Posted inଖେଳ

ଭାରତ ଆଜି ଇଂଲଣ୍ଡକୁ ଭେଟିବ

ଗୁଆହାଟି, ୩୦।୯ (ପି.ଟି.): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ବିଭିନ୍ନ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅଂଶଗ୍ରହଣକାରୀ ଦଳ ଗୁଡ଼ିକ ଭାରତରେ ପହଞ୍ଚତ୍ ଓ୍ବାର୍ମଅପ୍‌ ମ୍ୟାଚରେ ନିଜ ଦକ୍ଷତା ପରଖୁଛନ୍ତି। ଭାରତ ଏହାର ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ ଶନିବାର ଇଂଲଣ୍ଡ ବିପକ୍ଷରେ ଖେଳିବ। ଇଂଲଣ୍ଡ ହେଉଛି ଗତଥରର ଚାମ୍ପିୟନ। ତେଣୁ ଟିମ୍‌ ଇଣ୍ଡିଆ ଏହି ମ୍ୟାଚରେ ନିଜର ଅଭ୍ୟାସକୁ ଚୂଡ଼ାନ୍ତ ରୂପଦେବ। ଓ୍ବାର୍ମଅପ୍‌ ମ୍ୟାଚ ଅଫିସିଆଲ ମର୍ଯ୍ୟଦା ପାଉ ନ ଥିବାରୁ ଏଥିରେ ଦଳ ଗୁଡ଼ିକ ଆବଶ୍ୟକ ଅନୁସାରେ ଅଧିକ ଖେଳାଳି ଖେଳାଇବା ନିୟମ ରହିଛି। ତେଣୁ ଏଥିରେ ଉଭୟ ଦଳ ଏକାଧିକ ଖେଳାଳିଙ୍କୁ ପରୀକ୍ଷା କରିପାରିବେ।
ଜନି ବେୟାରଷ୍ଟୋ, ଜୋସ ବଟଲର, ଦାଓ୍ବିଦ ମଲନ, ବେନ୍‌ ଷ୍ଟୋକ୍ସ, ହାରି ବ୍ରୁକ୍‌, ଲିଆମ ଲିଭିଂଷ୍ଟୋନ ଓ ମୋଇନ୍‌ ଅଲୀଙ୍କୁ ନେଇ ଇଂଲଣ୍ଡର ବ୍ୟାଟିଂ ଲାଇନ୍‌ଅପ୍‌ ବେଶ୍‌ ଦୃଢ଼। ତେଣୁ ଭାରତୀୟ ବୋଲରମାନେ ଆଗାମୀ ମ୍ୟାଚରେ ନିଜର ଦକ୍ଷତା ମାପି ପାରିବେ। ବିଶେଷ କରି କୁଲଦୀପ ଯାଦବ, ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ନିଜକୁ ପରୀକ୍ଷା କରିପାରିବେ। ଆଶା କରାଯାଉଛି ଭାରତ ଏହି ମ୍ୟାଚରେ ସମସ୍ତ ବୋଲରଙ୍କୁ ଅଳ୍ପ କିଛି କିଛି ଓଭର ହେଉ ପଛେ ସୁଯୋଗ ଦେବ। ସେହିପରି ଇଂଲଣ୍ଡ ଅଧିନାୟକ ବଟଲର ହୁଅନ୍ତୁ କିମ୍ବା ନିର୍ଭରଯୋଗ୍ୟ ଷ୍ଟୋକ୍ସ ଭାରତୀୟ ବୋଲରଙ୍କ ବିପକ୍ଷରେ ନିଜକୁ ପରଖି ପାରିବେ। ବ୍ୟାଟିଂ ଦୃଢ଼ତା ହେଉଛି ଇଂଲଣ୍ଡର ମୁଖ୍ୟ ଶକ୍ତି। ସାମ୍‌ କୁରାନ ୮ ନମ୍ବରରେ ଏବଂ ଲଡର୍‌ସରେ ଭାରତୀୟ ବୋଲରଙ୍କୁ ଧୁେଇଲ କରି ଟେଷ୍ଟ ଶତକ ହାସଲ କରିଥିବା କ୍ରିସ୍‌ ଓ୍ବକ୍ସ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ। ଏହି ଖେଳାଳିଙ୍କ ଉପସ୍ଥିତି ଦଳକୁ ବେଶ୍‌ ସନ୍ତୁଳିତ କରିଛି।
ବିଶ୍ୱକପରେ ଭାରତ ଶ୍ରେୟସ ଆୟରଙ୍କୁ ନା ଇଶାନ କିଶନଙ୍କୁ ନେଇ ଖେଳିବ ଏହାକୁ ନେଇ ବିତର୍କ ଲାଗି ରହିଛି। ଆୟର ମିଡିଲ ଓଭର ଗୁଡ଼ିକରେ ସ୍ପିନ୍‌ ବୋଲିଂକୁ ସଫଳତାର ସହ ମୁକାବିଲା କରି ଦିନିକିଆ ଇନିଂସ ଗଢ଼ିବାରେ ମାହିର। ତାଙ୍କ ରେକର୍ଡ ମଧ୍ୟ ଭଲ ଅଛି। ତେଣୁ ସେ ପ୍ଲେଇଂ ଇଲେଭେନରେ ରହିବାରେ ଅସୁବିଧା ନାହିଁ। ତେବେ ତାଙ୍କ ଇଞ୍ଜୁରି ସମୟରେ କିଶନ ପ୍ରତି ପୋଜିଶନରେ ନିଜକୁ ପ୍ରମାଣିତ କରିଛନ୍ତି। ଏହା ବାମହାତୀ ବ୍ୟାଟର ମିଳିଥିବା ପ୍ରତି ସୁଯୋଗର ସଦୁପଯୋଗ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?