Posted inଖେଳ

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଆରମ୍ଭ

ଭୁବନେଶ୍ୱର, ୩୦।୯ (ତପନ ସ୍ବାଇଁ): ଖୋର୍ଦ୍ଧାଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ଶୁକ୍ରବାର କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେଥିବା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି। ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ପାଖାପାଖି ୨୫୦ ଖେଳାଳି ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତା ୧୧, ୧୩, ୧୫, ୧୭ ଓ ୧୯ ବର୍ଷରୁ କମ୍‌ ବୟସ ବର୍ଗରେ ବାଳିକା ଓ ବାଳକ, ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ, ଜୁନିୟର ଡବଲ୍ସ, ସିନିୟର ଡବଲ୍ସ ଓ ଭେଟେରାନ ସିଙ୍ଗଲ୍ସ ବିଭାଗରେ ଅନୁଷ୍ଠିତ ହେଉଛି। ଏଥିରେ ଉନ୍ନତି ପ୍ରଦର୍ଶନ କରିଥିବା ଖେଳାଳି ଜାତୀୟ ସ୍ତରରେ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ। ୫୪ଟି ଟ୍ରଫି ସହିତ ୨୫,୦୦୦ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବ। ବିଧାୟକ ସୁଶାନ୍ତ ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ଆୟୋଜକ ଜିଲା ଆସୋସିଏଶନ ସମ୍ପାଦକ ସ୍ମୃତି ରଞ୍ଜନ ଦାସ, ଯୁଗ୍ମ ସମ୍ପାଦକ ଶଶାଙ୍କ ଶେଖର ମହାପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ତ୍ରୈଲୋକ୍ୟ ନାଥ ରାଉତ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ମୁଖ୍ୟ ରେଫରି ବିଜନ ଦାସ ମହାପାତ୍ର, ତପନ ଖା, ସୁଜିତ କୁମାର ରୟ, କେ.ଏସ.ଏନ୍‌. ମୂର୍ତ୍ତୀ (ସମସ୍ତେ ଅନ୍ତର୍ଜାତୀୟ ରେଫରି) ମ୍ୟାଚ ଗୁଡ଼ିକ ପରିଚାଳନା କରୁଛନ୍ତି। କେଭିପି ରାମାରାଓ, କେ.ଚିନାରାଓ, ସୁରଭି ପରିଜା ତାଙ୍କୁ ସହାୟତା କରୁଛନ୍ତି। ପ୍ରଥମ ଦିବସରେ ୧୧ ବର୍ଷରୁ କମ୍‌ ବାଳିକା ଓ ବାଳକ ସିଙ୍ଗଲ୍ସ ଏବଂ ମହିଳା ଓ ପୁରୁଷ ସିଙ୍ଗଲ୍ସ ପ୍ରତିଯୋଗିତା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତ ଗତିରେ ଆଗକୁ ବଢୁଛି ମୌସୁମୀ: ଆଗାମୀ ୧୫ଘଣ୍ଟା ମଧ୍ୟରେ ୧୭ ରାଜ୍ୟରେ ପ୍ରବଳ ବର୍ଷା, ଜାରି ହେଲା ‘ମହା-ଆଲର୍ଟ’

ନୂଆଦିଲ୍ଲୀ,୩୦।୬: ପ୍ରବଳ ଗରମ ସହ ସଂଘର୍ଷ କରୁଥିବା ଦେଶବାସୀଙ୍କ ପାଇଁ ଏକ ଖୁସି ଖବର। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ପାଣିପାଗ…

ସରକାରଙ୍କ ବଡ଼ ନିର୍ଦ୍ଦେଶ, ବିନା ଲାଇସେନ୍ସରେ ଷଣ୍ଢ ରଖିଲେ ଜରିମାନା

ଭୁବନେଶ୍ୱର,୩୦।୬(ରବିନାରାୟଣ ଜେନା): ଦୈନନ୍ଦିନ ବ୍ୟବସାୟରେ ସୁବିଧା(ଇଜ୍‌ଅଫ୍‌ ଡୁଇଂ ବିଜ୍‌ନେସ୍‌) ଏବଂ ଲୋକଙ୍କ ଜୀବନଯାପନର ସୁବିଧା (ଇଜ୍‌ ଅଫ୍‌ ଲିଭିଂ)କୁ ଆଗାମୀ ଦିନରେ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ…

ବୈଭବ ସୂର୍ଯ୍ୟବଂଶୀ ଇନ୍‌, ସଞ୍ଜୁ ସାମସନ ଆଉଟ? ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୩୦।୬: ବେଲଫାଷ୍ଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ଏକ ଆଶ୍ଚର୍ଯ୍ୟଜନକ ପରାଜୟ ପରେ, ଭାରତୀୟ ଦଳ ଏବେ ଇଂଲଣ୍ଡର ମୁକାବିଲା ପାଇଁ ପ୍ରସ୍ତୁତ। ଦୁଇ ଦଳ ମଧ୍ୟରେ…

ରାମ ଲଲ୍ଲାଙ୍କ ଦର୍ଶନ ପାଇଁ ଯାଉଥିବା ସମୟରେ ୟୁପି କଂଗ୍ରେସ ସଭାପତି ଅଜୟ ରାୟ ହାଉସ ଆରେଷ୍ଟ

ଲକ୍ଷ୍ନୌ,୩୦।୬: ପୋଲିସ ଉତ୍ତର ପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟଙ୍କୁ ଗୃହବନ୍ଦୀ କରିଛି। ଅଜୟ ରାୟ ଆଜି (ମଙ୍ଗଳବାର, ଜୁନ ୩୦) ରାମ ମନ୍ଦିର ପରିଦର୍ଶନ କରିବାର…

ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଶୁଣ୍ଢରେ କଚାଡ଼ି…

ଆନନ୍ଦପୁର, ୩୦।୬(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ହଡ଼ଗଡ଼ ବନାଞ୍ଚଳରେ ପୁଣି ଦନ୍ତା ଆତଙ୍କ ଦେଖାଯାଇଛି । ମଙ୍ଗଳବାର ଭୋର ପ୍ରାୟ ୫ଟା ସମୟରେ କଣ୍ଟିପାଳ ପଞ୍ଚାୟତ…

ଦିଗପହଣ୍ଡିରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ, ସରକାରଙ୍କ ଜନ କଲ୍ୟାଣ ଯୋଜନାରେ ସାମିଲ ପାଇଁ ବିଧାୟକଙ୍କ ଆହ୍ବାନ

ଦିଗପହଣ୍ଡି,୩୦।୬(ଅଶେଷ ନାଥ ମିଶ୍ର): ରାଜ୍ୟରେ ଭାଜପା ସରକାର ଗଠନର ଦୁଇବର୍ଷ ପୂର୍ତ୍ତି ଅବସରରେ  ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକାଶର ଧାରା ଓଡ଼ିଶା ସାରା ବ୍ଲକ ସ୍ତରୀୟ…

ଆମେରିକା ସହ ବୈଷୟିକ ଆଲୋଚନା ହେବ ନାହିଁ: ଇରାନ

ତେହରାନ୍‌,୩୦ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ କରିବା ଲାଗି ଚୁକ୍ତିନାମା କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ନିମନ୍ତେ ଆଗାମୀ ଦିନରେ ଆମେରିକା ଏବଂ ଇରାନର ବୈଷୟିକ ଟିମ୍‌ ମଧ୍ୟରେ ଆଲୋଚନା ହେବା…

ଶିଶୁଙ୍କୁ ADHD ରୁ ରକ୍ଷା କରିପାରେ ମା’ କ୍ଷୀର, ଜାଣନ୍ତୁ କଣ କହୁଛି ନୂଆ ଗବେଷଣା

ନୂଆଦିଲ୍ଲୀ,୩୦।୬ (ପି.ଟି.): ଆଜିକାଲି ଅନେକ କ୍ଷେତ୍ରରେ ବିଭିନ୍ନ କାରଣକୁ ନେଇ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ହ୍ରାସ ପାଉଥିବା ଦେଖାଯାଉଛି। କେତେକ ସ୍ଥଳରେ ମା’ର ସ୍ବାସ୍ଥ୍ୟଗତ କାରଣ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri