୨୪ ହାଇସ୍କୁଲରେ ମିଳିବ ଅତ୍ୟାଧୁନିକ ସୁବିଧା

ଭୁବନେଶ୍ୱର,(ବ୍ୟୁରୋ)/ବଲାଙ୍ଗୀର ଅଫିସ, ୫।୮: ବଲାଙ୍ଗୀର ଜିଲାର ୨୪ ସ୍କୁଲରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ଉପଲବ୍ଧ ହେବ। ଉନ୍ନତମାନର ସ୍ମାର୍ଟ କ୍ଳାସ୍‌ରୁମ୍‌, ବିଜ୍ଞାନ ପରୀକ୍ଷାଗାର, ଇ-ପାଠାଗାର ସୁବିଧା ଉପଲବ୍ଧ ହେବ। ଏହି ସ୍କୁଲଗୁଡ଼ିକୁ ୫-ଟି ଅଧୀନ ସ୍କୁଲ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି। ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ନେତୃତ୍ୱାଧୀନ ଏକ ଉଚ୍ଚକ୍ଷମତାପ୍ରାପ୍ତ ଟିମ୍‌ ବଲାଙ୍ଗୀର ଗସ୍ତ କରିି ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବିଦ୍ୟାଳୟ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଛାତ୍ରୀଛାତ୍ର, ଶିକ୍ଷକ ତଥା ପୁରାତନ ଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଟିମ୍‌ ସଦସ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସେଚନ ଓ ଜିଲାରେ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି ଟିମ୍‌ରେ ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ।
ଟିମ୍‌ ତୁଷରା ଏୟାରଷ୍ଟ୍ରିପ୍‌ରେ ପୂର୍ବାହ୍ନ ପ୍ରାୟ ୯ଟାରେ ଅବତରଣ କରିବା ପରେ ଦେଓଗଁ। ପଞ୍ଚାୟତ ସମିତି ହାଇସ୍କୁଲ ପରିଦର୍ଶନ କରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ସ୍କୁଲ ରୂପାନ୍ତରଣ କାମ ବୁଲି ଦେଖିବା ପରେ ବଲାଙ୍ଗୀର ସହରସ୍ଥିତ ପତିତପାବନ ଏକାଡେମୀ ଯାଇଥିଲେ। ଏହାପରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିବା ଅକ୍ସିଜେନ୍‌ ପ୍ଲାଣ୍ଟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ସେଠାରେ ନିର୍ମାଣାଧୀନ ରୋଗୀ ପରିଜନ ଆଶ୍ରୟସ୍ଥଳୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ ନିର୍ମିତ ଶିଶୁ କୋଭିଡ୍‌ ୱାର୍ଡ ପରିଦର୍ଶନ କରିଥିଲେ। ସମ୍ଭାବ୍ୟ କୋଭିଡ୍‌-୧୯ ତୃତୀୟ ଲହରର ମୁକାବିଲା ପାଇଁ ଜିଲାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରକଳ୍ପ ପରିଦର୍ଶନ ସମୟରେ ଛଟେଇ କୋଭିଡ୍‌ ପାରାମେଡିକାଲ ଷ୍ଟାଫ୍‌ ଏହି ଉଚ୍ଚକ୍ଷମତାପ୍ରାପ୍ତ ଟିମ୍‌କୁ ବିରୋଧ କରି ନାରାବାଜି ଦେଇଥିଲେ। ସେଠାରୁ ଗନ୍ଧରେଲଠାରେ ଭୀମ ଭୋଇ ମେଡିକାଲ କଲେଜ କ୍ୟାମ୍ପସକୁ ଯାଇ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ବୁଲି ଦେଖିଥିଲେ। ସେଠାରୁ ପଥରଚେପା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ। କ୍ରମାଗତ ଭାବେ ଏହି ସ୍କୁଲର ଛାତ୍ରୀଛାତ୍ର ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଥିବାରୁ ଏଠାକାର ଅଧ୍ୟକ୍ଷ ଓ ଶିକ୍ଷକଙ୍କୁ ପ୍ରଶଂସା କରିଥିଲେ।
ପରେ ଲୋୟର ସୁକ୍‌ତେଲ ପ୍ରକଳ୍ପ ପରିଦର୍ଶନରେ ଯାଇ ଉଚ୍ଚକ୍ଷମତାପ୍ରାପ୍ତ ଟିମ୍‌ ଡ୍ୟାମ୍‌ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଜୁନ୍‌ ୨୦୨୨ ସୁଦ୍ଧା ଏହି ପ୍ରକଳ୍ପର ସ୍ପିଲ୍‌ୱେ କାମ ସମାପ୍ତ ହେବ ବୋଲି ମୁଖ୍ୟ ଶାସନ ସଚିବ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି। ଏହାବ୍ୟତୀତ ବଲାଙ୍ଗୀରରେ ପ୍ରତିଷ୍ଠା ହେବାକୁ ଥିବା ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ୍‌ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ବଲାଙ୍ଗୀରର ନୂତନ ବସ୍‌ ଟର୍ମିନାଲ, ପାଟଣାଗଡ଼ ଓ ଟିଟିଲାଗଡ଼ର ମାତୃ ଓ ଶିଶୁ ହସ୍ପିଟାଲ, ବଲାଙ୍ଗୀର ବାଇପାସ୍‌, ମହାରାଣୀସାଗର ପ୍ରକଳ୍ପ, ଜିଲାରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ, ବିଦ୍ୟୁତ୍‌ ଓ ଜଳସେଚନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରି ଟିମ୍‌ ସଦସ୍ୟ ଭୁବନେଶ୍ୱର ଫେରିଯାଇଥିଲେ। ଗସ୍ତ ସମୟରେ ଜିଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି ନୀତିନ କୁଶଲକର ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡ୍‌ରୁ ଦାଦାବଟି ନେଉଥିଲେ ବସ୍‌ ମାଲିକ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଦାଦାବଟି ଆଦାୟ କରୁଥିଲେ ଖୋଦ୍‌ ବସ୍‌ ମାଲିକ। ଏହା କମିଶନରେଟ ପୋଲିସର ନଜରକୁ ଆସିବା ପରେ ଆଣ୍ଟି-ଏକଷ୍ଟର୍ନଶନ ଟାସ୍କ ଫୋର୍ସ ଉକ୍ତ...

କରୋନା ହୋଇଥିବା କହି ୧୩ ଦିନର ନବବଧୂଙ୍କୁ ଘରୁ ତଡ଼ିଦେଲେ ଶାଶୁଘର ଲୋକେ: ସ୍ବାମୀ, ଶ୍ୱଶୁର ଗିରଫ

ଉମରକୋଟ,୧୪।୩(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ଗାଁଠାରୁ ସହରଯାଏ ଏହି ଭାଇରସ୍‌ ଆତଙ୍କରେ ଆତଙ୍କିତ। ଏପରିକି ଜଣେ ନବବଧୂଙ୍କର ସାମାନ୍ୟ...

‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅରୂପ ହେଲେ ଆବାହକ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଛନ୍ତି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଏହି ସମାଜ...

ବିଜ୍ଞାନ ଶିକ୍ଷାର ପ୍ରସାର କରିବ ‘ମୋ ସ୍କୁଲ୍‌’

ଭୁବନେଶ୍ୱର, ୨୬।୫(ବ୍ୟୁରୋ): ଗଣିତ, ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନରେ ସରକାରୀ ସ୍କୁଲ୍‌ର ପିଲାଙ୍କୁ ଅଧିକ ଦକ୍ଷ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’ ପୁରାତନ ଛାତ୍ର ଓ ବିଭିନ୍ନ...

ପାଣିରେ ବୁଡ଼ି ଚାଲିଗଲା ଇସ୍ରୋ ବୈଜ୍ଞାନିକଙ୍କ ଜୀବନ

ବରଗଡ଼ ଅଫିସ,୧୮ା୪: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଇସ୍ରୋ(ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରାଦୌଗିକ ସଂସ୍ଥାନ)ରେ କାର୍ଯ୍ୟରତ ବୈଜ୍ଞାନିକ...

ଆମପାଣି ରାଜସ୍ବ ନିରୀକ୍ଷକ ଲାଞ୍ଚ ନେବା ଭିଡିଓ ଭାଇରାଲ୍‌

ଭବାନୀପାଟଣା,୨୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ ଆମପାଣି ଆର୍‌ଆଇ ଲାଞ୍ଚ ନେଉଥିବା ଦର୍ଶାଇ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଜଣେ ବ୍ୟକ୍ତି...

ବାରଙ୍ଗ ଧନ୍ଦାମୂଳକ ତାଲିମ କେନ୍ଦ୍ରକୁ ଉତ୍ପାଦନମୁଖୀ କରାଯିବ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ବାରଙ୍ଗସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରକୁ ଅଧିକ ସଶକ୍ତ ଓ କ୍ରିୟାଶୀଳ କରାଯିବ। ଏଥିସହିତ ସେଠାରେ ଭିନ୍ନକ୍ଷମମାନଙ୍କ ନିମନ୍ତେ ତାଲିମ ବ୍ୟବସ୍ଥାକୁ ଦୃଢ଼ କରାଯିବ।...

ଅଡୁଆରେ ଏମ୍‌ପି ଭର୍ତ୍ତୃହରି: ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ନାଁରେ ବୋହୂ ସାକ୍ଷୀ ମଧ୍ୟପ୍ରଦେଶର ଭୋପାଳ ମହିଳା ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସ୍ବାମୀ ଲୋକରଞ୍ଜନ, ଶାଶୁ ଏବଂ...

Advertisement
Archives

Model This Week