ଆଜି ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ

ଓ୍ବାଶିଂଟନ,୩ା୧୧: ଆମେରିକାରେ ମଙ୍ଗଳବାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ପାଳିର ଶେଷ ୨ ବର୍ଷ ପାଇଁ ଆମେରିକା କଂଗ୍ରେସକୁ କେଉଁ ଦଳ ନିୟନ୍ତ୍ରଣ କରିବ, ତାହା ଏହି ନିର୍ବାଚନ ସ୍ଥିର କରିବ। ଏଥିସହିତ ଟ୍ରମ୍ପ୍‌ ତାଙ୍କ କାର୍ଯ୍ୟସୂଚୀ ମଧ୍ୟରୁ କେତେ ପରିମାଣରେ କାମ ଆଗକୁ ବଢ଼ାଇପାରିବେ, ତାହା ମଧ୍ୟ ସ୍ଥିର ହେବ। ଇରାନ ସହ ଆମେରିକାର ଯୁଦ୍ଧ ଲାଗିରହିଥିବାବେଳେ ଇନ୍ଧନ ଦର ବୃଦ୍ଧି ପାଇବା ସହ ବୈଶ୍ୱିକ ସଙ୍କଟ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଏହି ନିର୍ବାଚନ ଟ୍ରମ୍ପ୍‌ଙ୍କ ଲୋକପ୍ରିୟତାର ପରୀକ୍ଷା ହେବ ବୋଲି ବିଶ୍ଳେଷକମାନେ କହିଛନ୍ତି। ରାଷ୍ଟ୍ରପତିଙ୍କ ଶାସନ କାଳର ମଧ୍ୟଭାଗରେ ପ୍ରତି ୪ ବର୍ଷରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପ୍ରତି ରାଜ୍ୟରେ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଥାଏ। ରାଷ୍ଟ୍ରପତି ପଦ ପାଇଁ ଏହି ନିର୍ବାଚନ ହେଉ ନ ଥିଲେ ମଧ୍ୟ କଂଗ୍ରେସର ଉଭୟ ସଦନ ସହ ରାଜ୍ୟ କାର୍ଯ୍ୟାଳୟ, ଯେପରିକି ଗଭର୍ନର, ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ହୋଇଥାଏ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ରେ ଇତିହାସ ରଚିଲେ ପ୍ରେମା: ମାତ୍ର ୧୪ ବଲ୍‌ରେ କଲେ ଏମିତି କାରନାମା, ଭାଙ୍ଗିଲେ ପାକିସ୍ତାନୀ ଖେଳାଳିଙ୍କ ରେକର୍ଡ

ନୂଆଦିଲ୍ଲୀ,୩।୧୧:ଛକା ଓ ଚୌକା ବର୍ଷା କରି ମାତ୍ର ୧୪ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଉତ୍ତରାଖଣ୍ଡର ମହିଳା କ୍ରିକେଟର ପ୍ରେମା ରାୱତ। ସିନିୟର ମହିଳା ଟି-୨୦ ଟ୍ରଫିରେ…

ବେଲ୍‌ଜିୟମ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବ୍ରସେଲ୍ସ, ୩ା୧୧: ବେଲ୍‌ଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ତାଙ୍କର ୫ ଦଳୀୟ ମେଣ୍ଟ ମଧ୍ୟରେ ବଜେଟ ଆଲୋଚନା ବିଫଳ ହେବା ପରେ ସୋମବାର ରାଜା ଫିଲିପ୍‌ଙ୍କୁ…

କିଏ ଜିଣିବ ଜଣା

ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦେଖାଦେଇଥିବା ସଦ୍ୟ ହିଂସା ନୂଆ କାହାଣୀ ଲେଖିବାକୁ ପ୍ରସ୍ତୁତ ହେଲାଣି। ସେଠାରେ ପ୍ରମୁଖ ସମ୍ପ୍ରଦାୟ ମଧ୍ୟରେ ଅଛନ୍ତି ହିନ୍ଦୁ ମେଇତି, ଆଦିବାସୀ…

ଭଗବାନ୍‌ଙ୍କ ମିଜାଜ ମଣିଷ ତିଆରି

ଧର୍ମର ଧାରଣା ଆଣି ମଣିଷ ଭଗବାନ୍‌ ତିଆରିକଲା ପରେ ଭଗବାନ୍‌ଙ୍କ ମିଜାଜ ବା ମୁଡ୍‌ ବି ତିଆରିକଲା। ଭଗବାନ୍‌ଙ୍କ ସାମର୍ଥ୍ୟ ବର୍ଣ୍ଣନା କରିବାକୁ ଯାଇ ଭଗବାନ୍‌ଙ୍କୁ ଯାଦୁକର…

ଆଦାନୀ ଓ ନରାଜ ଡାଟା ସେଣ୍ଟର

କଟକ ଜିଲା ନରାଜ ବ୍ୟାରେଜ ନିକଟସ୍ଥ ୨୫୦ ଏକର ଜମିରେ ଏକ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା ଡାଟା ସେଣ୍ଟର ପାଇଁ କାମ ଆରମ୍ଭ ହୋଇଗଲାଣି। ଆଦାନୀ ଗ୍ରୁପ୍‌ର…

ଏଇ ଭାରତରେ

ଶିଖିବା ଓ ଶିଖାଇବା ପ୍ରବୃତ୍ତି ଜୀବନର ଶେଷ ଯାଏ ରହେ। ମଣିଷ ପାଖରେ ଯେଉଁ ଜ୍ଞାନ ଓ କଳା ଥାଏ ତାହାକୁ ସେ ଜୀବନର ଅପରାହ୍ନରେ ବି…

IPLକ୍ୟାଲେଣ୍ଡରରେ ବଡ଼ ପରିବର୍ତ୍ତନ ଚାହୁଁଛନ୍ତି ଲଲିତ ମୋଦି: ଦେଲେ ଏମିତି ପ୍ରସ୍ତାବ

ନୂଆଦିଲ୍ଲୀ,୩।୧୧: ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଫ୍ରାଞ୍ଚାଇଜ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ଆୟୋଜନକୁ ନେଇ ବଡ଼ ପ୍ରସ୍ତାବ ଦେଇଛନ୍ତି ଲିଗ୍‌ର ପ୍ରତିଷ୍ଠାତା ଲଲିତ ମୋଦି।…

ସ୍ଥଳଭାଗ ଛୁଇଁଲା ‘ମୁରାସୁ’: ୧୨୦ କିମି ବେଗରେ ବହୁଛି ପବନ, ୫ ରାଜ୍ୟରେ ହାଇଆଲର୍ଟ

ଅମରାବତୀ,୩।୧୧: ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ‘ମୁରାସୁ’ର ପ୍ରଭାବ ଆରମ୍ଭ ହୋଇଛି। ଓଙ୍ଗୋଲ ନିକଟ ଦକ୍ଷିଣ ଉପକୂଳ ଅଞ୍ଚଳରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଏହାର ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?