ରାଜ୍ୟ କ୍ୟାବିନେଟ୍‌ରେ ୭ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର,୧୪ା୮(ରବିନାରାୟଣ ଜେନା): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟ ୬ଟି ବିଭାଗର ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ଦେଇଛି। ତଦନୁଯାୟୀ ଓଡ଼ିଶାରେ ନର୍ସିଂ ଶିକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା ନର୍ସିଂ ଏଜୁକେଶନ, ସର୍ଭିସ୍‌ ରୁଲ୍ସ-୨୦୨୫ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାସହ ରାଜ୍ୟର ୭ ମେଡିକାଲ କଲେଜ ଓ ହସ୍ପିଟାଲରେ ୭ ନୂଆ ନର୍ସିଂ କଲେଜ ଖୋଲାଯିବ। ସେହିପରି ସମ୍ବଲପୁରକୁ ୨୪ ଘଣ୍ଟିଆ ଜଳ ଯୋଗାଣ ବ୍ୟବସ୍ଥା, ଭୁବନେଶ୍ୱରରେ ପୂର୍ବ ଭାରତର ପ୍ରଥମ ବିଶ୍ବସ୍ତରୀୟ ବିମାନ ରକ୍ଷଣାବେକ୍ଷଣ, ମରାମତି ଓ ନବୀକରଣ (ଏମ୍‌ଆର୍‌ଓ) ସୁବିଧା ସ୍ଥାପନ, କୃଷକଙ୍କୁ ଉତ୍ପାଦର ଉଚିତ ମୂଲ୍ୟ ଓ ଉତ୍ତମ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୮ଟି ମଣ୍ଡିକୁ ମଡେଲ ମଣ୍ଡି ଭାବରେ ବିକଶିତ କରାଯିବା, ସହରରେ ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ର ସୁବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି।

ବୁଧବାର ଲୋକସେବା ଭବନରେ ମଧ୍ୟାହ୍ନ ୧୨ଟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଖବରଦାତା ସମ୍ମିଳନୀରେ କହିଛନ୍ତି, ରାଜ୍ୟ କ୍ୟାବିନେଟ୍‌ ଓଡ଼ିଶା ନର୍ସିଂ ଶିକ୍ଷା, ସେବା ନିୟମ-୨୦୨୫ ପ୍ରସ୍ତୁତି ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହାଦ୍ୱାରା ରାଜ୍ୟରେ ନର୍ସିଂ ସେବା ତ୍ୱରାନ୍ବିତ ହୋଇପାରିବ। ବର୍ତ୍ତମାନ ରାଜ୍ୟରେ ୮ଟି ସରକାରୀ ନର୍ସିଂ କଲେଜ ଓ ୨୧ଟି ଏଏନ୍‌ଏମ୍‌ ପ୍ରଶିକ୍ଷଣ କେନ୍ଦ୍ର ଚାଲୁଛି। ରାଜ୍ୟରେ ଥିବା ୭ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କେନ୍ଦ୍ରୀୟ ପ୍ରାୟୋଜିତ ୭ଟି ନୂତନ ନର୍ସିଂ କଲେଜ ଖୋଲିବା ପ୍ରକ୍ରିୟା ଜାରି ରହିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ସେ ପୁଣି କହିଛନ୍ତି,୨୦୨୫ ଓଡ଼ିଶା ନର୍ସିଂ ଶିକ୍ଷା ସେବା କ୍ୟାଡର ଗଠନ ହେବା ଦ୍ୱାରା ଖାଲିପଡ଼ିଥିବା ମୂଳ ଟ୍ୟୁଟର ପଦବୀଗୁଡ଼ିକୁ ପୂରଣ କରାଯାଇପାରିବ ଏବଂ ଯୋଗ୍ୟ ଅଧ୍ୟାପକମାନଙ୍କୁ ପରବର୍ତ୍ତୀ ଉଚ୍ଚ ପଦବୀକୁ ପଦୋନ୍ନତି ଦିଆଯାଇପାରିବ। ଏହାଦ୍ୱାରା ଓଡ଼ିଶାରେ ନର୍ସିଂ ଶିକ୍ଷା ଦୃଢ଼ୀଭୂତ ହୋଇପାରିବ।

ସମ୍ବଲପୁର ସହରାଞ୍ଚଳକୁ ଯୋଗାଯିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ

ରାଜ୍ୟର ୧୧୦ଟି ସହରାଞ୍ଚଳରେ ଲାଗିଥିବା ସାର୍ବଜନୀନ ଷ୍ଟ୍ରିଟ୍‌ ଲାଇଟ୍‌ (ଏଲ୍‌ଇଡି) ପ୍ରକଳ୍ପକୁ କାର୍ଯ୍ୟାନ୍ବୟନ କରିବା ସହିତ ସମ୍ବଲପୁର ସହରାଞ୍ଚଳବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଣ ଲାଗି ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ବର୍ଦ୍ଧିତ ପାନୀୟଜଳ ଚାହିଦା ପୂରଣ କରିବା ପାଇଁ ଜଳ ବିଶୋଧନ କେନ୍ଦ୍ରର କ୍ଷମତାକୁ ଉନ୍ନତ କରିବା ଆବଶ୍ୟକ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି)ର ବର୍ତ୍ତମାନ ଜନସଂଖ୍ୟା ପ୍ରାୟ ୪.୭୫ ଲକ୍ଷ ଥିବା ବେଳେ ଆକଳନ ଅନୁଯାୟୀ ୨୦୪୩ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୭ ଲକ୍ଷ ହେବ ବୋଲି ଲକ୍ଷ୍ୟ ରହିଛି। ଏହି ସମସ୍ୟାର ସମାଧାନ ପାଇଁ ୱାଟର କର୍ପୋରେଶନ ଅଫ୍‌ ଓଡ଼ିଶା(ଓ୍ବାଟ୍‌କୋ) ମାଧ୍ୟମରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱାରା ପାଞ୍ଚ ବର୍ଷ ପାଇଁ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସହିତ ସମ୍ବଲପୁର ସହରକୁ ୨୪x୭ ଘଣ୍ଟା ଜଳଯୋଗାଣ ବ୍ୟବସ୍ଥା ସହ ପାନୀୟଜଳ ଯୋଗାଣର ଉନ୍ନତି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପ ସମ୍ବଲପୁର, ହୀରାକୁଦ ଏବଂ ବୁର୍ଲା ସହରର ସମସ୍ତ ପରିବାରକୁ ୨୪x୭ ଘଣ୍ଟିଆ ପାନୀୟଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବ। ସମ୍ବଲପୁର ଏବଂ ହୀରାକୁଦ ସହର ପାଇଁ ହୀରାକୁଦ ଡ୍ୟାମ୍‌ସ୍ଥିତ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି କେନାଲରେ ୧୧୦ ଏମ୍‌ଏଲ୍‌ଡି କ୍ଷମତାସମ୍ପନ୍ନ ଇନ୍‌ଟେକ୍‌ ୱେଲ୍‌ ନିର୍ମାଣ ହେବ। ମୁଖ୍ୟ ଶାସନ ସଚିବ ଆହୁଜା କହିଛନ୍ତି, ରାଜ୍ୟର ୧୧୦ ସହରାଞ୍ଚଳରେ ଏଲ୍‌ଇଡି ପ୍ରକଳ୍ପ ୨୦୨୩ରୁ କାର୍ଯ୍ୟକାରୀ ହେଉଛି। ଆଗାମୀ ଦିନରେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ଲାଗି ୩୫୦ କୋଟି ଟଙ୍କା ଆବଶ୍ୟକ ରହିଛି। ଏହି ପାଣ୍ଠି ଯୋଗାଣ ନିମନ୍ତେ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି ନିକଟରେ ଉପଲବ୍ଧ ଥିବା ୧୫୦ କୋଟି ଟଙ୍କା ବର୍ତ୍ତମାନ ଉପଯୋଗ କରାଯାଉଛି ଏବଂ ଅବଶିଷ୍ଟ ୨୦୦ କୋଟି ଓଡ଼ିଶା ସହରାଞ୍ଚଳ ଭିତ୍ତିିଭୂମି ବିକାଶ ପାଣ୍ଠିର ନିଜସ୍ବ ପାଣ୍ଠିରେ (ମୂଳଧନ ଏବଂ ସୁଧର ପୁନରୁଦ୍ଧାର) ଉପଲବ୍ଧ ଥିବା ପାଣ୍ଠିରୁ ବ୍ୟବହାର କରିବାକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରିଛି।

ନିର୍ମାଣ ହେବ ୩୮ ମଡେଲ ମଣ୍ଡି

ଚାଷୀଙ୍କ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ଏବଂ ସ୍ବଚ୍ଛ ଉପାୟରେ ଧାନ ସଂଗ୍ରହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ଗୋଟିଏ ଛାତ ତଳେ ଚାଷୀ, ବ୍ୟବସାୟୀ ଓ ଅନ୍ୟାନ୍ୟ ଭାଗୀଦାରିଙ୍କୁ ସମସ୍ତ ପ୍ରକାର ସୁବିଧା ଦେବା ନିମନ୍ତେ ରାଜ୍ୟ ସରକାର ‘ମଡେଲ ମଣ୍ଡି’ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨ ବର୍ଷ ମଧ୍ୟରେ ରାଜ୍ୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ହେବ। ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟ ହେବ। ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି)ଗୁଡ଼ିକ ନିଜସ୍ବ ଅର୍ଥରୁ ୧୫୦ କୋଟି ଭରଣା କରିବାକୁ ରହିଥିବାବେଳେ ରାଜ୍ୟ ସରକାର ଅବଶିଷ୍ଟ ୧୫୦ କୋଟି ଟଙ୍କା ଯୋଗାଇଦେବେ। ଏଥିପାଇଁ ରାଜ୍ୟ ସରକାର ଚଳିତବର୍ଷ ବଜେଟରେ ୫୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଚାଷୀଙ୍କୁ ଗୋଟିଏ ଛାତ ତଳେ ତାଙ୍କ ଉତ୍ପାଦିତ ଫସଲ ବିକ୍ରି ଓ ଉଚିତ୍‌ ମୂଲ୍ୟ ଦେବା ନିମନ୍ତେ ଡିଜିଟାଲ ପ୍ଲାଟ୍‌ଫର୍ମଠୁ ଆରମ୍ଭ କରି ଶୀତଳଭଣ୍ଡାର, ଓଜନ ସରଞ୍ଜାମ, ବହୁମୁଖୀ ଗୋଦାମ ସୁବିଧା, ବିଶ୍ରାମଗୃହ, ପରିବହନ ସୁବିଧା, ପାର୍କିଂ ଓ ଉଚ୍ଚମାନର ଯନ୍ତ୍ରପାତି ଆଦି ପ୍ରଦାନର ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ‘ମଡେଲ ମଣ୍ଡି’ ସ୍ଥାପନ କରାଯିବ। ରାଜ୍ୟର ସମସ୍ତ ଜିଲାରେ ଗୋଟିଏ ଲେଖାଏ ମଣ୍ଡି ସ୍ଥାପନ ନିମନ୍ତେ ଆବଶ୍ୟକ ସର୍ଭେ ଆଦି କାର୍ଯ୍ୟ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୦୨୫-୨୬ ଓ ୨୦୨୬-୨୭ ଆର୍ଥିକ ବର୍ଷରେ ୩୮ଟି ମଣ୍ଡି ବିକଶିତ କରାଯିବାକୁ ରହିଥିବାବେଳେ ସେଥିରେ ୧୪ଟି ବୃହତ୍‌, ୧୭ଟି ମଧ୍ୟମ ଓ ୭ଟି କ୍ଷୁଦ୍ର ମଣ୍ଡି ରହିଛି। ଏହି ମଣ୍ଡିଗୁଡ଼ିକର ନିର୍ମାଣ କାର୍ଯ୍ୟ ଓଡ଼ିଶା ରାଜ୍ୟ ସେତୁ ଓ ନିର୍ମାଣ ନିଗମ(ଓବିସିସି) ମାଧ୍ୟମରେ କରାଯିବ। ଏହି କାର୍ଯ୍ୟର ତଦାରଖ ଲାଗି ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ(ଓସ୍‌ମା ବୋର୍ଡ) ଏକ ସେଲ୍‌ ଗଠନ କରିବ। ପରବର୍ତ୍ତୀ ସମୟରେ ଆଉ ୬୨ଟି ଏଭଳି ମଣ୍ଡି ଖୋଲିବା ଲାଗି ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟ ଶାସନ ସଚିବ ଆହୁଜା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ନନ୍ଦୀଗ୍ରାମ ଉପନିର୍ବାଚନରେ ହାଇଡ୍ରାମା: ମମତାଙ୍କ ସମର୍ଥନ ମିଳିବାର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଗିରଫ

କୋଲକାତା,୧୮।୯: ପଶ୍ଚିମବଙ୍ଗର ଚର୍ଚ୍ଚିତ ନନ୍ଦୀଗ୍ରାମ ବିଧାନସଭା ଆସନର ଉପନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ବୃଦ୍ଧି ପାଇବାରେ ଲାଗିଛି। ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ନାମପତ୍ର ପ୍ରତ୍ୟାହାର କରିବା,…

ନାମାଙ୍କନ ପ୍ରତ୍ୟାହାର କଲେ ମମତାଙ୍କ ପ୍ରାର୍ଥୀ: ଦିଦି କଲେ ବଡ଼ ଘୋଷଣା, କହିଲେ ଏବେ ମୁଁ…

କୋଲକାତା,୧୮।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ବଡ଼ ରାଜନୈତିକ ମୋଡ଼ ଆସିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ (ଦେ) ନନ୍ଦୀଗ୍ରାମ ଆସନରୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?