପାରିବ।

ସେହିପରି ଫ୍ୟାକ୍ସ ସେବା ପାଇଁ +୯୧୧୧୨୩୦୮୮୧୨୪ (+91 11 23088124) ନମ୍ବର ଜାରି କରାଯାଇଛି।

ବହିର୍ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଭାରତୀୟ ନାଗରିକଙ୍କ ପାଇଁ ଏକ ଇମେଲ ଆଇଡି ସୃଷ୍ଟି କରିଛି ଯେଉଁଥିରେ ୟୁକ୍ରେନକୁ ବାର୍ତ୍ତା ପଠାଯାଇପାରିବ। ଇମେଲ ଆଇଡି ହେଉଛି: situationroom@mea.gov.in ।

ଏହା ବ୍ୟତୀତ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ମଧ୍ୟ ୨୪ ଘଣ୍ଟିଆ ହେଲ୍ପଲାଇନ ସେବା ଆରମ୍ଭ କରିଛି। ଏହି ସେବା ଅନ୍ତର୍ଗତ ଫୋନ୍‌ ନମ୍ବର, ଇମେଲ୍‌ ଏବଂ ଓ୍ବେବସାଇଟ୍‌ ମାଧ୍ୟମରେ ଯୋଗାଯୋଗ କରାଯାଇ ପାରିବ।

ଜରୁରୀକାଳୀନ ହେଲ୍ପଲାଇନ: + ୩୮୦୯୯୭୩୦୪୨୮(+380 99730428), + ୩୮୦ ୯୯୭୩୦୪୮୩ (+380 99730483)।

ଇମେଲ: cons1.kyiv@mea.gov.in ।

ୱେବସାଇଟ: www.eoiukraine.gov.in।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନାଙ୍କ ବଡ଼ ଘୋଷଣା: ଏହିଦିନ ଫେରିବେ ସ୍ବଦେଶ

ଢାକା,୧୦।୭: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଚଳିତ ବର୍ଷ ଡିସେମ୍ବରରେ ସେ ବାଂଲାଦେଶ ଫେରିବେ ଏବଂ…

ଟ୍ରାକ୍ଟର ଡାଲାରେ ବସି ଗଲେ ବିଜେଡି ନେତା, ଭିଡିଓ ଭାଇରାଲ ପରେ…

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍‌ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ…

ଟ୍ରମ୍ପଙ୍କୁ ମିଳିଲା ବଡ଼ ସମ୍ମାନ, ଏମିତି ସମ୍ମାନ ପାଇବାରେ ସେ ହେଲେ ପ୍ରଥମ ରାଷ୍ଟ୍ରପତି

ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଦ୍ୱାରା ଜାତୀୟ ସ୍ମାରକୀ ଠାରୁ ଆରମ୍ଭ କରି ନୋଟ ପର୍ଯ୍ୟନ୍ତ ସବୁଠି ତାଙ୍କ ନାମ ଏବଂ…

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ! ଟିକା ନେବା ପରେ ବି ୪ ସଂକ୍ରମିତ, ୨ ଜଣଙ୍କ ଜୀବନ ଗଲା…

ଅମରାବତୀ,୧୦।୭: ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା…

ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି ଗୌତମ ଗମ୍ଭୀର-ଶ୍ରେୟସ ଆୟର! ଟିମ ଇଣ୍ଡିଆର ପରିସ୍ଥିତି ଆହୁରି ଖରାପ ହୋଇ ଯିବନାହିଁ ତ…

ନୂଆଦିଲ୍ଲୀ,୧୦।୭: ୨୦୨୬ ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବିଜୟରେ ଅଭ୍ୟସ୍ତ ହୋଇଯାଇଥିଲା; ସିରିଜ ହାରିବା ପ୍ରଶ୍ନବାଚୀ ବାହାରେ ଥିଲା। ତା’ପରେ ଶ୍ରେୟସ ଆୟର…

୨୦ ଦିନରେ ୨ ପିଢିକୁ ହରାଇଲା ଆମ ପରିବାର…ରାଷ୍ଟ୍ରପତିଙ୍କୁ ଭାବପ୍ରବଣ ଇମେଲ ପଠାଇଲେ କେତନଙ୍କ ପିତା

ପୁନେ,୧୦।୭: ମହାରାଷ୍ଟ୍ରର ପୁଣେରୁ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାରେ ନ୍ୟାୟ ପାଇଁ ଆବେଦନ ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚିଛି। କେତନଙ୍କ ପିତା ବିଶାଲ ଅଗ୍ରୱାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri