କିଏ ଜିଣିବ ଜଣା

ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦେଖାଦେଇଥିବା ସଦ୍ୟ ହିଂସା ନୂଆ କାହାଣୀ ଲେଖିବାକୁ ପ୍ରସ୍ତୁତ ହେଲାଣି। ସେଠାରେ ପ୍ରମୁଖ ସମ୍ପ୍ରଦାୟ ମଧ୍ୟରେ ଅଛନ୍ତି ହିନ୍ଦୁ ମେଇତି, ଆଦିବାସୀ କୁକି ଓ ଖ୍ରୀଷ୍ଟ ଧର୍ମାବଲମ୍ବୀ ନାଗା। ଏବେ କୁକିମାନେ ମଣିପୁର ସରକାରଙ୍କଠାରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ପ୍ରଶାସନ ଭିତରେ ରହିବାକୁ ଦାବି କରିଛନ୍ତି। ମେ’ ୨୦୨୩ରୁ ଜାତିଆଣ ସଂଘର୍ଷକୁ ନେଇ ମେଇତି ଓ କୁକିଙ୍କ ମଧ୍ୟରେ ହିଂସା ଲାଗି ରହିଛି। ମେଇତିଙ୍କ ସହ ଶାନ୍ତିପୂର୍ଣ୍ଣ ଭାବେ ରହିବା ଆଉ ସମ୍ଭବ ନୁହେଁ ବୋଲି କୁକି ସଙ୍ଗଠନଗୁଡ଼ିକ ସିଧାସଳଖ ଘୋଷଣା କରିଦେଇଛନ୍ତି। ହେଲେ ସେମାନଙ୍କ ଦାବିକୁ ମେଇତି ଓ ନାଗାମାନେ ଅସ୍ବୀକାର କରିଛନ୍ତି। ଦ୍ୱନ୍ଦ୍ୱର ବିଷୟଟି ହେଲା ଯେ, ୨୦୨୩ରେ ମେଇତି ସମ୍ପ୍ରଦାୟକୁ ହାଇକୋର୍ଟ ଆଦିବାସୀ ମାନ୍ୟତା ସୁପାରିସ ସଂକ୍ରାନ୍ତ ଆଦେଶ ଦେବା ପରେ ସୃଷ୍ଟି ହୋଇଥିବା ହିଂସାରେ କୁକି ଓ ନାଗା ମିଳିତ ଭାବେ ମେଇତିଙ୍କୁ ବିରୋଧ କରିଥିଲେ। ସମୟ ଚକ୍ରରେ ମେଇତି ଓ ନାଗା ଏକାଠି ହୋଇଗଲେଣି। ଅନ୍ୟପକ୍ଷରେ କୁକି ଓ ନାଗାଙ୍କ ମଧ୍ୟରେ ସଂଘର୍ଷ ବଢ଼ିଛି। ୩୧ ଅକ୍ଟୋବରରେ ନୋନି ଜିଲାରେ ୨ ବିରୋଧୀ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିବାରୁ କୁକି ସମ୍ପ୍ରଦାୟର ୩ ଜଣଙ୍କ ମୃତ୍ୟୁ ଘଟିଛି। ହତ୍ୟାକାଣ୍ଡ ପଛରେ ନାଗା ଉଗ୍ରପନ୍ଥୀ ସଙ୍ଗଠନ ସମ୍ପୃକ୍ତ ଥିବା ଖବର ମିଳିଛି।
ଏହି ପରିପ୍ରେକ୍ଷୀରେ କୁକି ଓ ନାଗା ସଂଘର୍ଷର ଇତିହାସକୁ ଦେଖିବାକୁ ହେବ। ସେହି ଇତିହାସ କହେ, ଉତ୍ତର-ପୂର୍ବାଞ୍ଚଳରେ ମୁଖ୍ୟତଃ ମଣିପୁର, ନାଗାଲାଣ୍ଡ ଓ ଆସାମରେ ଏମାନଙ୍କୁ ନେଇ ଏକ ପ୍ରମୁଖ ଜାତିଗତ ଓ ଆଞ୍ଚଳିକ ବିବାଦ ଥିଲା। ୧୯୮୦ ଦଶକର ଶେଷ ଭାଗରୁ ୧୯୯୮ ମଧ୍ୟରେ ଏହା ସବୁଠାରୁ ତୀବ୍ର ରୂପ ଧାରଣ କରିଥିଲା। ଗ୍ରେଟର ନାଗାଲାଣ୍ଡ ଦାବି କରୁଥିବା ନାଗାମାନେ ଅଧିକ ଅଞ୍ଚଳକୁ ନିଜର ବୋଲି କହୁଥିବା ବେଳେ କୁକିମାନେ ତାହାକୁ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ବହୁ ଆଲୋଚନା ପରେ ଏହା ଥମିଥିଲା। ହେଲେ ୨୦୨୬ ଫେବୃଆରୀ ପ୍ରାରମ୍ଭରୁ ଉଖ୍ରୁଲ, କାମଜୋଙ୍ଗ ଏବଂ କାଙ୍ଗ୍‌ପୋକପି ଭଳି ପାର୍ବତ୍ୟ ଜିଲାଗୁଡ଼ିକରେ ସ୍ଥାନୀୟ ବିବାଦ ଦୁଇ ସମ୍ପ୍ରଦାୟ ମଧ୍ୟରେ ନୂତନ ଗଣ୍ଡଗୋଳର ସୂତ୍ରପାତ ଘଟାଇଛି। ଏଭଳି ସ୍ଥଳେ କୁକିମାନେ ଯେତେବେଳେ ନୂଆକରି କେନ୍ଦ୍ର ଶାସିତ ଅଞ୍ଚଳ ଦାବି କରିଛନ୍ତି, ସେତେବେଳେ ନାଗାମାନେ ମେଇତିଙ୍କ ସହ ମିଶି ସେମାନଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଆହୁରି ଆଶ୍ଚର୍ଯ୍ୟର ବିଷୟ ଯେ, ଏହି ସମୟରେ ମେଇତିମାନେ ପାହାଡ଼ ଅଞ୍ଚଳରେ ଜମି କିଣିବାର ପ୍ରତିବନ୍ଧକ ହଟାଯାଉ ବୋଲି ଚାହିଁଲେଣି। ଉଲ୍ଲେଖଯୋଗ୍ୟ ଯେ, ମଣିପୁରର ମେଇତିଙ୍କ ଜନସଂଖ୍ୟା ଅଧିକ ଓ ସେମାନେ ମୁଖ୍ୟତଃ ଇମ୍ଫାଲ ଉପତ୍ୟକାରେ ରହୁଥିବା ବେଳେ ଆଦିବାସୀ ବିଶେଷକରି କୁକିମାନେ ପାହାଡ଼ିଆ ଅଞ୍ଚଳରେ ବସବାସ କରିଥାଆନ୍ତି। ମଣିପୁରରେ ରହୁଥିବା କୁକିମାନେ ବହୁବର୍ଷ ପୂର୍ବରୁ ମ୍ୟାନ୍‌ମାରରୁ ଆସି ସେଠାରେ ବସବାସ କରୁଛନ୍ତି। କୁକି ଓ ନାଗାଙ୍କ ଅପେକ୍ଷା ମେଇତିମାନେ ଅଧିକ ଶିକ୍ଷିତ। ବ୍ୟବସାୟ ଓ ରାଜନୀତିରେ ସେମାନଙ୍କ ପତିଆରା ରହିଆସିଛି। ତେଣୁ ସେମାନେ ଅଧିକ ଅଞ୍ଚଳ ଅକ୍ତିଆର କରିବା ସହ ବେଶି ସରକାରୀ ସୁବିଧା ପାଇବା ପାଇଁ ଫନ୍ଦିଫିକର ଚଳାଇଛନ୍ତି।
ମଣିପୁରରେ ହିଂସାତ୍ମକ ସ୍ଥିତି ଉପୁଜିଥିବା ବେଳେ ମଣିପୁର କଂଗ୍ରେସର କେତେ ଜଣ ନେତା ୨ ନଭେମ୍ବରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ର୍ଜୁନ ଖାର୍ଗେ ଓ ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନୂଆଦିଲ୍ଲୀଠାରେ ଭେଟିଛନ୍ତି। ସେମାନେ ରାଜ୍ୟର ସ୍ଥିତି ବିଷୟରେ ବରିଷ୍ଠ ନେତାମାନଙ୍କୁ ଜଣାଇବା ସହ ୨୦୨୭ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସଂକ୍ରାନ୍ତରେ କଥା ହୋଇଛନ୍ତି। ମଣିପୁର କଂଗ୍ରେସ ରାଜ୍ୟର ଅସ୍ବାଭାବିକ ପରିସ୍ଥିତି ବିଷୟରେ ଦିଲ୍ଲୀ ପର୍ଯ୍ୟନ୍ତ କଥା ନେବା ଅନେକ ଗୁରୁତ୍ୱ ବହନ କରୁଛି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ହେଲେ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ଥିଲେ ମଧ୍ୟ ମଣିପୁର ହିଂସା ବିଷୟରେ ସେଭଳି ତତ୍ପରତା ପ୍ରକାଶ ପାଉନାହିଁ। ଏହା ଜଣାଶୁଣା ଯେ, ମଣିପୁରରେ ଲାଗି ରହିଥିବା ନିଆଁରେ ସବୁ ଦଳ ଘିଅ ଢାଳୁଛନ୍ତି। ପ୍ରତି ସମ୍ପ୍ରଦାୟର ସଶସ୍ତ୍ର ଗୋଷ୍ଠୀମାନେ ପରସ୍ପର ମଧ୍ୟରେ ମରାମରି ହେଉଛନ୍ତି। କିନ୍ତୁ ହିଂସା ସହ ସମ୍ପୃକ୍ତ ନ ଥିବା ସାଧାରଣ ନାଗରିକଙ୍କର କ୍ଷତି ଘଟୁଛି। ସେମାନେ ବିସ୍ଥାପିତ ହୋଇ ଅସ୍ଥାୟୀ ଶିବିରରେ ଅତି ଦୟନୀୟ ଭାବେ ଜୀବନ କାଟୁଥିବାର ଛବି ଦେଖିବାକୁ ମିଳୁଛି। ଦୀର୍ଘ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମଣିପୁର ଜଳୁଥିଲେ ମଧ୍ୟ ରାଜ୍ୟ କିମ୍ବା କେନ୍ଦ୍ର ସରକାର ସମ୍ପୃକ୍ତ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ସ୍ଥାପନ କରିବା ଲାଗି କୌଣସି ଠୋସ୍‌ ପଦକ୍ଷେପ ନେବାର ଦେଖାଯାଉନାହିଁ। ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) କରି ଏହି ରାଜ୍ୟରେ ୬.୩୩ ପ୍ରତିଶତ ମତଦାତାଙ୍କ ନାମ ବାଦ୍‌ ପକାଇବା ଯେମିତି ହୋଇଯାଇଛି କେନ୍ଦ୍ର ସରକାରଙ୍କ ମୂଳ କାର୍ଯ୍ୟ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଆସନ୍ତା ନିର୍ବାଚନରେ କିଏ ଜିତିବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟପାଳିକା ଉପରେ ବର୍ଷିଲେ CJP ନେତା ସୌରଭ ଦାସ, ହେଲେ କାହିଁକି? ଜାଣନ୍ତୁ ପ୍ରକୃତ କାରଣ କ’ଣ

ନୂଆଦିଲ୍ଲୀ,୩।୧୧: CJP ନେତା ସୌରଭ ଦାସ ଗତକାଲି ବିଳମ୍ବିତ ରାତିରେ ‘X’ (ଟୁଇଟର) ମାଧ୍ୟମରେ ନ୍ୟାୟପାଳିକାକୁ ଟାର୍ଗେଟ କରିଛନ୍ତି। ସେ ବିଚାରପତିମାନଙ୍କ ଦ୍ୱାରା ଦିଆଯାଇଥିବା ରାୟଗୁଡ଼ିକ ଉପରେ…

ହୀରାକୁଦ ଜଳଭଣ୍ଡାରର ୨ ସ୍ଲୁଇସ ଗେଟ୍‌ ବନ୍ଦ: ୩ ଗେଟରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର,୩।୧୧(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

କ୍ରିକେଟ୍‌ରେ ଇତିହାସ ରଚିଲେ ପ୍ରେମା: ମାତ୍ର ୧୪ ବଲ୍‌ରେ କଲେ ଏମିତି କାରନାମା, ଭାଙ୍ଗିଲେ ପାକିସ୍ତାନୀ ଖେଳାଳିଙ୍କ ରେକର୍ଡ

ନୂଆଦିଲ୍ଲୀ,୩।୧୧:ଛକା ଓ ଚୌକା ବର୍ଷା କରି ମାତ୍ର ୧୪ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଉତ୍ତରାଖଣ୍ଡର ମହିଳା କ୍ରିକେଟର ପ୍ରେମା ରାୱତ। ସିନିୟର ମହିଳା ଟି-୨୦ ଟ୍ରଫିରେ…

ବେଲ୍‌ଜିୟମ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବ୍ରସେଲ୍ସ, ୩ା୧୧: ବେଲ୍‌ଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ତାଙ୍କର ୫ ଦଳୀୟ ମେଣ୍ଟ ମଧ୍ୟରେ ବଜେଟ ଆଲୋଚନା ବିଫଳ ହେବା ପରେ ସୋମବାର ରାଜା ଫିଲିପ୍‌ଙ୍କୁ…

ଭଗବାନ୍‌ଙ୍କ ମିଜାଜ ମଣିଷ ତିଆରି

ଧର୍ମର ଧାରଣା ଆଣି ମଣିଷ ଭଗବାନ୍‌ ତିଆରିକଲା ପରେ ଭଗବାନ୍‌ଙ୍କ ମିଜାଜ ବା ମୁଡ୍‌ ବି ତିଆରିକଲା। ଭଗବାନ୍‌ଙ୍କ ସାମର୍ଥ୍ୟ ବର୍ଣ୍ଣନା କରିବାକୁ ଯାଇ ଭଗବାନ୍‌ଙ୍କୁ ଯାଦୁକର…

ଆଦାନୀ ଓ ନରାଜ ଡାଟା ସେଣ୍ଟର

କଟକ ଜିଲା ନରାଜ ବ୍ୟାରେଜ ନିକଟସ୍ଥ ୨୫୦ ଏକର ଜମିରେ ଏକ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା ଡାଟା ସେଣ୍ଟର ପାଇଁ କାମ ଆରମ୍ଭ ହୋଇଗଲାଣି। ଆଦାନୀ ଗ୍ରୁପ୍‌ର…

ଏଇ ଭାରତରେ

ଶିଖିବା ଓ ଶିଖାଇବା ପ୍ରବୃତ୍ତି ଜୀବନର ଶେଷ ଯାଏ ରହେ। ମଣିଷ ପାଖରେ ଯେଉଁ ଜ୍ଞାନ ଓ କଳା ଥାଏ ତାହାକୁ ସେ ଜୀବନର ଅପରାହ୍ନରେ ବି…

IPLକ୍ୟାଲେଣ୍ଡରରେ ବଡ଼ ପରିବର୍ତ୍ତନ ଚାହୁଁଛନ୍ତି ଲଲିତ ମୋଦି: ଦେଲେ ଏମିତି ପ୍ରସ୍ତାବ

ନୂଆଦିଲ୍ଲୀ,୩।୧୧: ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଫ୍ରାଞ୍ଚାଇଜ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ଆୟୋଜନକୁ ନେଇ ବଡ଼ ପ୍ରସ୍ତାବ ଦେଇଛନ୍ତି ଲିଗ୍‌ର ପ୍ରତିଷ୍ଠାତା ଲଲିତ ମୋଦି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?