Posted inଖେଳ

ରାଜ୍ୟ ଓପନ ଚେସ୍‌: ସୌମ୍ୟଙ୍କୁ ୫୯ତମ ଟାଇଟଲ

ଭୁବନେଶ୍ୱର, ୩୦।୧୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଓ ବାଙ୍କି ଚେସ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ରବିବାର ମା’ ଚର୍ଚ୍ଚିକା ରାଜ୍ୟ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇ ଯାଇଛି। କରୋନା କଟକଣା ଜନିତ ଦୀର୍ଘ ୯ ମାସର ବ୍ରେକ୍‌ ପରେ ଏହାଥିଲା ରାଜ୍ୟର ପ୍ରଥମ ଫେସ୍‌ ଟୁ ଫେସ୍‌ ଚେସ୍‌ ଟୁର୍ନାମେଣ୍ଟ। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଫିଡେ ମାଷ୍ଟର ଭୁବନେଶ୍ୱରର ସୌମ୍ୟରଞ୍ଜନ ମିଶ୍ର ୫.୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ରାଜ୍ୟ ଚେସ୍‌ରେ ସୌମ୍ୟଙ୍କ କ୍ୟାରିୟରର ଏହା ୫୯ତମ ଟାଇଟଲ। କଟକର ସେକ୍‌ ରାଜା ଓ ଜଟଣୀର ଅବିନାଶ ବଳିୟାର ସିଂ ୫ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରଦର୍ଶନ ଭିତ୍ତିରେ ପ୍ରଥମ ୧୩ ସ୍ଥାନରେ ରହିଥିବା ପ୍ରତିଯୋଗୀମାନେ ହେଲେ ଜିତେନ୍ଦ୍ର କୁମାର ଦାସ, ଚନ୍ଦନ କୁମାର ପ୍ରଧାନ, ସ୍ମୃତି ରଞ୍ଜନ ମହାନ୍ତି, ସିଦ୍ଧାର୍ଥ ରୟ, ଦୀପ୍ତିରଞ୍ଜନ ନାୟକ, ପ୍ରକାଶ ସାହୁ, ଭୀମସେନ ପ୍ରଧାନ, ସୁଦର୍ଶନ ବେହେରା, ସୂରଜ କୁମାର ମହାରଣା ଓ ଗଣେଶ ଚନ୍ଦ୍ର ପରିଡ଼ା। ଭାଗ ନେଇଥିବା ସ୍କୁଲ ଛାତ୍ରଙ୍କ ମଧ୍ୟରୁ ଅମନ ଅଲୀ, ଇଶାନି ଦାସ, ଅମ୍ଳାନ ସେନାପତି, ଆଦିତୀ ମହାରଣା, ଶ୍ରୀୟସ୍ମିତା ବଳିୟାର ସିଂଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବାଙ୍କିସ୍ଥିତ ଚର୍ଚ୍ଚିକା ୟୁଜିଏମ୍‌ଇ ସ୍କୁଲର ପ୍ରଧାନ ଶିକ୍ଷକ ମାନସ ନନ୍ଦ, ବାଙ୍କି ଚେସ୍‌ ଆସୋସିଏଶନ ସମ୍ପାଦକ ଚନ୍ଦନ କୁମାର ପ୍ରଧାନ, ସଭାପତି ଜ୍ଞାନରଞ୍ଜନ ପରିଡ଼ା ଓ ଗେମ୍ସ ଡାଇରେକ୍ଟର ଦେବାଶିଷ ପାଣିଗ୍ରାହୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମିଡିଲ ଅର୍ଡର, ଷଷ୍ଠ ବୋଲର ଉପରେ ନଜର

ମୋହାଲି, ୨୦।୯: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ୍‌ ମଙ୍ଗଳବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ଆଗକୁ ଟି୨୦ ବିଶ୍ୱକପ୍‌ ଆସୁଥିବାରୁ...

ଚୌକା, ଛକା ବର୍ଷା କଲେ ଏହି କ୍ରିକେଟର୍‌: ଧୋନୀ, କୋହଲିଙ୍କୁ ପଛରେ ପକାଇଲେ

ସୌରାଷ୍ଟ୍ର୍ୟ,୧୧।୩: ବିଜୟ ହଜାରେ ଟ୍ରଫିରେ ସୌରାଷ୍ଟ୍ର ବିପକ୍ଷରେ ମୁମ୍ବାଇ ଅଧିନାୟକ ପୃଥ୍ବୀ ଶ’ ଚମତ୍କାର ଇନିଂସ ଖେଳିଛନ୍ତି। ସେ ମାତ୍ର ୧୨୩ ବଲରୁ ୧୮୫ ରନର...

୩ ବର୍ଷ ପରେ ଗର୍ଜିଲା ହିଟ୍‌ମ୍ୟାନ୍‌ଙ୍କ ବ୍ୟାଟ୍‌: ମାରିଲେ କ୍ୟାରିୟରର ୩୦ତମ ଶତକ

ଇନ୍ଦୋର,୨୪।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ଗର୍ଜିଛି ହିଟ୍‌ମ୍ୟାନ୍‌ ତଥା ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍‌। ଦୀର୍ଘ ୩...

ପଡ଼ିଆରୁ ୪ ମାସ ଦୂରେଇ ରହିବେ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ, ୮ା୪- ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାରଙ୍କ କାନ୍ଧରେ ଗୁରୁବାର ସଫଳ ଅସ୍ତ୍ରୋପଚାର କରାଯାଇଛି। ଗତ ମାସରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ...

ଆଇପିଏଲ ନିଲାମ ପ୍ରକ୍ରିୟା ଲାଗି ଯୋଗ୍ୟତା ହାସଲ କଲେ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ,୧୫।୧:କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଘରୋଇ କ୍ରିକେଟରେ ପଦାର୍ପଣ କରିବାର ପ୍ରାୟ ୩୨ ବର୍ଷ ପରେ ମୁମ୍ବାଇ ପାଇଁ ସିନିୟର ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି...

ବିଶ୍ୱକପ୍‌ ଦଳରେ ଶାର୍ଦ୍ଦୁଳଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧୩।୧୦: ଚେନ୍ନାଇ ସପୁର କିଙ୍ଗ୍ସ (ସିଏସ୍‌କେ) ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଭାରତୀୟ ଦଳରେ ବୁଧବାର ସାମିଲ କରାଯାଇଛି। ତେବେ ପୂର୍ବରୁ...

ପାକିସ୍ତାନ ସହ ମୁକାବିଲା ଲାଗି କେତେ ଦୂର ପ୍ରସ୍ତୁତ ଟିମ୍‌ ଇଣ୍ଡିଆ, ଅକ୍ଟୋବର ୨୩ରେ ହାଇ ଭୋଲଟେଜ୍‌ ମ୍ୟାଚ୍‌…

ମେଲବୋର୍ନ,୨୦।୧୦ : ଟି -୨୦ ବିଶ୍ୱକପରେ ଭାରତୀୟ ଦଳର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୩ରେ ରବିବାର ହେବାକୁ ଯାଉଛି। ଗତ ବର୍ଷ ମଧ୍ୟ...

ବିଜୟ ମାଲ୍ୟାଙ୍କୁ ‘ବିଗ୍‌ବସ୍‌’ କହି ଟ୍ରୋଲ ହେଲେ ଗେଲ୍‌

ଲଣ୍ଡନ, ୧୪।୭: ପଳାତକ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭେଟିଛନ୍ତି ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଶ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌। ଫର୍ମୁଲା-୧ ବ୍ରିଟିଶ ଗ୍ରାଁ ଫ୍ରି ମୈଦାନରେ ମାଲ୍ୟାଙ୍କ...

Advertisement
Archives

Model This Week