ରାଜସ୍ବ ଗ୍ରାମର ମାନ୍ୟତା, ଜଙ୍ଗଲ ଜମି ପଟ୍ଟା ସଂଶୋଧନ ଦାବି: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅଧିବାସୀଙ୍କ ଧାରଣା

ନୂଆପଡା,୨୦ା୪ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଛତିଶଗଡ଼ ସୀମାନ୍ତ ଚୁଳାଭାଟ ପଞ୍ଚାୟତ ଗଙ୍ଗାଦିଗଡ଼ ଗାଁ ଅଧିନ ୮ଟି ପଡାର ଅଧିବାସୀମାନେ ବିଭିନ୍ନ ଦାବି ନେଇ ଶନିବାର ଜିଲାପାଳ କାର୍ଯ୍ୟାଳୟ ମୁଖ୍ୟଗେଟ ସମ୍ମୁଖରେ ଘେରାଉ କରି ଧାରଣାରେ ବସିଥିଲେ। ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଦୀର୍ଘ ୨ ଘଣ୍ଟା ଧାରଣାରେ ବସିଲା ପରେ ଅତିରିକ୍ତ ଜିଲାପାଳ ସୁବାଷ ଚନ୍ଦ୍ର ରଏତ ଧାରଣା ସ୍ଥଳକୁ ପହଞ୍ଚତ୍ ସମସ୍ତ ଦାବି ଉପରେ ଆଲୋଚନା କରିଥିଲେ। ତଦନ୍ତ କରି ସମସ୍ତଙ୍କ ଦାବି ପୁରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ଧାରଣା ପ୍ରତ୍ୟାହୁତ ହୋଇଥିଲା। ସେହି ସମୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ସୂଚନା ଅନୁଯାୟୀ, ନୁଆପଡ଼ା ସଦର ବ୍ଲକ ପଶ୍ଚିମ ଦିଗକୁ ଛତିଶଗଡ଼ ସୀମାନ୍ତରେ ଚୁଳାଭାଟ ପଞ୍ଚାୟତ ରହିଛି। ଏହି ପଞ୍ଚାୟତ ଅଧୀନ ସୁନାବେଡ଼ା ଅଭୟାରଣ୍ୟ ଭିତରେ ୧୯୫୬ରେ ଗଙ୍ଗାଦିଗଡ଼ ଗାଁ ବସତି ସ୍ଥାପନ କରି ତା ଅଧିନରେ ୮ଟି ପଡା ଭାଲୁପାଣି, ବାଉଁଶଡୋଙ୍ଗରି, ଗୋନ୍ଦଳାବାହାରା, ମହୁଳପଡ଼ା, ଖଲିଆପଡ଼ା, ସନ୍ତୋଷପଡ଼ା, ବାଞ୍ଜିପାଣି ପଡ଼ା ରହିଛି। ଏହି ଆଠଟି ପଡ଼ାରେ ବସବାସ କରୁଥିବା ଅଧିବାସୀମାନେ ଦୀର୍ଘ ବର୍ଷ ହେବ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଦାବି କରି ଆସୁଛନ୍ତି। ହେଲେ କୌଣସି ସୁଫଳ ମିଳିପାରି ନାହିଁ। ସରକାରଙ୍କ ପତ୍ରସଂଖ୍ୟା-୨୧୮୩/୨୦୨୦ ସେପ୍ଟେମ୍ବର ୨୧ ରେ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ଏହି ଗାଁର ଅଧିବାସୀମାନେ ଆବଶ୍ୟକ କାଗଜାତ ନେଇ ନୂଆପଡ଼ା ତହସିଲ କାର୍ଯ୍ୟାଳୟରେ ଜମା ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଗଲା ନାହିଁ। ଏହି ଗାଁ ଗୁଡ଼ିକର ଅଧିକାଂଶ ଚାଷି ଜଙ୍ଗଲ ଜମି ଅଧିକାର ଶିରୋନାମା ପଟ୍ଟା ପାଇଛନ୍ତି। ସେହି ପଟ୍ଟାରେ କେବଳ ଜମିର ପରିମାଣ କେତେ ତାହା ଉଲ୍ଲେଖ ରହିଛି। ଖାତା ନଂ,ପ୍ଲଟ ନଂ ନ ଥିବାରୁ କୌଣସି କାର୍ଯ୍ୟରେ ଆସୁ ନାହିଁ। ଉକ୍ତ ଅଞ୍ଚଳର ଲୋକେ ଜାତିଗତ ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର ମିଳୁ ନ ଥିବାରୁ ପିଲାମାନଙ୍କୁ ପାଠ ପଢାରେ ବାଧକ ସାଜିଛି। ସେହିପରି ପିଏମ କିଷାନ, ସିଏମ କିଷାନ, ଆବାସ ଗୃହ ଭଳି ସରକାରୀ ଯୋଜନାରୁ ବଞ୍ଚତ୍ତ ଅଛନ୍ତି। ଚାଷି ପଞ୍ଜିକରଣ ହେଉ ନ ଥିବାରୁ ମଣ୍ଡିରେ ଧାନ ବିକ୍ରୟ କରି ପାରୁ ନାହାନ୍ତି। କୋଚିଆଠାରେ ଶାଗ ମାଛ ଦରରେ ବିକ୍ରୟ କରୁଛନ୍ତି। ଏହି ଜମି ପଟ୍ଟାକୁ ସଂଶୋଧନ କରି ନୂତନ ପଟ୍ଟା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି। ଗଙ୍ଗାଦିଡ ଅଧିନ ସମସ୍ତ ପଡାକୁ ରାଜସ୍ବ ଗ୍ରାମର ମାନ୍ୟତା, ଜଙ୍ଗଲ ଜମି ଅଧିକାର ଶିରୋନାମା ପଟ୍ଟା ସଂଶୋଧନ,ଭୂ-ଜଳ ପୂର୍ନଉଦ୍ଧାର ଓ ଜଙ୍ଗଲ ନଷ୍ଟ କରୁଥିବା ଅଧିକାରୀ କିମ୍ବା କାଠ ମାଫିଆ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରାଯାଉ ବୋଲି ଦାବି କରିଛନ୍ତି। ଏହି ଧାରଣା ସମୟରେ ଜଙ୍ଗଲ ଜମି ଅଧିକାର କମିଟି ସଭାପତି ଘାସିରାମ ମାଝି, ସମ୍ପାଦକ ମଦନ ମାଝି, ପଦ୍ମନ ମାଝି, ସୋଭାଚନ୍ଦ୍ର ମାଝି, ଲାଲସିଂ ରାଉତ, ବୈଶାଖୁ ମାଝି, ରାଏସିଂ ମାଝି, ରାମଲାଲ ମାଝି, ଅମୃତତ ଲାଲ କେଉଟ, ଜିତେନ୍ଦ୍ର ମାଝି, କୃଷ୍ନ ରାଉତ ପ୍ରମୁଖ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri