ଅବହେଳିତ ଅବସ୍ଥାରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି

ଖୋର୍ଦ୍ଧା ଅଫିସ,୧୪ା୧୧: ଭାରତୀୟ ମୁକ୍ତି ସଂଗ୍ରାମର କଥା ଉଠିଲେ, ପ୍ରଥମ ସ୍ବାଧୀନତା ଆନ୍ଦୋଳନର ପାଇକ ବିଦ୍ରୋହ ଓ ପାଇକ ବୀରଙ୍କ କଥା ମନେପଡ଼େ। ପାଇକ ବିଦ୍ରୋହର ଅନ୍ୟତମ କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ନେତୃ୍‌ତ୍ୱରେ ୧୮୧୭ରେ ଖୋର୍ଦ୍ଧା ମାଟିରୁ ଦିନେ ଇଂରେଜମାନଙ୍କ ବିରୋଧରେ ବିଦ୍ରୋହ ତେଜିଥିଲା। ଶେଷରେ ଭାରତୀୟଙ୍କ ପରାକ୍ରମ ଆଗରେ ଇଂରେଜଙ୍କୁ ହାର୍‌ ମାନିବାକୁ ପଡ଼ିଥିଲା। ବକ୍ସି ଜଗବନ୍ଧୁଙ୍କ ପାଇଁ ଏ ମାଟି ଗୌରବାନ୍ବିତ ହୋଇଛି। ତାଙ୍କ ବଳିଦାନ ଯୋଗୁ ଏ ମାଟି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ତେବେ ସେହି ମହାନ ବୀରଙ୍କୁ ଯଥୋଚିତ ସମ୍ମାନ ମିଳୁନାହିଁ। ଏପରିକି ତାଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ରହି ଧୂଳିଧୂସରିତ ହୋଇ ପଡ଼ିଛି। ମାତ୍ର ଏଥିପ୍ରତି ପ୍ରଶାସନର ନଜର ନାହିଁ।
ଜାତୀୟ ରାଜପଥ ପାର୍ଶ୍ୱ ଇସ୍କନ ମନ୍ଦିର ନିକଟରେ ରହିଛି ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି। ଏହି ପ୍ରତିମୂର୍ତ୍ତି ଚାରିପଟେ ଅନାବନା ଗଛଲତା ମାଡ଼ିଗଲାଣି। ରାଜପଥ ସମ୍ପ୍ରସାରଣ କାରଣରୁ ପ୍ରତିମୂର୍ତ୍ତିରେ ବହଳେ ଧୂଳିର ଆସ୍ତରଣ ବସିଲାଣି। ମାତ୍ର ଏଥିପ୍ରତି ପ୍ରଶାସନର ନଜର ପଡୁନାହିଁ। ଏ କ୍ଷେତ୍ରରେ ରାଜନୈତିକ ଇଚ୍ଛଶକ୍ତିର ମଧ୍ୟ ଅଭାବ ଦେଖାଦେଇଛି। ପୂଜ୍ୟପୂଜା ପ୍ରତି କିଭଳି ଅବହେଳା କରାଯାଉଛି, ଏହା ହେଉଛି ତାହାର ଏକ ଉଦାହରଣ। ୨୦୦୯ ଜାନୁୟାରୀ ୨୪ରେ ବରୁଣେଇ ଓ ଗଡ଼ଖୋର୍ଦ୍ଧା ବିକାଶ ପରିଷଦ ଆନୁକୂଲ୍ୟରେ ଏହି ପ୍ରତିମୂର୍ତ୍ତି ରାଜପଥ ପାର୍ଶ୍ୱରେ ସ୍ଥାପନି କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ସେତେବେଳେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତତ୍କାଳୀନ ବ୍ରହ୍ମଗିରି ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର କର୍ପୋରେଟର ପ୍ରତାପ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଡ. ଦିଲୀପ ଶ୍ରୀଚନ୍ଦନ ସଭାପତି ଏବଂ ରାଜକିଶୋର ରାମ ଏହି ପରିଷଦର ଉପଦେଷ୍ଟା ରହିଥିଲେ। କିଛିବର୍ଷ ଧରି ଏହି ପ୍ରତିମୂର୍ତ୍ତି ଭଲ ଅବସ୍ଥାରେ ଥିଲା। ସେଠାରେ ବକ୍ସି ଜଗବନ୍ଧୁଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପ୍ରଭୃତି ପାଳନ ଅବସରରେ ମାଲ୍ୟାର୍ପଣ କରାଯାଉଥିଲା। ଏବେ ବି ତାଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ଆସିଲେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଉଛି। ମାତ୍ର ଏହାପରେ ସମସ୍ତେ ତାଙ୍କୁ ଭୁଲିଯାଉଛନ୍ତି। ଏଭଳି ଭାବେ ପୂଜ୍ୟପୂଜାକୁ ସମ୍ମାନ ଦିଆଯାଉଛି। ପାଇକ ବିଦ୍ରୋହରେ ବକ୍ସିଙ୍କ ନେତୃତ୍ୱକୁ ନେଇ କୁମ୍ଭୀର କାନ୍ଦଣା କରୁଥିବା କେତେକ ସଙ୍ଗଠନ ଏହି ଅବହେଳିତ ପ୍ରତିମୂର୍ତ୍ତି ସଫା କରିବାକୁ କେବେ ଆସି ନ ଥିବା ସ୍ଥାନୀୟ ଲୋକେ ଗଣମାଧ୍ୟମ ଆଗରେ କହିଛନ୍ତି।
ତେବେ କେବଳ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନୁହେଁ, ଗଡ଼ଖୋର୍ଦ୍ଧା ଛକରେ ଥିବା ପଞ୍ଚପାଇକଙ୍କ ପ୍ରତିମୂର୍ତ୍ତିର ସମାନ ଅବସ୍ଥା। ରାଜପଥରୁ ଗଡ଼ଖୋର୍ଦ୍ଧା ମୌଜାରେ ଜିଲା ପ୍ରଶାସନ ପକ୍ଷରୁ ଚିହ୍ନଟ ସ୍ଥାନକୁ ପ୍ରତିମୂର୍ତ୍ତି ସ୍ଥାନାନ୍ତର ଲାଗି ବାରମ୍ବାର ବୈଠକ, ଆଲୋଚନା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଏହି ପଞ୍ଚ ପାଇକଙ୍କ ମୂର୍ତ୍ତି ଚାରିପଟେ ଅନାବନା ଗଛଲତା ମାଡିଗଲାଣି। ପ୍ରତିମୂର୍ତ୍ତି ପଛପଟେ ଗଛ ଉଠିଲାଣି। ମୂର୍ତ୍ତିରେ ଫାଟ ସୃଷ୍ଟି ହେଲାଣି। ସଞ୍ଜ ନଇଁଲେ ଏଠାରେ ଅସମାଜିକଙ୍କ ଆଡ୍ଡା ଜମୁଛି। ଯାନବାହନ ଯିବାବେଳେ ଧୂଳି ଉଡ଼ି ଏହି ପ୍ରତିମୂର୍ତ୍ତି ଉପରେ ପଡ଼ି ଆସ୍ତରଣ ଜମିଗଲାଣି। ଯାହାଙ୍କ ପାଇଁ ଓଡ଼ିଶା ଆଜି ବିଶ୍ୱ ଦରବାରରେ ଗର୍ବିତ, ଯେଉଁମାନେ ଓଡ଼ିଆ ଜାତିର ଅସ୍ମିତା ସେମାନଙ୍କ ପ୍ରତିମୂର୍ତ୍ତିକୁ ଅବହେଳା ପୂଜ୍ୟପୂଜାର ଅପମାନ ସଦୃଶ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ପ୍ରସ୍ତାବିତ ସ୍ଥାନକୁ ଏହି ପ୍ରତିମୂର୍ତ୍ତିକୁ କେବେ ସ୍ଥାନାନ୍ତର କରାଯିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲା ପ୍ରଶାସନର ଆନ୍ତରିକତା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ପ୍ରତିମୂର୍ତ୍ତି ସ୍ଥାନାନ୍ତର ହୋଇପାରୁନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅନ୍ୟପକ୍ଷେ ଏ ନେଇ ଅତିରିକ୍ତ ଜିଲାପାଳ ମନୋଜ ପାଢୀ କହିଛନ୍ତି, ପ୍ରତିମୂର୍ତ୍ତି ସ୍ଥାନାନ୍ତର ଲାଗି ଜମି ଚିହ୍ନଟ ସରିଛି। ଏଥିପ୍ରତି ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?