ବିଦ୍ୟୁତ୍‌ ଚାଳିତ ଯାନ କିଣିଲେ ସରକାର ଦେବେ ରିହାତି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ବିଦ୍ୟୁତ୍‌ ଚାଳିତ ଗାଡ଼ି ତଥା ଇ-ଯାନ ପଲିସିକୁ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ପ୍ରଦୂଷଣ ରୋକିବା ଏବଂ ବିଦ୍ୟୁତ୍‌ ଚାଳିତ ଯାନକୁ ଲୋକପ୍ରିୟ କରିବା ନେଇ ଏହି ପଲିସି ଅଣାଯାଇଛି। ଏଣିକି ବିଦ୍ୟୁତ୍‌ ଚାଳିତ ଯାନ କିଣିବା ପାଇଁ ସରକାର ପ୍ରୋତ୍ସାହନ ଦେବେ । ୨ ଚକିଆ ଯାନ ପାଇଁ ୫ ହଜାର ଟଙ୍କାର ରିହାତି ବ୍ୟବସ୍ଥା ରହିଛି। ସେହିପରି ୩ ଚକିଆ ପାଇଁ ୧୨ ହଜାର ଓ ୪ ଚକିଆ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କା ରିହାତି ଯୋଜନା ରହିଛି।

ସରକାରୀ ଅଫିସ କିମ୍ବା ଘରୋଇ କମ୍ପାନୀ ବିଦ୍ୟୁତ୍‌ ଚାଳିତ ଯାନ କିଣିଲେ ଅଧିକ ରିହାତି ମିଳିବ ବୋଲି ପଲିସିରେ ଉଲ୍ଲେଖ ରହିଛି। ଏହାସହ ରୋଡ ଟ୍ୟାକ୍ସ ଓ ପଞ୍ଜିକରଣ ଫି ଛାଡ଼ ହୋଇପାରେ। ସେହିପରି ବିଦ୍ୟୁତ୍‌ ଚାଳିତ ଯାନ ନିର୍ମାତା ଏବଂ ଯନ୍ତ୍ରାଂଶ ଓ ବ୍ୟାଟେରୀ ପ୍ରସ୍ତୁତିକାରୀଙ୍କୁ ପ୍ରୋତ୍ସାହିତ କରାଯିବ । ରାଜ୍ୟ ସରକାରୀ କର୍ମଚାରୀ ବିଦ୍ୟୁତ୍‌ ଚାଳିତ ଯାନ କିଣିଲେ ଶତ ପ୍ରତିଶତ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ। ଏହାସହ ୧୪ଟି ପ୍ରସ୍ତାବକୁ ମଞ୍ଜୁୁରୀ ଦେଇଛି ରାଜ୍ୟ କ୍ୟାବିନେଟ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ ପରିଚାଳନା ନେଇ ଘୋଷଣା ହୋଇପାରେ ଆକ୍ସନ ପ୍ଲାନ୍‌

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟ କୋଭିଡ ପରିଚାଳନା ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ। ଦ୍ୱିପ୍ରହର ୨ଟା ୩୦ରେ ଖବରଦାତା ସମ୍ମିଳନୀ କରିବେ ମୁଖ୍ୟ ଶାସନ ସଚିବ। ଏଥିରେ...

ରାଜ୍ୟରେ ୧୦୦ ତଳକୁ ଖସିଲା କରୋନା

ଭୁବନେଶ୍ୱର,୧୨।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୩ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୨୨ଜଣ ପିଲା ଅଛନ୍ତି। ସେହିପରି ୪୯ ଜଣ...

ତଥ୍ୟ ଦେଉନାହାନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ: ହେଉନି ଏଜି ଅଡିଟ୍‌, ସୀମା ଟପିଛି ଦୁର୍ନୀତି

ଭୁବନେଶ୍ୱର, ୧।୮(ବ୍ୟୁରୋ): ଜୀବଜନ୍ତୁଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାକୁ ଆସିଥିବା ନନ୍ଦନକାନନକୁ ନେଇ ଆଉ ଏକ ଅଭିଯୋଗ ଉଠିଛି। ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ...

ହୋମ୍‌ କ୍ୱାରାଣ୍ଟାଇନ ଆକ୍ରାନ୍ତଙ୍କୁ କଂଗ୍ରେସ ଦେବ ଔଷଧ

ଭୁବନେଶ୍ୱର, ୧୫ା୫(ବ୍ୟୁରୋ): କରୋନା ମହାମାରୀର ୨ୟ ଲହର ଭୁବନେଶ୍ୱର, କଟକରେ ସଂକ୍ରମଣ ହାର ବଢ଼ି ଏକ ଭୟାନକ ପରିସ୍ଥିତି ସୃଷ୍ଟି କଲାଣି। ଏହି ମୁହୂର୍ତ୍ତରେ କୋଭିଡ୍‌...

ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ୨ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୫ା୮(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ନବୀନ ନିବାସଠାରେ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ୨ଟି ପୁସ୍ତକ ‘ଶେଷ ଚିଠି’ ଓ ‘ଭାଗବତ କଥାମୃତ’ ଉନ୍ମୋଚନ...

ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣର ଅନୁମତି ନାହିଁ

ବଲାଙ୍ଗୀର ଅଫିସ,୨୫ା୫: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। ରାଜନୈତିକ ନେତାମାନେ ଏହାକୁ ନେଇ ବୟାନବାଜି, ଆକ୍ଷେପ ପ୍ରତିଆକ୍ଷେପ ଜାରି...

କୋଟିପତି ଉପନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ଗୁଣପୁର,୧୨।୧(ଡି.ଏନ୍‌.ଏ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ରାୟଗଡ଼ା ଜିଲା ଗୁଣପୁର ପୂର୍ତ୍ତ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀ ଗତ...

ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ

ପୁରୀ ଅଫିସ/ନିମାପଡ଼ା, (ଡି.ଏନ.ଏ)୧୭-୯:ନିମାପଡ଼ା ଜଳସମ୍ପଦ ବିଭାଗର କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

Advertisement
Archives

Model This Week