ରାଜ୍ୟ ନା କେନ୍ଦ୍ରର

Dillip Cherian

ତାମିଲନାଡୁ ରାଜ୍ୟପାଳ ଆର.ଏନ୍‌. ରବିଙ୍କ କାର୍ଯ୍ୟ ସରକାର ଏବଂ ଶାସକ ଦଳକୁ ଚିନ୍ତାରେ ପକାଇଛି। ଗୁରୁତ୍ୱପୂର୍ଣ୍ଣ ବିଲ୍‌ଗୁଡ଼ିକୁ ସ୍ଥଗିତ ରଖିବା ହେଉ କିମ୍ବା କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ ତାଙ୍କ ମତ ଯୋଗୁ ଏଭଳି ସ୍ଥିତି ଦେଖାଦେଇଛି। ଅଣଭାଜପା ଶାସିତ ରାଜ୍ୟ ଭାବେ ପଡ଼ୋଶୀ କେରଳରେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଯେଭଳି ବିବାଦ ଜାରିରହିଛି ତାମିଲନାଡୁର ସ୍ଥିତି ଠିକ୍‌ ସେହିଭଳି । ଏବେ ରାଜ୍ୟପାଳ ନେଇଥିବା ତ୍ୱରିତ ପଦକ୍ଷେପ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କୁ କ୍ରୋଧିତ କରିଛି ଏବଂ ତାଙ୍କ ଦଳର ସାଥୀମାନେ ରବିଙ୍କୁ ହଟାଇବା ଲାଗି ଦାବି କରୁଛନ୍ତି। ନିକଟରେ ରବି ରାଜ୍ୟର ଯୋଜନାଗୁଡ଼ିକ ତୁଳନାରେ କେନ୍ଦ୍ରୀୟ ଯୋଜନାଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦେବା ପାଇଁ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ରବିଙ୍କ କେନ୍ଦ୍ର ଆନୁଗତ୍ୟ ଉପରେ ପ୍ରଶ୍ନ ଉଠିଛି। ତେବେ ବାବୁମାନେ ରାଜ୍ୟ ନା କେନ୍ଦ୍ରର ସେବା କରିବେ? ଅଧିକାରୀମାନଙ୍କୁ ଅବସର ପର୍ଯ୍ୟନ୍ତ ରାଜ୍ୟ କ୍ୟାଡର ପ୍ରଦାନ କରାଯାଇଥିଲେ ବି ସେମାନଙ୍କୁ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ନେବା ପାଇଁ କେନ୍ଦ୍ରର କ୍ଷମତା ଅଛି। ଅଧିକାରୀମାନଙ୍କୁ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ନିଆଯାଉଥିବାରୁ ବହୁସମୟରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ସୃଷ୍ଟି ହେଉଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବାବେଳେ ତାଙ୍କୁ ସ୍ବାଗତ କରିବାରେ ସେତେବେଳର ମୁଖ୍ୟ ଶାସନ ସଚିବ ବିଫଳ ହୋଇଥିଲେ। ଫଳରେ ତାଙ୍କୁ କେନ୍ଦ୍ରକୁ ଯିବା ଲାଗି ଡାକରା ଆସିଥିଲା ଓ ଏହା ବିବାଦ ସୃଷ୍ଟି କରିଥିଲା। ଆଶ୍ଚର୍ଯ୍ୟର କଥା, ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳ ଭଳି ଅଣଭାଜପା ଶାସିତ ରାଜ୍ୟରେ ଏଭଳି ବିବାଦ ଦେଖାଯାଉଛି। ତେବେ ଲାଗିରହିଥିବା ରାଜନୈତିକ ଲଢ଼େଇ ବହୁ ସମୟରେ ଏହିସବୁ ରାଜ୍ୟର ବାବୁମାନଙ୍କୁ ଏକ ଅପ୍ରୀତିକର ସ୍ଥିତିରେ ପକାଉଛି।
ନେତୃତ୍ୱରେ ବିଳମ୍ବ
ଭାରତୀୟ ତୈଳ ନିଗମ(ଆଇଓସିଏଲ୍‌) ଏବେ ନେତୃତ୍ୱ ସଙ୍କଟ ଦେଇ ଗତିକରୁଥିବାବେଳେ ଆଗାମୀ କିଛି ମାସ ମଧ୍ୟରେ ବହୁ ଉଚ୍ଚ ସ୍ତରର ପଦବୀ ଖାଲି ହେବାକୁ ଯାଉଛି। ଏହାସହ କୋର୍ଟ ମାମଲା ଯୋଗୁ ନିର୍ଦ୍ଦେଶକ(ଫାଇନାନ୍ସ ) ନିଯୁକ୍ତି ଏବେ ବନ୍ଦ ଅଛି। ତିନୋଟି ବୋର୍ଡ ସ୍ତରୀୟ ପଦବୀ ବି ଖାଲି ହେବାକୁ ଯାଉଛି। ଏହା ବ୍ୟତୀତ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ରାୟକୁ ଲକ୍ଷ୍ୟ କରି ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ସିଲେକ୍‌ଶନ ବୋର୍ଡ (ପିଇଏସ୍‌ବି) ପଦବୀଗୁଡ଼ିକ ପାଇଁ ତା’ ସୁପାରସ୍‌କୁ ସ୍ଥଗିତ ରଖିଛି। ନିର୍ଦ୍ଦେଶକ(ପାଇପ୍‌ଲାଇନ୍ସ) ଡି.ଏସ୍‌. ନାନାଓ୍ବାରେ ଏବଂ ନିର୍ଦ୍ଦେଶକ (ଆର୍‌ ଆଣ୍ଡ୍‌ ବି)ଡ.ଏସ୍‌.ଏସ୍‌.ଭି. ରାମକୁମାର ଯଥାକ୍ରମେ ଆସନ୍ତା ଜୁନ୍‌ ଓ ଜୁଲାଇରେ ଅବସର ନେବେ। ଅପରପକ୍ଷେ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀକାନ୍ତ ମାଧବ ବୈଦ୍ୟଙ୍କ କାର୍ଯ୍ୟକାଳ ମଧ୍ୟ ଅଗଷ୍ଟରେ ଶେଷ ହେଉଛି। କୌତୂହଳର ବିଷୟ, ମାନବସମ୍ବଳ ନିର୍ଦ୍ଦେଶକ ଆର୍‌.କେ. ମହାପାତ୍ରଙ୍କ କାର୍ଯ୍ୟକାଳ ଫେବୃୟାରୀରେ ଶେଷ ହୋଇଥିଲେ ବି ସେ ଏବେ କାର୍ଯ୍ୟରତ। ତେବେ ଫାଇନାନ୍ସ ନିର୍ଦ୍ଦେଶକଙ୍କ ନିଯୁୁକ୍ତିକୁ ନେଇ ଚାଲିଥିବା କୋର୍ଟ ମାମଲା ପିିଏସ୍‌ଇବି ଚୟନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛି । କୋର୍ଟରେ ପିଟିଶନ ଦାଖଲ କରିଥିବା ଆଇଓସିଏଲ୍‌ର ଚିଫ୍‌ ଜେନେରାଲ ମ୍ୟାନେଜର ଶର୍ଟଲିଷ୍ଟ ପ୍ର୍ରକ୍ରିୟାରେ ଭାଗ ନେଇଛନ୍ତି ଓ ସେ ଯୋଗ୍ୟତା ମାନଦଣ୍ଡ ଅନୁଯାଇ ଯୋଗ୍ୟ ବୋଲି ଦାବି କରିଛନ୍ତି। କିନ୍ତୁ ତାହାକୁ ଅଗ୍ରାହ୍ୟ କରାଯାଇ କଷ୍ଟ୍‌ ଆକାଉଣ୍ଟାଣ୍ଟଙ୍କ ବଦଳରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଅଗ୍ରାଧିକାର ଦିଆଯାଇଥିଲା। ତେବେ ବୈଦ୍ୟଙ୍କ ଦାବି ପଛରେ ସତ୍ୟତା ଯାହା ଥାଉନା କାହିଁକି, କୋର୍ଟ ମାମଲା ଆଇଓସିଏଲର ନେତୃତ୍ୱରେ ଆହରି ବିଳମ୍ବ ଘଟାଇଛି।
ପୁରସ୍କାର ମନା
ସରକାରଙ୍କ ବିନା ଅନୁମତିରେ ବ୍ୟକ୍ତି କିମ୍ବା ଘରୋଇ ଅନୁଷ୍ଠାନଗୁଡ଼ିକରୁ ରାଜ୍ୟର ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନେ ପୁରସ୍କାର ଗ୍ରହଣ କରିପାରିବେ ନାହିଁ ବୋଲି ନିକଟରେ କେରଳ ମୁଖ୍ୟ ଶାସନ ସଚିବ ଭି.ପି.ଜୟ ନିର୍ଦ୍ଦେଶ ଜାରିକରିଛନ୍ତି। ଜଣେ ଆଇଏଏସ୍‌ ଅଧିକାରୀ ଏକ ଘରୋଇ ଅନୁଷ୍ଠାନରୁ ପୁରସ୍କାର ଗ୍ରହଣ କରିବାକୁ ନେଇ କେରଳ ପୋଲିସ କର୍ମଚାରୀଙ୍କର ଗୋଟିଏ ଗୋଷ୍ଠୀ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ସ୍ବର ଉଠାଇବା ପରେ ଜୟ ଏଭଳି ପଦକ୍ଷେପ ନେଇଛନ୍ତି। ଏକ ପ୍ରସିଦ୍ଧ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କୁ ସଫଳତାର ସହ ନିୟନ୍ତ୍ରଣ କରିଥିବାରୁ ତାଙ୍କୁ ଏଭଳି ପୁରସ୍କୃତ କରାଯାଇଥିଲା। ଉକ୍ତ ନିର୍ଦ୍ଦେଶ କେବଳ ସାର୍ବଜନୀନ ସେବାରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱର ଆବଶ୍ୟକତାକୁ ଆଲୋକପାତ କରିନାହିଁ, ବରଂ ବ୍ୟକ୍ତିଗତ ଲାଭ କିମ୍ବା ସ୍ବୀକୃତି ବଦଳରେ ଲୋକଙ୍କ ସେବା କରିବା ଉପରେ ବାବୁମାନେ ଅଧିକ ଧ୍ୟାନ ଦେବାର ଗୁରୁତ୍ୱକୁ ସାମ୍‌ନାକୁ ଆଣିଛି। ତେବେ ପୁରସ୍କାରକୁ ନେଇ ଏବଂ ଅଧିକାରୀମାନେ ଏହା ପାଇବାକୁ ଯୋଗ୍ୟ କି ନୁହେଁ, ତା’ ଉପରେ ପ୍ରଶ୍ନ ଉଠିିଛି। ଜୟଙ୍କ ନିର୍ଦ୍ଦେଶ ସାରା ଦେଶରେ ବାବୁମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟାନ୍ତ ସୃଷ୍ଟି କରିଛି। ତେବେ ବଡ଼ ପ୍ରଶ୍ନ ହେଉଛି ସେ ଏଥିରେ ଦୃଢ଼ ରହିପାରିବେ ତ? ଏହି ନିର୍ଦ୍ଦେଶକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରି ବ୍ୟକ୍ତିଗତ ଲାଭଠାରୁ ସାର୍ବଜନୀନ ସେବାକୁ ଆଗରେ ରଖିବା ପାଇଁ ମାନସିକତା ଓ ଇଚ୍ଛାଶକ୍ତିର ପରିବର୍ତ୍ତନ ଆବଶ୍ୟକ। ଯଦି ଏହିି ପ୍ରକ୍ରିୟା ସ୍ବଚ୍ଛ ଓ ନିରପେକ୍ଷ ରହେ ଏବଂ ସପକ୍ଷବାଦ ଓ ସମ୍ପର୍କବାଦରୁ ଊର୍ଦ୍ଧ୍ୱରେ ରହେ, ତେବେ ଏହା ସମସ୍ତଙ୍କ ପାଇଁ ଲାଭଦାୟକ ହେବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?