ପ୍ରସ୍ତୁତ ଥିଲା ଷ୍ଟେଜ୍‌, ହେଲେ ବନ୍ଦ କରିଦିଆଗଲା ପ୍ରୋଗ୍ରାମ; ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ 

ଗଞ୍ଜାମ,୨୩।୧୧(ବିଦ୍ୟାଧର ସାହୁ): ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ରେକ୍‌ ଦ ଫ୍ଲୋର ଏବଂ ବୁଦ୍ଧଦୀପ ସ୍କୁଲର ମିଳିତ ଆନୁକୂଲ୍ୟରେ ରବିବାର ସାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଷ୍ଟେଜ ପ୍ରୋଗ୍ରାମ ବନ୍ଦ ହୋଇଯାଇଛି। ସହରର କିଛି କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ଏତେ ବଡ଼ କାର୍ଯ୍ୟକ୍ରମ ଗଞ୍ଜାମ ମିନି ଷ୍ଟାଡିଅମରେ ନ ହୋଇ ବ୍ରହ୍ମପୁର ଚାଲିଯିବା ଚର୍ଚ୍ଚା ଜୋର ଧରିଛି । କାର୍ଯ୍ୟକ୍ରମ ନିମନ୍ତେ ଷ୍ଟେଜ ପ୍ରସ୍ତୁତ ହୋଇ ସାରିଥିଲାl ଆଉ କିଛି ଘଣ୍ଟା ପରେ ଆରମ୍ଭ ହୋଇଥାନ୍ତା ରାଜ୍ୟ ସ୍ତରୀୟ ଫାଇନାଲ ନୃତ୍ୟ ପ୍ରତିଯୋଗିତା। କିନ୍ତୁ ନିଜର ପତିଆରା କମିଯିବା ଆଶଙ୍କାରେ ମନୋରଞ୍ଜନ ଭଳି କାର୍ଯ୍ୟକ୍ରମରେ ରାଜନୀତି ପ୍ରୟୋଗ କରି ବନ୍ଦ କରିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି ।
ପ୍ରକାଶ ଥାଉ କି, ପୂର୍ବରୁ ବିଭିନ୍ନ ସ୍ଥାନରେ ଅଡିସନ କାର୍ଯ୍ୟକ୍ରମ ସରିଥିବା ବେଳେ ଗଞ୍ଜାମ ମିନି ଷ୍ଟାଡିଅମରେ ଏହି ଷ୍ଟେଜ ପ୍ରୋଗ୍ରାମରେ ଜିଲା, ରାଜ୍ୟ ଓ ରାଜ୍ୟ ବାହାର ନୃତ୍ୟ ଶିଳ୍ପୀଙ୍କ କଳା ପଦର୍ଶନକୁ ସହର ବାସୀ ଉପଭୋଗ କରିବା ସହ ଗଞ୍ଜାମ ସହରର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତା l ହେଲେ ଏହା ପୂର୍ବରୁ କାର୍ଯ୍ୟକ୍ରମ ବ୍ରହ୍ମପୁରକୁ ସ୍ଥାନାନ୍ତରିତ ହେବା କଥା ସାମ୍ନାକୁ ଆସିବା ପରେ ଉକ୍ତ କୁଚକ୍ରୀ ଗୋଷ୍ଠୀଙ୍କୁ ସହରର ସମସ୍ତ ବର୍ଗର ଜନସାଧାରଣ ଘୋର ନିନ୍ଦା କରିଛନ୍ତି ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ, ଛୁଟୁଛି ଅଭିନନ୍ଦନର ସୁଅ

ଦିଗପହଣ୍ଡି, ୨୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମୋକେଇ ଗ୍ରାମର ବିଶିଷ୍ଟ ଲୋକନାଟ୍ୟ କଳାକାର ଓ ପ୍ରହଲ୍ଲାଦ ନାଟକର ନୃତ୍ୟଗୁରୁ ସୀମାଞ୍ଚଳ ପାତ୍ରଙ୍କୁ…

ପାନୀୟ ଜଳ ପ୍ରକଳ୍ପରୁ ମିଳୁନି ପିଇବା ପାଣି: ୧୦୩ରୁ ୨୨ ଅଚଳ, ବଢ଼ୁଛି ଜନ ଅସନ୍ତୋଷ

ଦିଗପହଣ୍ଡି, ୨୩ ଜୁନ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ୨୫ଟି ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ସ୍ଥାପିତ ୧୦୩ଟି ପାନୀୟ ଜଳ ପ୍ରକଳ୍ପ…

ବକେୟା ଋଣ ଚାପରେ ଯୁବକଙ୍କ ଆତ୍ମହତ୍ୟା! କାଜୁ ବଗିଚାରୁ ମିଳିଲା ମୃତଦେହ

ଭଞ୍ଜନଗର, ୨୩।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ଆତ୍ମହତ୍ୟା ଘଟଣା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।…

ବଡ଼ ଧରଣର ଚଢ଼ାଉ: ୧୯ ଦୋକାନୀ ନାଁରେ ମାମଲା ରୁଜୁ, ଜରିମାନା ଆଦାୟ

ରିଷିଡ଼ା ୨୩।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲାରେ ତମାଖୁ ନିୟନ୍ତ୍ରଣ ଆଇନକୁ କଡ଼ାକଡ଼ି କରିବା ପାଇଁ ଏକ ସ୍ପେଶାଲ…

ଆକାଶଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭବାନୀପାଟଣା,୨୩।୬(ଉତ୍ତମ କୁମାର ଦାଶ): ତୁର୍କୀର ମରସିନ ଠାରେ ଅନୁଷ୍ଠିତ ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ୨ଟି ସ୍ୱର୍ଣ୍ଣ ଓ…

ସନ୍ତୋଷପୁରରେ ଭାଜପାର ମିଶ୍ରଣ ପର୍ବ, ୫୦ରୁ ଅଧିକ ମହିଳା ଓ ପୁରୁଷ …

ଛତ୍ରପୁର/ଗଞ୍ଜାମ,୨୩।୬( ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକର ସନ୍ତୋଷପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ର ଏକ ମିଶ୍ରଣ…

ବିଦ୍ୟାଳୟ ଅଛି ହେଲେ ଛାତ ନାହିଁ, ଶିକ୍ଷକ ଅଛନ୍ତି ହେଲେ ପାଠପଢ଼ା ନାହିଁ: ନୂତନ ଗୃହ ନିର୍ମାଣରେ ମଧ୍ୟ ବ୍ୟାପକ ଅନିୟମିତତା

ଥୁଆମୂଳ ରାମପୁର, ୨୩।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତ ଅଧୀନ ତୁମୋନୀଖୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୨୩।୬: ରାଜ୍ୟରେ ମୌସୁମୀ ସକ୍ରିୟ ଥିବାବେଳେ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହୋଇଛି। ତେଣୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସାରା ଓଡ଼ିଶା ଛୁଇଁବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri