Posted inଫୁରସତ

ପାକିସ୍ତାନର ଅମ୍ବାନୀ

ଇସଲାମାବାଦ : ଭାରତର ପଡ଼ୋଶୀ ଦେଶ ବର୍ତ୍ତମାନ ପାକିସ୍ତାନ ଅର୍ଥନୈତିକ ଅଚଳାବସ୍ଥା ଦେଇ ଗତି କରୁଛି। ସେଠାରେ ପ୍ରତିଟି ଜିନିଷର ଦର ଆକାଶଛୁଆଁ ହୋଇଛି। ହେଲେ ପାକିସ୍ତାନର ଅଚଳାବସ୍ଥା ସମୟରେ କିଛି ଲୋକ ଏଭଳି ଅଛନ୍ତି ଯାହାଙ୍କ ସମ୍ପତ୍ତି ଲଗାତର ବୃଦ୍ଧି ପାଉଛି। ସେମାନଙ୍କ ମଧ୍ୟରେ ଜଣେ କୋଟିପତି ଅଛନ୍ତି ଯାହାଙ୍କୁ ‘ପାକିସ୍ତାନର ଅମ୍ବାନୀ’ କୁହାଯାଏ। ପାକିସ୍ତାନର ଏହି କୋଟିପତି ଆମେରିକାରେ ରୁହନ୍ତି। ହେଲେ ସେ ନିଜ ଦେଶରେ ସମାଜସେବା କାମ କରୁଛନ୍ତି। ତାଙ୍କ ସମ୍ପତ୍ତି ଅନେକ ଭାରତୀୟ କୋଟିପତିଙ୍କଠାରୁ ମଧ୍ୟ ଅଧିକ। ନିକଟରେ ତାଙ୍କ ଝିଅ ସନ୍ନା ଖାନ୍‌ ନିଜର ୧୨୩ କୋଟି ଟଙ୍କାର ସମ୍ପତ୍ତି ଦାନ କରି ଚର୍ଚ୍ଚାକୁ ଆସିଥିଲେ।
ଆମେରିକାରେ ପାକିସ୍ତାନୀ ବଂଶୋଦ୍ଭବ ସବୁଠାରୁ ଧନୀ କୁହାଯାଉଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ଶାହିଦ ଖାନ୍‌। ତାଙ୍କୁ ସ୍ପୋଟ୍ସ ଟାଇକୁନ ମଧ୍ୟ କୁହାଯାଏ। ଆମେରିକାର ଲୋକପ୍ରିୟ ମୋଟର ସାଇକେଲ ସପ୍ଲାୟର କମ୍ପାନୀ ଫ୍ଲେକ୍ସ-ଏନ-ଗେଟ୍ରର ସେ ମାଲିକ। ଏହାଛଡ଼ା ନ୍ୟାଶନାଲ ଫୁଟବଲ ଲିଗ୍‌ ଟିମ୍‌ ଜ୍ୟାକ୍ସନଭିଲେ ଜାଗୁଆର୍ସ, ପ୍ରିମିୟର ଲିଗ୍‌ର ଫୁଟବଲ କ୍ଲବ୍‌ ଫୁଲ୍‌ହାମ ଏଫ୍‌ସି ଏବଂ ରେସଲିଂ ଟିମ୍‌ ଏଲିଟ ରେସଲିଂର ମଧ୍ୟ ସେ ମାଲିକ । ଏହାଛଡ଼ା ସେ ଅନେକ ଗଣମାଧ୍ୟମ କମ୍ପାନୀରେ ମଧ୍ୟ ଟଙ୍କା ନିବେଶ କରିଛନ୍ତି।
୧୯୫୦ ଜୁଲାଇ ୧୮ରେ ଶାହିଦଙ୍କ ଜନ୍ମ ଲାହୋରରେ ହୋଇଥିଲା। ସେ ୨୦୧୨ରେ ଫୋବ୍ସ ପତ୍ରିକାର ଫ୍ରଣ୍ଟ କଭରରେ ନଜର ଆସିଥିଲେ। ୨୦୨୧ରେ ଫୋବ୍ସର ଧନୀ ବ୍ୟବସାୟୀ ତାଲିକାରେ ସେ ୯୪ତମ ସ୍ଥାନରେ ଏବଂ ବିଶ୍ୱର ଧନୀ ବ୍ୟବସାୟୀ ତାଲିକାରେ ୨୯୧ ନମ୍ବର ସ୍ଥାନରେ ରହିଥିଲେ। ଏବେ ତାଙ୍କର ମୋଟ ସମ୍ପତ୍ତି ୧ ଲକ୍ଷ କୋଟି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ: ଘରୁ ଡ଼ାକି ନେଇ ଯୁବତୀଙ୍କୁ ବଳାତ୍କାର, ତାପରେ….

ପାଟଣାଗଡ଼ ୧୫।୬ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ୪ ଜଣ…

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

ଜୀବନ ହାରିଲେ କୁମକୁମ୍ ଭାଗ୍ୟର ଅଭିନେତ୍ରୀ, ୨୨ ବର୍ଷରେ….

“କୁମକୁମ ଭାଗ୍ୟ” ରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ ହୋଇଛି । ସେ ନାଲାସୋପାରାରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି।…

ଇରାନ ସହ ଡିଲ୍‌ରେ ପାକିସ୍ତାନର ଲଟେରୀ! ଟ୍ରମ୍ପ ଦେବେ ବଡ଼ ପ୍ୟାକେଜ୍‌, ଜାଣନ୍ତୁ କଣ

ଇସଲାମବାଦ,୧୫।୬: ଆମେରିକା ଏବଂ ଇରାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ଏବେ କମିବା ପରି ମନେ ହେଉଛି । ଦୁଇ ରାଷ୍ଟ୍ର ମଧ୍ୟରେ ଏକ…

ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

ତିହିଡି, ୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଆରଡିସ୍ଥିତ ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ମନ୍ଦିରରେ ରଜ ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଛି। ବାବା ଆଖଣ୍ଡଳମଣିଙ୍କ…

ପୋଡାମରାଇ-ଆଳକଣା ପୋଷ୍ଟ ଅଫିସରେ ମହାଘୋଟାଲା ଆଶଙ୍କା! ପୋଷ୍ଟମାଷ୍ଟର ନିଖୋଜ, ଡାକଘର ଆଗରେ ଜମାକାରୀ….

ଆଳି,୧୫।୬(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ପୋଷ୍ଟଅଫିସ ଅଧୀନରେ ଥିବା ପୋଡାମରାଇ -ଆଳକଣା ଶାଖା ଡାକଘରେ ତାଲା ଝୁଲାଇ ଦେଇ ଫେରାର ହୋଇ ଯାଇଛନ୍ତି ପୋଷ୍ଟମାଷ୍ଟର…

ଅଶୋଧିତ ତୈଳ ମୂଲ୍ୟ ହ୍ରାସ:ଆମେରିକା-ଇରାନ ଚୁକ୍ତି ପରେ ପ୍ରଥମ ଜାହାଜ ଭାବେ ହର୍ମୁଜ ଛାଡ଼ିଲା ‘ଦିଶା’

ଓ୍ବାଶିଂଟନ,୧୫।୬: ପାକିସ୍ତାନ ଏବଂ କତାର ମଧ୍ୟସ୍ଥତା ମାଧ୍ୟମରେ ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ବିବାଦ ଯୋଗୁ ମାସ ମାସ ଧରି…

କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା:ଅନୁମତି ପତ୍ର ଦେଇ ଫେରାଇନେଲା ପୋଲିସ ପ୍ରଶାସନ

କଟକ ସଦର,୧୫।୬(ସୁଶାନ୍ତ କୁମାର ଜେନା) ୪୨ ମୌଜା ଅନ୍ତର୍ଗତ କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା ଉପରେ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ଘଟଣାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri