କୃଷିଭିତ୍ତିିକ ଶିଳ୍ପର ସ୍ଥିତି

ଓଡ଼ିଶାରେ ପୁରୁଣା ସରକାର ଯିବା ପରେ ନୂଆ ସରକାରଙ୍କ ଆଗମନ ପରେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଚାଲିଛି, ହେବା ମଧ୍ୟ ସ୍ବାଭାବିକ। ତେବେ ଏସବୁ ଭିତରେ ଗୋଟିଏ ଛୋଟିଆ ପ୍ରସଙ୍ଗ ଉପରେ ମୁଁ ଆଲୋଚନା ରଖୁଛି। ବର୍ତ୍ତମାନର ବଜାର ଦରକୁ ଦେଖିଲେ ଚିନି ଓ ତେଲ ପରି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ପ୍ରାୟତଃ ଚଢ଼ା ରହୁଛି। ଓଡ଼ିଶାରେ ଆଖୁ ଓ ବିଭିନ୍ନ ଶସ୍ୟରାଶି ପ୍ରଚୁର ଅମଳ ହେଉଛି। କିନ୍ତୁ ରାଜ୍ୟରେ ଚିନିକଳ, ତେଲକଳ ଏବଂ ସୂତା କଳଗୁଡ଼ିକ ଏବେ ଅଚଳ। ଆଉ କେତୋଟିର ତ ଅସ୍ତିତ୍ୱ ନାହିଁ। ଚିନିକଳ ଆଖୁ ଚାଷୀଙ୍କୁ ରୋଜଗାର ଦିଏ, ତେଲ କଳ ଚିନାବାଦାମ, ସୂର୍ଯ୍ୟମୁଖୀ ଏବଂ ସୋରିଷ ଚାଷୀଙ୍କୁ ଲାଭବାନ୍‌ କରାଏ, ସୂତାକଳ କପାଚାଷୀଙ୍କୁ ରୋଜଗାରକ୍ଷମ କରେ। ଏସବୁ କଳ ଚାଲିଥିବା ସମୟରେ ଏଥିରେ ଅନେକ ଲୋକ କର୍ମ ସଂସ୍ଥାନ ପାଇଥିଲେ। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଏସବୁ କୃଷିଭିତ୍ତିକ ଶିଳ୍ପ ଅନେକ ରୋଜଗାର ସୃଷ୍ଟି କରିପାରିଥିଲା।
ଧାନଚାଷ ସହିତ ବିକଳ୍ପ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଏସବୁ ଶିଳ୍ପର ପୁନରୁଦ୍ଧାର ଲାଗି ସରକାର ଆନ୍ତରିକତା ସହ ଉଦ୍ୟମ କରିବା ଜରୁରୀ। ଆଖୁର ଅଭାବୀ ବିକ୍ରି ପାଇଁ ଅନେକ ଚାଷୀ ଏବେ ଆଖୁଚାଷ ଆଡ଼ୁ ମୁହଁ ଫେରାଇ ନେଲେଣି। ନିକଟରେ ଏକ ସରକାରୀ ଘୋଷଣା ଅନୁଯାୟୀ ରାଜ୍ୟରେ ଚିନିକଳର ପୁନରୁଦ୍ଧାର ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଚିନିକଳର ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରାଯିବ ବୋଲି ଜଣାଯାଇଛି। ଏଇ ଟାସ୍କଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିବେ।
ଓଡ଼ିଶାର ବିଭିନ୍ନ ଅଞ୍ଚଳ ଭିତରେ ଦେଖିବାକୁ ଗଲେ ନୟାଗଡ଼ ଏବଂ ବାଙ୍କି ଅଞ୍ଚଳରେ ଆଖୁଚାଷ ପାଇଁ ଅନୁକୂଳ ମାଟି, ପାଣି ପବନ ରହିଛି। ଆଖୁ ଭଲ ଅମଳଦିଏ ଏଠି। ଦିନେ ନୟାଗଡ଼ ଚିନିକଳ ଏ ଅଞ୍ଚଳ ଚାଷୀଙ୍କ ଆଖୁକୁ କିଣି ନେଉଥିଲେ। ଏବେ ସେ ସବୁ ଅଞ୍ଚଳର ଚାଷୀ ଅଭାବୀ ବିକ୍ରିର ସାମ୍ନା କରୁଛନ୍ତି ଚିନିକଳ ବନ୍ଦ ହୋଇଯିବା କାରଣରୁ। ପଡ଼ୋଶୀ ରାଜ୍ୟର ଦଲାଲମାନେ ଶସ୍ତାରେ ଆଖୁ କିଣି ନେଉଛନ୍ତି ଚାଷୀଙ୍କ ଠାରୁ। ଧାନଚାଷ ପାଇଁ ଯେଉଁସବୁ କ୍ଷେତ ଉପଯୁକ୍ତ ନ ହୁଏ, ସେ ସବୁ କ୍ଷେତରେ ଆଖୁଚାଷ କରାଯାଇପାରେ। ତେଣୁ ଏ ଅଞ୍ଚଳରେ ମଧ୍ୟ ଏକାଧିକ ଚିନିକଳର ଆବଶ୍ୟକତା ରହିଛି।
ରାଜ୍ୟରେ ଅନେକ ସୂତାକଳ ବନ୍ଦ ହୋଇଯାଇଛି। ଆମ ରାଜ୍ୟ କପାର ଗୁଣାତ୍ମକ ମାନ ଉନ୍ନତ ହୋଇଥିବାରୁ ବିଦେଶରେ ଏହାର ଚାହିଦା ରହିଛି। ତେଣୁ ଆମେ ଆମ ରାଜ୍ୟର କପାକୁ ସୂତାରେ ରୂପାନ୍ତରିତ କରି ବାହାର ରାଜ୍ୟ ଏବଂ ଦେଶକୁ ବିକି ପାରନ୍ତେ। ଏଥିରେ ରାଜ୍ୟର ଚାଷୀ ଉପକୃତ ହେବା ସହିତ ଆମ ରାଜ୍ୟର ହସ୍ତତନ୍ତ ଶିଳ୍ପୀକୁ ମଧ୍ୟ ଏହା ପ୍ରୋତ୍ସାହିତ କରନ୍ତା। ଏବେ ଦେଶ ବିଦେଶରେ କଟନ ପୋଷାକର ଚାହିଦା ବଢ଼ୁଛି। ତେଣୁ ଆମ ରାଜ୍ୟରେ ଉନ୍ନତମାନର ସୂତା କପଡ଼ା ମଧ୍ୟ ତିଆରି ହୋଇପାରନ୍ତା ଉନ୍ନତ କପାରେ। ଦେଶ ବିଦେଶରେ ରାଜ୍ୟର ହସ୍ତତନ୍ତ ଶାଢ଼ିର ସୁନାମ ରହିଛି।
କିନ୍ତୁ ଦୁର୍ଭାଗ୍ୟର କଥା, ଆମ ବୁଣାକାରମାନେ ଅନ୍ୟ ରାଜ୍ୟରୁ ସୂତା କିଣୁଛନ୍ତି। ତେଣୁ ଏବେ ସମୟ ଆସିଛି କୃଷିଭିତ୍ତିକ ଶିଳ୍ପଗୁଡ଼ିକୁ ପୁଣିଥରେ କିଭଳି ସଚଳ କରେଇହେବ ଏବଂ ଅଧିକ ସଂଖ୍ୟକ ଏଭଳି ଶିଳ୍ପ କିଭଳି କରାଯାଇପାରିବ, ସେ ଦିଗରେ ଚିନ୍ତା କରିବାର ବେଳ ଆସିଛି। କୃଷି ରାଜ୍ୟ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ନେଉଥିବାରୁ ଓଡ଼ିଶାରେ ବିଶେଷକରି ଆଖୁଚାଷ ଓ କପାଚାଷକୁ ଗୁରୁତ୍ୱ ଦେଲେ ଏହା ଧାନ ଓ ଅନ୍ୟ ଶସ୍ୟପରି ଲାଭଜନକ ହୋଇପାରନ୍ତା।
ଆମ ଅର୍ଥନୀତିର ବଡ଼ ଘୋଷଣା କହୁଛି ଚାଉଳ ଏବଂ ଗହମ ଉପତ୍ାଦନରେ ଦେଶ ବଳକା ହୋଇ ସାରିଛି। ୨୦୨୦ ମସିହାରୁ ପୂର୍ବ ଭାରତରେ ସବୁଜ ବିପ୍ଳବ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଜଳବାୟୁ ପରିବର୍ତ୍ତନ, ଅପପୁଷ୍ଟି ମୁକାବିଲା ମୁଖ୍ୟ ଚ୍ୟାଲେଞ୍ଜ ଭାବେ ଉଭା ହେଲାଣି। ଏପରିସ୍ଥଳେ ରାଜ୍ୟ ସରକାର ଧାନଚାଷକୁ ହ୍ରାସ କରି ଫସଲ ବିବିଧୀକରଣକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ଉଦ୍‌ବେଗର ବିଷୟ ହେଉଛି, ଏସବୁର ପ୍ରଭାବ ଚାଷଜମିରେ ପରିଲକ୍ଷିତ ହେଉନାହିଁ। ୨୦୨୦ରେ ସମୁଦାୟ ୭୯ ଲକ୍ଷ ୬୬ ହଜାର ହେକ୍ଟର ଚାଷ ଜମିରୁ ୪୯.୩୨% ଜମିରେ ଅଣଧାନ ଚାଷ ହେଉଥିଲା। ୨୦୨୧ରେ ୭୯ ଲକ୍ଷ ୫୧ ହଜାର ହେକ୍ଟରରୁ ୫୦.୪୪% ଅଣଧାନ ଚାଷ ଥିଲା। ୨୦୨୩ରେ ଫସଲ ବିବିଧୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତରେ ୧୩୦.୯୫ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ୧ଲକ୍ଷ ୮୯ ହଜାର ୭୮୩ ଚାଷୀଙ୍କୁ ଦିଆଯିବା ପରେ ସ୍ଥିତିରେ ବିଶେଷ ଉନ୍ନତି ଘଟିନାହିଁ। ବରଂ ରାଜ୍ୟରେ ବର୍ତ୍ତମାନ ସମୁଦାୟ ୮୧ ଲକ୍ଷ ୮୪ ହଜାର ହେକ୍ଟର ସମୁଦାୟ ଚାଷଜମିରୁ ୫୦.୩୪% ଜମିରେ ଅଣଧାନ ଚାଷ ହେଉଛି। ପୂର୍ବାପେକ୍ଷା ଏହା କମିବା ଆରମ୍ଭ କଲାଣି।
ଆଜି ଚାଷୀପୁଅକୁ ପ୍ରୋତ୍ସାହନ ନାହିଁ। ଏପଟେ ଚାଷକ୍ଷେତକୁ ଠିକ୍‌ ଭାବେ ପାଣି ପହଞ୍ଚୁନି। ବନ୍ୟା, ମରୁଡ଼ି ତ ଚାଷୀର ସବୁଦିନିଆ ବନ୍ଧୁ। କେଉଁଠି ଅଭାବୀ ଚାଷୀଟି ଆତ୍ମହତ୍ୟା କଲାଣି, ରାଜ୍ୟରେ ଶୀତଳଭଣ୍ଡାର ନ ଥିବାରୁ ଉତ୍ପାଦନ ସମୟରେ ଫସଲ ଟଙ୍କାକରେ ବିକ୍ରି ହେଉଥିବାବେଳେ ଝାଳବୁହା ପରିଶ୍ରମର ମୂଲ୍ୟ ଉଠୁନି। ଏସବୁ ଦେଖିଲେ ଚାଷବାସ ପ୍ରତି ଯୁବପିଢ଼ି କିପରି ଆଉ ଆଗ୍ରହ ରଖିବେ। ଚଷାପୁଅ ପାଇଁ ବଡ଼ କଥା ହେଉଛି ସ୍ଥିର ବଜାର ଦର, ପର୍ଯ୍ୟାପ୍ତ ଶୀତଳଭଣ୍ଡାର, ବ୍ୟାଙ୍କର ସହଯୋଗ, ଉନ୍ନତ ଜଳସେଚନ ଓ ସୂଚନା ପ୍ରଯୁକ୍ତିର ଚାଷବାସ ପାଇଁ ସହଯୋଗ ତଥା କଳାବଜାର ତଥା ଅଭାବୀ ବିକ୍ରି ପାଇଁ ସରକାରୀ ଦୃଢ଼ ନୀତି। ସରକାର ଯେଉଁପରି ବିଭିନ୍ନ ପ୍ରୋତ୍ସାହନ ଓ ସହଯୋଗ ସବୁ ଘୋଷଣା କରୁଛନ୍ତି, ତାହା ବାସ୍ତବରେ ସତ ହୋଇପାରି ନଥାଏ। ଉପଭୋକ୍ତାଙ୍କ ସ୍ବାର୍ଥ ପାଇଁ ଖାଉଟି କଲ୍ୟାଣ ନୀତି ମଧ୍ୟ ନାହିଁ। ଏସବୁ ଭିତରେ ଜାତୀୟ ତଥା କ୍ଷେତ୍ରୀୟ ସରକାରମାନେ ଜନସ୍ବାର୍ଥକୁ ଗୁରୁତ୍ୱ ଦେଇ ମହଙ୍ଗା ସ୍ଥିତିକୁ କିପରି ବଜାରକୁ ଦେଖି ମୁକାବିଲା କରିହେବ, ସେ ପଦକ୍ଷେପ ନେବା ଜରୁରୀ।

ଯୁଧିଷ୍ଠିର ମହାରଣାଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ
ମୋ:୯୪୩୭୧୬୩୫୨୮

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?