Posted inଜାତୀୟ

ଲୋକେ ପିଉଥିବା ମଦ ଉପରେ ଟିକସ ନେଇପାରିବେ ରାଜ୍ୟ ସରକାର

ନୂଆଦିଲ୍ଲୀ,୪।୩: କେବଳ ଲୋକେ ପିଉଥିବା ମଦ ଉପରେ ରାଜ୍ୟ ସରକାର ଅବକାରୀ ଶୁଳ୍କ ଲଗାଇପାରିବେ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଏଥିସହ ଓଡ଼ିଶା ହାଇକୋର୍ଟଙ୍କ ଏହି ସମ୍ପର୍କିତ ଏକ ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଏକାଧିକ ପିଟିଶନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି।

ଜଷ୍ଟିସ ଏଲ୍‌. ନାଗେଶ୍ୱର ରାଓ ଏବଂ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ହାଇକୋର୍ଟ ଉତ୍କଳ ଡିଷ୍ଟିଲେରିଜ୍‌କୁ ନିମ୍ନମାନର ସ୍ପିରିଟ୍‌ ପ୍ରସ୍ତୁତି ମାମଲାରେ ଅବକାରୀ ଶୁଳ୍କ ପୈଠ ନ କରିବା ନେଇ ଆଶ୍ୱସ୍ତି ଦେଇଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ଓଡ଼ିଶା ସରକାରଙ୍କ ପିଟିଶନକୁ ଖାରଜ କରିବା ଅବସରରେ ଖଣ୍ଡପୀଠ ଏନେଇ ସିନ୍ଥେଟିକ୍ସ ଆଣ୍ଡ କେମିକାଲ୍ସ ଲିଃ ମାମଲାରେ ସାମ୍ବିଧାନିକ ପୀଠଙ୍କ ରାୟ, ମୋଦି ଡିଷ୍ଟିଲେରି ମାମଲାରେ ତିନିଜଣିଆ ଖଣ୍ଡପୀଠଙ୍କ ରାୟ ତଥା ତତ୍କାଳୀନ ବିହାର ଓଡ଼ିଶା ଅବକାରୀ ଆଇନ, ୧୯୧୫ର ବୈଧାନିକ ବ୍ୟବସ୍ଥାର ଅବତାରଣା କରିଥିଲେ। କେବଳ ଲୋକେ ପିଉଥିବା ମଦ ଉପରେ ରାଜ୍ୟ ସରକାରଙ୍କର ଅବକାରୀ ଶୁଳ୍କ ଆଦାୟ କରିବାର କ୍ଷମତା ରହିଛି ବୋଲି ପୂର୍ବରୁ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ରାୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିପଥ ଯୋଜନାକୁ ନେଇ ଭାରତ ବନ୍ଦ, ବିହାରର ୧୭ ଜିଲାରେ ଇଣ୍ଟରନେଟ ବନ୍ଦ

ନୂଆଦିଲ୍ଲୀ,୨୦ ।୬: ସେନାରେ ଭର୍ତ୍ତି ହେବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି...

କରୋନା: ୨୪ ଘଣ୍ଟାରେ ୭୫ ମୃତ

ବେଜିଂ/ନୂଆଦିଲ୍ଲୀ,୫-୨: ସାରା ବିଶ୍ୱକୁ ଘାରିଛି କରୋନା ଭାଇରସ୍‌ ଆତଙ୍କ। ଚାଇନାର ଉହାନ ସହରରୁ ଏହା ବ୍ୟାପି ୨୫ ଦେଶକୁ କବଳିତ କଲାଣି। ଏଥିସହ ଚାଇନାରେ କେବଳ...

କରୋନାଭାଇରସ୍‌ ଭୟ ସତ୍ତ୍ୱେ ଚାଇନା ଯୁବତୀଙ୍କୁ ବିବାହ କଲେ ଭାରତୀୟ ଯୁବକ

ଭୋପାଳ,୩।୨: କଥାରେ ଅଛି ପ୍ରେମ କି ଜାଣେ ବାଧା ବନ୍ଧନ। ଏହି ଉକ୍ତିଟିର ସଫଳ ରୂପାୟନ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶ ମନ୍ଦସୌର ଜିଲାରେ ରହୁଥିବା...

ଏଭଳି ଦୁଃସାହସ ପାକିସ୍ତାନ ବି କରିବ ନାହିଁ: ରାହୁଲଙ୍କ ମନ୍ତବ୍ୟ ନେଇ ସମ୍ବିତ ପାତ୍ରଙ୍କ କଟାକ୍ଷ…

ନୂଆଦିଲ୍ଲୀ,୪।୩ : ଭାଜପା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା ଜାରି ରଖିଛି। ଶନିବାର ଭାଜପା କହିଛି ବିଦେଶରେ ରାହୁଲ ଭାରତ ବିରୁଦ୍ଧରେ କହୁଛନ୍ତି...

ଗଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ବାଛିଲେ ଓଡ଼ିଶା ରେଶମ ଶାଢ଼ି

ନୂଆଦିଲ୍ଲୀ,୨୬।୧: ଦେଶ ଆଜି ୭୪ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଗଡ଼ି ହୃଦୟ ଜିତିଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ...

କେନ୍ଦ୍ର ସରକାରଙ୍କ ଛାତ୍ରବୃତ୍ତି ଯୋଜନା: ୮୮ ଲକ୍ଷ ମୁସଲମାନ ଛାତ୍ରୀଛାତ୍ର ଉପକୃତ; ହିନ୍ଦୁ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫ ଲକ୍ଷ ୨୦ ହଜାର

ନୂଆଦିଲ୍ଲୀ,୧୫।୬: କେନ୍ଦ୍ର ସରକାରଙ୍କ ଛାତ୍ରବୃତ୍ତି ଯୋଜନା ଅନ୍ତର୍ଗତ ୨୦୧୮-୧୯ ବର୍ଷରେ ମୋଟ ଏକ କୋଟି ୮ ଲକ୍ଷ ଛାତ୍ରୀଛାତ୍ର ଉପକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମୁସଲମାନ...

ହାଇ ଆଲର୍ଟରେ ୧୯ ବିମାନ ବନ୍ଦର

ନୂଆଦିଲ୍ଲୀ,୮।୮: ଆଗକୁ ସ୍ବାଧୀନତା ଦିବସ ଏହାସହ କଶ୍ମୀର ପ୍ରସଙ୍ଗକୁ ନେଇ ପରିବେଶ ଉଷ୍ମ ଥିବାରୁ ଦେଶର ପ୍ରାୟ ୧୯ଟି ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି...

ଜମ୍ମୁ-କଶ୍ମୀର ସ୍ଥିତି ସଙ୍କଟ ଜନକ; ଅତ୍ୟାଚାରରୁ ମୁକ୍ତି ଚାହୁଁଛନ୍ତି ଲୋକେ: ପ୍ରଗତି ମହିଳା ସଂଗଠନ

ଶ୍ରୀନଗର,୨୪।୯: ଜମ୍ମୁ-କଶ୍ମୀରର ସ୍ଥିତି ସଙ୍କଟ ଜନକ ରହିଛି। ଏଠାରେ ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ରାଜ୍ୟରେ ଜଙ୍ଗଲ ଆଇନ ଚାଲିଥିବା ପ୍ରଗତି ମହିଳା ସଂଗଠନ...

Advertisement
Archives

Model This Week