ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦ ତମ ସ୍ବାଧୀନତା ଦିବସ ଅବସରରେ ଶନିବାର ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଚଳିତବର୍ଷ ବଲାଙ୍ଗୀରଠାରେ ଅନୁଷ୍ଠିତ ଜିଲାସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥାନ୍ତେ। କିନ୍ତୁ କୌଣସି କାରଣରୁ ଶେଷ ମୁହୂର୍ତ୍ତରେ ତାହା ବାତିଲ କରି ଦିଆଯାଇଥିଲା। ଷଡଯନ୍ତ୍ର କରି ଉକ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।
ପ୍ରକାଶ ଯେ, ସ୍ଥାନୀୟ ଏମଇ ସ୍କୁଲର ତତ୍କାଳୀନ ପ୍ରଧାନଶିକ୍ଷକ ରଘୁନାଥ ପ୍ରସାଦ ବହିଦାରଙ୍କ ପ୍ରସ୍ତାବକ୍ରମେ ଏବଂ ଉଦ୍ୟୋକ୍ତା ଯାଦବ ସାହୁ, କାଳୀଚରଣ ସାହୁ, ମନବୋଧ ସାହୁ, କାଶୀରାମ ଅଗ୍ରୱାଲ, ଶ୍ରୀରାମ ଅଗ୍ରୱାଲ, ହଜାରିଲାଲ ଅଗ୍ରୱାଲ ଓ ମହମ୍ମଦ ନବାବ ଖାନଙ୍କ ପ୍ରଚେଷ୍ଟାରେ ୧୯୫୭ ମସିହାରେ ଏହି ହାଇସ୍କୁଲ ପ୍ରତିଷ୍ଠା ଲାଭ କରିଥିଲା। ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ନାମରେ ଏହି ବିଦ୍ୟାଳୟ ନାମିତ କରାଯାଇଥିଲା। ୧୯୫୭ରେ ମୁଖ୍ୟମନ୍ତ୍ରୀ ମହତାବ ଲୋଇସିଂହା ଗସ୍ତ କରି ଉକ୍ତ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିବର୍ଷ ଅଗଷ୍ଟ ମାସରୁ ଅଷ୍ଟମ ଶ୍ରେଣୀ ପାଠପଢା ଆରମ୍ଭ ହୋଇଥିଲା। ୧୯୫୭ରୁ ୧୯୮୨ ମସିହା ପର୍ଯ୍ୟନ୍ତ ଝିଅ ପୁଅ ମିଶି ସେତେବେଳେ ପାଠ ପଢୁଥିଲେ। ୧୯୮୨ ମସିହାରେ ଲୋଇସିଂହାରେ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା ପରେ ହରେକୃଷ୍ଣ ମହତାବ ହାଇସ୍କୁଲରେ କେବଳ ଛାତ୍ର ପାଠ ପଢୁଛନ୍ତି। ୨୦୨୫ରେ ବିଦ୍ୟାଳୟ ପରିସରରେ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପୁରାତନ ଛାତ୍ରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲା।
ପ୍ରତିଷ୍ଠାର ଦୀର୍ଘ ବର୍ଷ ପରେ ୨୦୨୬ ଅଗଷ୍ଟ ୧୫ ତାରିଖ ଦିନ ମହତାବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ତାରିଖ ସ୍ଥିର ହୋଇଥିଲା। ରାଜ୍ୟ ସରକାର ଓ ସଂସ୍କୃତି ବିଭାଗ ଅନୁଦାନରେ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ ପରିସରରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ତାରିଖ ସ୍ଥିର ଓ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବାରୁ ସଭା କାର୍ଯ୍ୟ ପାଇଁ ଟେଣ୍ଟ ମଧ୍ୟ ମରାଯାଇଥିଲା। ବହୁ ଉତ୍କଣ୍ଠା ସହ ସେହି ମୁହୂୂର୍ତ୍ତକୁ ବିଦ୍ୟାଳୟ କର୍ତ୍ତୃପକ୍ଷ, ଛାତ୍ର, ପୁରାତନ ଛାତ୍ରୀଛାତ୍ର ଓ ବୁଦ୍ଧିଜୀବୀ ଚାହିଁ ରହିଥିଲେ। ହେଲେ ଆକସ୍ମିକ ଭାବେ କାର୍ଯ୍ୟକ୍ରମକୁ ବାତିଲ କରାଯିବା ଘଟଣା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି। ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ବିଭୂତି ଭୂଷଣ ସାହାଣୀ କହିଛନ୍ତି, ଏହା ଶିକ୍ଷିତ ସମାଜକୁ ବଡ କଷ୍ଟ ଦେଇଛି। ଅନେକ ଉଦ୍ୟୋକ୍ତା ଏହି ବିଦ୍ୟାଳୟ ପ୍ରତିଷ୍ଠା କରି ଅଞ୍ଚଳରେ ଶିକ୍ଷାର ଦୀପଟିଏ ଜାଳିଥିଲେ। ବିଦ୍ୟାଳୟର ଆଲୁମିନି ସଦସ୍ୟ ତଥା ପୁରାତନ ଛାତ୍ର ସରୋଜ ବିଶ୍ୱାଳ କହିଛନ୍ତି, ମନରେ ବହୁତ ଉତ୍ସାହ ରହିଥିଲା ,କାର୍ଯ୍ୟକ୍ରମ ବାତିଲ ମନକୁ ଆଘାତ ଦେଇଛି। ଏହା ଯଦି ରାଜନୈତିକ ଚକ୍ରାନ୍ତ , ତେବେ ଲୋଇସିଂହା ଅଞ୍ଚଳ ପାଇଁ ଶୁଭଙ୍କର ନୁହେଁ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସର୍ଜନ ନେଗୀ କହିଛନ୍ତି,ସମସ୍ତ ପ୍ରସ୍ତୁତି ସରି ଯାଇଥିଲା। ଉତ୍କଣ୍ଠା ସହ ଅପେକ୍ଷାରେ ଥିଲୁ। କିନ୍ତୁ କ’ଣ ପାଇଁ କାର୍ଯ୍ୟକ୍ରମ ବାତିଲ ହେଲା ଆମକୁ ଜଣାନାହିଁ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?