ଝାଡ଼ଖଣ୍ଡରୁ ଆନ୍ତଃ ରାଜ୍ୟ ସାଇବର ଠକ ଗିରଫ

ବ୍ରହ୍ମପୁର,୨୪।୯(ସୁବାସ ଚନ୍ଦ୍ର ପାଢ଼ୀ): ଦୀର୍ଘ ବର୍ଷ ପରେ ବ୍ରହ୍ମପୁର ସାଇବର ଥାନା ପୋଲିସକୁ ମିଳିଛି ସଫଳତା। ଜଣେ ଆନ୍ତଃରାଜ୍ୟ ସାଇବର ଠକଙ୍କ ମୋବାଇଲ ଟ୍ରାକିଂ କରି ଝାଡ଼ଖଣ୍ଡର ଦେଓଘରରୁ ଗିରଫ କରିଛି ବ୍ରହ୍ମପୁର ପୋଲିସ ଟିମ। ଗିରଫ ଠକ ହେଲେ ଦେଓଘର ଜିଲା କରୋନ ଥାନା ଅନ୍ତର୍ଗତ ନାଗାଡରି ଗ୍ରାମର ମହମ୍ମଦ ଅଫଜଲ ଅନ୍‌ସାରୀ। ତାଙ୍କୁ ଦେଓଘର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରିବା ପରେ ୩ ଦିନିଆ ରିମାଣ୍ଡରେ ବ୍ରହ୍ମପୁର ଆଣିଛି ପୋଲିସ୍‌। ଶନିବାର ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସାଇବର ଠକ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କହିଛି। ମହମ୍ମଦ ଅଫଜଲ ଅନ୍‌ସାରୀ ଦେଓଘର ପୋଲିସର ମୋଷ୍ଟ ୱାଣ୍ଟେଡ଼ ଥିଲେ। ତାଙ୍କ ବିରୋଧରେ ଅନେକ ମାମଲା ରହିଛି। ସାଇବର ଥାନା ଅତିରିକ୍ତ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ପ୍ରଶାନ୍ତ ଭୂପତିଙ୍କ ସୂଚନା ଅନୁସାରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଉମାନଗର ୩ୟ ଲାଇନର ଅଜିତ କୁମାର ମିଶ୍ର(୩୯)ଙ୍କ ଠାରୁ ପ୍ରାୟ ୯୫ହଜାର ଟଙ୍କା ସାଇବର ଅପରାଧିମାନେ ଠକି ନେଇଥିଲେ। ଅଜିତ ଗତ ଅଗଷ୍ଟ ମାସରେ ଏକ କୋରିୟର କମ୍ପାନୀର କଷ୍ଟମର କେୟାର ନମ୍ବର ଅନଲାଇନରେ ସର୍ଚ୍ଚ କରୁଥିଲେ। ତାଙ୍କ ବ୍ୟାଙ୍କର ଡେବିଟ୍‌ କାର୍ଡ ପହଞ୍ଚିବାରେ ବିଳମ୍ବ ହେବାରୁ ସେ ଗୁଗୁଲ ଇଞ୍ଜିନ୍‌ ସର୍ଚ୍ଚ କରିଥିଲେ। ଏଥିରୁ ନମ୍ବର ପାଇ ଯୋଗାଯୋଗ କରିଥିଲେ। ଯେଉଁ ବ୍ୟକ୍ତି ଜଣକ ତାଙ୍କ ସହ କଥା ହୋଇଥିଲେ ସେ ମୋବାଇଲରେ କେତେକ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପାଳନ କଲେ ତାଙ୍କ ସମସ୍ୟା ସମାଧାନ ହୋଇଯିବ ଓ ଘରକୁ ଡେବିଟ କାର୍ଡ ଆସି ପହଞ୍ଚିଯିବ ବୋଲି କହିଥିଲେ। ତାଙ୍କ ନିର୍ଦ୍ଦେଶ ମୁତାବକ ଅଜିତ ବ୍ୟାଙ୍କ ଆକାଉଣ୍ଟ ଅପଡେଟ କରିଥିଲେ। ଫଳରେ ତାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟ କ୍ରମେ ପ୍ରାୟ ୯୫ ହଜାର ଟଙ୍କା କଟି ଯାଇଥିଲା। ଏହାପରେ ସେ ଗତ ଅଗଷ୍ଟ ୧୬ରେ ବ୍ରହ୍ମପୁର ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ। ସାଇବର ଥାନା ପୋଲିସ ୨୧/୨୩ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଠକ ଜଣଙ୍କ କଲ କରିଥିବା ମୋବାଇଲକୁ ଟ୍ରାକିଂ କରି ସାଇବର ଥାନା ପୋଲିସ ଜାଣିବାକୁ ପାଇଥିଲା ଯେ, ଏହି ଠକ ଜଣକ ଝାରଖଣ୍ଡରୁ ନିଜର ନେଟ୍‌ୱାର୍କ ଅପରେଟ୍‌ କରୁଛି। ତେଣୁ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍‌ଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏକ ଜଣିଆ ଟିମ୍‌ ଝାରଖଣ୍ଡ ଯାଇ ଠକଙ୍କ ଗତିବିଧି ଅନୁଧ୍ୟାନ କରିଥିଲା। ସ୍ଥାନୀୟ ପୋଲିସ ସହାୟତାରେ ଗତ ୧୯ ତାରିଖ ରାତିରେ ମହମ୍ମଦ ଅଫଜଲ ଅନ୍‌ସାରୀଙ୍କୁ ସେଠାରୁ କାବୁ କରିବାରେ ସକ୍ଷମ ହୋଇଥିଲେ ବୋଲି ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?