ହାଲୋଓ୍ବିନ୍‌ରେ ହିଂସା: ୨୪ ମୃତ

ଓ୍ବାଶିଂଟନ, ୩ା୧୧: ହାଲୋଓ୍ବିନ ସପ୍ତାହନ୍ତରେ ସମଗ୍ର ଆମେରିକାରେ ବିଭିନ୍ନ ସ୍ଥାନରେ ଅନେକ ଗୁଳିକାଣ୍ଡରେ ୨୪ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୦୦ଜଣ ଆହତ ହୋଇଛନ୍ତି। ଏହି ହିଂସା କାଲିଫର୍ନିଆରୁ ଡେଲାଓ୍ବେର ପର୍ଯ୍ୟନ୍ତ ବ୍ୟାପିଥିଲା, ଯେଉଁଥିରେ ବିଶ୍ୱବିଦ୍ୟାଳୟି କ୍ୟାମ୍ପସ ଏବଂ ନାଇଟ୍‌ଲାଇଫ୍‌ ଅଞ୍ଚଳ ନିକଟରେ ଅନେକ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଡଲାସର ଦୀପ୍‌ ଏଲମ୍‌ ଅଞ୍ଚଳରେ ୩ଟି ପୃଥକ ଗୁଳିକାଣ୍ଡରେ ଅନ୍ତତଃ ୪ଜଣଙ୍କର ମୃତ୍ୟୁ ଘଟିବା ସହ ୧୫ ଆହତ ହୋଇଛନ୍ତି। ଆଲବାମାର ବର୍ମିଂହାମଠାରେ ବାର୍ଷିକ ‘ମ୍ୟାଜିକ୍‌ ସିଟି କ୍ଲାସିକ୍‌’ ପରେ ଲେଜିଅନ ଫିଲ୍ଡ ବାହାରେ ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ୮ ଜଣ ଆହତ ହୋଇଛନ୍ତି। ଫେୟାରଫିଲ୍ଡରେ ଏକ ହାଲୋଓ୍ବିନ ଷ୍ଟୋରରେ ହୋଇଥିବା ଗୁଳିକାଣ୍ଡରେ ଜଣେ ଗର୍ଭବତୀ ମହିଳା ପ୍ରାଣ ହରାଇଥିବାବେଳେ ଅନ୍ୟ ୬ଜଣ ଆହତ ହୋଇଛନ୍ତି। ଡେଲାଓ୍ବେରରେ ମାତ୍ର ୧ ଘଣ୍ଟାରୁ ଅଳ୍ପ କିଛି ସମୟ ମଧ୍ୟରେ ସାମୂହିକ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି।
ପ୍ରାରମ୍ଭିକ ଆକଳନ ଅନୁଯାୟୀ ୧୩ଜଣଙ୍କ ମୃତ୍ୟୁ ଏବଂ ୯୨ଜଣ ଆହତ ହୋଇଥିବା ଜଣାପଡ଼ିଥିଲା। ପରେ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ଦେଶବ୍ୟାପୀ ଅନ୍ତତଃ ୨୪ଜଣ ମୃତ ଏବଂ ୯୪ଜଣ ଆହତ ହୋଇଥିବା ଦର୍ଶାଯାଇଥିଲା। ନର୍ଥଇଷ୍ଟର୍ନ ବିଶ୍ୱବିଦ୍ୟାଳୟର ଅପରାଧ ବିଜ୍ଞାନ ଜେମ୍ସ ଆଲାନ ଫକ୍ସଙ୍କ ଦ୍ୱାରା ୨୦୦୫ରୁ ୨୦୦୯ ମଧ୍ୟରେ ବୋଷ୍ଟନର ଏଫ୍‌ବିଆଇ ଘଟଣା ସମ୍ପର୍କିତ ତଥ୍ୟର ବିଶ୍ଳେଷଣ ଅନୁଯାୟୀ ହାଲୋଓ୍ବିନ ବର୍ଷର ସବୁଠାରୁ ହିଂସାମତ୍କ ଦିନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ବିଶ୍ଳେଷଣରେ ଅକ୍ଟୋବର ୩୧ ହିଂସାମତ୍କ ଘଟଣା ୩ୟ ସ୍ଥାନରେ ରହିଛି। ଏହା ଆଗକୁ ଜୁଲାଇ ୪ ଏବଂ ଜାନୁଆରୀ ୧ ହିଂସାକାଣ୍ଡ ରହିଛି। ନାବାଳକଙ୍କ ପାଇଁ ଏହା ବର୍ଷର ସବୁଠାରୁ ବିପଦ୍ଦଜନକ ଦିନ ବୋଲି ଫକ୍ସ କହିଛନ୍ତି। ବଡ଼ଶ୍‌ଧରଣର ସମାବେଶ, ମଦ୍ୟପାନ, ନିଶାଦ୍ରବ୍ୟ ବ୍ୟବହାର ଏବଂ ବନ୍ଧୁକର ସହଜ ଉପଲବ୍ଧତା ହିଂସାର ଆଶଙ୍କାକୁ ବଢ଼ାଇପାରେ। ମାତ୍ର ବାର୍‌, ରାସ୍ତା, ପାକିର୍ଂ ଲଟ୍‌ ଏବଂ ବ୍ୟକ୍ତିଗତ ପାର୍ଟିଗୁଡ଼ିକରେ ଗୁଳିକାଣ୍ଡ ରୋକିବା ଏବେ ବି କଷ୍ଟକର ହୋଇ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ରେ ଇତିହାସ ରଚିଲେ ପ୍ରେମା: ମାତ୍ର ୧୪ ବଲ୍‌ରେ କଲେ ଏମିତି କାରନାମା, ଭାଙ୍ଗିଲେ ପାକିସ୍ତାନୀ ଖେଳାଳିଙ୍କ ରେକର୍ଡ

ନୂଆଦିଲ୍ଲୀ,୩।୧୧:ଛକା ଓ ଚୌକା ବର୍ଷା କରି ମାତ୍ର ୧୪ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଉତ୍ତରାଖଣ୍ଡର ମହିଳା କ୍ରିକେଟର ପ୍ରେମା ରାୱତ। ସିନିୟର ମହିଳା ଟି-୨୦ ଟ୍ରଫିରେ…

ବେଲ୍‌ଜିୟମ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବ୍ରସେଲ୍ସ, ୩ା୧୧: ବେଲ୍‌ଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ତାଙ୍କର ୫ ଦଳୀୟ ମେଣ୍ଟ ମଧ୍ୟରେ ବଜେଟ ଆଲୋଚନା ବିଫଳ ହେବା ପରେ ସୋମବାର ରାଜା ଫିଲିପ୍‌ଙ୍କୁ…

କିଏ ଜିଣିବ ଜଣା

ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦେଖାଦେଇଥିବା ସଦ୍ୟ ହିଂସା ନୂଆ କାହାଣୀ ଲେଖିବାକୁ ପ୍ରସ୍ତୁତ ହେଲାଣି। ସେଠାରେ ପ୍ରମୁଖ ସମ୍ପ୍ରଦାୟ ମଧ୍ୟରେ ଅଛନ୍ତି ହିନ୍ଦୁ ମେଇତି, ଆଦିବାସୀ…

ଭଗବାନ୍‌ଙ୍କ ମିଜାଜ ମଣିଷ ତିଆରି

ଧର୍ମର ଧାରଣା ଆଣି ମଣିଷ ଭଗବାନ୍‌ ତିଆରିକଲା ପରେ ଭଗବାନ୍‌ଙ୍କ ମିଜାଜ ବା ମୁଡ୍‌ ବି ତିଆରିକଲା। ଭଗବାନ୍‌ଙ୍କ ସାମର୍ଥ୍ୟ ବର୍ଣ୍ଣନା କରିବାକୁ ଯାଇ ଭଗବାନ୍‌ଙ୍କୁ ଯାଦୁକର…

ଆଦାନୀ ଓ ନରାଜ ଡାଟା ସେଣ୍ଟର

କଟକ ଜିଲା ନରାଜ ବ୍ୟାରେଜ ନିକଟସ୍ଥ ୨୫୦ ଏକର ଜମିରେ ଏକ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା ଡାଟା ସେଣ୍ଟର ପାଇଁ କାମ ଆରମ୍ଭ ହୋଇଗଲାଣି। ଆଦାନୀ ଗ୍ରୁପ୍‌ର…

ଏଇ ଭାରତରେ

ଶିଖିବା ଓ ଶିଖାଇବା ପ୍ରବୃତ୍ତି ଜୀବନର ଶେଷ ଯାଏ ରହେ। ମଣିଷ ପାଖରେ ଯେଉଁ ଜ୍ଞାନ ଓ କଳା ଥାଏ ତାହାକୁ ସେ ଜୀବନର ଅପରାହ୍ନରେ ବି…

IPLକ୍ୟାଲେଣ୍ଡରରେ ବଡ଼ ପରିବର୍ତ୍ତନ ଚାହୁଁଛନ୍ତି ଲଲିତ ମୋଦି: ଦେଲେ ଏମିତି ପ୍ରସ୍ତାବ

ନୂଆଦିଲ୍ଲୀ,୩।୧୧: ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଫ୍ରାଞ୍ଚାଇଜ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ଆୟୋଜନକୁ ନେଇ ବଡ଼ ପ୍ରସ୍ତାବ ଦେଇଛନ୍ତି ଲିଗ୍‌ର ପ୍ରତିଷ୍ଠାତା ଲଲିତ ମୋଦି।…

ସ୍ଥଳଭାଗ ଛୁଇଁଲା ‘ମୁରାସୁ’: ୧୨୦ କିମି ବେଗରେ ବହୁଛି ପବନ, ୫ ରାଜ୍ୟରେ ହାଇଆଲର୍ଟ

ଅମରାବତୀ,୩।୧୧: ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ‘ମୁରାସୁ’ର ପ୍ରଭାବ ଆରମ୍ଭ ହୋଇଛି। ଓଙ୍ଗୋଲ ନିକଟ ଦକ୍ଷିଣ ଉପକୂଳ ଅଞ୍ଚଳରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଏହାର ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?