ପାଟିକୋଣ ଘା’ରୁ ଦୂରେଇ ରୁହନ୍ତୁ…

ପାଟିକୋଣ ଘା’ ଏକ ପ୍ରକାର ପ୍ରଦାହ। ଏଥିରେ ପାଟିର ଗୋଟିଏ ବା ଉଭୟ କୋଣରେ ଘା’ ହୋଇଥାଏ । ଏହାକୁ ଡାକ୍ତରୀ ଭାଷାରେ ଚିଲିଟିସ୍‌ କୁହାଯାଇଥାଏ। ସଂକ୍ରମିତ ସ୍ଥାନ ଲାଲ ଦେଖାଯିବାପରେ ଏଠାକାର ଚର୍ମ ଫାଟି ଏକ ଆବରଣ ତିଆରି ହୁଏ। ସେହି ସ୍ଥାନ ବେଳେବେଳେ କୁଣ୍ଡାଇ ମଧ୍ୟ ହୁଏ। ଏହା ଯୋଗୁ ପାଟି ଖୋଲିବା ସମୟରେ ଯନ୍ତ୍ରଣା ହୋଇଥାଏ। ସେହିପରି ଖାଦ୍ୟ ଖାଇବା ସମୟରେ ରାଗ ମସଲା ଏଠାରେ ଲାଗିଲେ ଭୀଷଣ ଜଳାପୋଡ଼ା ମଧ୍ୟ ହୋଇଥାଏ। ଏହି ସମସ୍ୟା କିଛି ଦିନ ଅବା ବର୍ଷ ବର୍ଷ ଧରି ମଧ୍ୟ ରହିପାରେ । କାଣ୍ଡିଡା ଆଲବିକାନ୍ସ କବକ ଏବଂ ସ୍ଟାଫିଲୋକୋକସ ଅରିଅସ ଜୀବାଣୁ ଦ୍ୱାରା ଏହା ହୋଇଥାଏ ବୋଲି ଡାକ୍ତରମାନେ କହିଥାନ୍ତି। ନକଲି ଦାନ୍ତ, ଓଠକୁ ଚାଟିବା, ଲାଳ ବୋହିବା, ପାଟିବାଟେ ଶ୍ୱାସକ୍ରିୟା ଯୋଗୁ ପାଟି ଶୁଖିଯିବା ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ଖରାରେ ଅଧିକ ସମୟ ରହିବା, ବହୁ ସମୟ ଧରି ପାଟି ବନ୍ଦ ରଖିବା, ଧୂମପାନ ଆଦି ମଧ୍ୟ ଏହାର କାରଣ ହୋଇପାରେ । କେତେକଙ୍କଠାରେ ଟୁଥପେଷ୍ଟ, କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଓ ପ୍ରସାଧନ ସାମଗ୍ରୀ ଦ୍ୱାରା ଆଲର୍ଜି ହୋଇ ଏଭଳି ସମସ୍ୟା ଦେଖାଦେଇଥାଏ । ଖାଦ୍ୟରେ ଆବଶ୍ୟକ ପୋଷକ ତତ୍ତ୍ୱର ଅଭାବ ଓ ରୋଗ ପ୍ରତିରୋଧକ ଶକ୍ତି ନ ଥିବା ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ବିକାଶଶୀଳ ଦେଶମାନଙ୍କରେ ଖାଦ୍ୟରେ ଲୌହ ଓ ଜୀବସାର ଅଭାବ ମଧ୍ୟ ପାଟିକୋଣ ଘା’ର ଏକ ସାଧାରଣ କାରଣ ଭାବେ ଉଭା ହୋଇଥାଏ।
ପୃଥିବୀର ମୋଟ ଜନ ସଂଖ୍ୟାର ୦.୭ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଯାଇଥାଏ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କଠାରେ ଏଭଳି ସମସ୍ୟା ଦେଖାଦେଇଥାଏ। ଭିଟାମିନ୍‌ -ବି-୨ ଭିଟାମିନ୍‌-ବି-୩, ଭିଟାମିନ୍‌-ବି-୬ ଆଦିର ଅଭାବରେ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଖାଦ୍ୟରେ କ୍ଷୀର, ଚିନାବାଦାମ, ଦହି, ଛେନା ଆଦି ସାମିଲ କରାଯିବା ଆବଶ୍ୟକ। ସେହିପରି ମାଛ,ମାଂସ ଆଦି ମଧ୍ୟ ଖାଦ୍ୟରେ ଗ୍ରହଣ କରାଯିବା ଉଚିତ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ରଙ୍ଗ ଝିଅଙ୍କୁ ହୋଇଥାଏ ଅଧିକ ପସନ୍ଦ, ପୁଅ ପିନ୍ଧିିଲେ…

ଅନେକ ପୁଅ ତାଙ୍କ ପୋଷାକ ପରିଧାନକୁୁ ନେଇ ଅଧିକ ଚିନ୍ତାରେ ପଡ଼ିଥାନ୍ତି। ଝିଅଙ୍କୁ ଇମ୍ପ୍ରେସ କରାଇବା ପାଇଁ ସେ ତାଙ୍କ ଡ୍ରେସ୍‌ ଉପରେ ଅଧିକ ଧ୍ୟାନ...

ଶିଶୁଙ୍କୁ ଚୁପ୍‌ ନ କରି କିଛି ସମୟ କାନ୍ଦିବାକୁ ଦିଅନ୍ତୁ, କାରଣ…

ଲଣ୍ଡନ: ଜନ୍ମରୁ ଦେଢ଼ ପର୍ଯ୍ୟନ୍ତ ଶିଶୁକୁ କିଛିସମୟ କାନ୍ଦିବାକୁ ଦିଅନ୍ତୁ। ଶିଶୁଟି କାନ୍ଦିବା ସଙ୍ଗେ ସଙ୍ଗେ ତା’ ନିକଟରେ ପହଞ୍ଚିଗଲେ ଏହାର ବିକାଶ ଉପରେ କୁପ୍ରଭାବ...

ଆଣ୍ଠୁଗଣ୍ଠି ଯନ୍ତ୍ରଣା କମାଇବ ହର୍‌ମୋନ

ଆଜିକାଲି ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। କେବଳ ବୟସ୍କ ବ୍ୟକ୍ତି ନୁହନ୍ତି, ଯୁବାବସ୍ଥାରେ ଅନେକେ ଏହାର ସମ୍ମୁଖୀନ ହେଉଛନ୍ତି। ତେବେ ଏପରି ଯନ୍ତ୍ରଣାରୁ...

ଏହି ୪ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, କମ୍‌ ବୟସରେ ହୁଅନ୍ତି ଧନୀ; ଜାଣନ୍ତୁ…

କିଛି ଲୋକ କମ୍‌ ପରିଶ୍ରମରେ ସଫଳତାର ସ୍ବାଦ ଚାଖିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଗହ-ନକ୍ଷତ୍ରର ଚଳନ ଯୋଗୁ ବ୍ୟକ୍ତିଟିଏ ସଫଳ ହୋଇପାରେ। ଆମେ କଥା ହେବା ସେଭଳି...

ସ୍ମରଣଶକ୍ତି ବଢ଼ାଇବା ପାଇଁ ପିଲାଙ୍କୁ ଦିଅନ୍ତୁ ଏହି ଖାଦ୍ୟ…

ଭିଟାମିନ୍‌ ବି-୧୨ ବା କୋବାଲାମିନ୍‌ ଛୋଟପିଲାଙ୍କ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାର ସ୍ତର ହ୍ରାସପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମକଲେ ହାଲିଆ...

ସୁନ୍ଦରତା ବଢ଼ାଏ ଜାଇଫଳ

କବଳ ଖାଦ୍ୟରେ ନୁହେଁ ବରଂ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଜାଇଫଳଔଷଧ ଭଳି କାମ କରିଥାଏ।  ଏଥିରେ ଥିବା ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌ ଭଳି  ପୋଷକ ତତ୍ତ୍ୱ...

ବର୍ଷାଦିନ ଖାଦ୍ୟପେୟ: ଯାହା ଶରୀରକୁ ରଖେ ସୁସ୍ଥ

ବର୍ଷାଦିନେ ଯେତିକି ଆନନ୍ଦ ଲାଗିଥାଏ, ତା’ଠୁ ବେଶି ଚିନ୍ତାରେ ପକାଇଥାଏ ଏହି ଋତୁରେ ହେଉଥିବା ସ୍ବାସ୍ଥ୍ୟଜନିତ ସମସ୍ୟା। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ...

ସଂକ୍ରମଣରୁ ମୁକ୍ତି ପାଇଁ ବର୍ଷାଦିନେ ଖାଆନ୍ତୁ ଏସବୁ ଫଳ

ମୌସୁମୀ ଆସିବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହି ସମୟରେ ଅନେକ କିଛି ଖାଇବା ଉଚିତ ହୋଇ ନ ଥାଏ। ଏହା ସହ ଦୈନିକ...

Advertisement


Archives

Model This Week